Posts

Showing posts from January, 2020

30 -01-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ*_👈 _*👉" ତୁମେ ଜଣେ ଦୁର୍ବଳ ସାହିତ୍ୟିକ ବାପା "👈*_ *ତାରିଖ : ୩୦/୦୧/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘  "ତୁମେ ଜଣେ ଦୁର୍ବଳ ସାହିତ୍ୟିକ ବାପା... ତୁମେ ଜଣେ ଦୁର୍ବଳ ସାହିତ୍ୟିକ" ଏଇ କେତୋଟି ଶବ୍ଦପୁଞ୍ଜର ଅନାବିଳ ସମ୍ପର୍କରେ ସଂଯୋଜିତ ଦୁଃଖ ନଗର କୀର୍ତ୍ତନ କରୁଥିବା ବାକ୍ୟଟିରେ ବିଷାକ୍ତ ବିଶେଷଣଟି ମୁହୂର୍ତ୍ତକ ଭିତରେ ନାରାୟଣ ବାବୁଙ୍କ ମନରେ ବିଷାଦର ଆଲୋଡନ ତରଙ୍ଗ ସୃଷ୍ଟି କଲା।ବ୍ୟସ୍ତ ଵିବ୍ରତକୁ ନିଜ ଅନ୍ତର ଠାରୁ ବହୁ ଦୂରରେ ରଖି ସେ ସହନଶୀଳତାର ଗାଲିଚାରେ ବସି ଅପେକ୍ଷା କଲେ ଝିଅ ଅନନ୍ୟାର ରୁକ୍ଷ ଟିପ୍ପଣୀର ପ୍ରୀତି ପୂର୍ଣ୍ଣ ବ୍ୟାଖ୍ୟା ସ୍ପର୍ଶକୁ।   ସେଦିନ ଅନନ୍ୟାର ଷ୍ଟଡି ରୁମ୍ ରେ ନାରାୟଣ ବାବୁ ପଚାରୁଥିଲେ ସାହିତ୍ୟର କେଇଟା ପ୍ରଶ୍ନ।ଅଯତ୍ନବାନ ବେପରୁଆ ଭଳି ପଚରା ପ୍ରଶ୍ନର ଉତ୍ତର ନ ଦେଇ ଫି କିନା ହସିଦେଲା ଅନନ୍ୟା।ଝିଅର ଏଭଳି ବ୍ୟବହାରକୁ ସେ ଆଦୌ ଗ୍ରହଣ କରିପାରିଲେ ନାହିଁ,କାରଣ ଏଭଳି ବ୍ୟବହାର ସେ କେବେ ଝିଅଠାରୁ ପାଇନାହାନ୍ତି କି ଆଶା ବି କରିନାହାଁନ୍ତି।ଶୃଙ୍ଖଳା ଓ ସଂସ୍କାରକୁ ଭଲ ପାଉଥିବା ଏ ମଣିଷ ଝିଅ ଉପରେ ବହୁତ ରାଗିଲେ,ପ୍ରବଳ ବର୍ଷିଲେ।ଏ ଗାଳି ବର୍ଷଣ ବି ଝିଅ ଉପରେ କେବେ ପଡି ନ ଥିଲା ଏପରିକି ଅଦିନ ଝଡ଼ ପରି ଏ ଝଡ଼କୁ ସେ କେବେ ବି ଚାହିଁ ନ...
Image

କାହାଣୀ

👉_*ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ*_👈 _*👉" ମେଟାମର୍ଫୋସିସ -କାୟା ପରିବର୍ତ୍ତନ "👈*_ *ତାରିଖ : ୨୯/୦୧/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ଜୀବନର ଅପରାହ୍ନରେ ଉପନୀତ ସରିତା। ସ୍ୱାମୀଙ୍କ ଜୋତା ପଲିସ୍ କରିବା, ଟାଇର ନଟ୍ କରିବା, ଛୁଆଙ୍କ ୟୁନିଫର୍ମ ସଫା କରି ଇସ୍ତ୍ରୀ କରିବା, ଶାଶୁଙ୍କ ପାଇଁ ସମୟ ଅନୁଯାୟୀ ଔଷଧ ଦେବା ଭିତରେ କେତେବେଳେ ସେ ୪୦ଟି ବସନ୍ତ ପାର କରିସାରିଲାଣି ଜାଣି ପାରିଲାନି।     ଅନ୍ୟକୁ ଖୁସି ଦେବାପାଇଁ ସର୍ବଦା ବ୍ୟଗ୍ର ଥିବା ସରିତାକୁ ଏସବୁ ଆଉ ଖୁସି ଦେଇପାରୁନି। ପିଲାଦିଟା ସ୍କୁଲ ପାଠପଢା ସାରି ହଷ୍ଟେଲରେ ରହି ଆଗକୁ ପଢୁଛନ୍ତି। ତା ମନଭିତରେ ଲୁଚିଥିବା ଆଶାଟି ପୁଣି ଥରେ ଖଣ୍ଡି ଉଡ଼ା ଦେଲାଣି।      ଏବର୍ଷ ଅସହ୍ୟ ଗରମ। ତେଣୁ ସରିତା ସ୍ୱାମୀ ଅଫିସରୁ ଫେରିଲାବେଳକୁ ନାନା ପ୍ରକାର ଥଣ୍ଡା ପାନୀୟ 'ୟୁ ଟ୍ୟୁବ' ଦେଖି ବନେଇ ରଖୁଛି। ଆଜି ସେ ପୋଦିନା ଓ ଧନିଆ ପତ୍ରର ଏକ ସର୍ବତ ତିଆରି କରିଛି। ସେଥିରେ ଜିରାକୁ ଭାଜି ଗୁଣ୍ଡ କରି ପକେଇଛି। ତା ସହିତ ସର୍ବତଟିକୁ ଆହୁରି ଆକର୍ଷଣୀୟ କରିବା ପାଇଁ ନାଲି ରଙ୍ଗର ଅର୍ଗାନିକ ଫୁଡ଼ କଲର୍ ମିଶେଇଛି। ଏହି ଫୁଡ଼ କଲର୍ ସେ ବିଟ୍ ରୁଟ୍ କୁ ଛୋଟ ଛୋଟ କାଟି ତାକୁ ଶିଝେଇ ଖରାରେ ଶୁଖେଇ ଗ୍ରାଇଣ୍ଡିଙ୍ଗ କରି ବନେଇଛି। ସର୍ବତଟି ରୋଜ୍ ସିରପ୍...

କାହାଣୀ 28/01/2020

👉_*ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ*_👈              _*👉" ପିକନିକ ରେ ପ୍ରଭୁ "👈*_ *ତାରିଖ : ୨୮/୦୧/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ କୁହୁଡ଼ି ଭିତରୁ ଧାରେ ଆଲୁଅ ପରି ବାଟଟିଏ ଲମ୍ବି ଆସିଛି ସୁନାଯୋଡ଼ିକୁ ଗଉଡ଼ ଗୁଡ଼ାରୁ, ସେଇ ବାଟରେ ଆଜି ମାଣିକ ଆସିଲା… ସବୁଦିନେ ସେ ସେମିତି ଆସେ, ସକାଳେ ସକାଳେ, କ୍ଷୀର ନେଇକି । ସେଦିନ ସେତେବେଳେ କିନ୍ତୁ ସେ ଭାରି ଖୁସି ଲାଗୁଥିଲା । କାଲି ଆସିନଥିଲା । କିଛି କହିବ କହିବ ହେଉଛି… ମୁଁ ପଚାରିଲି “କ’ଣ ମାଣିକ କାଲି ପରବ ଥିଲା କି, ନା କୁଣିଆ ଆସିଥିଲେ? ରହିଗଲୁ?..” “ପରବ କହ… କାଲି ମୋ ଗାଆଁରେ ପରବ ପରା ଲାଗୁଥିଲା । କୁଣିଆ କି ନାଇଁ କହି ପାରୁନି, ବଣଭୋଜି କରିବାକୁ ଆସିଥିଲେ ସେମାନେ । ଗୋଟେ ଝିଅ ତାଙ୍କର ଭଉଣୀ, ଗୋରାଟା ବଡ଼ ଭାଇ ଆଉ ଗୋଟେ ହିରୋ ପରି କାଳିଆ ଟୋକାଟିଏ । ଆଉରି କେତେ ଲୋକ ଆସିଥିଲେ ସାଙ୍ଗରେ । ଏ ତିନିଟା କିନ୍ତୁ ଆଗରେ ଥିଲେ । ଆମ ଗାଆଁର ସବୁ କ୍ଷୀର କିଣିକି ନେଲେ, କ୍ଷୀରି ରାନ୍ଧିଲେ । ଆମ ସମସ୍ତଙ୍କ ପାଇଁ… ମିଶିକି ଖାଇଲୁ । ତା’ପରେ ସେ କାଳିଆ ପିଲାଟା ଏତେ ସୁନ୍ଦର ବଇଁଶି ବଜେଇଲା, ତା’ଭାଇ ବାଇଦ ମାରିଲା ଆଉ ଝିଅଟି ଗାଇଲା… ଏ ସବୁ ଆସିଥିବା ଲୋକମାନେ ନାଚିଲେ । ଆମେ ବି ନାଚିଲୁ… ଢେମସା, କାଠି ନାଚ, ଆଉରି କେତେ କଅ...

ଆଜି ର କାହାଣୀ

👉_*ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ*_👈              _*👉" ଅଭୁଲା ସ୍ମୃତି "👈*_ *ତାରିଖ : ୨୭/୦୧/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ମା'ରେ ଆଜି ଭୂବନେଶ୍ଵର ଯିବା,ତୁ ଶିଘ୍ର ବାହାର । ଆମେ ତତେ ତଳେ ଅପେକ୍ଷା କରିଛୁ କହି ସୁଲୋଚନା ଦେବୀ ବାହାରି ଗଲେ । ସ୍ମିତା ସେମିତି ବସି ରହିଥିଲେ ଖଟ ଉପରେ । ତାଙ୍କର ମନେ ଅଛି ଆଜି ଅଭିଙ୍କୁ ରାଜ୍ୟପାଳ ସମ୍ମାନିତ କରିବେ । ହେଲେ ଅଭିଙ୍କ ପୁରସ୍କାର ଗ୍ରହଣ କରିବ ସ୍ମିତା । କିନ୍ତୁ ଅଭି ଏବେ ବି ତାଙ୍କ କଥା ସବୁ ସ୍ମୃତି ହେଇ ତା ହୃଦୟରେ ସାଇତା ହେଇଅଛି । ସେଦିନର ଘଟଣା...। “ଭାଉଜ,ଭାଉଜ.....ଜଲ୍ଦି ଆସ । ଅଭି ଭାଇର ଫୋନ ଆସିଛି” - ରିନିର ଡାକରେ ସବୁ କାମ ଛାଡି ସ୍ମିତା ଦଉଡିଲେ ଉପର ଘରକୁ । କେଜାଣି କୋଉ ଦିନରୁ ସେ ଅପେକ୍ଷା କରିଥିଲେ ଏ ମୁହୁର୍ତ୍ତକୁ । ରିନିଙ୍କ ହାତରୁ ଫୋନ୍ ନେଇ କହିଲେ- ହେଲୋ ..। ବାସ୍ ଆଖିରେ ଜକେଇ ଆସିଲା କେଇ ଟୋପା ଲୁହ । ସେପଟୁ ଶୁଭିଲା ଅଭିଙ୍କ କଣ୍ଠ ସ୍ଵର । କେମିତି ଅଛ ସ୍ମିତା?ଖୁବ୍ ଛୋଟ ଉତ୍ତର ଦେଇଥିଲା ସେ ଭଲ ଅଛି । ଆଉ ତମେ?ହଁ ଭଲ । ତମକୁ ଜଣେଇବାକୁ ଫୋନ୍ କରିଥିଲି ଯେ ମୋର ଛୁଟି ମଞ୍ଜୁର ହେଇଯାଇଛି । ମୁଁ ଆଉ ଚାରି ଦିନ ପରେ ଗାଁକୁ ଆସୁଛି । ସ୍ମିତା କିଛି କହିପାରିଲେନି । ସତେ ଯେମିତି ସ୍ଵର୍ଗର ପାରିଜା...

26 ଜାନୁୟାରୀ

Image

26 jan Republic Day

Image