କାହାଣୀ
🌼 *ଗପ ଟିଏ... 🌛ଜହ୍ନମାମୁଁ ପୃଷ୍ଠାରୁ* 🌼 💥 *କୁତର୍କର ଲାଭ* 💥 ରାଜା ବିକ୍ରମସେନଙ୍କ ମହାମନ୍ତ୍ରୀ ଚତୁରସେନ ଥିଲେ । ରାଜ୍ୟର ସମସ୍ତ କାର୍ଯ୍ୟ ପାଇଁ ସେ ସଦା ସର୍ବଦା ତାଙ୍କ ସହିତ ଆଲୋଚନା କରନ୍ତି, ତାଙ୍କର ପରାମର୍ଶ ବି ସେ ଗ୍ରହଣ କରନ୍ତି । ଏଣେ ଚତୁରସେନଙ୍କ ପାଖରେ ଦଶଜଣ ମନ୍ତ୍ରୀ ରାଜ୍ୟର ଭଲମନ୍ଦ ଉପରେ ଆଲୋଚନା କରନ୍ତି । ତେଣୁ ରାଜାଙ୍କୁ କୌଣସି ପ୍ରସ୍ତାବ ଦେବା ପୂର୍ବରୁ ମହାମନ୍ତ୍ରୀ ଅନ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ଯାହା ସ୍ଥିର କରନ୍ତି ତାଙ୍କୁ ଯାଇ କୁହନ୍ତି । ମନ୍ତ୍ରୀମାନଙ୍କ ମଧ୍ୟରେ ଶଚୀନ୍ଦ୍ର ନାମକ ଜଣେ ମନ୍ତ୍ରୀ ଥା’ନ୍ତି, ସେ ଟିକିଏ ଜିଦ୍ଖୋର ସ୍ୱଭାବର । କୌଣସି କଥାରେ ଅନ୍ୟ ମନ୍ତ୍ରୀମାନେ ଯାହା କହିବେ ସେ ସବୁବେଳେ ସେକଥାର ବିପରୀତ କଥାଟିହିଁ କହି ବସିବେ । କିନ୍ତୁ ଏପରି ବ୍ୟକ୍ତିଙ୍କର ଉପସ୍ଥିତି ମହାମନ୍ତ୍ରୀଙ୍କର ଆବଶ୍ୟକ ଥିବାରୁ, ସେ ତାଙ୍କ କଥା ସହି ଯାଉଥିଲେ । ତଥାପି ଶଚୀନ୍ଦ୍ର ମଧ୍ୟେ ମଧ୍ୟେ ରାଜାଙ୍କୁ ଯାଇ କହୁଥିଲେ କି ଅନ୍ୟମାନେ ତାଙ୍କ କଥା ଶୁଣନ୍ତି ନାହିଁ । ରାଜା ତାଙ୍କୁ ବୁଝାଇ କହନ୍ତି, “ମହାମନ୍ତ୍ରୀଙ୍କ କଥା ଉପରେ ମୋର ପୁରା ବିଶ୍ୱାସ ରହିଛି । ସେ ବହୁମତ ଉପରେ ନିର୍ଭର କରନ୍ତି । ତୁମର ପ୍ରସ୍ତାବ ଗୁଡିକ ହୁଏତ ଲୋକମାନଙ୍କର ପସନ୍ଦ ଆସିବ ନାହିଁ ବା କିଛି ଭୁଲ୍ ଥିବ ବୋଲି ସେ ଗ୍ରହଣ କରନ୍ତି ନା...