୧୫ ଅଗଷ୍ଟ ୨୦୨୦ କାହାଣୀ
🦚 *ଗପ ଟିଏ... 🌛ଜହ୍ନମାମୁଁ ପୃଷ୍ଠାରୁ* 🦚 ♦️ *ଶ୍ରମଚୋର* ♦️ ମଣିରାମ ଗୁପ୍ତା ନାମରେ ଜଣେ ବ୍ୟବସାୟୀ ମଧୁର ନଗରୀରେ ଥା’ନ୍ତି । ତାଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ଅନେକ ଲୋକ ଚାକିରୀ କରିଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ବସି ବସି ଗପ କରି ଅଯଥାରେ ସମୟ କଟାନ୍ତି । ନିଜର ଦାଇତ୍ତ୍ଵରେ ଥିବା କାମ ଭଲ ଭାବରେ କରିପାରନ୍ତି ନାହିଁ । ମଣିଗୁପ୍ତ ମଝିରେ ମଝିରେ ସେମାନଙ୍କ ଉପରେ ରାଗନ୍ତି । ସେମାନଙ୍କ ମଧ୍ୟରେ ଜଣେ ଥା’ନ୍ତି ତାଙ୍କ ନାମ ଦିଲ୍ଲୀପ । ସେ ଶିକ୍ଷିତ ଓ ଭଦ୍ର ଯେଉଁମାନେ ଅଳସୁଆ ହୋଇ କାମ ପକାଇ ରଖନ୍ତି ତାଙ୍କ କାମ ସେ ନୀରବରେ କରିଦିଅନ୍ତି । ତେଣୁ ଅନ୍ୟମାନେ ଅଧିକ ସମୟ ନଷ୍ଟ କରିବାକୁ ପ୍ରଶ୍ରୟ ପାଆନ୍ତି । ଦିନେ ମଣିଗୁପ୍ତ ସମସ୍ତ କର୍ମଚାରୀଙ୍କୁ ଡାକି କହିଲେ, “ଏଥର ଯେଉଁମାନେ ଅଳସୁଆ ବୋଲି ପ୍ରମାଣିତ ହେବେ ତାଙ୍କୁ ଦଣ୍ଡ ଦିଆଯିବ । ମୁଁ ନିଜେ ଆସି ଏ ବିଷୟରେ ନିର୍ଣ୍ଣୟ କରିବି ।” ମଣିରାମଙ୍କ ଚେତାବନୀ ଯୋଗୁଁ ଅନେକ କର୍ମଚାରୀ ନିଜ ନିଜ କାମ ବଡ ତତ୍ପରତାର ସହିତ କଲେ । କିନ୍ତୁ ଅତ୍ୟନ୍ତ ଅଳସୁଆ କେତେଜଣ ତଥାପି ମଧ୍ୟ ଗପ କରି ସମୟ ବିତାଇଲେ । ଦିଲ୍ଲୀପ ସେମାନଙ୍କ କାମ କରିଦିଅନ୍ତି । କିଛିଦିନ ପରେ ମଣିରାମ ପୁଣି କାମ ଦେଖିବାକୁ ଆସି ସମସ୍ତ କର୍ମଚାରୀଙ୍କୁ ଏକାଠି କରି କହିଲେ, “ମୁଁ ଯାହା ଦେଖୁଛି ଶ୍ରମଚୋର ହେଉଛନ୍ତି ଦିଲ୍ଲୀପ...
Comments
Post a Comment