Popular posts from this blog
୧୪ ଅଗଷ୍ଟ ୨୦୨୦ କାହାଣୀ
_*💖ଗପ ଟିଏ...🌙ଜହ୍ନ ମାମୁଁ ପୃଷ୍ଠାରୁ 💖*_ _*💥 ଦସ୍ୟୁ ରାଜକୁମାର 💥*_ *ସେନାପତି ବୀରସିଂହ ସୁମେଧ ରାଜ୍ୟ ମାଡି ବସିଛି । ପ୍ରଜାବତ୍ସଳ ରାଜା ଶାନ୍ତିଦେବଙ୍କର କ’ଣ ହେଲା, ସେକଥା କେହି ବି ଜାଣନ୍ତି ନାହିଁ । ବସନ୍ତ ନାମକ ଜଣେ ଯୁବକ ରାଜାଙ୍କ ପାଖରେ ସେ ପ୍ରଶ୍ନ ଉଠାଇବା ମାତ୍ରେ ସେ ବନ୍ଦୀ ହେଲା । ବୃଦ୍ଧ ମନ୍ତ୍ରୀ ବୀରସିଂହକୁ ରାଜା ବୋଲି ସ୍ୱୀକାର କରିବାକୁ ଅନିଚ୍ଛୁକ ହେବାରୁ ବୀରସିଂହ ତାକୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କଲା, କିନ୍ତୁ ଜଣେ ରହସ୍ୟମୟ ବ୍ୟକ୍ତି ପହଁଚିଯାଇ ମନ୍ତ୍ରୀଙ୍କୁ ରକ୍ଷା କଲେ । ତା’ପରେ…* *କଟୁଆଳ ଅଣନିଃଶ୍ୱାସୀ ହୋଇ ବୀରସିଂହ ଆଗରେ ପହଁଚି କହିଲା “ମହାରାଜ! ଗୋଟାଏ ଅଦ୍ଭୁତ ଘଟଣା ଘଟିଗଲା ।”* *ସେତେବେଳେ ତ ପ୍ରଭାତ । ସତ ରାଜା ଶାନ୍ତିଦେବଙ୍କ ଠାଣି ଅନୁକରଣ କରି ବୀରସିଂହ ରାଜପ୍ରସାଦ-ସଂଲଗ୍ନ ଉଦ୍ୟାନରେ ପଦଚାରଣ କରୁଥାଏ । ଅବଶ୍ୟ ସେ ଯେ ଶାନ୍ତିଦେବଙ୍କ ଭଳି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲା, ସେକଥା କହି ହେବନାହିଁ । କାରଣ ଶାନ୍ତିଦେବଙ୍କ ମନ ତ ସର୍ବଦା ନିର୍ମଳ ଥାଏ । ତେଣୁ ସେ ପ୍ରାକୃତିକ ଦୃଶ୍ୟ ଦେଖି ମୁଗ୍ଧ ହେଉଥାନ୍ତି । ମାତ୍ର ବୀରସିଂହ ମନରେ ସଦା ସର୍ବଦା ଭୟ ଭରି ରହିଥାଏ । ପ୍ରକୃତିକୁ ଟିକେ ଭଲ ପାଇବା ତ ଦୂରର କଥା, ନିଜ ସ୍ୱାର୍ଥ ଛଡା ସ...
Comments
Post a Comment