🌸 *ଗପ ଟିଏ... 🌛ଜହ୍ନମାମୁଁ ପୃଷ୍ଠାରୁ* 🌸 🟤 *ଉତ୍ତରାଧିକାରୀ* 🟤 ନିଶା ଗରଜୁଥାଏ । ତେଣେ ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟବି ଶୁଭୁଥାଏ । ଭୟାଭହ ମୁହଁଟିମାନ ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ ସେ ନିଜ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ହେ ରାଜନ୍, ଗୋଟିଏ ରାଜ୍ୟର ରାଜା ହେବାର ସୁଖ ତୁମେ ଭୋଗ କରି ସାରିଲଣି, ତଥାପି ତୁମେ କେଉଁ ସୁଖର ସନ୍ଧାନରେ ଏତେ ରାତିରେ ଏତେ କଷ୍ଟ କାମ କରୁଛ? କିମ୍ବା ଏକ ଅତିପ୍ରିୟ ଓ ଅଲୌକିକ ଶକ୍ତିପ୍ରାପ୍ତ କରି ତୁମେ ଚିରଯୁବକ ହେବାକୁ ଚାହୁଁଛ? ଯଦି ସେପରି କିଛି ଭାବୁଛ, ତେବେ ଶୁଣ, ଅଲୌକିକଶକ୍ତି ସହିତ ମାନବ ସ୍ୱଭାବ ବେଶି ସମୟ ରହିପାରେ ନାହିଁ, ତେଣୁ ଉଦ୍ଧେଶ୍ୟ ବିଫଳ ହୋଇଯାଏ । ଉଦାହରଣ ସ୍ୱରୂପ ମୁଁ ଅନନ୍ତବର୍ମା ନାମକ ରାଜାଙ୍କ ବିଷୟରେ କହୁଛି, ମନଦେଇ ତୁମେ ତାହା ଶୁଣ । ଫଳରେ ଶ୍ରମଭାର ଲାଘବ ହେବ ।” ତା’ପରେ ସେ ବ...
Comments
Post a Comment