Posts

Showing posts from February, 2020

29-02-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈               _*👉" ସେଇ ଗାମୁଛା "👈*_ *ତାରିଖ : ୨୯/୦୨/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ମଇଁ ମାସର ଉତ୍ତପ୍ତ ଖରାଟା ସତେ ଯେମିତି ବ୍ୟଙ୍ଗ ବିଦ୍ରୁପ କରି ଠୋ ଠୋ ହସି ତାଚ୍ଛଲ୍ୟ କରୁଥାଏ ବିକାଶ ବାବୁଙ୍କୁ । ଏସି ଚାମ୍ବରରେ ଥାଇ ବି କାହିଁକି କେଜାଣି ଶରୀରର ଘର୍ମ ବିନ୍ଦୁ ଗୁଡାକ ଟପ୍ ଟପ୍ ବୋହିଯାଉଥାଏ ଆଖିକୁ ପର କରି । ଆଜି ଏଇ ଅଫିସରେ ତାଙ୍କର ଅନ୍ତିମ ଦିନର କାର୍ଯ୍ୟ । ଦୀର୍ଘ ପନ୍ଦର ବର୍ଷର ମମତା ଯୋଡି ହୋଇଥିଲା ଏ ଅନୁଷ୍ଠାନ ଓ କର୍ମଚାରୀଙ୍କ ସହ । ଗାଡି ବି ଠିକ୍ କରାଯାଇଛି ଆଜି ଅଫିସ ପରେ ପୁରୁଣା ସମ୍ପର୍କ ଯୋଡ଼ା ଜିନିଷ କେଇଟାକୁ ଧରି ଚାଲିଯିବେ ସେ ଶ୍ରୀକ୍ଷେତ୍ର ପୁରୀ ଧାମ ନିକଟସ୍ଥ ତା ନୂତନ ଅଫିସ୍ ନିକଟରେ ଠିକ୍ କରାଯାଇଥିବା ଭଡା ଘରକୁ । ଅନ୍ତିମ ପ୍ରହରରେ ଆଖିରୁ କେଇଟୋପା ଲୁହ ଝରାଇ ସାଥୀମାନଙ୍କୁ ଆଲିଙ୍ଗନ କରି ଆଉ ସେହି ଅଫିସକୁ ଆଖି ବୁଜି ପ୍ରଣାମ ଜଣାଇ ଏକ ନିଃଶ୍ଵାସରେ ଆସି ପହଁଚିଗଲେ ନିଜ କ୍ବାର୍ଟରରେ ।    ଅନୀମା, ସବୁ କିଛି ପ୍ୟାକିଙ୍ଗ ସରିଛି କି ? ର ଉତ୍ତର ପତ୍ନୀଠୁ ହଁ,ଯେଉଁ ସବୁ ଅତି ପୁରୁଣା ଆଉ ଦରକାର ପଡିବନି ସେସବୁ ଫିଙ୍ଗି ଦେଇ ବାକି ସବୁ ପ୍ୟାକିଙ୍ଗ କରିଛି ଶୁଣି ଖୁସି ହୋଇଗଲେ ସେ।ଅନୀମା ସ୍ୱହସ...

27-02-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈               _*👉" ଷ୍ଟୁଲ୍ "👈*_ *ତାରିଖ : ୨୭/୦୨/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ମୋ କଲେଜ ପଢିବାବେଳର ସବୁଠୁ ଭଲ ସାଙ୍ଗ ଥିଲା ମୋ ନନାଙ୍କ ଅଫିସରଙ୍କ ଝିଅ୤ ଦୁହେଁ ମିଶିକରି କଲେଜ, ଟ୍ୟୁସନ ଯିବା ବ୍ୟତୀତ ଜଣେ ଦୁଇଜଣଙ୍କ ଘରେ ମିଶି ପଢ଼ାପଢ଼ି କରୁ। ଏହି ହେତୁ ତାଙ୍କ ଘରେ ଥାଏ ମୋର ଅବାଧ ପ୍ରବେଶ। ସାଙ୍ଗର ପରିବାର କହିଲେ ତା ବାପା, ମା ଓ ବଡ଼ଭଉଣୀ। ମଉସା (ତା ବାପା)ଙ୍କୁ ମୁଁ କେବେ ଘରେ ଦେଖେନି। ମାଉସୀ, ଦିଦି ଭାରି ଆଦର କରନ୍ତି ଘରକୁ ଗଲେ। ପର୍ବପର୍ବାଣୀରେ ମାଉସୀ ପିଠାପଣା କରି ଡକେଇ ପଠାନ୍ତି ଘରକୁ। ଗଲେ ମା ଝିଅ ତିନିହେଁ ବଳେଇ ବଳେଇ ଖୁଆନ୍ତି ମଧ୍ୟ୤ ଘରର ଜଣେ ଭଳି ବ୍ୟବହାର ଦେଖାନ୍ତି। ଥରେ ରଜରେ ଡାକିଥାନ୍ତି ମତେ ମଧ୍ୟାହ୍ନ ଭୋଜନ ପାଇଁ। ଟିକେ ଡେରିରେ ପହଞ୍ଚିଲି। ମୋ ସାଙ୍ଗ କବାଟ ଖୋଲିଲା ବେଳୁ ଅଭିଯୋଗ କରିବା ଆରମ୍ଭ କରିଦେଲା ଡେରି ପାଇଁ। ଡାକିନେଲା ସିଧା ଡାଇନିଙ୍ଗ୍ ଟେବୁଲକୁ। ପ୍ରଥମ ଥର ପାଇଁ ମଉସାଙ୍କୁ ଘରେ ଦେଖିଲି। ସମସ୍ତେ ବସି ଖାଇବା ଆରମ୍ଭ କଲୁ। ଭଳିକି ଭଳି ଏକକୁ ଆରେକ ସୁଆଦିଆ ବ୍ୟଞ୍ଜନ। ତା ସାଙ୍ଗରେ ସାଙ୍ଗ ଓ ତା ଦିଦିଙ୍କର ଥଟ୍ଟା ପରିହାସ କଥା। ଖାଲି ମଉସାଙ୍କୁ ଛାଡ଼ିଦେଲେ ଆଉ ସବୁ ହସଖୁସିରେ ଭୋଳ। ଖିଆପିଆ ...

26-02-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈               _*👉" ଗପ କହୁନି "👈*_ *ତାରିଖ : ୨୬/୦୨/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ଯେତେବେଳେ ଭଗବାନଙ୍କ ଉପରୁ ଭକ୍ତର ଭରଷା ତୁଟେ, ସେତେବେଳେ ଭଗବାନ ନିଜେ ଚମତ୍କାରିତା ଦେଖାନ୍ତି । ଏଇ ଯେମିତି.... ଉତ୍ତର ପ୍ରଦେଶର ଗୈାତମ ବୁଦ୍ଧ ନଗର ଅଞ୍ଚଳର ଦାଦରି ଗ୍ରାମରେ, ଜମିଦାର କୃଷ୍ଣ ପ୍ରସାଦ ଯାଦବ ଯେତେବେଳେ ଜୀବନର ଅନ୍ତିମ ପକ୍ଷରେ ବିଛଣାରେ ପଡିରହି ଶେଷ ନିଶ୍ବାସ ନେଉଥିଲେ, ସେତେବେଳେ ଗୋଡପାଖେ ବସି ତାଙ୍କ ପାଦ ଆଉଁସୁଥିବା ହରିପ୍ରସାଦଙ୍କୁ ପାଖକୁ ଡାକି କହିଲେ... ହରି... ମୋ ପାଖକୁ ଟିକେ ଆସ, ତମେ ମତେ ଅନେକଥର ପଚାରିଛ ! କିଏ ତମେ, କଣ ତମ ପରଚୟ, କୋଉଠି ତୁମ ଘର । କିନ୍ତୁ ଆଜି ଜୀବନର ଶେଷ ପାହାଚରେ ପହଞ୍ଚିବା ପରେ, ମୁଁ ଅନୁଭବ କରିପାରୁଛି ଯେ' ପୁତ୍ର ମୋହରେ ଅନ୍ଧ ହେଇ ତମଠୁ ତୁମର ପରିଚୟକୁ ଲୁଚାଇ ମୁଁ ହୁଏତ ଭୁଲ୍ କରିଛି । ହେଲେ ଆଜି ମୋ ପାଖରେ ଆଉ ସମୟ ନାହିଁ, ମୃତ୍ୟୁ ମତେ ହାତଠାରି ଡାକିଲାଣି, ମରିବା ପୂର୍ବରୁ ତମକୁ ସବୁକିଛି କହିଦବାକୁ ଚାହୁଁଛି । ଏହାଶୁଣି ହରିପ୍ରସାଦ ବିଚଳିତ ହେଇ କହିଲା, କୁହନ୍ତୁ ! କୁହନ୍ତୁ ବାବୁଜୀ ! କୁହନ୍ତୁ...କିଏ କିଏ ମୁଁ ? କ'ଣ ମୋ ପରିଚୟ ? କୁହନ୍ତୁ ବାବୁଜୀ ! କୁହନ୍ତୁ ! ଧିରେଧିରେ କୃଷ୍ଣ ...

25-10-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈       _*👉" ସ୍ତ୍ରୀ ହଜିଗଲା ବାଲି ଯାତ୍ରାରେ "👈*_ *ତାରିଖ : ୨୫/୦୨/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ “କେମିତି ଭୁଲିବି ସେ ଅଭୁଲା ଦିନ , ତୋ ହୃଦୟରେ ଥିଲା ଦିନେ ମୋ ପାଇଁ ପ୍ରେମ ” । ଆଜିବି ମନେଥିଲା ବର୍ଷାର ସେ ଦିନ । ସେ ଦିନ କଲେଜ୍‌ କ୍ୟାଣ୍ଟିନ୍‌ରେ କେମିତି ଆଶିଷ ଗୋଟେ ଆଣ୍ଠୁରେ ଆଣ୍ଠେଇ ପ୍ରପୋଜ୍‌ କରିଥିଲା ତାକୁ । ଆଉ ସେ ଦିନ ସେ କେମିତି ଭୁଲିବ, ଯେଉଁ ଦିନ ତାକୁ ବାହା ହେବ ବୋଲି ଆଶିଷ ନିଜ ବାପା ମା’ଙ୍କ ସହ ଝଗଡ଼ା କରି ପକେଇ ଥିଲା । ଆଶିଷ ଗଉଡ଼ ଘର ପୁଅ ଓ ବର୍ଷା ତନ୍ତୀ ଘର ଝିଅ , ସେଥି ପାଇଁ । ବର୍ଷା ମଧ୍ୟ ତା’ ମା ବାପାଙ୍କ ସହ କିଛି କମ୍‌ ଲଢେଇ କରି ନ ଥିଲା ଲଭ୍‌ ମ୍ୟାରେଜ୍‌ ପାଇଁ । ସେ ଯାହା ହେଉ, ବାହାଘର ହୋଇଗଲା ଓ ନୂତନ ଦମ୍ପତ୍ତି ଭାବେ ଆଶିଷ-ବର୍ଷା ସଂସାର ଆରମ୍ଭ କଲେ, ହେଲେ ମା, ବାପାଙ୍କ ଆଶୀର୍ବାଦ ବିନା । ବାହାଘର ଆଗରୁ ଅନେକ ଥର ଆଶିଷ ବର୍ଷାକୁ କହିଛି “ତୋ ହାତ ଧରି ଚାଲିବି ମୁଁ ଜୀବନ ସାରା, ଚଲା ବାଟେ ଆସୁ ଛାଇ , ଆସୁ ବା ଖରା । ହେଲେ କହିବା ସହଜ ହେଲେ କରିବା କଷ୍ଟ । ୟୁ ଟ୍ୟୁବ୍‌ ରୁ ନୂଆ ନୂଆ ରାନ୍ଧିବା ପ୍ରଣାଳୀ ଦେଖି ନୂଆ ନୂଆ ଖାଦ୍ୟ ବନେଇ ଆଶିଷକୁ ଖୋଇବାକୁ ଭାରି ଭଲ ପାଏ ବର୍ଷା । ଦିନେ ଏମିତି ମୋବାଇଲ ଦେଖି ରାନ୍ଧୁ ରାନ୍ଧୁ...

24-02-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈                _*👉" ଘର କେଉଁଠି "👈*_ *ତାରିଖ : ୨୪/୦୨/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ତା ଝିଅ ସୋନୁ ସ୍କୁଲ୍‌ରୁ ଆସିବାକୁ ଆଉ କିଛି ସମୟ ବାକି ଅଛି । ଗଲାବେଳେ କହିଥିଲା ସ୍କୁଲ୍‌ର ବାର୍ଷିକ ଉତ୍ସବ ପାଇଁ ହେଉଥିବା ନାଚ କାର୍ଯ୍ୟକ୍ରମର ପ୍ରାକ୍‌ଟିସ୍‌ ପାଇଁ ଟିକେ ଡେରିରେ ଆସିବ । ଖଟ ବାଡ଼ରେ ତକିଆଟା ରଖି ପିଠିକୁ ଆଉଜାଇ ଦେଇ ସେ ବହି ପଢ଼ାରେ ମନ ନିବେଶ କଲା । ରବିନ୍‌ ଶର୍ମାଙ୍କ ବହି “ଦି ମଙ୍କ୍‌ ହୁ ସୋଲ୍‌ଡ଼ ହିଜ୍‌ ଫେରାରି” ବହିଟା ଆଉଥରେ ପଢିବା ଆରମ୍ଭ କରିଛି ଅଲିଭା । ଲେଖକଙ୍କ ଭାବନା ସହ ତା ଭାବନା ଖୁବ୍‌ ମେଳ ଖାଏ । ଜିନିଷଟି ନ ପାଇବା ପରେ ମଣିଷ ହାରିଯାଇ ସେଥିରୁ ସନ୍ୟାସ ନେବା ପରିବର୍ତ୍ତେ, ସବୁ ପାଇସାରିବା ପରେ ସେ ସବୁରୁ ଅନାସକ୍ତ ରହିବାଟା ହିଁ ପ୍ରକୃତ ତ୍ୟାଗ । ସେ ହିଁ ଯୋଗୀ ଯିଏ ଏତେ ପ୍ରାଚୁର୍ଯ୍ୟକୁ ଆଡେଇ ଦେଇ, ନିଜ ସହ, ଭଗବାନଙ୍କ ସହ ସହଜରେ ସଂଯୋଗ ହୋଇପାରେ । ଫୋନ୍‌ଟିଏ ଆସିବା ଶବ୍ଦରେ ସମ୍ବିତ ପାଇଲା ଅଲିଭା । ” ନମସ୍କାର ମାଡାମ୍‌, ଖବର କାଗଜରେ ବାହାରିଥିବା ଆପଣଙ୍କ ଲେଖାଟି ଖୁବ ଉଚ୍ଚ କୋଟିର ହୋଇଛି । ଆପଣ ଏମିତି ଆପଣଙ୍କ ଲେଖନି ମାଧ୍ୟମରେ ସମାଜକୁ, ନାରୀ ଜାତିର ସମ୍ମାନ ଓ ଉତ୍‌ଥାନ ପାଇଁ ପ୍ରେରଣା ...

23-02-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈        _*👉" ରଙ୍ଗେଇନାନୀର ଅଭିଶାପ "👈*_ *ତାରିଖ : ୨୩/୦୨/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ " ଆରେ ହେ, କୋଉ ଲକ୍ଷ୍ମୀଛଡ଼ା, ନିଅଂଶିଆକୁ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ଯେ-ସିଏ ମୋଅରି ବାଡ଼ିରୁ କାକୁଡ଼ି ଚୋରେଇବାକୁ ସାହସ କଲା ! ତୋଳିଲା ବେଳକୁ ଭଲା ତା' ହାତ ଛିଡ଼ି ପଡ଼ିଲାନି କେମିତି ? ମଞ୍ଜିପୋତି କେଡ଼େ ଯତନରେ କାକୁଡ଼ି ଗଛଟା ବଢ଼େଇ ଥିଲି ବାଡ଼ିରେ। ମନାସିଥିଲି-ପହିଲି କଷିଟା ଠାକୁର ପାଖରେ ଭୋଗ ଲଗେଇବାକୁ । ଭଲା,କୋଉ ଡାହାଣୀଖିଆର ନଜର ପଡ଼ିଲା ତହିଁରେ , ଆଖି ତା'ର ଫୁଟି ନ  ଗଲା ଯାହା ; ମୋ'ରି ପରି ନିଆଶ୍ରୀ ନିରୀହା ତିରିଲାର ଦରବରେ ହାତ ମାରିଲା - ହେ ଦଇବ,ତୁ ତାକୁ ବୁଝିବୁ,ସାତବେଣ୍ଟି କରି ଲୋକହସା କରିବୁ । ତା' ସାତ ପୁରୁଷକୁ ନରକରେ ପକେଇବୁ । ମୋର ଯେତେ ରୋଗ ବ୍ୟାଧି ତାଆରି ଠେଇଁ ଫଳେଇବୁ....।"        ଇଏ ଆମ ଗାଆଁର ରଙ୍ଗେଇନାନୀ ।ଆଜି ପାଟିରେ ତା'ର ବାଟୁଳି ବାଜୁନି ।ଦାନ୍ତକୁ ରଗଡ଼ି ହାତକୁ ଝାଡ଼ି ପଣତକୁ ଉଡ଼େଇ ଉଡ଼େଇ ଦୁମୁଦୁମୁ ହୋଇ ଗାଁ ଦାଣ୍ଡରେ ମାଡ଼ି ଚାଲିଛି ଆଗକୁ ।ଶାଣଦେଲା କ୍ଷୁର ଭଳି ଧାର କଥାଗୁଡ଼ା,ସାଇ ଏ ମୁଣ୍ଡରୁ ସେ ମୁଣ୍ଡଯାଏ ଘୁରି ଘୁରି ଲୋକଙ୍କୁ ଶୁଣେଇ ଚାଲିଛି ଅନର୍ଗଳ । ପୁଣି ଭଗବାନଙ୍କୁ ସେ ...

21-02-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈              _*👉" ଶିବ ପୁରାଣ "👈*_ *ତାରିଖ : ୨୧/୦୨/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ମହାଶୂନ୍ୟରେ ପ୍ରଥମେ ଯେତେବେଳେ ବିଶ୍ୱର ଉଦ୍ଭବ ହେଲା, ସେତେବେଳେ ତାହା ଜଳମଗ୍ନ ଥିଲା । ଗଭୀର ଅନ୍ଧାର ତାକୁ ଘେରି ରହିଥାଏ । ସେତେବେଳେ ସେ ବିଶ୍ୱବ୍ୟାପି ଜୀବନର କ୍ଷୀଣତମ ପ୍ରମାଣ ମଧ୍ୟ ନ ଥାଏ । ଗଭୀର ଅନ୍ଧକାର ମଧ୍ୟରେ ନିମଦ୍ୱିତ ବିଶ୍ୱ ସମ୍ପୂର୍ଣ୍ଣ ନିର୍ଜୀବ ଥାଏ । ତେବେ ଜଡତା ଓ ଅନ୍ଧକାର ଭିତରେ ଚେତନା ଏବଂ ଆଲୋକ ଲୁଚି ରହିଥିଲା । କ୍ରମେ ତାହା ଏକ ଭାସ୍ୱର ଜ୍ୟୋତିସ୍ତମ୍ବରେ ପରିଣତ ହେଲା । ଏହା ଜ୍ୟୋତିର୍ଲିଙ୍ଗ ନାମରେ ବିଦିତ । (ଲିଙ୍ଗର ଅର୍ଥ ପ୍ରତୀକ) । ଏହା ପରମେଶ୍ୱରଙ୍କ ପ୍ରତୀକ ।                 ଏହି ପ୍ରତୀକର ମଧ୍ୟଭାଗରୁ ପରମେଶ୍ୱରୀ ବା ମହାଶକ୍ତିଙ୍କର ବିକାଶ ଘଟିଲା । ଏହି ମହାଶକ୍ତି ଚରାଚର ସୃଷ୍ଟିପାଇଁ ଦାୟୀ । ଏହାଙ୍କ ଅନ୍ୟ ନାମ ପ୍ରକୃତି ବା ମୟାମାୟା ।                 ଏହି ଦିବ୍ୟଶକ୍ତି ପୁଣି ଅନ୍ୟ ଏକ ରୂପରେ ଦେଖାଦେଲେ । ମହାବିଷ୍ଣୁ ନାମରେ ସେ ଶକ୍ତି ବିଦିତ । ସୃଷ୍ଟି ଆହୁରି ବ୍ୟାପ୍ତ ହେବା ଆବଶ୍ୟକ ବୋଲି ମହାବିଷ୍ଣୁଙ୍...

20-02-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈              _*👉" ବାରମଜା "👈*_ *ତାରିଖ : ୨୦/୦୨/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ଛୋଟ ବେଳେ ବାରମଜା ଖାଇବାକୁ କାହାକୁ ବା ଭଲ ନଲାଗେ , ବିଭିନ୍ନ ପ୍ରକାର ଡାଲି ଛଣା ହୋଇ ପଡିଥାଏ , ତା ସହିତ ବେସନ ଏବଂ ଚାଉଳରେ ତିଆରି କିଛି ପଦାର୍ଥ । ଭଲ ତ ଲାଗେ ନିଶ୍ଚୟ । କିନ୍ତୁ ସବୁ ଜିନିଷରେ କିଛି ନା କିଛି ପ୍ରତିବନ୍ଧକ ଥାଏ ।  ଏକବିଂଶ ଶତାବ୍ଦୀର ମଣିଷ ତାକୁ ମାନୁଛି କିଏ । ହେଉ ପଛେ ଯେଉଁ ରୋଗ ମୁଁ ଖାଇବା କଥା ଖାଇବି । ଅଧିକା ବାରମଜା ଖାଇଲେ ପେଟରୋଗ ବି ହୁଏ ସମସ୍ତେ ଜାଣନ୍ତି ହେଲେ ଶୁଣୁଛି କିଏ । ପାଟିକୁ ସୁଆଦ ଲାଗୁଛି ତ ସେତିକି ଦରକାର ବାକି କଥା ପଚାରେ କିଏ।  ଦିନେ ରାସ୍ତାରେ ଯାଉ ଯାଉ ନିଶିକାନ୍ତ ବାବୁଙ୍କର ଦେଖା ହେଲେ ତାଙ୍କ ପିଲାଦିନର ବନ୍ଧୁ ଘନଶ୍ୟାମ ବାବୁ। ଏତେ ଦିନ ପରେ ଦେଖା ଦୁହେଁ ପ୍ରଥମେ ହସ୍ତ ମର୍ଦନ କରି କୋଳାକୋଳି ହେଲେ । ଆନନ୍ଦର ସୀମା ନଥାଏ । ଛୋଟ ବେଳେ ଏକାଠି ବିଦ୍ୟାଳୟ ଯାଆନ୍ତି , ଖେଳନ୍ତି , ବୁଲନ୍ତି ତାଙ୍କୁ ଦେଖିଲେ ସମସ୍ତେ କୁହନ୍ତି ଏ ଦୁହେଁ ବନ୍ଧୁ ନୁହେଁ ଦୁଇ ଭାଇ ଭଳି ।  ଦଶମ ଶ୍ରେଣୀ ପରୀକ୍ଷା ପରେ ଆଉ କାଶିଆ କପିଳା ଭେଟ ନାହିଁ ଆଜି ଦୀର୍ଘ ୩୦ ବର୍ଷ ପରେ ଦେଖା , ଦୁହେଁ ବହୁତ ଖୁସି ନି...

19-02-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର କାହାଣୀ*_👈            _*👉" ଆକାଶରେ ଶିଳପୁଆ "👈*_ *ତାରିଖ : ୧୯/୦୨/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ଅନେକ ଦିନ ତଳର କଥା । ବ୍ରହ୍ମଦେଶର ଗୋଟିଏ ଗାଁରେ ବୁଢୀଟିଏ ରହୁଥିଲା । ତା’ର ପୁଅ ବୋହୁ ତ ପରଲୋକଗମନ କରିଥିଲେ । କିନ୍ତୁ ପଛକୁ ସେମାନେ ଯୋଡିଏ ପୁଅ ଛାଡି ଯାଇଥିଲେ । ବୁଢୀ ସେ ଦୁଇ ପିଲାଙ୍କୁ ନିଜ ସାଧ୍ୟାନୁସାରେ ମଣିଷ କରିଥାଏ । କିନ୍ତୁ ଦିନେ ସେ ବୁଢୀର ଶେଷ ସମୟ ଆସି ଉପସ୍ଥିତ ହେଲା । ତେଣୁ ସେ ତା’ର ଦୁଇ ନାତିଙ୍କୁ ଡାକି କହିଲା, “ପିଲାଏ, ମୁଁ ତମମାନଙ୍କ ପାଇଁ କୌଣସି ସୁନା ରୂପା ରଖିଯାଇ ପାରୁନାହିଁ ।” ଏହା ଶୁଣି ବଡ ନାତି ରୁମନ୍ ଥଟ୍ଟାଳିଆ ଭାବରେ କହିଲା “ସେକଥା ତ ଆମକୁ ଜଣା!” ତା’ଦେଖାଦେଖି ସାନ ନାତି ସୁମନ୍ ବି କହିଲା “ଜେଜେମା! ତମେ ଆଉ ଆମ ପାଇଁ ଆଦୌ ଚିନ୍ତା କରନାହିଁ ।” ତା’ପରେ ସେ ବୁଢୀ କହି ଚାଲିଲା, “ତେବେ ଏ ଘରର ସେ କୋଣରେ ପଡିଛି ଶିଳ ଓ ଶିଳପୁଆ । ତାହା ଦେଖୁଛଟି?” ଜେଜେମାଙ୍କ କଥା ଶୁଣି ରୁମନ୍ ମନ୍ତବ୍ୟ ଦେଲା “ହଁ, ହଁ, ନ ଦେଖି ଆଉ କ’ଣ କିଛି ଚାରା ଅଛି? ତା’ଛଡା ଆମ ଘରେ ଆଉ କିଛି ତ ଦେଖିବା ଭଳି ଚିଜ ବି ନାହିଁ!” ବୁଢୀ ତା’ ସାନନାତିର ଏଭଳି ତାଚ୍ଛଲ୍ୟଭରା କଥାକୁ ଆପଣା ଦିହକୁ ମୋଟେ ନନେଇ ବରଂ ସେ ଶାନ୍ତ ଭାବରେ କହିଲା, “ବେଶ୍ । ତ...

18-02-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈             _*👉" ସମ୍ପୂର୍ଣ୍ଣ ଶାରୀରିକ "👈*_ *ତାରିଖ : ୧୮/୦୨/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ଏପଟେ ସେକ୍ରେଟେରିଏଟ୍‌, ସେପଟେ ହେଡ଼୍‌ସ ଅଫ୍‌ ଦି ଡିପାର୍ଟମେଣ୍ଟସ୍‌ । ମଝିରେ ପିଚୁଢଳା ରାଜପଥ । ଆକାଶରେ ଅପରାହ୍ନ ଶୀତଳ ସୂର୍ଯ୍ୟ । ଶୀତ ଦିନ । ରାସୟା ମଝିରେ ଠିଆ ହେଲା ‘କ୍ରସ୍‌ରୋଡ଼’ର ଗାଡ଼ି । ଗାଡ଼ିରୁ ଓହ୍ଲାଇଲେ ‘କ୍ରସ୍‌ରୋଡ଼’ର ଏକଜିକ୍ୟୁଟିଭ୍‌ ଅଳକା ଘୋଷ । ଅଂଟାରେ ଖୋସିଥିବା ଛୋଟ ସୁଗନ୍ଧ ରୁମାଲ କାଢ଼ି ମୁହଁ ପୋଛିଲା । ଶୀତଦିନ ବି ତା କପାଳରେ ବିନ୍ଦୁ ବିନ୍ଦୁ ଝାଳ । ରାସ୍ତା ପାର ହେବା ଆଗରୁ ସେ ନିଜ ଶାନ୍ତିନିକେତନୀ ଝୁଲା ବ୍ୟାଗ୍‌ରେ ବହିଟା ଅଛି କି ନାହିଁ ଅଭ୍ୟାସ ବଶବର୍ତ୍ତୀ ହୋଇ ଦେଖିନେଲା ଅଳକା । ‘ଦି ମ୍ୟାମଥ ବୁକ୍‌ ଅଫ୍‌ ବେଷ୍ଟ ନିଉ ଇରୋଟିକା’ । ପ୍ରାୟ ପାଞ୍ଚଶହ ପୃଷ୍ଠାର ପର୍ଣ୍ଣୋ ଲଣ୍ଡନ ରବିନ୍‌ସନ ପ୍ରକାଶିତ ହାର୍ଡ ବାଇଣ୍ଡ ବହି । ଦାମୀ କାଗଜରେ ଛାପା ବହିଟା ବେଶ ହାଲ୍‌କା । ଏଇ ଚାରିଦିନ ତଳେ କଲିକତା ବ୍ରାଞ୍ଚ୍‌ରୁ ଭୁବନେଶ୍ୱର ‘କ୍ରସରୋଡ଼୍‌’ ରେ ପହଞ୍ଚିଛି । ଆଜି ସକାଳୁ ମ୍ୟାନେଜିଂ ଡ଼ାଇରେକ୍ଟର ଅମଳିନ ଦାସ ତାକୁ ଏଇ ବହିଟା ଧରେଇ ଦେଇ କହିଲେ – ଆଜି ଅପରାହ୍ନ ଚାରିଟା ପରେ କଲ୍‌ଚର ସେକ୍ରେଟାରୀ କଲ୍ଲୋଳ ରଥଙ୍କୁ ଏ ...

15-02-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈                   _*👉" ଇତି "👈*_ *ତାରିଖ : ୧୫/୦୨/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ଇତି ତୁମର ଅଲିଅଳି ଝିଅ, ଘର କୋଣରେ ପଡ଼ିଥିବା ଗୋଟିଏ ଚିଠିଟିକୁ ପଢ଼ିବା ଶେଷ କରେ ଶରତ ବାବୁ। ସେ ଏବେ ଅବସର ଜୀବନ ବିତାଉଛନ୍ତି। ବ୍ୟାଙ୍କ ଚାକିରିରୁ ଅବସର ନେଇଛନ୍ତି। ସକାଳୁ ସମୁଦି ଭରତ ବାବୁ ଆସିଥିଲେ।ବୋଧେ ହୁଏ ତାଙ୍କ ପକେଟରୁ କିମ୍ବା ତାଙ୍କ ହାତରୁ ଏହି ଚିଠିଟି ପଡ଼ିଯାଇଛି। ବହ୍ମାନନ୍ଦ ବାବୁ ନିଜେ ବ୍ୟାଙ୍କ ଚାକିରିଆ। ବଡ଼ ପୁଅ ଗୋଟିଏ ସଫ୍ଟୱେର ଇଞ୍ଜିନିୟର। ସେ ବାଙ୍ଗାଲୋରରେ ଚାକିରି କରୁଥିଲା। ବହୁ ଖୋଜି ଖୋଜି ଗୋଟିଏ ବୋହୁ ଗୋଟିଏ ପାଇଲେ। ବୋହୁ ବି ବି.ଟେକ୍ କରି ଇଞ୍ଜିନିୟର ଚାକିରି କରୁଛି। ଭାବିଲେ ଖୁବ ଭଲ ହେବ। ବାହାଘର ହେଲା। ପୁଅ ବୋହୁ ଦୁହେଁ ଚାକିରି କଲେ, ଦି ପଇସା କମଇଲେ। ନିଜେ ଚଳିଲେ ଆମ ପାଖକୁ ଦି ପଇସା ବି ପଠେଇଲେ। ପୁଅ ତାଙ୍କର ପିତାମାତାଙ୍କ ପୁରା ଆନୁଗତ୍ୟ। ଶରତ ଖୁବ ଖୁସି ତାଙ୍କ ପତ୍ନୀ ବି। ପୁଅ ବୋହୂ କିଛି ଦିନ ଚାକିରି କଲେ। ବୋହୂ କିନ୍ତୁ ଚାକିରି ଛାଡ଼ି ଦେଲା, କହିଲା ଓଡ଼ିଶାରେ ରହି ଶାଶୂ ଓ ଶ୍ୱଶୁରଙ୍କ ସେବା କରିବ। କଣ ମିଳିବ ଚାକିରିରୁ ଏବଂ ପଇସାରୁ। ପୁଅ ଏକୁଟିଆ ଚାକିରି କଲା, ବୋହୂ ଶାଶୁ ଓ ଶ୍ୱଶୁରଙ...

14-02-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈               _*👉" ଫୁଲେଇ ପ୍ରେମିକା "👈*_ *ତାରିଖ : ୧୪/୦୨/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ରବିବାରର କୋହଲା ଶୀତୁଆ ସକାଳଟି ଅଳସ ଭାଙ୍ଗୁଥିଲା । ଛୁଟି ଦିନ । ଓଃ କି ଶୀତ ! କମଳ ତଳର ଉଷୁମ ବେଶ୍ ଆରାମ ଲାଗୁଥିଲା । ବିଶେଷ କରି ପାହାନ୍ତିଆ ପହର ଭୋର୍ ନିଦରେ କିଛି ଅଲଗା ଚାର୍ମ ଥାଏ । ବୋଉ ଡାକୁଥିଲା---ଏ ଥିଟା ଉଠ । ଯା ରବିବାର ଟା ଦିଇଟା ବଡ ଜଗର ଆଣିବୁ,ସୋରିଷ ଦେଇ ଝୋଳ କରିବା । ଆନ୍ଧ୍ରା ରୋହି ଭାକୁରରେ ପୋକ ବାହାରିଲା ଦିନୁ ବୋଉ କି ବାପା ସେ ମାଛ ଖାଇବା ନାଁ ଧରନ୍ତି ନାହିଁ । ଘରକୁ କେବଳ ଆସେ ତଟକା ଜଗର,ଦେଶୀ ମିରକାଳି ବା ପୋହଳା । ବୋଉ ଯେତେ ଡାକିଲେ ବି ମୁଁ ଜମା ଉଠୁ ନଥିଲି । ସପ୍ତାହରେ ଗୋଟିଏ ବୋଲି ରବିବାର ଟିକେ ଶୋଇବାକୁ ଦେଉନି ! ବୋଉ କହୁଥିଲା ଆରେ ଶୀଘ୍ର ନ ଗଲେ ଭଲ ଜିନିଷ ମିଳିବ ନାହିଁ ବା । ମଢ ଘେରିଲା ପରି ଆଜିକାଲି ଲୋକେ ହେଉଛନ୍ତି । ଯାହା ବଜାରରେ ପଡ଼ିଲା ଟକ୍ କିନା ନେଇଯିବେ । ଅଧ ଘଣ୍ଟା ଭିତରେ ସବୁଶେଷ । କାହିଁକି ନା ଖାଇଲା ବାଲା ଅଧିକ ଏବେ କଲା ଵାଲା କମ୍ । ବଜାରରେ ଜିନିଷଟିଏ ପଡିଥିବା ଦେଖି ଯାଇଥିବ ଆଉ ଗୋଟେ ଦୋକାନରୁ କିଛି ଜରୁରୀ ଜିନିଷ ଆଣି ଆସିଲା ବେଳୁ ଆଉ ନଥିବ । ଏଣୁ ସକାଳୁ ସକାଳୁ ଗଲେ ସେଇ ମୋଟ...

12-02-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର କାହାଣୀ*_👈               _*👉" ଅନୁଭୂତି-୬ "👈*_ *ତାରିଖ : ୧୨/୦୨/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ଜୁଲାଇ ମାସ ଥିଲା, ଛ’ କି ସାତ ଦିନ ର ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେଇଯାଇଥିଲା୤ସକାଳୁ ସକାଳୁ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନର ଜଣେ ସ୍ବେଚ୍ଛାସେବୀ ଭାଇ ଆସି ଖବର ଦେଲେ ଯେ ପାଖ ଧନୁପଦର ( ଛଦ୍ମ ନାମ ) ଗ୍ରାମରେ ପ୍ରାୟ ତିରିଶ ରୁ ଚାଳିଶ ଜଣ ହଇଜା ରୋଗରେ ଆକ୍ରାନ୍ତ୤ ତନ୍ମଧ୍ୟରେ ଆଠ ଜଣ ପିଲା ରହିଛନ୍ତି୤ ସେମାନଙ୍କ ମଧ୍ୟରୁ ହରି ସେଠଙ୍କ ପୁଅ ମଧୁର (ବୟସ ପ୍ରାୟ ବାଇଶ ହେବ) ର ପୂର୍ବ ରାତିରେ ମୃତ୍ୟୁ ହେଇଛି ଓ ପ୍ରାୟ ସମସ୍ତ ଆକ୍ରାନ୍ତଙ୍କର ସ୍ବାସ୍ଥ୍ୟ ଅବସ୍ଥା ଏବେ ଅତ୍ୟନ୍ତ ଗମ୍ଭୀର୤ ଗାଡି ମଟର କିମ୍ବା ଆମ୍ବୁଲାନ୍ସ ସହଜରେ ପାଖଆଖରେ ନମିଳିପାରୁଥିବାରୁ ରୋଗୀମାନଙ୍କୁ ଡାକ୍ତରଖାନାକୁ ନିଆଯାଇପାରୁନି୤ ଘଟଣାଟିର ଗୁରୁତ୍ବ ଉପଲବ୍‌ଧି କରି ମୁଁ ସଙ୍ଗେ ସଙ୍ଗେ ଅଫିସ୍‌ ଦ୍ରାଇଭରଙ୍କୁ ଗାଡିନେଇ ଆସିବାକୁ କହିଲି ଓ ଉକ୍ତ ସ୍ବେଚ୍ଛାସେବୀ ଭାଇଙ୍କ ସହିତ ମୋର ଆଉ କେତେଜଣ ସହକର୍ମୀଙ୍କୁ ସାଙ୍ଗରେ ଧରି ଉକ୍ତ ଗ୍ରାମକୁ ଯିବାକୁ ବାହାରିଲି୤                     ଗ୍ରାମରେ ଆମେ ପହଞ୍ଚିଲାବେ...

11-02-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈               _*👉" ପ୍ରେମ ପ୍ରେମରେ "👈*_ *ତାରିଖ : ୧୧/୦୨/୨୦୨୦* l  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ (୧) ସବୁଦିନ ପ୍ରେମଦିନ। ସଡକସୁରକ୍ଷା ସପ୍ତାହ ପରି , ପ୍ରେମ ସପ୍ତାହ ଗୋଟେ କଣ ଯେ' ? ସମାଜ ବୋଧେ କ୍ରମଶଃ ପ୍ରେମହୀନତା ଆଡକୁ ମୁହାଁଉଥିବାରୁ, ଏଇ ପ୍ରକାର ସଚେତନତା ମୂଳକ ଆୟୋଜନକୁ ସ୍ୱାଗତ କରାଯାଇପାରେ। ବଜରଙ୍ଗ ଦଳ ବିରୋଧୀ ,କିନ୍ତୁ ବଜରଙ୍ଗୀ ମାନଙ୍କୁ ଅପ୍ରେମୀ , କୁହାଯାଇନପାରେ। (୨) ଠିକ୍ ପ୍ରେମସପ୍ତାହ ପୂର୍ବରୁ ଆମଘରେ, କଳି ଲାଗିଗଲା । ସାମ୍ପୁଟା ଆଣିଲି କିନ୍ତୁ କଣ୍ଡିସନର୍ ଭୂଲିଗଲି। ଏତିକି କଥା ମାତ୍ର । - ମାତ୍ର! ଭୂଲିବା ଆଉ ଠକିବା ଏକାପରି। ୟା' ପଛରେ ଅନେକ କାରଣ ଥାଇପାରେ। ଯେମିତିକି, ସ୍ତ୍ରୀକୁ ଆଦୌ ଗୁରୁତ୍ୱ ନଦେବା । ବାସ୍ କଥାଟା କଣ୍ଡିସନର୍ ପାଉଚ୍ ପରି ଛୋଟ , କିନ୍ତୁ ପୁଞ୍ଜିଭୂତ ଅନେକ ପୁରୁଣା କାରଣ ସବୁ ଜମାଟ ବାନ୍ଧି , ମଉକା ଖୋଜୁଥିଲା ଯେପରି । ଅଯଥା କଥାକୁନେଇ ସ୍ତ୍ରୀ ଲୋକଟିଏ , ପ୍ରଳୟଙ୍କରୀ ବନିଯିବାର ଅନେକ ଦୃଷ୍ଟାନ୍ତ ଅଛି। ମୁଁ ମୋ ଥଣ୍ଡାପଣକୁ ସମ୍ମାନ ଦେଇ ସବୁ ଗରଳକୁ ପିଇଗଲି। ପ୍ରସ୍ତୁତ ବି ହୋଇଗଲି। ଏବେ ସବୁଥର ପରି ଚାଲିବ , ମାସାଧିକ ଅପଡ' ! ସାମ୍ନା ଜଣକ ଅବାନ୍ତର ହେଉଥିଲେ , ତୁମକୁ ଚୁପ୍ ରହିବାକୁ ହ...