25-10-2020 କାହାଣୀ
👉_*ଆସନ୍ତୁ ପଢିବା ଆଜିର କାହାଣୀ*_👈
_*👉" ସ୍ତ୍ରୀ ହଜିଗଲା ବାଲି ଯାତ୍ରାରେ "👈*_
*ତାରିଖ : ୨୫/୦୨/୨୦୨୦*
*❀꧁❀꧂❀꧁❀꧂❀꧁❀꧂❀*
_________________________________________
*☘☘🌼🌼🙏🏻✒🙏🏻🌼🌼☘☘
“କେମିତି ଭୁଲିବି ସେ ଅଭୁଲା ଦିନ ,
ତୋ ହୃଦୟରେ ଥିଲା ଦିନେ ମୋ ପାଇଁ ପ୍ରେମ ” ।
ଆଜିବି ମନେଥିଲା ବର୍ଷାର ସେ ଦିନ । ସେ ଦିନ କଲେଜ୍ କ୍ୟାଣ୍ଟିନ୍ରେ କେମିତି ଆଶିଷ ଗୋଟେ ଆଣ୍ଠୁରେ ଆଣ୍ଠେଇ ପ୍ରପୋଜ୍ କରିଥିଲା ତାକୁ । ଆଉ ସେ ଦିନ ସେ କେମିତି ଭୁଲିବ, ଯେଉଁ ଦିନ ତାକୁ ବାହା ହେବ ବୋଲି ଆଶିଷ ନିଜ ବାପା ମା’ଙ୍କ ସହ ଝଗଡ଼ା କରି ପକେଇ ଥିଲା । ଆଶିଷ ଗଉଡ଼ ଘର ପୁଅ ଓ ବର୍ଷା ତନ୍ତୀ ଘର ଝିଅ , ସେଥି ପାଇଁ । ବର୍ଷା ମଧ୍ୟ ତା’ ମା ବାପାଙ୍କ ସହ କିଛି କମ୍ ଲଢେଇ କରି ନ ଥିଲା ଲଭ୍ ମ୍ୟାରେଜ୍ ପାଇଁ । ସେ ଯାହା ହେଉ, ବାହାଘର ହୋଇଗଲା ଓ ନୂତନ ଦମ୍ପତ୍ତି ଭାବେ ଆଶିଷ-ବର୍ଷା ସଂସାର ଆରମ୍ଭ କଲେ, ହେଲେ ମା, ବାପାଙ୍କ ଆଶୀର୍ବାଦ ବିନା ।
ବାହାଘର ଆଗରୁ ଅନେକ ଥର ଆଶିଷ ବର୍ଷାକୁ କହିଛି “ତୋ ହାତ ଧରି ଚାଲିବି ମୁଁ ଜୀବନ ସାରା, ଚଲା ବାଟେ ଆସୁ ଛାଇ , ଆସୁ ବା ଖରା । ହେଲେ କହିବା ସହଜ ହେଲେ କରିବା କଷ୍ଟ । ୟୁ ଟ୍ୟୁବ୍ ରୁ ନୂଆ ନୂଆ ରାନ୍ଧିବା ପ୍ରଣାଳୀ ଦେଖି ନୂଆ ନୂଆ ଖାଦ୍ୟ ବନେଇ ଆଶିଷକୁ ଖୋଇବାକୁ ଭାରି ଭଲ ପାଏ ବର୍ଷା । ଦିନେ ଏମିତି ମୋବାଇଲ ଦେଖି ରାନ୍ଧୁ ରାନ୍ଧୁ ଅନ୍ୟମନସ୍କରେ ଫୋନ୍ଟିକୁ ଗ୍ୟାସ ଚୁଲା ଉପରେ ରଖିଦେଇଥିଲା ବର୍ଷା । କୋଡିଏ ହଜାରର ଫୋନ୍ ହେଲେ ବି ଚାଇନା ମାଲ୍ ଚାଇନା ମାଲ୍ । ଅଧିକ ହିଟ୍ ହେବାରୁ ଫୋନ୍ଟି ଏମିତି ଫାଟିଲା ଯେ ବର୍ଷାର ହାତ, ପେଟ, ବେକ, ମୁହଁ ଅଧା ଜଳା ହୋଇଗଲା । ଆଶିଷ ଘରେ ନ ଥିଲା । ବାହାଘର ପରେ ଏକା ରହୁଥିଲେ ଆଶିଷ ଓ ବର୍ଷା । ଶାଶୁ ଶଶୁର ମଧ୍ୟ ପାଖରେ ନ ଥିଲେ । ରାତି ଦଶଟାରେ ଅଫିସ୍ ରୁ ଫେରି, ସ୍ତ୍ରୀ ମୁହଁ ହାତରେ ବରଫ ମାରି ହସ୍ପିଟାଲ ନେଲା ବେଳକୁ, ଆଶିଷ ପାଇଁ ତା ସ୍ତ୍ରୀ ତ ଥିଲା ହେଲେ ନ ଥିଲା ସ୍ତ୍ରୀ’ର ସୌନ୍ଦର୍ଯ୍ୟ । ହାତ ମୁହଁ ଜଳି ଲାଲ୍ କଳା ପଡ଼ିଯାଇଥିଲା ।
ଧୀରେ ଧୀରେ ବର୍ଷାର ହାଲତ ସୁଧୁରିବାରେ ଲାଗିଲା ହେଲେ ସେ ଆଉ ତା ପୁରୁଣା ସୌନ୍ଦର୍ଯ୍ୟ ପାଇଲା ନାହିଁ । ଆଉ, ପୁରୁଷ ଜାତି ହେଲା ସୌନ୍ଦର୍ଯ୍ୟର ପୂଜାରୀ । ଧୀରେ ଧୀରେ ପ୍ରେମର ସେ ୱାଦା ଯାହା ବାହାଘର ଆଗରୁ ଆଶିଷ କହିଥିଲା କୁଆଡେ ହଜିବାକୁ ଲାଗିଲା । ବର୍ଷା ବୁଝିପାରୁଥିଲା ହେଲେ ସେ ଥିଲା ଅସହାୟ, ନୀରୁପାୟ । “ତୋ ଭରଷାରେ ଦୁନିଆକୁ ଭୁଲି ମୁଁ ଗଲି, ତୁ ଏତେ ବେଇମାନି ଥିଲୁ ଜାଣି ନ ଥିଲି ” । ଏବେ ଆଉ ଅଫିସ ରୁ ଫେରି ଆଶିଷ କିସ୍ ଦିଏନି, ଫ୍ଲର୍ଟ କରେନି, ଟିଜ୍ କରେନି । ଗୁଡ଼ ମର୍ନିଙ୍ଗ ତ ଦୂରର କଥା ପରିବା କାଟୁ କାଟୁ ହାତ କଟିଗଲେ “ଆଃ” ବି କରେନି ।
ଆଶିଷ ଭାବୁଥିଲା ବର୍ଷା ତା ଅଫିସ୍ ଆଫେୟାର ବିଷୟରେ କିଛି ଜାଣିନି ହେଲେ ବର୍ଷାକୁ ସବୁ ଜଣା ଥିଲା । ବର୍ଷା ଏଇଟା ମଧ୍ୟ ଜାଣିପାରିଥିଲା ଯେ ବାଲିଯାତ୍ରା ବୁଲେଇ ନେବା ବାହାନାରେ ଆଶିଷ ତା’ର କିଡ଼ନ୍ୟାପିଙ୍ଗ ଓ ପରେ ମର୍ଡର ପ୍ଲାନ କରିଛି ହେଲେ ତଥାପି ସେ ରାଜି ହୋଇଯାଇଥିଲା ନିଜ ସ୍ୱାମୀ ସହ ବାଲିଯାତ୍ରା ବୁଲିଯିବା ପାଇଁ ।
ପୋଡ଼ା ମୁହଁ ୱାଲି ସ୍ତ୍ରୀ ସହିତ ବାଲିଯାତ୍ରା ବୁଲିବାକୁ ବହୁତ ଲାଜ ଲାଗୁଥିଲା ଆଶିଷକୁ । ହେଲେ ସେ ବାଲିଯାତ୍ରା ବୁଲିବାକୁ ନୁହେଁ, ଏଇ ଭିଡ଼ରେ ତା ସ୍ତ୍ରୀ’କୁ ହଜେଇ ଦେବା ପାଇଁ ଆସିଥିଲା । ଗୁପ୍ଚୁପ୍ ଖାଇସାରି ଆଗକୁ ବଢ଼ୁଥିଲେ ବର୍ଷା ଓ ଆଶିଷ । ଏଇ ଆଗ ଭିଡରେ ବର୍ଷାର ହାତ ଛାଡି ଦେଇଥାନ୍ତା ଆଶିଷ ଓ ପଇସା ନିଆଁ ଗୁଣ୍ଡାମାନେ ଟେକି ନେଇଥାନ୍ତେ ବର୍ଷାକୁ , ହେଲେ “ବର୍ଷା କୁଆଡେ ଗଲା ?” ପ୍ଳାନ୍ର ଶେଷ ପାହାଚରେ ଆଶିଷ ସ୍ତ୍ରୀକୁ ହଜେଇ ଦେଇଥିଲା । ଆଜିବି ଗୁପ୍ଚୁପ୍ ଖାଇସାରି ଆଶିଷର ହାତକୁ ବର୍ଷା ସେମିତି ଧରିଥିଲା ଯେମିତି କଲେଜ ରେ ପଢିଲାବେଳେ ଧରୁଥିଲା , ପୁରା ଟାଇଟ୍ । “ହେଲେ ଗଲା କୁଆଡେ ?” ସ୍ତ୍ରୀ ହଜି ସାରିଥିଲା ବାଲିଯାତ୍ରାରେ । ଆଶିଷ ଭାବୁଥିଲା ଖୋଜିବ ନା ଫେରିବ ? ଯାହାକୁ ହଜାଇବା ପାଇଁ ଆସିଥିଲା ସେ ତ ହଜି ସାରିଥିଲା । ନା ଖୁସି ନା ଦୁଃଖ ମନରେ ଘରକୁ ଫେରିଗଲା ଆଶିଷ । ଘର ତାଲା ଖୋଲି ଫ୍ରିଜ୍ରୁ ପାଣି ବୋତଲ ବାହାର କରୁ କରୁ ନଜର ପଡିଲା ଏକ ହାତ ଲେଖା ଚିଠି ଉପରେ । ପଢିବା ଆରମ୍ଭ କଲା ଆଶିଷ ।
“ହଁ, ମୁଁ ବୁଝିପାରୁଛି ପୋଡ଼ାମୁହିଁ ସ୍ତ୍ରୀ ସହିତ ବାଲିଯାତ୍ରା ବୁଲିବା କେତେ ଲଜ୍ଜ୍ୟାଜନକ । ହେଲେ ସତରେ ତମ ଚଏସ ବହୁତ ବଢିଆ । ବିନ୍ଦୁ ଭଲ ଝିଅଟି । ସେ କେବଳ ତମ କୋ-ୱାର୍କର ନୁହେଁ ମୋ ସୋସିଆଲ ଫ୍ରେଣ୍ଡ ମଧ୍ୟ । ଆଶା କରୁଛି ତା ସହିତ ତମେ ଖୁସିରେ ରହିବ । ଆଉ ହଁ, ମତେ ଖୋଜିବନି । ବାୟ ବାୟ …।
ଇତି
*ତମ ପୋଡାମୁହିଁ ସ୍ତ୍ରୀ – ବର୍ଷା*
*ଆଉ ଫେରିଲାନି ବର୍ଷା ଆଶିଷ ପାଖକୁ । ବିନ୍ଦୁ ମଧ୍ୟ ତିନି ଚାରି ମାସ ପରେ ଆଶିଷକୁ ଛାଡିଦେଲା । ଆଶିଷ ଯାହା ଶୁଣିବାକୁ ପାଇଚି ବର୍ଷା ଏବେ ଭୁବନେଶ୍ୱରରେ ଅଛି । ଗୋଟେ କମ୍ପାନୀରେ କାମ କରୁଚି ଓ ମା ହେବାକୁ ଯାଉଚି । ସେ ତା ଛୁଆ କୁ ନିଜେ ପାଳନ କରିବ , ସିଙ୍ଗଲ୍ ମମ୍ ଭାବେ । ସ୍ୱାମୀ ପାଇଁ ସ୍ତ୍ରୀ ପୋଡା ମୁହିଁ ହୋଇପାରେ ହେଲେ ମା ସଦା ସ୍ନେହମୟୀ, ମମତା ମୟୀ ।*
*ମୋ କଥାଟି ସରିଲା, ଫୁଲ ଗଛଟି ମରିଲା ।*
*(ପୁଣି ଆସନ୍ତା କାଲି ଆଉ ଗୋଟିଏ ନୂଆ ଗପ ନେଇ ଆସିବି .....ଅପେକ୍ଷା କରିଥାଅ ସମସ୍ତେ!)*
*☘🌸🌼🙏🏻ଓଁ🙏🏻🌼🌸☘*
Comments
Post a Comment