11-02-2020 କାହାଣୀ
👉_*ଆସନ୍ତୁ ପଢିବା ଆଜିର କାହାଣୀ*_👈
_*👉" ପ୍ରେମ ପ୍ରେମରେ "👈*_
*ତାରିଖ : ୧୧/୦୨/୨୦୨୦*
l
*❀꧁❀꧂❀꧁❀꧂❀꧁❀꧂❀*
_________________________________________
*☘☘🌼🌼🙏🏻✒🙏🏻🌼🌼☘☘
(୧)
ସବୁଦିନ ପ୍ରେମଦିନ। ସଡକସୁରକ୍ଷା ସପ୍ତାହ ପରି , ପ୍ରେମ ସପ୍ତାହ ଗୋଟେ କଣ ଯେ' ?
ସମାଜ ବୋଧେ କ୍ରମଶଃ ପ୍ରେମହୀନତା ଆଡକୁ ମୁହାଁଉଥିବାରୁ, ଏଇ ପ୍ରକାର ସଚେତନତା ମୂଳକ ଆୟୋଜନକୁ ସ୍ୱାଗତ କରାଯାଇପାରେ। ବଜରଙ୍ଗ ଦଳ ବିରୋଧୀ ,କିନ୍ତୁ ବଜରଙ୍ଗୀ ମାନଙ୍କୁ ଅପ୍ରେମୀ , କୁହାଯାଇନପାରେ।
(୨)
ଠିକ୍ ପ୍ରେମସପ୍ତାହ ପୂର୍ବରୁ ଆମଘରେ, କଳି ଲାଗିଗଲା । ସାମ୍ପୁଟା ଆଣିଲି କିନ୍ତୁ କଣ୍ଡିସନର୍ ଭୂଲିଗଲି। ଏତିକି କଥା ମାତ୍ର ।
- ମାତ୍ର! ଭୂଲିବା ଆଉ ଠକିବା ଏକାପରି। ୟା' ପଛରେ ଅନେକ କାରଣ ଥାଇପାରେ। ଯେମିତିକି, ସ୍ତ୍ରୀକୁ ଆଦୌ ଗୁରୁତ୍ୱ ନଦେବା ।
ବାସ୍ କଥାଟା କଣ୍ଡିସନର୍ ପାଉଚ୍ ପରି ଛୋଟ , କିନ୍ତୁ ପୁଞ୍ଜିଭୂତ ଅନେକ ପୁରୁଣା କାରଣ ସବୁ ଜମାଟ ବାନ୍ଧି , ମଉକା ଖୋଜୁଥିଲା ଯେପରି । ଅଯଥା କଥାକୁନେଇ ସ୍ତ୍ରୀ ଲୋକଟିଏ , ପ୍ରଳୟଙ୍କରୀ ବନିଯିବାର ଅନେକ ଦୃଷ୍ଟାନ୍ତ ଅଛି।
ମୁଁ ମୋ ଥଣ୍ଡାପଣକୁ ସମ୍ମାନ ଦେଇ ସବୁ ଗରଳକୁ ପିଇଗଲି। ପ୍ରସ୍ତୁତ ବି ହୋଇଗଲି।
ଏବେ ସବୁଥର ପରି ଚାଲିବ , ମାସାଧିକ ଅପଡ' !
ସାମ୍ନା ଜଣକ ଅବାନ୍ତର ହେଉଥିଲେ , ତୁମକୁ ଚୁପ୍ ରହିବାକୁ ହେବ।
ଠିକ୍ ପରଦିନ "ରୋଜ୍ ଡେ"
(୩)
Feb :7
- ପାପା ! ହାପି ରୋଜ୍ ଡେ ।
- ଓଃ ! ବିୟୁଟିଫୁଲ୍। ଥାଙ୍କୁ।
ଗୋଟେ ରଙ୍ଗୀନ ଜରିଗୁଡା , କଣ୍ଟାଶୂନ୍ୟ ରକ୍ତଗୋଲାପ ମୋ' ଆଡକୁ ବଢାଇଦେଲା ମାମୁନି। ପିଲାଟାକୁ ବାଆର ହେଲାଣି। ଜାଣୁ ଏସବୁ। ଘର ଭିତର କଥା। ବାହାରେ ସିନା ଅପସଂସ୍କୃତି ।
ସଂଧ୍ୟାରେ ଅଫିସ୍ ରୁ ଫେରିଲାବେଳେ , ମାମୁନିର ମନପସନ୍ଦ ଖାଇବା ନେଇ ଆସିଥିଲି। ଭାରି ଖୁସିହେଲା ପିଲାଟା।
(୪)
Feb : 8
- ପାପା ! ଉଠ ! ଗୁଡମର୍ଣୀଂ।
- ଉଁ! ହଁ।
- ଆଜି ପ୍ରପୋଜ ଡେ।
- ସେଠୁ ?
- ତୁମେ ମୋ'ଲାଗି ଦୁନିଆର ସର୍ବଶ୍ରେଷ୍ଠ ବାପା ହୋଇପାରିବ?
- କାଇଁ? ଏବେ ନୁହେଁ କି?
- ହଁ ଯେ !
- ଯେ ?
- ହେବ କି ନାହିଁ କୁହ ?
- ଓକେ। ଚେଷ୍ଟା କରିବି ଆଉରି। ଯା ସ୍କୁଲ ପାଇଁ ରେଡି ହ। ମାମାକୁ କହିବୁ ,ଆଜି ମୋର ଫେରିବାରେ ଲେଟ୍ ହେବ। ମିଟିଂ ଅଛି।
(୫)
Feb : 9
ଜଳଖିଆ ଟେବୁଲରେ ଅପେକ୍ଷା କରିକରି ମୁଁ କାନ୍ଥଘଣ୍ଟା ଆଡକୁ ଚାହିଁଲି। ଅଫିସ୍ ଲେଟ୍ ହେଉଥିଲା। ଅପଡ ଯୋଗୁଁ, ସୌମ୍ୟାକୁ କିଛି କହିପାରୁନଥିଲି।
ମାମୁନି ଗୋଟେ ପ୍ଲେଟରେ ଦୁଇଟା ଚକୋଲେଟ୍ ଆଣି କହିଲା -
- ଆଜି ଟିଫିନ୍ ରେ ଏତିକି।
- ଆଁ?
- ହଁ! ହାପି ଚକୋଲେଟ୍ ଡେ ପାପା।
- ଓକେ ଓକେ।
(୬)
Feb : 10
ସେକେଣ୍ଡ ସଟର୍ଡେ ପାଇଁ ଅଧିକା ଶୋଇବାର ଇଛା ରଖି , ଅଣ୍ଡାଳୁଅଣ୍ଡାଳୁ ସକାଳ। ସୌମ୍ୟା ଅପଡ ଥିବାରୁ, ତାକୁ ଖଟରେ ପାଇବା ଏବେ ଦୁଃସ୍ୱପ୍ନ। ତେବେ ହାତରେ ବାଜିଲା କଅଁଳ ନରମ ଜିନିଷଟେ। ମାମୁନି ହସି ହସି କହିଲା -
- ପାପା ଗୁଡମର୍ଣୀଂ। ଦେଖ କିଏ ତୁମ ପାଖରେ!
- କିଏ ?
- ଟେଡି ବିୟର।
- ଇୟେ ଏଠି କାହିଁକି?
- ଆଜି ପା ଟେଡି ଡେ !!
- ଓଃ ! କଣ ଏସବୁ ଯେ ??
(୭)
Feb : 11
ସନ୍ଡେ ସନ୍ଧ୍ୟାରେ ଆମେ ବାପଝିଅ ସପିଙ୍ଗ କଲାବେଳେ, ମାମୁନି କହିଲା -
- ପାପା ! ଆଜି ପ୍ରୋମିଜ୍ ଡେ।
- ଆଛା
- ତୁମେ ଗୋଟେ ପ୍ରୋମିଜ୍ କର।
- କଣ ?
- ମାମାଙ୍କୁ କବେ ହର୍ଟ କରିବନି ।
- ମୁଁ ତ ମାମାକୁ କେବେ ଗାଳିକରେନି?
- ତଥାପି ସେ କଷ୍ଟ ପା'ନ୍ତି।
ବାର ବର୍ଷର ପିଲାଟେ ଏତେକଥା ବୁଝିପାରୁଛି !!
ମୁଁ ଖୁସି ହେଲି।
(୮)
Feb : 12
ସକାଳୁ ମାମୁନି ଆସି ମୋତେ କୁଣ୍ଢେଇ ପକାଇ କହିଲା -
- ୟୁ ଆର ଠୁ ଗୁଡ୍ ପାପା।
- ୟୁ ଠୁ ବେଟୀ।
- କାଲିର ପ୍ରମିସ୍ ମନେଅଛି ?
- ୟେସ୍ ୟେସ୍ । ମାମା କାଇଁ ?
- ବାଥରୁମ।
- ଓକେ । ଅଫିସ୍ ଡେରି ହେଲାଣି। ବାଏ।
ଏଇ ଏବେଏବେ ସଂଧ୍ୟାରେ ଅଫିସ୍ ରୁ ଫେରୁଫେରୁ , ଘର ଭିତରୁ ପାଟି ଶୁଣି , ମୁଁ ଦୁଆର ପାଖରେ କାନେଇଲି। ମାମୁନି କହୁଥିଲା -
- ଆଇ କ୍ୟାଣ୍ଟ୍ ମାମା।
- ପ୍ଲିଜ ମାମୁନୁ।
- ତୁମ କଥାମାନି , ମୁଁ ପାପାଙ୍କୁ ରୋଜ୍ , ପ୍ରପୋଜ, ଚକୋଲେଟ୍, ଟେଡି,ପ୍ରମିସ୍, ହଗ୍ କଲି। ଏଥର ୟୁ ଡୁ ୟୋର୍ ଜବ୍।
- ମାମୁନି ପ୍ଲିଜ୍ ପ୍ଲିଜ୍।
- ନୋ ୱେ ମାମା। ଆମ୍ ଏ ବେବି ଗର୍ଲ। ପ୍ଲିଜ ୟୁ କିସ୍ ୟୋର୍ ହବି ଟୁମୋରୋ..... ।
ମୁଁ ଆଉଟିକେ କଳି ଶୁଣିବାକୁ ଚାହୁଁଥିଲି। ବାର ବର୍ଷର ଝିଅ ମୋର ତା ମାମାକୁ କଥାରେ ହରାଇ ସାରିଥିଲା।
କାଲିପାଇଁ ମୋ ମନ ଭାରି ......
*ମୋ କଥାଟି ସରିଲା, ଫୁଲ ଗଛଟି ମରିଲା ।*
*(ପୁଣି ଆସନ୍ତା କାଲି ଆଉ ଗୋଟିଏ ନୂଆ ଗପ ନେଇ ଆସିବି .....ଅପେକ୍ଷା କରିଥାଅ ସମସ୍ତେ!)*
*☘🌸🌼🙏🏻ଓଁ🙏🏻🌼🌸☘*
Comments
Post a Comment