Posts

Showing posts from March, 2020

31-03-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର କାହାଣୀ*_👈            _*👉"ସାଙ୍ଗ ହେବତ ଏମିତି"👈*_ *ତାରିଖ : ୩୧/୦୩/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ୧୦ ବର୍ଷ ତଳର କଥା ସେତେବେଳେ ୮ ବର୍ଷର ଗୋଟେ ଗରିବ ପିଲାଟିଏ । ରାସ୍ତାରୁ କିଛି ପ୍ଲାଷ୍ଟିକ୍ ଗୋଟେଇ ତା’ ମାଲିକକୁ ଦିଏ ଆଉ ମାଲିକ ଯାହା ପଇସା ଦିଏ ତା’ ପେଟ ପୋଷେ ।ହେଲେ ସେଦିନ ସେ ପିଲାଟି କିଛି ପ୍ଲାଷ୍ଟିକ ପାଇଲା ନାହିଁ ଆଉ ମାଲିକ ତାକୁ କିଛି ପଇସା ବି ଦେଲାନି । ଛୋଟ ପିଲାଟା ଭୋକରେ ଆଉଟୁ ପାଉଟୁ ହେଉଥାଏ… ସେ ଗୋଟେ ଜଳଖିଆ ଦୋକାନକୁ ଯାଇ କହିଲା ବାବୁ ସକାଳୁ ପହରୁ କିଛି ଖାଇନି ମତେ କିଛି ଖାଇବାକୁ ଦିଅ । ଦୋକାନୀ ସେ ପିଲାକୁ ଦେଖି କହିଲା, “ଯା’ ଏଠୁ କିଛି ମିଳିବନି ତତେ ଏଠି ।” ହେଲେ ସେ ଛୋଟ ପିଲାଟି ଖାଇବା ଆଶାରେ ସେଠି ବସି ରହିଲା । ଦୋକାନୀର ରାଗ ଆହୁରି ବଢ଼ିଗଲା ସେ ଛୋଟ ପିଲାଟି ଉପରେ; ଅଧିକ ରାଗିଯାଇ ତା’ ଉପରେ ଗରମ ପାଣି ଢାଳି ଦେଲା । ସେ ଛୋଟପିଲାଟିଏ କେତେ ବା ସହିବ । ଦେହ ସାରା ଫୋଟକା ହେଇଗଲା ଆଉ ସେ ସହି ନପାରି କାନ୍ଦିପକଉଥାଏ । ତାକୁ ବହୁତ କଷ୍ଟ ବି ହେଉଥାଏ ।ସେହି ଜଳଖିଆ ଦୋକାନରେ ଆଉ ଏକ ଗରିବ ପିଲାଟେ କାମ କରୁଥିଲା । ସେ ଗରିବ ହେବାର କଷ୍ଟ ଜାଣିଛି ଆଉ ଅନୁଭବ ମଧ୍ୟ କରିଛି । ସେ ପିଲାଟିର ନା ରାଜା । ରାଜା ସେ ଛୋଟ ପିଲା ମାନେ ଶଙ୍...

30-03-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈                 _*👉"ଏଇ ତ ଜୀବନ"👈*_ *ତାରିଖ : ୩୦/୦୩/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘  ରାତି ଯାତ୍ରାର ଅନ୍ତିମ ପ୍ରହର । ଘନ ଅନ୍ଧକାର ସହିତ କୁହୁଡିର ଚାଦର ସାରା ସହରକୁ ଢାଙ୍କି ରଖିଥାଏ । ରାସ୍ତା କଡର ବିଜୁଳି ଆଲୁଅ ଝାପ୍ସା ଝାପ୍ସା ନିଜ ଅସ୍ଥିତ୍ୱ ବଞ୍ଚାଇବା ପାଇଁ ବିକଳ ପ୍ରୟାସ କରୁଥାନ୍ତି। ମୋବାଇଲ୍ ସ୍କ୍ରୀନ୍ ରେ ଦେଖିଲି ସମୟ ଓ ତାପମାନ ସାମାନ୍ୟ ଅନ୍ତରରେ ନିଜ ନିଜ ଭିତରେ ପ୍ରତିଯୋଗିତାରେ ବ୍ୟସ୍ତ । ସମୟ ସକାଳ ତିନିଟା ଓ ତାପମାନ ପାଞ୍ଚ ଡିଗ୍ରୀ । ପ୍ରବଳର ସତ୍ତ୍ବେ ବି ଉଚ୍ଚ ତାପମାନ ଶରୀରକୁ ଏହି ନିମ୍ନ ତାପମାନ ଆରାମ ଅନୁଭୂତ ହେଉଥିବାରୁ ଦୀର୍ଘ ପଇଁଚାଳିଶି ମିନିଟି ହେଲା ଡିସେମ୍ବରର ଶେଷ ଅନ୍ଧକାରମୟ ଶୀତ ରାତିକୁ ଛାତ ଉପରେ ଠିଆ ହୋଇ ମୁଁ ନିଦ୍ରାରତ ସହରକୁ ଉପଭୋଗ କରି ଚାଲିଥିଲି । ଆସନ୍ତାକାଲି ନୂଆବର୍ଷ । ସମୟ ବଦଳିବ, ତାରିଖ ପରେ ତାରିଖ ବଦଳିବ, ମାସ ପରେ ମାସ ଓ ବର୍ଷ ପରେ ବର୍ଷ । କିନ୍ତୁ କଣ ମୋ ସହର ବଦଳିବ ନାହିଁ, ଏ ସମାଜ ବଦଳିବ ନାହିଁ, ଅମାନବିକତା ଅଶାନ୍ତି ବଦଳିବ ନାହିଁ, ତେବେ ବଦଳିଲା କଣ ? ନୂଆ ବର୍ଷରେ କଣ ଆମେ ଶପଥ ନେଲେ, କଣ ଆମେ ବଦଳାଇ ପାରିବା ।। ମୁଁ ଦେଖୁଥିଲି ସହରର ମଝି ଛକରେ ଥିବା ଜନ ଗହ...

29-03-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈                  _*👉"ସମାଧାନ"👈*_ *ତାରିଖ : ୨୯/୦୩/୨୦୨୦* *  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘         : ଆପଣଙ୍କ ବାବା ଜଣେ ଭଦ୍ରଲୋକ ଥିଲେ l ପୁରା ଦଶ ଖଣ୍ଡ ଗାଆଁରେ ଯେତେ ନ୍ୟାୟ ନିଶାପ ହୁଏ, ସେଠି ସେ ଉପସ୍ଥିତ ରହୁଥିଲେ l ଆଉ ଆପଣତ ତାଙ୍କ ପୁଅ l କିଛି ତ କଳା ଥିବ l ମନା କରନ୍ତୁ ନାହିଁ l ଟିକିଏ ସମୟ ବାହାର କରି କାଲି ସନ୍ଧ୍ୟା ବେଳେ ଆମ ଘରକୁ ଆସିବେ l କିଛି ନ କହିଲେ ନାହିଁ l ଟିକେ ବସିବେ l ବାପାଙ୍କ ପ୍ରତି ଏତେ ସମ୍ମାନ ଓ ଆଦର ଦେଖି ମୁଁ ଆଉ ମନା କରି ପାରିଲି ନାହିଁ l ଯିବା ପାଇଁ ସମ୍ମତି ଜଣେଇଲି l ମୋ କଥାରେ ଆଶ୍ୱସ୍ତ ହୋଇ ରମା ବାବୁ ଗଲେ l ଭୁବନେଶ୍ୱରରେ ଚାକିରି କରିଛନ୍ତି l ଗାଆଁକୁ ଆସିଛନ୍ତି ଜମିବାଡି, ଘର ଡିହ ବଣ୍ଟାବଣ୍ଟି ପାଇଁ l ସେମାନେ ତିନି ଭାଇ ଆଉ ଦୁଇ ଭଉଣୀ l ବାପା ବୋଉଙ୍କ ଦେହାନ୍ତ ପରେ ଏକାଠି ରହିବା ସମସ୍ତଙ୍କ ପାଇଁ ଯେମିତି ଅସମ୍ଭବ ହୋଇ ପଡିଲା l ତାଙ୍କ ଦେହାନ୍ତକୁ ଯେମିତି ଏମାନେ ଅପେକ୍ଷା କରି ରହିଥିଲେ l ମଝିଆ ଭାଇ ମଧ୍ୟ କଲିକତାରେ ଚାକିରି କରନ୍ତି l ସାନ ଭାଇ କେବଳ ଗାଆଁରେ ରହେ l ଗାଆଁ ପାଖ ବିଦ୍ୟାଳୟରେ ଶିକ୍ଷକତା କରେ l ଝଗଡା ନ ହେଲେ ବି ଆସ୍ତେ ଆସ୍ତେ ଅସ...

28-03-2010 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈               _*👉"ନିର୍ଭରତା ଶିଖ"👈*_ *ତାରିଖ : ୨୮/୦୩/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘  ଜଣେ ସାଧୁ ପିଲାଦିନରୁ ଗୁରୁଙ୍କ ଆଶ୍ରମରେ ଲାଳିତ ପାଳିତ ହୋଇଥିଲେ । ସ୍ତ୍ରୀ ଦର୍ଶନ ତାଙ୍କ ଭାଗ୍ୟରେ କେବେ ଘଟି ନଥିଲା । ଦିନେ ଗୁରୁଦେବଙ୍କ ଆଦେଶରେ ସେ ନଗରକୁ ଯାଇ ଜଣେ ଗୃହସ୍ଥଙ୍କ ଘରେ ଭିକ୍ଷା ମାଗିଲେ । ଗୃହସ୍ଥଙ୍କ କନ୍ୟା ତାଙ୍କୁ ଭିକ୍ଷା ଦେବାକୁ ଆସିଲା । ଯୁବତୀର ବକ୍ଷରେ ସ୍ତନଭାର ଦେଖି ସାଧୁ ଅବାକ୍ ହୋଇ ସରଳ ଏବଂ ସ୍ପଷ୍ଟ ଭାବରେ ପଚାରିଲେ, “ମା’ ! ତୁମ ବକ୍ଷରେ ଏତେ ଉଚ୍ଚ ଉଚ୍ଚ କ’ଣ ଦେଖାଯାଉଛି?” ଯୁବତୀ ଲଜ୍ଜିତା ହୋଇ କ୍ଷୋଭ ଅପମାନରେ ଏକାବେଳକେ ମୂହ୍ୟମାନ ହୋଇ ମାଆଙ୍କୁ ଯାଇ ଏକଥା କହିଲା । ମା’ ଆସି ଦେଖିଲେ, ଜଣେ ସୌମ୍ୟ ମୂର୍ତ୍ତି କିଶୋର ସନ୍ନ୍ୟାସୀ । ସୁତରାଂ, ତାଙ୍କ ଅନ୍ତରରେ ଅସଦ୍ ଅଭିପ୍ରାୟର କଳ୍ପନା ଅସମ୍ଭବ । ମା’ ପଚାରିଲେ, “ବାବା ! ତୁମେ ମୋ କନ୍ୟାକୁ କ’ଣ ପଚାରିଲ?” ସାଧୁ କହିଲେ – “ମୁଁ ତାଙ୍କ ବକ୍ଷରେ ଉଚ୍ଚ ଉଚ୍ଚ ପଦାର୍ଥ ଦେଖି ସେଗୁଡିକ କ’ଣ ବୋଲି ପଚାରିଲି । ବର୍ତ୍ତମାନ ଦେଖୁଛି ତୁମ ବକ୍ଷଦେଶରେ ମଧ୍ୟ ସେଭଳି ପଦାର୍ଥ । ମୁଁ ତ ଏହାର ଅର୍ଥ କିଛି ବୁଝିପାରୁ ନାହିଁ । ଏହା ପୂର୍ବରୁ ମୁଁ କାହା ବକ୍ଷରେ ତ ଏପରି ...

27-03-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈             _*👉"ଘର କେଉଁଠି"👈*_ *ତାରିଖ : ୨୭/୦୩/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘  ତା ଝିଅ ସୋନୁ ସ୍କୁଲ୍‌ରୁ ଆସିବାକୁ ଆଉ କିଛି ସମୟ ବାକି ଅଛି । ଗଲାବେଳେ କହିଥିଲା ସ୍କୁଲ୍‌ର ବାର୍ଷିକ ଉତ୍ସବ ପାଇଁ ହେଉଥିବା ନାଚ କାର୍ଯ୍ୟକ୍ରମର ପ୍ରାକ୍‌ଟିସ୍‌ ପାଇଁ ଟିକେ ଡେରିରେ ଆସିବ । ଖଟ ବାଡ଼ରେ ତକିଆଟା ରଖି ପିଠିକୁ ଆଉଜାଇ ଦେଇ ସେ ବହି ପଢ଼ାରେ ମନ ନିବେଶ କଲା । ରବିନ୍‌ ଶର୍ମାଙ୍କ ବହି “ଦି ମଙ୍କ୍‌ ହୁ ସୋଲ୍‌ଡ଼ ହିଜ୍‌ ଫେରାରି” ବହିଟା ଆଉଥରେ ପଢିବା ଆରମ୍ଭ କରିଛି ଅଲିଭା । ଲେଖକଙ୍କ ଭାବନା ସହ ତା ଭାବନା ଖୁବ୍‌ ମେଳ ଖାଏ । ଜିନିଷଟି ନ ପାଇବା ପରେ ମଣିଷ ହାରିଯାଇ ସେଥିରୁ ସନ୍ୟାସ ନେବା ପରିବର୍ତ୍ତେ, ସବୁ ପାଇସାରିବା ପରେ ସେ ସବୁରୁ ଅନାସକ୍ତ ରହିବାଟା ହିଁ ପ୍ରକୃତ ତ୍ୟାଗ । ସେ ହିଁ ଯୋଗୀ ଯିଏ ଏତେ ପ୍ରାଚୁର୍ଯ୍ୟକୁ ଆଡେଇ ଦେଇ, ନିଜ ସହ, ଭଗବାନଙ୍କ ସହ ସହଜରେ ସଂଯୋଗ ହୋଇପାରେ । ଫୋନ୍‌ଟିଏ ଆସିବା ଶବ୍ଦରେ ସମ୍ବିତ ପାଇଲା ଅଲିଭା । ” ନମସ୍କାର ମାଡାମ୍‌, ଖବର କାଗଜରେ ବାହାରିଥିବା ଆପଣଙ୍କ ଲେଖାଟି ଖୁବ ଉଚ୍ଚ କୋଟିର ହୋଇଛି  ଆପଣ ଏମିତି ଆପଣଙ୍କ ଲେଖନି ମାଧ୍ୟମରେ ସମାଜକୁ, ନାରୀ ଜାତିର ସମ୍ମାନ ଓ ଉତ୍‌ଥାନ ପାଇଁ ପ୍ରେରଣା ଦିଅନ୍...

26-03-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈            _*👉"ପଇସାର ମୂଲ୍ୟ"👈*_ *ତାରିଖ : ୨୬/୦୩/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘  ନିମେଇ ବାବୁ ଘରେ ପହଞ୍ଚୁ ପହଞ୍ଚୁ ମାଆର ପାଦ ତଳେ ପଡ଼ି କାନ୍ଦିବାକୁ ଲାଗିଲେ । ମାଆଟି ରୋଗ ଶଯ୍ୟାରେ ପଡ଼ି ଡହଳ ବିକଳ ହଉଥିଲା ପୁଅକୁ ଶେଷ ଥର ପାଇଁ ଦେଖିବାକୁ । ନିଜର ପାରୁ ପର୍ଯ୍ୟନ୍ତ ମାଆର ଚିକିତ୍ସା ପାଇଁ ଚେଷ୍ଟା କରିଥିଲେ କିନ୍ତୁ କିଛି ଫଳ ମିଳିଲାନି , ଡ଼ାକ୍ତର ଫେରେଇ ଦେଇଥିଲେ ଘରକୁ, କାଳେ ନିଜ ଲୋକଙ୍କ ଗହଣରେ ରହି ମାଆଙ୍କ ଦେହରେ ଟିକେ ସୁଧାର ଆସିବ, ବଞ୍ଚିବା ପାଇଁ ଇଚ୍ଛା ଶକ୍ତି ଜାଗ୍ରତ ହବ ।  ନିମେଇ ବାବୁଙ୍କ ମାଆ, ପୁଅକୁ ଝୁରି ଝୁରି ଖାଇବା ପିଇବା ବନ୍ଦ କରି ଦେଇଥିଲେ । ନିମେଇ ବାବୁ ସେତେବେଳେ ବିଦେଶରେ ରହି ପରିବାରର ଭରଣ ପୋଷଣ ପାଇଁ ପ୍ରଚୁର ପରିମାଣରେ ଟଙ୍କା ପଠାଉଥିଲେ । ।ମାଆର ମନ ଆଗରେ ତାଙ୍କ ପଇସା ପାଣି ପରି ବୋହି ଗଲା କେତେ ବେଳେ ଜାଣି ପାରିଲେନି, ବହୁତ୍ ବିଳମ୍ବରେ ବୁଝି ପାରିଲେ ମାଆର ଆବଶ୍ୟକତା ।  ମାଆ ଚାହୁଁଥିଲା ପୁଅ ତାଙ୍କର, ତାଙ୍କ ଶେଷ ଜୀବନରେ ପାଖେ ପାଖେ ରହୁ । କିନ୍ତୁ ନିମେଇ ବାବୁ ସାମାଜରେ ଚାଲୁଥିବା ଟଙ୍କା କମେଇବା ପ୍ରତିଯୋଗିତାରେ ନିମଗ୍ନ ଥିଲେ , ଭାବୁଥିଲେ ସବୁଥିର ଉପଚାର ଟଙ୍କା ବୋଲି । ପର...

25-03-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈     _*👉"ନିଜ ପାଇଁ ଚିନ୍ତା କର ପଛକେ ଅନ୍ୟ ଚିନ୍ତା ଭୁଲିଯାଅନାହିଁ"👈*_  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘  ଦୁନିଆରେ ଭାଇ ସ୍ୱାର୍ଥପର ହୋଇ ନିଜକଥା ଭାଳି ହୁଅନ୍ତି ସର୍ବେ     ଏଭଳି କେତେକ ମଣିଷ ଅଛନ୍ତି ପରକଥା ଯିଏ ସତତ ଭାବେ ।     ସେଭଳି ମଣିଷ ପୃଥିବୀ ବକ୍ଷରେ ରହିଯାନ୍ତି ସଦା ଅମର ହୋଇ     ସ୍ୱାର୍ଥପର କେବେ ମୃତ୍ୟୁବରିନିଏ ଏକଥା ଜଗତେ ଜାଣନ୍ତି ନାହିଁ ।     ହେଲେ ହୁଅ ପଛେ ସ୍ୱାର୍ଥପର ତୁମେ ପରହିତ ଚିନ୍ତାକର କିଂଚିତ୍     ଏହାଦ୍ୱାରା ତୁମ ଅମଙ୍ଗଳ ନୁହେଁ ଅନ୍ୟର ମଙ୍ଗଳ ହେବ ସାଧିତ ।                 ସାଧାରଣତଃ ମଣିଷ ସମାଜରେ ଅନେକ ସ୍ୱାର୍ଥପର ବ୍ୟକ୍ତି ଥାଆନ୍ତି, ଯିଏ କି ନିଜ ଚିନ୍ତା ଛଡା ଆଉ କିଛି ବି ଜାଣନ୍ତି ନାହିଁ । ମାତ୍ର କୋଟିକରେ ଗୋଟିଏ ଭଳି ଖୁବ୍ କମ୍ସଂଖ୍ୟକ ଲୋକ ଥାଆନ୍ତି । ଯେଉଁମାନେ ସ୍ୱାର୍ଥଚିନ୍ତା ପରିହରି ଅନ୍ୟର ସେବାରେ ଲାଗିପଡିଥାନ୍ତି । କେବଳ ସେହିମାନଙ୍କୁ ହିଁ ମହାପୁରୁଷ ଆଖ୍ୟା ମିଳିଥାଏ, ଯେଉଁମାନେ ମରିଗଲା ପରେ ମଧ୍ୟ ଏ ଧରା ବକ୍ଷରେ ଅମର ହୋଇ କାଳକାଳକୁ ରହିଯାଆନ୍ତି ।  ମାତ୍ର ସ୍ୱାର୍ଥନ୍ୱେଷୀ ବ୍ୟକ୍ତିଟିଏ କେବେ ମ...

24-03-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈     _*👉" ରମ୍ୟରଚନା - ଭାରତ ବନ୍ଦ "👈*_ *ତାରିଖ : ୨୪/୦୩/୨୦୨୦* *  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘  ସେ ଦିନ ଭାରତବାସୀଙ୍କର ଦୁର୍ଦ୍ଦଶାର ଦିନ ଆସି ଯାଇଥିଲା ଯେତେବେଳେ ଡଲାର ଦର ୭୩କୁ ଛୁଇଁ ଥିଲା । ଟିଭି, ରେଡ଼ିଓ, ଖବରକାଗଜରେ ସବୁ ବହୁ ଆଲୋଚନା ଓ ସମାଲୋଚନା କରି, ଏହି ଅଘଟଣ କିଭଳି ଭାବେ ଜନ ଜୀବନକୁ ପ୍ରଭାବିତ କରିବ, ତାହା ଅତ୍ୟନ୍ତ ଯଟୀଳ ହୋଇଥିଲେ ମଧ୍ୟ, ସରଳ ଭାବେ ପ୍ରାଞ୍ଜଳକରି ବୁଝାଇ ଦେଇଥିଲେ । ବିଭିନ୍ନ ଆଶଙ୍କା ମଧ୍ୟରୁ ଗୋଟିଏ ସେଦିନ ସତ୍ୟର ରୂପ ନେଇଗଲା, ଯେତେବେଳେ ପେଟ୍ରୋଲର ଦର ଲିଟର ପିଛା ୮୦ ଟଙ୍କାକୁ ଛୁଇଁଗଲା । ପେଟ୍ରୋଲ ଦର ବୃଦ୍ଧି ଏକ ଅନର୍ଥର ଲକ୍ଷଣ କିମ୍ବା ଅନ୍ୟ ଅନର୍ଥମାନଙ୍କର କାରଣ, ତାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ବିରୋଧାଭାସ ପରିଲିକ୍ଷିତ ହୋଇଥିଲା । ଅବସ୍ଥା ସେତେବେଳେ ସଙ୍କଟାପନ୍ନ ହୋଇଗଲା ଯେବେ ଟିଭି ଆଲୋଚନା ସମୟରେ ନିଜର ଅସହମତି ଜଣାଇବାକୁ ଯାଇ ସର୍ବଜ୍ଞ ସାହୁ ମୁଣ୍ଡକୁ ଏତେ ଯୋରରେ ହଲେଇ ଦେଲେ ଯେ ତାଙ୍କରି ଓ୍ଵିଗଟା ତଳେ ପଡ଼ି ତାଙ୍କୁ ସର୍ବସ୍ଵାନ୍ତ କରି ଦେଇଥିଲା । ଲଜ୍ଜା, କ୍ରୋଧ ଏବଂ ଆବେଗରେ ଭାବବିହ୍ଵଳ ହୋଇ ଓଡ଼ିଶାର ଯୁବ ସମାଜକୁ ଏକ ନୂତନ କ୍ରାନ୍ତିର ସୃଷ୍ଟି ପାଇଁ ଆହ୍ଵାନ କରିଦେଇଥିଲେ । ପେଟ୍ରୋଲ ଦର ବୃଦ୍ଧି ଧୀରେ...

23-03-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈     _*👉" ଭୋକିଲା ଲୋକ "👈*_ *ତାରିଖ : ୨୩/୦୩/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘  ସୁରମା ଆଖିକୁ ନିଦ ଆସୁନି। ଭାବୁଛି, ବାପାଙ୍କ ଉପରେ ବିରକ୍ତ ହେବା ତାର ବୋଧେ ଅଭ୍ୟାସରେ ପରିଣତ ହୋଇଯାଉଛି। ରକ୍ତ ଚାପ ଓ ରକ୍ତ ଶର୍କରା ଉଭୟ ରୋଗରେ ପୀଡ଼ିତ ବାପା ।ଭାତ ପ୍ରତି ଏତେ ଆସକ୍ତି ରାତିରେ ଭାତ ଖାଇବା ପାଇଁ ସବୁଦିନ ଜିଦ୍ କରନ୍ତି। ମା'ଓ ତା'କଥା ଆଦୌ ଶୁଣନ୍ତି ନାହିଁ। ମା' ରାଗିଯାଇ କହନ୍ତି: ସତୁରୀ ବର୍ଷ ପାଖେଇଲଣି,ଏମିତି ଭାତ ଖାଇବାକୁ ତୁମର ଏତେ ଦୁର୍ବଳତା, ସବୁବେଳେ ଯେମିତି ଭୋକିଲା! ସୁରମା ଏ ସବୁ ଶୁଣି ଭାବେ,ସତରେ ସବୁବେଳେ ଭୋକିଲା ତା ବାପା।ଖାଇବାକୁ ମାଗିବେ କିନ୍ତୁ ଅଳ୍ପ ଟିକେ ଖାଇ ସବୁ ଫେରାଇଦେବେ ।ଏପଟେ ସେମାନଙ୍କୁ ତାଗିଦ୍ କରି କହନ୍ତି"ଖାଦ୍ୟ କେବେ ନଷ୍ଟ କରିବ ନାହିଁ।ଖାଦ୍ୟ ହିଁ ମହାଲକ୍ଷ୍ମୀ"। ମା'ଚିଡିଯାଇ କହନ୍ତି:ତୁମେ କାହିଁକି ଖାଦ୍ୟ ଫେରାଉଛ,ଏଣିକି ବହୁତ ଭୋକ ହେଲେ ମାଗିଲେ ମୁଁ ଖାଇବାକୁ ଦେବି।ନହେଲେ ତା ପୂର୍ବରୁ ଦେବିନି।ତିନିହେଁ ହସିଉଠନ୍ତି। ଶେଯରେ ଶୋଇ ରହି ସୁରମା ଭାବିଲା ଆହୁରି ପଛକଥା ।ତା ତଳେ ଦୁଇ ଭାଇ ସାନ।ଗାଁ ରେ ଏକ ଛୋଟ ଚାଷୀ ପରିବାରରେ ସେମାନଙ୍କ ଜନ୍ମ।ସେ ବର୍ଷ କ୍ଷେତରେ ଭଲ ଫସଲ ନଥିଲା।ଅଦିନିଆ ଝଡ଼ ଓ ବର୍ଷା ତାଙ୍...

22-03-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈     _*👉" ଆ' ଜହ୍ନମାମୁଁ ସରଗ ଶଶୀ "👈*_ *ତାରିଖ : ୨୨/୦୩/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘  ଗ୍ରୀଷ୍ମ ଦିନ । ଚାରିଆଡେ ମାଟି ଫାଟି ଆଁ କରିଛି । ଅସହ୍ୟ ତାତି । ଗଛରେ ପତ୍ରଟିଏ ବି ହଲୁନି । ଜଳ ଅଭାବରୁ ଜୀବଜଗତ ସୂର୍ଯ୍ୟଙ୍କ କୋପରେ ଅସ୍ତବ୍ୟସ୍ତ ହୋଇପଡିଲେଣି । ଅପରାହ୍ନରେ ତାତି ଧିରେ ଧିରେ କମୁଥିଲେ ବି ଗୁଳୁଗୁଳି ରାତି ତମାମ୍ ରହୁଛି ।    ସଂଧ୍ୟା ସମୟ । ଗାଁ’ର ଶେଷ ମୁଣ୍ଡରେ ଥିବା ଶିବ ମନ୍ଦିରରୁ ଘଂଟ ଓ ମାଦଳର ଗୁରୁଗମ୍ଭିର ଶବ୍ଦ ଭାସିଆସୁଥାଏ । ଜହ୍ନ ପୂର୍ବାକାଶରେ ଉଇଁଲେଣି । ରଜନୀ ବୁଢୀ ବୃନ୍ଦାବତୀଙ୍କୁ ମୁଣ୍ଡିଆଟା ମାରି, ଘର ଅଗଣାରେ ମଶିଣାଟା ବିଛାଇ ଦେଇ, ତା ଗେହ୍ଲି ନାତୁଣୀ କୁନି ଦେହରେ ଅତି ଯତନରେ ହଳଦୀ ମାଖିଲାବେଳେ ଗୁଣୁଗୁଣୁ ହୋଇ ଗାଏ –*            “ଆ’ ଜହ୍ନମାମୁଁ ସରଗ ଶଶୀ,          ମୋ କୁନି ହାତରେ ପଡରେ ଖସି ।ା”    ବୁଢୀ ଶ୍ରଦ୍ଧାରେ ତା ନାତୁଣୀକୁ କୁନି ବୋଲି ଡାକେ । ଜହ୍ନର ଶୀତଳ ଆଲୋକରେ, ହଳଦୀ ମାଲସ୍ ପରେ ଛୁଆଟା ଆରାମ୍ରେ ଶୋଇପଡିଲେ ସେ ବୋହୁକୁ ବଡ ପାଟିରେ ଡାକି କହେ – “ଆଲୋ ... , କୁନି ଶୋଇପଡିଲାଣି । ଆଉ ଘଡିଏ କି ଦି’ଘଡି ଯାଉ, ସେ ...

21-03-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈               _*👉" ଭଲ ମଣିଷ ଖୋଜା "👈*_ *ତାରିଖ : ୨୧/୦୩/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘  କଲେଜରୁ ଫେରୁ ଫେରୁ ରାଗ ତମତମ ହେଇ ବ୍ୟାଗଟାକୁ ଟେବୁଲ୍ ଉପରକୁ ଫିଙ୍ଗି ଦେଇ ସୋଫା ଉପରେ ଦୁଲ୍ କିନା ବସି ପଡ଼ିଲା ମୁନି। ପାଖରେ ଚା କପ୍ ଟା ଧରି ଜେଜେ ବସି ଖବରକାଗଜ ପଢୁଥିଲେ। ମୁନି ନାକ ର ଫଁ ଫଁ ନିଶ୍ଵାସ ଜେଜେ ଙ୍କ କାନରୁ ବାଦ୍ ପଡୁନଥିଲା। ଆଜି ନିଶ୍ଚୟ କୋଉଠି କିଛି ଗୋଟେ ହେଇଛି। ନୂଆ କରି କଲେଜ୍ ରେ ପାଦ ଦେଇଥିବା ଏଇ ନାତୁଣୀଟିର ରାଗ ନାକ ଅଗରେ। କୋଉଠି କିଛି ଭୁଲ୍ ଭାଲ୍ ହେବାର ଦେଖିଲେ ଆଉ ସମ୍ଭାଳି ପାରେନି ସେ। ସ୍କୁଲରେ ଏଇ ଗୁଣ ପାଇଁ ବହୁତ୍ ଥର ଘରକୁ ଢେର୍ କମ୍ପ୍ଲେନ୍ ନେଇକି ଆସିଛି ସେ। ବାପା ମା ଙ୍କ ଠୁ ବହେ ଗାଳି ବି ଶୁଣେ। “ଆରେ ବାବା ତୁ ତ ଯାଉଚୁ ପଢିବା ପାଇଁ, କିଏ କାହାକୁ ବିନା ଦୋଷରେ ମାରିଲା ବା କିଏ କାହାକୁ ହଇରାଣ କଲା ସେଥିରେ ତୋର୍ ଯାଏ ଆସେ କେତେ?” ଜେଜେ କିନ୍ତୁ ଠିକ୍ ଜାଣନ୍ତି ତାଙ୍କର ଏଇ ନାତୁଣୀଟି ଗୋଟିଏ ସୁନାମୁଣ୍ଡା। ସେଇଥି ପାଇଁ ଖାସ୍ ଜେଜେଙ୍କ ଯୋଗୁଁ ସେ ବାପା ମା ଙ୍କ ଗାଳିରୁ ବର୍ତ୍ତୀ ଯାଏ। ଜେଜେ ସବୁବେଳେ ନାତୁଣୀର ପକ୍ଷ ନିଅନ୍ତି। ନାତୁଣୀ ମୋର ବଡ଼ ହେଲେ ସମାଜସେବୀ ହେବ ବୋଲି କହନ୍ତି। ବାପା, ...

19-03-2020 କାହାଣୀ

***** 👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈                    _*👉" ମହାମିଳନ "👈*_ *ତାରିଖ : ୧୯/୦୩/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘  ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଓହ୍ଲାଇ ଭୁବନେଶ୍ୱର ରେଳଷ୍ଟେସନ ଅଭିମୁଖେ ଓଲା ଟ୍ୟାକ୍ସିଟିଏ ବୁକ୍ କଲେ ରାଜେଶ । ଦୀର୍ଘ ପଚିଶି ବର୍ଷ ପରେ ଓଡିଶା ଫେରୁଛନ୍ତି ସିଏ । ମନରେ ଅନେକ ଖୁସି । ଓଡ଼ିଶାରେ ତାଙ୍କର କେହି ନାହାନ୍ତି । ଓଡ଼ିଶା କଣ ପୂରା ଦୁନିଆରେ ରକ୍ତସମ୍ପର୍କୀୟ କେହି ନାହାଁନ୍ତି ତାଙ୍କର । ହେଲେ କାହିଁକି କେଜାଣି ଏତେ ବର୍ଷ ବିଦେଶରେ ରହି ନିଜ ଦେଶ, ନିଜ ରାଜ୍ୟକୁ ଫେରିବା ବେଳେ ଆନନ୍ଦରେ ଗଦଗଦ୍ ହେଇଯାଉଥିଲେ ରାଜେଶ ଓରଫ୍ ରାଜେଶ ବାବୁ, ଏକ ବହୁରାଷ୍ଟ୍ରୀୟ ସଫ୍ଟୱେର କମ୍ପାନୀର ଜଣେ ଗୁରୁତ୍ୱପୂର୍ଣ୍ଣ ଉଚ୍ଚ ପଦାଧିକାରୀ । ଏଇ ବୋଧେ ନିଜ ଜନ୍ମଭୂମିର ଆକର୍ଷଣ, ନିଜ ମାଟିର ବତୁରା ନିରୁତା ସ୍ନେହ । ରାଜେଶ ବାବୁ ଭାବପ୍ରବଣ ହେଇ ଉଠୁଥିଲେ, ଭାବପ୍ରବଣତାକୁ ଲୁଚେଇବାକୁ ଯାଇ ଆଖିରେ କଳା ଚଷମାଟା ପିନ୍ଧି ପକାଇ, ମଖମଲ ରୁମାଲରେ ମୁହଁ ପୋଛି ପକେଇଲେ ସେ ।   ଟ୍ୟାକ୍ସି ଆସିଯାଇଥିଲା । ଆଉ ଷ୍ଟେସନ ଆଡକୁ ମୁହେଁଇଲେ ସେ । ଫୋନ ବାହାର କରି ଚନ୍ଦନକୁ କଲ୍ କରିବାକୁ ଯାଉ ଯାଉ ଅଟକିଗଲେ । ନ...

14-03-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର କାହାଣୀ*_👈             _*👉" କାହାଣୀ ଘର ଘରର "👈*_ *ତାରିଖ : ୧୪/୦୩/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ସାମ୍ନା ଘର ପଡୋଶୀଙ୍କ ବୋହୂ ଶୋଭା , ସବୁ ଦିନ ତାଙ୍କ ସ୍ଵାମୀ ସୁବୋଧ ଅଫିସ୍ ଗଲାବେଳେ ବାଟୋଇ ଦେବାକୁ ଗେଟ୍ ପାଖକୁ ଆସନ୍ତି। ହସ ହସ ମୁହଁରେ ସ୍ଵାମୀଙ୍କ ହାତକୁ ଅଫିସ୍ ବ୍ୟାଗ୍ ଆଉ ଟିଫିନ୍ ବଢେଇ ଦେଇ ବାଏ କୁହନ୍ତି। ସୁବୋଧ ମଧ୍ୟ ହସି ହସି ବାଏ କହି ଗାଡିରେ ବସନ୍ତି। ଗାଡି ଲୁଚିବା ପର୍ଯ୍ୟନ୍ତ ଶୋଭା ଚାହିଁ ରୁହନ୍ତି ତାପରେ ଘର ଭିତରକୁ ଯାଆନ୍ତି। ମୁଁ ଅନେକ ସମୟରେ ବାଲକୋନୀରୁ ଦେଖି ଭାରି ଖୁସି ହୁଏ। ସତରେ ଏଇତ ସଂସାର ଆଉ ସମ୍ପର୍କ। ଶାଶୁ, ଶଶୁର ସ୍ଵାମୀ ଆଉ ଦିଅରକୁ ନେଇ ଶୋଭାର ସଂସାର। ଭାରି ହସ ଖୁସିଆ ମିଜାଜର ପିଲାଟି। ରୂପରେ ଯେମିତି ଗୁଣରେ ବି ସେମିତି ।ସବୁ ଦିନ ତାକୁ ସକାଳୁ ଦେଖିଲେ ମୋତେ ଭାରି ଭଲ ଲାଗେ। ଆଜି ସକାଳୁ ତାକୁ ନଦେଖି ମୋତେ କେମିତି କେମିତି ଲାଗୁଥିଲା। ସୁବୋଧ ଅଫିସ୍ ଗଲାବେଳେ ସେ ଆଜି ବାଟୋଇ ଦେବାକୁ ଆସି ନଥିଲା। ଦେହ ଭଲ ନାହିଁ ନା କ'ଣ,,। ସାରା ଦିନ ତା କଥା ମୁଁ ଭାବୁଥିଲି। ସନ୍ଧ୍ୟାରେ ଶୋଭା ଗେଟ୍ ପାଖରେ ଠିଆ ହୋଇଥିଲା। ବୋଧେ ସୁବୋଧଙ୍କ ଆସିବାକୁ ଅପେକ୍ଷା କରୁଥିଲା। ମୁଁ ତଳକୁ ଯାଇ ପଚାରିଲି,, ଭଲ ଅଛ ତ ମା'?। ସକାଳୁ ତୁମକୁ ଦେଖ...

12-03-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର କାହାଣୀ *_👈           _*👉" ସବୁ ଚୁଇଁଙ୍କ କାହାଣୀ "👈*_ *ତାରିଖ : ୧୨/୦୩/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ସକାଳ ସାତ ନବାଜୁଣୁ ରଇନନାର ଦୋକାନ ଆଗରେ ଇଡ଼ଲି ତରକାରୀ ପାଇଁ ଭିଡ଼ ହୁଏ। ଚାରିଟା ଇଡ଼ଲି ସାଙ୍ଗକୁ ଚଉପଦୀ ଭର୍ତ୍ତି ଘୁଗୁନି ମାତ୍ର ଦଶଟଙ୍କାରେ। ମୂଲିଆ ମଜୁରିଆଙ୍କ ଠାରୁ ଆରମ୍ଭ କରି ବଡବାବୁ ମାନଙ୍କର ଧାଡ଼ି ଲମ୍ବିଥାଏ। ମର୍ଣ୍ଣିୱାକ୍ କରି ଫେରୁଥିବା ବାବୁ ବାବୁଆଣୀ ମାନଙ୍କ ପାଦ ଏଇଠି କ୍ଷଣିଏ ରହିଯାଏ। ଇଡ଼ଲି ତରକାରୀ ପୁଡିଆଟେ କି ଦି ପୁଡ଼ିଆ ଧରି ଚାଲିଯାନ୍ତି ନିଜ ବାଟରେ। ବେଳେ ବେଳେ ସ୍କୁଲ ପୋଷାକ ପିନ୍ଧି ନିଜ ନିଜ ଟିଫିନ୍ ଧରି କିଛି ପିଲାଏ ଆସନ୍ତି। ଜଲଦି ଆମକୁ ଦିଅ ନହେଲେ ଆମ ବସ୍ ପଳେଇବ କହି ଚିଲ୍ଲାନ୍ତି।  ଚୁଇଁ ଚୁପଚାପ ପିଲାମାନଙ୍କୁ ଦେଖେ। ତାର ବି ଇଛା ହୁଏ ଏଇ ପିଲାଙ୍କ ପରି ଏକା ପ୍ରକାର ପୋଷାକ ପିନ୍ଧି , କାନ୍ଧରେ ବ୍ୟାଗ ଓ ବେକରେ ପାଣି ବୋତଲ ପକେଇ ବସ୍ ରେ ବସି ସ୍କୁଲ ଯିବାକୁ।     ଥରେ ଜଣେ ଧୋବ ଧୋବଳିଆ ପୋଷାକ ପିନ୍ଧା ବାବୁ ଚୁଇଁ କାମ କରୁଥିବା ହୋଟେଲକୁ ଆସିଲେ। ସେ ଚୁଇଁର ବିକଳ ଚାହାଣୀ ଦେଖି ତା ମନର ଭାଷା ପଢ଼ି ପାରିଲେ। କହିଲେ     -ବ୍ୟସ୍ତ ହୁଅନା। ଏଇ ହୋଟେଲର ଅଇଁଠା ପ୍ଲେଟ ସଫା କରିବାକୁ ତୋର ଜନ୍ମ...

12-march 2020 ଆଜି ର ଖବର

ତାରିଖ ୧୨/୦୩/୨୦, ଗୁରୁବାର ------------------------------------ ୧-ଭୁବନେଶ୍ୱର:ଚଢ଼ା ଦରରେ ମାସ୍କ ଓ ସାନିଟାଇଜର ବିକିଲେ କଡା କାର୍ଯ୍ୟାନୁଷ୍ଠାନ:ଡ୍ରଗସ କଣ୍ଟ୍ରୋଲର ୨-ବିଧାନସଭାରେ ବାୟୋମେଟ୍ରିକ ମନା । କରୋନାର ମୁକାବିଲା କରିବାକୁ କର୍ମଚାରୀଙ୍କ ପାଇଁ ଜାରି ହେଲା ଆଡଭାଇଜରି । ୩-ଭୋଗରାଇ:ଚା’ ବଦଳରେ ବିଷ ! ବାହାଘରରେ ବିଷାକ୍ତ ଚା’ ପିଇ ୧୫ ଗୁରୁତର, ମେଡିକାଲରେ ଭର୍ତ୍ତି । ୪-ଏବେ ସୁଦ୍ଧା କନ୍ଧମାଳର ୭୦ ପ୍ରତିଶତ ଗାଁକୁ ଟେଲି ଯୋଗାଯୋଗ ବ୍ୟବସ୍ଥା ନାହିଁ, ଲୋକସଭାରେ ପ୍ରସଙ୍ଗ ଉଠାଇଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ। ୫-ଭୁବନେଶ୍ୱର ରାସ୍ତାରେ ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ଖୋଳତାଡ, ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍‌। ୬-ଅନିଲ ଅମ୍ବାନୀଙ୍କ କମ୍ପାନୀ ଓ ସୁଭାଷ ଚନ୍ଦ୍ରାଙ୍କ ଉପରେ ୟେସ୍ ବ୍ୟାଙ୍କର ରହିଛି ୨୧ ହଜାର ଟଙ୍କାର ଋଣ। ୭-ଅନୁଗୋଳ:ଜମି ଜମା ବିବାଦକୁ ନେଇ ଯୁବକର ଉନ୍ମତ୍ତକାଣ୍ଡ, ଟାଙ୍ଗିଆରେ ହାଣିଦେଲା ଗୋଟିଏ ପରିବାରର ବାପା, ମାଆ ଓ ଝିଅଙ୍କୁ। ୮-ସୁବର୍ଣ୍ଣପୁରର:ବିଦ୍ୟାଳୟ ପରିସରରେ ପରିବା ବଗିଚା । ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ତଟକା ପରିବା ଦେବାକୁ ପ୍ରୟାସ,  ପ୍ରଧାନ ଶିକ୍ଷକ ଦାମୋଦର ପଣ୍ଡାଙ୍କ ପରିବା ବଗିଚାକୁ ନେଇ ଚର୍ଚ୍ଚା । ୯-ଷ୍ଟେଟ ବ୍ୟାଙ୍କର ବଡ ଘୋଷଣା, ଆଉ ରହିବନି ମିନିମମ୍ ବାଲାନ୍ସ, ପଡିବନି ଫାଇନ୍। ୧୦-ଭୋପାଳ:ପଦ୍ମ ଧରିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ।ମଧ୍ୟପ୍ରଦେଶରୁ ରାଜ...

11-03-2020 କାହାଣୀ

🌸 ୧୧-୦୩-୨୦୨୦ ଆଜି ର କାହାଣୀ 🌸 🥀 *କରୁଣାର ପ୍ରମାଣ* 🥀 କୌମୁଦୀ ରାଜ୍ୟର ପରିସର ଭିତରେ ବ୍ୟାପକ ଅଂଚଳ ବ୍ୟାପୀ ଗୋଟିଏ ବଣ ଥିଲା । ତାହାର ନାମ ଶାନ୍ତିବନ । ସେ ବଣର ଗୋଟିଏ ପ୍ରାନ୍ତରେ ଜୀବାନନ୍ଦ ନାମକ ଜଣେ ଋଷି ରହୁଥିଲେ । ତାଙ୍କର ଜଣେ ଶିଷ୍ୟ ଥିଲେ । ତା’ର ନାମ ପ୍ରବୋଧ ।                 ପ୍ରବୋଧ ବେଦ ବେଦାନ୍ତ ଅଧ୍ୟୟନରେ ଖୁବ୍ ପରାକାଷ୍ଠା ଦେଖାଇଲେ । ଥରେ ଗୁରୁ ଜୀବାନନ୍ଦ କହିଲେ, “ବାପା ପ୍ରବୋଧ, ଶାସ୍ତ୍ର ଜ୍ଞାନ ସାଙ୍ଗକୁ ଭିତରେ ଭକ୍ତିଭାବ ଉଦ୍ରେକ ହେବା ଆବଶ୍ୟକ । ଦିଅଁ ଦର୍ଶନରେ ଭକ୍ତିଭାବର ଉଦୟ ହୁଏ । ମୋ କଥା ମାନି ତମେ ଥରେ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରି ଆସ ।”                 ପ୍ରବୋଧ ପଚାରିଲେ “ସେଥିରେ କ’ଣ ଅଧିକା ଲାଭ ହେବ?”                 ଗୁରୁ କହିଲେ “ହଁ ବାପା । ଦିଅଁ ଦର୍ଶନ କଲେ ନୟନ ପବିତ୍ର ହେବ । ପୁଣି ଭକ୍ତିଭାବରେ ଉଦ୍ରେକ ହେଲେ ହୃଦୟ ମଧ୍ୟ ନିର୍ମଳ ହେବ ।” ସେ ଗୋଟିଏ ଶୁଭଦିନ ମଧ୍ୟ ନିଶ୍ଚୟ କରିଦେଲେ । ଯଥା ସମୟରେ ପ୍ରବୋଧ ଗୁରୁଙ୍କଠାରୁ ବିଦାୟ ନେଇ କାଶୀ ଅଭିମୁଖେ ଯାତ୍ରା କଲେ । ପ୍ରାୟ ପାଞ୍ଚଦିନ ଚାଲିବା ପରେ ଦିନେ ତାଙ୍କ ଚଟି ଜୋତା ଛିଡିଗଲା । ଭାଗ୍ୟକୁ ସେ ଗୋଟିଏ ବରଗଛ ମୂଳରେ ଜଣେ ମୋଚି ବସିଥିବାର ଦେଖି ତାକୁ ଜ...