Posts

Showing posts from May, 2020

31 may 2020 କାହାଣୀ

💚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 💚 🥀 *ପରିପୂର୍ଣ୍ଣ ମାନବିକତା* 🥀 ବିକ୍ରମପୁରର ରାଜାଙ୍କ ଆକସ୍ମିକ ମୃତ୍ୟୁ ହେବା ଯୋଗୁଁ ଅଳ୍ପ ବୟସରେ ରାଜକୁମାରଙ୍କ ରାଜ୍ୟାଭିଷେକ ହେଲା । ସଂସାର ଅନଭିଜ୍ଞ ନୂଆ ରାଜାଙ୍କୁ ରାଜଗୁରୁ କହିଲେ, “ଯିଏ ଶାସକ ହୁଏ, ତା’ର ପ୍ରଥମ ଜାଣିବା ଉଚିତ୍ ଯେ ପ୍ରତ୍ୟେକ ମାନବ ମଧ୍ୟରେ ମାନବିକତା କେତେଦୂର ରହିଛି । ଯେତେବେଳେ ଆବଶ୍ୟକ ହେବ ମୁଁ ତୁମକୁ ଏସବୁ ବିଷୟରେ ଶିକ୍ଷା ଦେବି ।”                 ନୂଆରାଜା ରାଜଗୁରୁଙ୍କୁ ପଚାରିଲେ “ଏସବୁ ଜ୍ଞାନ ହେବାକୁ କେତେ ସମୟ ଲାଗିବ?”                 ରାଜଗୁରୁ କହିଲେ, “ମନ ଦେଇ ମଣିଷ ଚରିତ୍ର ବିଷୟରେ ଅନୁଧ୍ୟାନ କଲେ, ଏସବୁ ଜ୍ଞାନ ପ୍ରାପ୍ତ କରିବାରେ ଅଧିକ ବିଳମ୍ବ ହେବ ନାହିଁ ।”                 ନୂଆରାଜା ଏପରି ଏକ ସମୟ ସ୍ଥିର କଲେ ଯେ ଦରବାରର ସମସ୍ତ ସଭ୍ୟ ଜଣ ଜଣ କରି ନିଜର ଅଭିଜ୍ଞତା ନୂଆରାଜାଙ୍କୁ କହିବେ ।                 ଦିନେ ଜଣେ ଆସି କହିଲା, “ମହାରାଜ, ମୁଁ ଦିନେ ଜଙ୍ଗଲରେ ବୁଲୁଥିଲି, ହଠାତ୍ ମୋ ଗୋଡରେ କଂଟା ପଶି ବଡ କଷ୍ଟ ଦେଲା ଓ ରକ୍ତ ବୋହିଲା । ଠିକ୍ ସେତିକିବେଳେ ଜଣେ ବ୍ୟକ୍ତି ଦୌଡି ଆସି ମୋତେ କହିଲା, ବାଘ ...

30 may 2020 କାହାଣୀ

🦚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🦚 🍭 *ଘୋରକର ଉଦାରତା* 🍭 ତ୍ରିରୂପ ଦେଶର ରାଜକୁମାରୀ ଚନ୍ଦ୍ରମତୀ ଅତି ସୁନ୍ଦରୀ ଓ ଗୁଣବତୀ ଥିଲେ । ଥରେ ସେ ବିଚିତ୍ରତାରେ ପୂର୍ଣ୍ଣ ବିରୁପ ଦେଶକୁ ବୁଲିବାକୁ ଗଲେ । ସେଠାରେ ସେ ପହଁଚିବା ମାତ୍ରେ ସେଠାକାର ଯୁବରାଜ ବୀରସେନ ତାଙ୍କୁ ସ୍ୱାଗତ କଲେ ଓ ତାଙ୍କୁ ସାରାଦେଶ ବୁଲାଇ ଦେଖାଇଲେ । କିଛିଦିନ ଏକାଠି ରହିବା ଦ୍ୱାରା ସେ ଦୁହିଁଙ୍କ ମନ ଦୁହିଁଙ୍କ ପ୍ରତି ଆକର୍ଷିତ ହେଲା । କିଛି ଦିନ ପରେ ଚନ୍ଦ୍ରମତୀ ନିଜ ଦେଶକୁ ଫେରି ଆସିଲେ ।                 ତା’ପରେ ଚନ୍ଦ୍ରମତୀଙ୍କ ପିତା ରାଜା ସ୍ୱୟମ୍ବର ସଭା ପାଇଁ ଦିନ ସ୍ଥିର କରି ପଡୋଶୀ ରାଜ୍ୟମାନଙ୍କୁ ନିମନ୍ତ୍ରଣ ପଠାଇଲେ । ଅନେକ ରାଜକୁମାର ଆସିଲେ । ବୀରସେନ ମଧ୍ୟ ଆସିଲେ । କିନ୍ତୁ ଠିକ୍ ପୂର୍ବଦିନ ଘୋରକ ନାମକ ଏକ ତାନ୍ତ୍ରିକ ରାକ୍ଷସ ଚନ୍ଦ୍ରମତୀଙ୍କୁ ଅପହରଣ କରି ନେଲା । ଘୋରକ, ରାକ୍ଷସ; ତେଣୁ ଶରୀରରେ ତା’ର ବଳ ଅମାପ; ପୁଣି ତାନ୍ତ୍ରିକ, ତେଣୁ ତା’ର କେହି କିଛି ହେଲେବି କରିପାରୁ ନଥିଲେ । ବୀରସେନ ତାଙ୍କ ପିତାମାତାଙ୍କ ଇଚ୍ଛା ବିରୁଦ୍ଧରେ ଘୋରକର ରାଜ୍ୟକୁ ଗଲେ । ରାଜ୍ୟମାନେ ଏକ ନିବିଡ ଘନ ଜଙ୍ଗଲ । ସେଠାରେ ପହଁଚି ସେ ଦେଖିଲେ ଅନ୍ୟ କେତେଜଣ ରାଜପୁତ୍ର ମଧ୍ୟ ଚନ୍ଦ୍ରମତୀଙ୍କୁ ମୁକ୍ତ କରିବା ପାଇଁ ଆସିଛନ୍ତି । ଘୋରକ ଏକଥା ଜାଣି ପାରି ମନ୍ତ୍ର ବଳରେ ସେମାନଙ୍କୁ, ...

29 may 2020 କାହାଣୀ

🌸 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌸 ⚛️ *ରାମପୁରର ରାମ* ⚛️ ରାମପୁରର ରାମର ସୀତାପୁରର ସୀତାରାମ ସହିତ କିଛି କାମଥିଲା । ସକାଳୁ ଚାଲିଚାଲି ଦ୍ୱିପ୍ରହରବେଳକୁ ସେ ଯାଇ ଲକ୍ଷ୍ମଣପୁରରେ ପହଁଚିଲା । ଖରାରେ ଚାଲୁଛି, ପୁଣି ଭୋକରେ ତା’ର ହଂସା ଉଡିଲାଣି, ସେ ରାସ୍ତାରେ ଘରଟିଏ ଦେଖି ପିଣ୍ଡା ଉପରକୁ ଉଠିଯାଇ ବସିପଡି ଥକା ମାରିଲା । ସେ ଘରର ଯୁବକଟିଏ ବାହାରି ଆସିଲେ; ରାମ କହିଲା, “ପୁଅ, ବଡ ଖରାରେ ଚାଲିଚାଲି କ୍ଳାନ୍ତ ହୋଇ ପଡିଛି । ଘରେ ପଚାର କିଛି ଖାଇବାକୁ ଦେଇ ପାରିବେ କି? ଭୋକରେ ମୋ ପେଟ ଜଳୁଛି । ଆଉ ଚାଲି ପାରୁ ନାହିଁ ।” ରାମ ଜାଣି ନଥିଲା ଯେ ସେ ଘରର ପ୍ରାୟ ସମସ୍ତେ କାଲା । ଯୁବକ ଦୁମ୍ ଦୁମ୍ ହୋଇ ଘର ଭିତରକୁ ପଶିଯାଇ ତା’ର ବିବାହଯୋଗ୍ୟ ଭଉଣୀକୁ ଚିତ୍କାର କରି ଗାଳିଦେଇ କହିଲା, “କେଉଁଠୁ ଜଣେ ଲୋକ ଆସି କହୁଛି ଯେ ତୁ ତାକୁ ବିବାହ କରିବାକୁ କଥା ଦେଇଛୁ? କିଏ ସେ ଲୋକ? ଆମ ପିଣ୍ଡା ମାଡି ବସି ଦାବୀ କରୁଛି । ଏକଥା ଗ୍ରାମରେ ପ୍ରଘଟ ହେଲେ ଆମେ କ’ଣ ଆଉ କାହାକୁ ମୁହଁ ଦେଖାଇ ପାରିବୁ? ଛି, ଛି, ଶେଷକୁ ଏହି କଳଙ୍କ ରଟାଇଲୁ?” ଭଉଣୀ ଭାଇକଥା କିଛି ଶୁଣି ନପାରି ରାଗି ଯାଇ ବାପା ପାଖକୁ ଗଲା । କହିଲା, “ବାପା, ସବୁବେଳେ ଭାଇ ମୋ ସହିତ କଳି କରୁଛି । କହୁଛି, ତୁମ ସମ୍ପତ୍ତିରୁ ମୋତେ କାଣୀ କଉଡିଟିଏ ସୁଦ୍ଧା ମିଳିବ ନାହିଁ । ଇଏ କିପରି ନ୍ୟାୟ । ମୋତେ ମା’ ଦଶମାସ ପେଟରେ ଧରିଛି ନା ନାହିଁ? ମୁଁ ତୁମ ଝ...

28 may 2020 କାହାଣୀ

🌻 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌻 💥 *ଦାନୀକର୍ଣ୍ଣ ଭୂମିନାଥ* 💥 ବସନ୍ତ ନାମକ ଗ୍ରାମରେ ଭୂମିନାଥ ନାମକ ଜଣେ ଧନୀ ବ୍ୟକ୍ତି ଥିଲେ । ତାଙ୍କୁ ସମସ୍ତେ ଦାନୀକର୍ଣ୍ଣ କହୁଥିଲେ । ସେ ନିଜ ନାମର ମହତ୍ୱ ରଖିବାକୁ ଯାଇ ଦାନ ଦେଇ ଦେଇ ସବୁ ଧନ ଶେଷ କରିଦେଲେ । ସେ କୃଷିବିଦ୍ୟାରେ ପାରଙ୍ଗମ ଥିଲେ । ଅନ୍ୟମାନଙ୍କ ଜମିଚାଷ କରି ବହୁ ଅର୍ଥ ସେ ଲାଭ କଲେ । କିନ୍ତୁ ଦାନ ଦେବାର ଅଭ୍ୟାସ ସେ ଛାଡିଲେ ନାହିଁ । ତଥାପି ଏବେ ନିଜର ପରିସ୍ଥିତି ଓ ଅତ୍ୟଧିକ ଦାନ ଦେବା ଯୋଗୁଁ ଅର୍ଥାଭାବ ଇତ୍ୟାଦି କଥା ଭାବି ଏଣିକି ସେ ସଜାଗ ରହନ୍ତି; ତେଣୁ ସୁଖ ଶାନ୍ତିରେ ଜୀବନ କଟାଇଲେ । ଦିନେ ପିଣ୍ଡାରେ ବସି ପୁରୋହିତଙ୍କ ସହିତ କଥା ହେବା ସମୟରେ ସେଠାକୁ ଜଣେ ବ୍ରାହ୍ମଣ ଆସିଲେ । ଭୂମିନାଥ ତାଙ୍କୁ ପ୍ରଣାମ କରି ନମ୍ରଭାବରେ କହିଲେ, “ଆପଣ କେଉଁ କାର୍ଯ୍ୟରେ ଆସିଛନ୍ତି? ମୁଁ ଆପଣଙ୍କୁ କିଛି ସାହାଯ୍ୟ କରିପାରେ କି?” ତା’ପରେ ସେ ବ୍ରାହ୍ମଣ କହିଲେ, “ମହାଶୟ, ଆପଣଙ୍କ ଗ୍ରାମର ରତନ ସେଠଙ୍କ ଝିଅର ବିବାହ ଉତ୍ସବକୁ ମୁଁ ଆସିଛି । ସେ ବ୍ରାହ୍ମଣ ପଣ୍ଡିତମାନଙ୍କୁ ବହୁଦାନ ଦେଉଛନ୍ତି । ମୁଁ ବନସ୍ଥଳୀ ନାମକ ଗ୍ରାମରୁ ଆସିଛି । ମୋର ଗ୍ରାମ ଅନେକ ଦୂରରେ ଅବସ୍ଥିତ । ତାଙ୍କର ଦାନ ପାଇଁ ମୁଁ ଏଠାକୁ ଆସିଛି । ସେ ସମସ୍ତିଙ୍କୁ ଦାନ ସ୍ୱରୂପ ରୂପା ଥାଳିଆ ଦେଉଛନ୍ତି । ଥାଳିଆ ଏତେ ମୂଲ୍ୟବାନ ନୁହେଁ, ପୁଣି ମୋତେ ମଧ୍ୟ ନିମନ୍ତ୍ରଣ କରାହୋଇ ନାହି...

27 may 2020 କାହାଣୀ

💐 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 💐 ❄️ *ଭୁଲାପଣ* ❄️ ଲକ୍ଷ୍ମଣସେଠ୍ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବାକୁ ଗଲେ । ପାଖ ଗ୍ରାମରେ ଥିବା ତାଙ୍କର ବନ୍ଧୁ ବୀରସେଠଙ୍କ ସହିତ ବାଟରେ ଦେଖା ହେଲା । ସେ କହିଲେ, “ଶୁଣିଲି, ତୁମ ଘରେ ଚୋର ତିନିଥର ଚୋରୀ କରିଛି । କ’ଣ ଏକଥା ସତ?”                 ଲକ୍ଷ୍ମଣସେଠ୍ କହିଲେ “ହଁ ସତ ।”                 ବୀରସେଠ ପଚାରିଲେ “ଚୋର ସିନ୍ଦୁକ ଭାଙ୍ଗିବା ବେଳେ ତମେ ନିଦରୁ ଉଠିପଡିଲ ନାହିଁ?”                 ତହୁଁ ଲକ୍ଷ୍ମଣସେଠ୍ କହିଲେ “କିପରି ଉଠିବି? ମୋ ତକିଆ ତଳୁ ଚାବିଟି ଚୋର ଚୁପ୍ ଚାପ୍ ନେଇ ସିନ୍ଦୁକ ଖୋଲିଲା ।” ବୀରସେଠ ପଚାରିଲେ “ଚାବି ସବୁବେଳେ ତକିଆ ତଳେ କାହିଁକି ରଖୁଛ?” ଲକ୍ଷ୍ମଣସେଠ୍ ପୁଣି କହିଲେ, “ତକିଆ ତଳେ ନ ରଖି ଅନ୍ୟ ସ୍ଥାନରେ ମଧ୍ୟ ରଖୁଥିଲି ।”                 ବୀରସେଠ ପଚାରିଲେ “ତେବେ ଚୋର ସେକଥା କିପରି ଜାଣିଲା?”                 ଲକ୍ଷ୍ମଣସେଠ୍ ଲଜ୍ଜିତ ହୋଇ କହିଲେ “ମୋ ଭୁଲାପଣରୁ ଚୋର ମୋତେ ସର୍ବସ୍ୱାନ୍ତ କଲା । ମୁଁ କାଳେ ଭୁଲିଯିବି ବୋଲି ଗୋଟିଏ କାଗଜରେ ଲେଖି ରଖିଥିଲି କି ଚାବିଟି...

26 may 2020 କାହାଣୀ

🌺 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌺  🌀 *ଦଣ୍ଡବିଧି* 🌀 ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ ସେ ଆପଣା କାନ୍ଧରେ ପକାଇ ସେହି ଶୂନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରନ୍ତେ ଶବସ୍ଥିତ ବେତାଳ କହିଲା, “ରାଜନ୍, ଅର୍ଦ୍ଧରାତ୍ରି ସମୟରେ, ଏତେ ଭୟଙ୍କର ବାତାବରଣ ମଧ୍ୟରେ, ଶ୍ମଶାନର ଅନେକ ଭୂତପ୍ରେତଙ୍କର ମଧ୍ୟରେ, ତୁମେ ଯେ ନିର୍ଭୀକ ହୋଇ ଆଗେଇ ଚାଲିଛ, ତୁମେ ନିଶ୍ଚୟ ପ୍ରଶଂସାର ପାତ୍ର । ତୁମେ ଥକା ହେଉ ନାହଁ, ମୁହଁରେ କୌଣସି ଦୁଃଖକଷ୍ଟର ଭାବ ମଧ୍ୟ ନାହିଁ । ମନେ ହେଉଛି ତୁମର ମନୋବଳ ଅପାର । କିନ୍ତୁ ମୁଁ ବୁଝିପାରୁନାହିଁ ଯେ କେଉଁ ଲକ୍ଷ୍ୟ ସାଧନ ପାଇଁ ତମେ ଏତେ କଷ୍ଟ ସହୁଛ? କେହି କେହି ଅଲୌକିକ ଶକ୍ତି ପାଇଁ ଏସବୁ କରନ୍ତି; ଆଉ କେହି କେହି ମଧ୍ୟ ବ୍ୟର୍ଥ ପ୍ରୟାସ କରନ୍ତି; ଏହି ପରିପ୍ରେକ୍ଷୀରେ ତ...

25 may 2020 କାହାଣୀ

🌷 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌷 🥀 *ପୁରସ୍କାର* 🥀 ବିକାନୀରର ଜମିଦାର ଭୂପତିରାୟ, ନିଜ ଜନ୍ମଦିନ ଉପଲକ୍ଷେ ଏକ କବିତା ପାଠୋତ୍ସବର ଆୟୋଜନ କରାଇଲେ । ପୂର୍ବରୁ ଘୋଷଣା କରାଗଲା କି ଯିଏ ପରମଶିବଙ୍କ ଉପରେ ଏକଶହ କବିତା ଶୁଣାଇବେ ସେ “ସରସ୍ୱତୀ ପୁତ୍ର” ଉପାଧି ପାଇବେ ଓ ଏକହଜାର ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ପାଇବେ ।                 ସେହି ପ୍ରତିଯୋଗିତାରେ ରଜନୀଚନ୍ଦ୍ର ନାମକ ପଚିଶବର୍ଷର ଯୁବକ ଓ ନାରାୟଣ ଶର୍ମା ନାମକ ଅଶୀବର୍ଷର ବୃଦ୍ଧ ସମାନ ଭାବରେ ଯୋଗ୍ୟ ବିବେଚିତ ହେଲେ । ସଭାରେ ସମସ୍ତେ ଜାଣିବାକୁ ଉତ୍ସୁକ ଥିଲେ କି କାହାକୁ ପୁରସ୍କାର ଦିଆଯିବ ।                 ଜମିଦାର ବହୁ ଆଲୋଚନା ବିଚାର କରିବା ପରେ ବୃଦ୍ଧ ନାରାୟଣ ଶର୍ମାଙ୍କୁହିଁ ପୁରସ୍କାର ଦେଲେ ଓ ତାଙ୍କୁହିଁ “ସରସ୍ୱତୀ ପୁତ୍ର” ଉପାଧି ମିଳିଲା ।                 ସଭା ଶେଷ ହେବା ପରେ ଦେବାନ୍, ଜମିଦାରଙ୍କୁ ପଚାରିଲେ, “ଆଜ୍ଞା, ନାରାୟଣ ଶର୍ମାଙ୍କୁ ବିଜେତା ଘୋଷିତ କରିବାର କିଛି ବିଶେଷ କାରଣ ଅଛି କି?” ଜମିଦାର କହିଲେ “ନିଶ୍ଚୟ ଅଛି । ରଜନୀଚନ୍ଦ୍ର ଯୁବକ । ଆଜି ନହେଲେ ବି କାଲି ତ ସେ ନିଶ୍ଚୟ ପୁରସ୍କାର ପାଇବେ । କାହିଁକିନା ଏଥିଲାଗି ତାଙ୍କର ତ ସାରାଜୀବନ ପଡିଛି । କିନ୍ତୁ ନାରା...

24 may 2020 କାହାଣୀ

🌼 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌼 ✳️ *ଧନର ମୂଲ୍ୟ* ✳️ କରଜ ଦେବା ପ୍ରଶାନ୍ତଙ୍କର ବ୍ୟବସାୟ ଥିଲା । ସେ ଏତେ ମଧୁର ଭାବରେ କଥା କୁହନ୍ତି ଯେ ଲୋକେ, ଅଳ୍ପ ଦରକାର ହେଲେ ମଧ୍ୟ ପ୍ରଶାନ୍ତଙ୍କ ପାଖକୁ ଦୌଡିବେ ।                 ବହୁତ ଲୋକ ଟଙ୍କା କରଜ ନେବାକୁ ଆସନ୍ତି । କ୍ରମେ ସେମାନଙ୍କ ସଂଖ୍ୟା ବଢିଚାଲିଲା । ତେଣୁ ସେଥିପାଇଁ ଗୁମାସ୍ତା ଚାରିଜଣ ରହିଥା’ନ୍ତି, କରଜ ନେଇଥିବା ଲୋକର ନାମଧାମ ଲେଖିବାକୁ ଓ କରଜ ଟଙ୍କା ଆଦାୟ କରିବାକୁ । ପ୍ରଶାନ୍ତଙ୍କ ଏହି କରଜ ଦେବାର ବ୍ୟବସାୟ ଦେଖି ସେହି ଗ୍ରାମର ଅନ୍ୟକେତେକ ଲୋକ ମଧ୍ୟ ଭାବିଲେ ଯେ ସେହିପରି ଟଙ୍କା କରଜ ଦେଇ ସୁଧ ଟଙ୍କାରେ ଘରେ ବସି କିଛି କାମ ନ କରି ଆରାମ୍ରେ ଚଳିବେ । କିନ୍ତୁ ଯେଉଁ ବ୍ୟକ୍ତି କରଜ ନେଇଥାଏ ତା’ଠାରୁ ଟଙ୍କା ଆଦାୟ କରିବା ଗୋଟାଏ ବିଦ୍ୟା କହିଲେ ଚଳେ । ସେ ବିଦ୍ୟା ତ ଆଉ ସମସ୍ତେ ଜାଣି ନଥା’ନ୍ତି । ଚନ୍ଦ୍ରକାନ୍ତ ନାମକ ଜଣେ ବ୍ୟକ୍ତି, ସେହି ଗ୍ରାମର ବାସିନ୍ଦା; ତାଙ୍କର କିଛି ଧନ ଥାଏ । ସେ ଚାହିଁଲେ ଏହିପରି କିଛି ଏକ ବ୍ୟବସାୟ କରି ଟଙ୍କା ଅର୍ଜନ କରିବେ । ବହୁତ ଭାବି ଭାବି ଶେଷରେ ସେ ଠିକ୍ କଲେ ଯେ ସେ ଏଥର ଟଙ୍କା କରଜ ଦେବାର ବ୍ୟବସାୟ କରିବେ । ସେ ଭାବିଲେ, “ପ୍ରଶାନ୍ତ ତ ଶହେ ଟଙ୍କାରେ ପନ୍ଦର ଟଙ୍କା ସୁଧ ନେଉଛନ୍ତି, ମୁଁ ଯଦି ସାଢେ ସାତଟଙ୍କା ସୁଧ ନିଏ, ତେବେ ମୋ ପାଖକୁ ବେଶ...

23 may 2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ*_👈 *ତାରିଖ : ୨୩/୦୫/୨୦୨୦* ସାଥି ଆଜି ମିଳିଗଲା ମୋ ପିଲା ଦିନର *❀꧁❀꧂❀꧁❀꧂❀꧁❀꧂❀* _____________________________________ *☘☘🌼🌼🙏🏻✒🙏🏻🌼🌼☘☘* ଦୁନିଆ ରେ ଆମ ମାନଙ୍କର ନିଜ ପରିବାର ଆଉ ସଂର୍ପକୀୟ ମାନଙ୍କୁ ଛାଡିଦେଲା ପରେ ବି ଆହୁରି ଗୁଡାଏ ସଂର୍ପକ ରହିଯାଏ ଏଇ ଯେମିତି ପଡିଶା ଘର ମାଉସୀ ହୁଅନ୍ତୁ କି ଚାକିରୀ କରୁଥିବା ଜାଗାର ମାଡାମ୍ ହୁଅନ୍ତୁ। ନିଜ ପରିବାର ର ଲୋକ ନହେଲେ ବି ଗୋଟେ ଆପଣାର ଭାବ ଆସିଯାଏ ସେମାନଙ୍କ ସହିତ ଆଉ ଆମରଏଇ ସବୁ ଅଲଗା ନିଜ ତିଆରି ସଂର୍ପକ ଭିତରୁ ଗୋଟାଏ ସଂର୍ପକ ଅଛି ଯଉଟା ଆମ ସମସ୍ତଙ୍କର ହୃଦୟର ବହୁତ ପାଖରେ ଆଉ ବହୁତ ଖାସ୍ ଆଉ ସେ ହେଉଛି ବନ୍ଧୁତା ଆଉ ସେ ସଂର୍ପକୀୟ କୁ ସମ୍ବୋଧନ କରିବା ପାଇଁ ବି ଅନେକ ନାଁ ରହିଛି ଯେମିତି କି ବନ୍ଧୁ, ସଖା,ମିତ୍ର ଏମିତି ବହୁତ କିଛି। ମାତ୍ର ସାଙ୍ଗ ଶବ୍ଦଟି ସରଳ ଯେମିତି ମଧୁର ବି ସେମିତି ଆଉ ନା ସେଥିରେ ପୁଅକୁ କଣ କୁହାଯିବ ଆଉ ଝିଅକୁ କଣ କୁହାଯିବ ତାର ବି କିଛି ଚିନ୍ତା ନଥାଏ।ମୋର ସେମିତି ଗୁଡାଏ ସାଙ୍ଗ ନାହାନ୍ତି ମାତ୍ର ଯେତିକି ବି ଜଣ ଅଛନ୍ତି ତାଙ୍କୁ ପାଇ ମୁଁ ବହୁତ ଖୁସି।ହେଲେ କିଛି ଦିନ ଆଗରୁ କିଛି ଦିନ ନୁହେଁ ଏଇ ଧରି ନିଅନ୍ତୁ ଗୋଟେ ମାସ ଆଗରୁ ମୁଁ ଯେବେ ବି ସାଙ୍ଗ ମାନଙ୍କର ତାଲିକା କରେ ଗୋଟେ ନାଁ ସେ ତାଲିକା ରେ ଆଗ ଆସେ ସୌମ୍ୟା। ତା ଚେହେରା ବି ମୋର ପୁରା ମନେ ନଥିଲା ଝାପ୍ସା...

22 may 2020 କାହାଣୀ

🦚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🦚 💥 *ମହାବୀର* 💥 କୀର୍ତ୍ତିଚନ୍ଦ୍ର ଉତ୍ପଳ ଦେଶର ରାଜା ଥିଲେ । ତାଙ୍କର କନ୍ୟା ରାଜକୁମାରୀ ପଦ୍ମାବତୀ ଅତିଶୟ ସୁନ୍ଦରୀ ଓ ଗୁଣବତୀ ଥିଲେ; ପଦ୍ମାବତୀଙ୍କ ପାଇଁ ଉପଯୁକ୍ତ ବର ଖୋଜା ହେଉଥିବା ସମୟରେ ହିଁ ସେ ହଠାତ୍ ହରଣଚାଳ ହୋଇଗଲେ ।                 ପରିଚାରକମାନେ ସମଗ୍ର ଅନ୍ତପୁର ଖୁବ୍ ଭଲଭାବରେ ଖୋଜିଲେ । ତା’ପରେ ରାଜପୁରୋହିତ ଓ ତାନ୍ତ୍ରିକ ମିଶି କୌଣସି ପ୍ରକାର କ୍ରିୟାକର୍ମ କରି ଜାଣିଲେ ଯେ ରାଜକୁମାରୀଙ୍କୁ ଏକ ରାକ୍ଷସ ଉଠାଇ ନେଇଛି । କୌଣସି ଏକ ଘନ ଜଙ୍ଗଲ ମଧ୍ୟରେ ଏକ ଦୁର୍ତେଦ୍ୟ ଦୁର୍ଗ ମଧ୍ୟରେ ତାଙ୍କୁ ରଖା ହୋଇଛି । ଆଜିଠାରୁ ତିନିମାସ ମଧ୍ୟରେ ସେ ରାକ୍ଷସ ତାଙ୍କୁ ବିବାହ କରିବ ।                 ଏକଥା ଶୁଣି ସେ ରାଜା ବଡ ହତାଶ ହୋଇଗଲେ । ସେ କିଂକର୍ତ୍ତବ୍ୟବିମୁଢ ହୋଇଗଲେ । ମନ୍ତ୍ରୀ ରାଜପୁରୋହିତଙ୍କୁ କହିଲେ, “ମହାଶୟ, ଏତକ ଯଦି ମନ୍ତ୍ରପୂତ ଅଞ୍ଜନ ଆଖିରେ ଲଗାଇ ଜାଣିଲେ; ଏବେ ପୁଣି ଚେଷ୍ଟା କରନ୍ତୁ ଯେ ପଦ୍ମାବତୀଙ୍କୁ ପାଇବାର କୌଣସି ମାର୍ଗ ଅଛି କି?”                 ପୁରୋହିତ କହିଲେ, “ଯେତିକି ଜାଣି ହେବ ଓ ଦେଖି ହେବ ସେତିକି କହିଲି, ତା’ ଠାରୁ ଅଧିକ ଜାଣିବା ଆଦୌ ସମ୍ଭବ ନୁହେଁ । ଅଧିକନ୍ତୁ...

21 may 2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ*_👈            _*👉" ଭିନ୍ନ ଜଣେ ସାବିତ୍ରୀ "👈*_ *ତାରିଖ : ୨୧/୦୫/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘* ମୁଁ ନୂଆ କରି ବାହା ହୋଇ ସ୍ୱାମୀ ଙ୍କ ସହ କଳାହାଣ୍ଡି ରେ ରହୁଥାଏ l କଳାହାଣ୍ଡି ଜିଲ୍ଲା ର ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ  husband ମେଡିକାଲ   ଅଫିସର ଭାବେ କାର୍ଯ୍ୟରତ ଥା'ନ୍ତି l ଜଙ୍ଗଲ ପାହାଡ ଘେରା ସେହି ସୁନ୍ଦର ପରିବେଶ ରେ ମୋ ରହଣି ର  ଅନୁଭୂତି ଥିଲା  ଖୁବ ନିଆରା lହସ୍ପିଟାଲ କଲୋନୀ ର ସରକାରୀ କ୍ୱାର୍ଟର୍ସ  ରେ ଆମେ ରହୁଥାଉ l ସକାଳୁ ଝରକା ଖୋଲିଲେ ହସ୍ପିଟାଲ କୁ ଚତୁର୍ପାଶ୍ୱ ରୁ ଘେରି ରହିଥିବା ସୁନ୍ଦର ପାହାଡ ର ଅପୂର୍ବ ଦୃଶ୍ୟ ମତେ ବିମୋହିତ କରେ l କଳାହାଣ୍ଡି ରେ ଆମେ ଖୁବ କମ ଦିନ ରହିଥିଲୁ l ସେହି ସଂକ୍ଷିପ୍ତ ରହଣିକାଳ ମଧ୍ୟରେ  ଅନେକ ଛୋଟ ବଡ ଘଟଣା ମୋର  ଅଭୁଲା ସ୍ମୃତି ହୋଇରହିଯାଇଛି l ତନ୍ମଧ୍ୟରୁ ଗୋଟିଏ ଘଟଣା ଆମର  ମୂଖିଗୁଡା ଜଗନ୍ନାଥ ମନ୍ଦିର ଦର୍ଶନ ର କାହାଣୀ l  ସେଦିନ ଥାଏ ସାବିତ୍ରୀ ବ୍ରତ ଓଷା l ଆମ ପଡୋଶୀ ନାୟକ ବାବୁ ଆସି ୟାଙ୍କୁ କହିଲେ, "ସାର, ପୂଜା ପାଇଁ ମୂଖିଗୁଡା ଜଗନ୍ନାଥ ମନ୍ଦିର ଫ୍ୟାମିଲି ସହ ଚାଲନ୍ତୁ l ମୁଁ  ଵି ମିସେସ ଙ୍କ...

20 may କାହାଣୀ

🌻 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌻 🥶 *ଭୂତୁଣୀର ସାହାଯ୍ୟ* 🥶 ସୋନାଲୀର ପିଲାଦିନଠାରୁ ଅଳଙ୍କାର ପିନ୍ଧିବାରେ ବଡ ସଉକ୍ । ବଡ ହୋଇ ସେ ବାହାଦୁରକୁ ବିବାହ କଲା । ବାହାଦୁର ଜମିଦାରଙ୍କ କଚେରୀରେ କାମ କରୁଥାଏ ।                 ଶାଶୁଘରକୁ ଆସିବା ପରଠାରୁ ସୋନାଲୀ ବରାବର ତା’ ସ୍ୱାମୀକୁ ନୂଆ ଅଳଙ୍କାର ପିନ୍ଧିବା ପାଇଁ କହେ । ବାହାଦୁର ଅଳ୍ପ ହସି ଚୁପ୍ ରହେ । କ୍ରମେ ଗହଣା ମାଗିବା ବଦଳରେ ଦାବୀ ଓ ଯିଦି କରିବାରୁ; ସେ କହିଲା, “ତୁମର ତ ଯଥେଷ୍ଟ ଅଳଙ୍କାର ଅଛି । ମୁଁ କ’ଣ ଧନୀ ଜମିଦାର ଯେ ତୁମ ପାଇଁ ଚାହିଦା ମାତ୍ରେ, ଅଳଙ୍କାର ଗଢାଇ ଆଣିବି? ମୁଁ କଚେରୀରେ ଜଣେ ମାମୁଲି କର୍ମଚାରୀ ବୋଲି ମନେ ରଖ ଓ ଏ ପାଗଳାମି ଛାଡ ।”                 ସୋନାଲୀ ଚୁପ୍ ହୋଇ ରହିଲା ସିନା, କିନ୍ତୁ ଅଳଙ୍କାର ପ୍ରତି ତା’ର ପ୍ରବଳ ପିପାସା ଦିନକୁ ଦିନ ବଢି ଚାଲିଲା । ଏମିତି ସମୟ ବିତିଗଲା । ତା’ର ପୁଅଟିଏ ହେଲା । ତା’ର ନାମ ଗୋବିନ୍ଦ ରଖା ହେଲା । ସମୟକ୍ରମେ ସେ ବଡ ହେଲା, ଶିକ୍ଷାଦୀକ୍ଷା ଲାଭ କରି ସେ ମଧ୍ୟ କଚେରୀରେ ଭଲ ଚାକିରୀଟିଏ ପାଇଲା । ଅଳ୍ପଦିନ ମଧ୍ୟରେ ବିନାକାରଣରେ ବାହାଦୁରର ହଠାତ୍ ଦେହ ଖରାପ୍ ହେଲା । ବହୁଦିନ ଶଯ୍ୟାଶାୟୀ ହେବାରୁ ସେ ମଧ୍ୟ ଚାକିରୀ ଛାଡିଲା, ସେ ବଡ ଦୁର୍ବଳ ହୋଇ ପଡିଥାଏ । ଏବେ ଅଧିକାଂଶ ...

19 may କାହାଣୀ

💐 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 💐 🍁 *ବିଶ୍ୱାସ* 🍁 ଦାମୋଦରଙ୍କର ଜଣେ ବିଶ୍ୱାସୀ ଚାକର ଥିଲା । ତା’ର ନାମ ଗଙ୍ଗାରାମ । କିନ୍ତୁ ଦଶବର୍ଷ କାମ କରିବା ପରେ ଯେତେବେଳେ ତା’ର ଦରମା ନ ବଢିଲା, ସେତେବେଳେ ସେ ସେହି କାମ ଛାଡି ଦେଇ ଯାଇ କମଲଙ୍କ ପାଖରେ କାମ କଲା । କମଲ ପୂର୍ବବେତନର ଦୁଇ ଗୁଣ ବେତନ ତାକୁ ଦେଲେ ।                 ଦାମୋଦର, ସୀତାରାମ ନାମକ ଜଣେ ବ୍ୟକ୍ତିକୁ ଚାକର କରି ରଖିଲେ । ତାକୁ ସେ କହିଲେ, “ଶୁଣ, ଗଙ୍ଗାରାମ ମୋ ପାଖରେ ଦଶବର୍ଷ କାମ କଲା । ତଥାପି ମଧ୍ୟ ତାହାର ବିଶ୍ୱାସ ରହିଲା ନାହିଁ । ଚାକିରୀ କରିବା ଲୋକର ପ୍ରଥମ ଗୁଣ – ବିଶ୍ୱାସ ଥିବା ଉଚିତ୍? ଏକଥା ସର୍ବଦା ମନେ ରଖ ।”                 ଦିନେ ସୀତାରାମ ଗଙ୍ଗାରାମ ସହିତ ଦେଖା କରି ପଚାରିଲା, “ତୁମେ ଦାମୋଦରବାବୁଙ୍କ ପାଖରେ ଦଶବର୍ଷ ଚାକିରୀ କରିଥିଲ ହେଲେ ଛାଡିଲ କାହିଁକି? ମୋତେ ମଧ୍ୟ କୁହ ତାଙ୍କ ସହିତ ଚଳିବାରେ କୌଣସି କିଛି ନିର୍ଦ୍ଦିଷ୍ଟ କାରଣ ଅଛି କି ଯାହା ଅସୁବିଧା ସୃଷ୍ଟି କରେ?”                 ଗଙ୍ଗାରାମ କହିଲା, “ନିର୍ଦ୍ଦିଷ୍ଟ କାରଣ ଜାଣିବାର ବା ଆବଶ୍ୟକତା କଅଣ? ସେ ବଡ ଭଲ ମଣିଷ । ତୁମର ସେଠାରେ କୌଣସି ଅସୁବିଧା ହେବ ନାହିଁ ।”       ...

17 may କାହାଣୀ

🌷 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌷 💮 *ଅଧିକ ଦଣ୍ଡ* 💮 ଜଟିପୁରରେ ଗୋଟିଏ କାରାଗାର ଥାଏ । ସେଥିରେ ଅନେକ ପ୍ରକାରର ଅପରାଧ କରି ଅପରାଧିମାନେ କାରାଗାରରେ ବନ୍ଦୀ ହୋଇଥା’ନ୍ତି । ସେମାନେ ସେଠାରେ ନାନାପ୍ରକାରର କଠିନ ପରିଶ୍ରମ କରନ୍ତି । ସେହି ଦେଶର ରାଜା, ବନ୍ଦୀମାନଙ୍କ ଉପରେ ଦୟାକରି ଏକ ବଡ ପୁସ୍ତକାଳୟ ଖୋଲିଲେ ଯେପରି ବନ୍ଦୀମାନେ ନାନା ପ୍ରକାରର ପ୍ରସ୍ତକରୁ ଜ୍ଞାନ ଆହରଣ କରିପାରିବେ । ପୁସ୍ତକ ପଢିଲାବେଳେ ସେମାନେ ମଧ୍ୟ ନିଜର ଦୁର୍ଭାଗ୍ୟ କଥା ଭୁଲିଯା’ନ୍ତି ।                 ସେହି ସହରରେ ବସୁଦେବ ନାମକ ଜଣେ ବ୍ୟବସାୟୀ ଥିଲା । ତା’ ଘରେ ତ ଅନେକ ଟଙ୍କା; ତେଣୁ ସେ ଭାବିଲା “ସାହିତ୍ୟ ଲେଖି ଖ୍ୟାତି ଅର୍ଜ୍ଜନ କରିବି, ତେଣୁ ତା’ର ନାମଟିକୁ ସେ କବି ବସୁଦେବ ବୋଲି ଘୋଷଣା କଲା । ବହି ମଧ୍ୟ ଚଟାପଟ ଲେଖା ହୋଇଗଲା । ଏବେ କେତେକ ବହି ଆସିଛି ତେଣୁ ବସୁଦେବ ସମସ୍ତିଙ୍କୁ ବହି ବାଂଟିଲା ଓ କେତେକ ବିକ୍ରିକଲା । ତାଙ୍କର ସେ ବହିଟି ପଢି ସମସ୍ତେ ଖୁବ୍ ବିରକ୍ତ ହେଲେ । କେତେକ ବହି ଆଣି ଫେରସ୍ତ ଦେଇଦେଲେ ।”                 ବସୁଦେବ ଏତେଗୁଡିଏ ବହି ନେଇ କ’ଣ କରିବେ । ତାଙ୍କର ମନେ ପଡିଲା କଇଦୀମାନଙ୍କୁ ମାଗଣା ଦେବେ । ଏକଥା ସେ ଯାଇ କାରାଗାର ଅଧ୍ୟକ୍ଷକଙ୍କୁ କହିଲେ ।        ...

16 may କାହାଣୀ

🌼 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌼 🌀 *କାରଣ* 🌀 ରଘୁନନ୍ଦନ ମିଶ୍ର, ଆନନ୍ଦପୁର ଗ୍ରାମର ଅନ୍ୟ ଅଧିବାସୀମାନଙ୍କ ଅପେକ୍ଷା ବେଶ୍ ସ୍ୱଚ୍ଛଳ । ପନ୍ଦର ଏକର ଉର୍ବର ଚାଷଜମି ସାଙ୍ଗକୁ ଦୁଇ ଏକର ଆମ୍ବ ତୋଟାରୁ ତାଙ୍କର ଭଲ ଆୟ ହୁଏ । ତାଙ୍କ ପରିବାର କହିଲେ ସ୍ତ୍ରୀ ଓ ଏକମାତ୍ର କନ୍ୟା – ରୁକ୍ମିଣୀ ।                 ରୁକ୍ମିଣୀ ଏବେ ବିବାହ-ଯୋଗ୍ୟ ବୟସରେ ଉପନୀତା । ମିଶ୍ରେ ନିଜ କନ୍ୟାର ବିବାହ ଆୟୋଜନରେ ଲାଗି ଥାଆନ୍ତି । ମନେ ମନେ ସ୍ଥିର କରି ଥାଆନ୍ତି, ଜଣେ ସୁନ୍ଦର ଅଥଚ ବିଦ୍ୱାନ ଯୁବକଙ୍କୁ ସେ ନିଜ ଜୋଇଁ କରିବେ, ଯେ କି, ଘରଜୋଇଁ ଭାବେ ରହିବା ପାଇଁ ସମ୍ମତ ଥିବ ।                 ତାଙ୍କ ପସନ୍ଦର ଯୁବକ, ଦୁଇ ତିନି ଜଣ ନଜରକୁ ଆସିଲେ । କିନ୍ତୁ, ସେମାନଙ୍କ ମଧ୍ୟରୁ କେହି ଘରଜୋଇଁ ହେବାପାଇଁ ରାଜି ନ ଥିଲେ । ଇତିମଧ୍ୟରେ ରୁକ୍ମିଣୀ, ନିଜ ମା’ଙ୍କ ସହିତ ଏକ ସମ୍ପର୍କୀୟଙ୍କ ଘରକୁ ଏକ ବିବାହ-ଉତ୍ସବରେ ଯୋଗ ଦେବା ପାଇଁ ଯାଇଥାଏ । ସେଠାରେ ତା’ର ଶ୍ରୀକାନ୍ତ ନାମକ ଏକ ଯୁବକଙ୍କ ସହ ପରିଚୟ ହେଲା । ବେଶ୍ ଧନୀ ନ ହେଲେ ବି ନିଜର ପାଣ୍ଡିତ୍ୟ ତଥା ଉତ୍ତମ ବ୍ୟବହାର ପାଇଁ ତା’ର ଯଥେଷ୍ଟ ସୁନାମ ଥାଏ ।                 ରୁକ୍ମିଣୀ ଶ୍ରୀକାନ୍ତଙ୍କୁ ପସନ୍ଦ କରୁଥ...

15 ମେ କାହାଣୀ

💚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 💚 🥶 *ଅମାବାସ୍ୟାର ପିଶାଚ* 🥶 ସୁଶୀଳା ଓ ସୁକୁମାରଙ୍କର ବିବାହ ଅଳ୍ପ ଦିନ ତଳେ ହୋଇଥାଏ । ସୁକୁମାର ବାଲ୍ୟକାଳରୁ ପିତୃମାତୃହୀନ । ତେଣୁ ସେ ତା’ ଜେଜେ ମା’ଙ୍କ ତତ୍ତ୍ୱାବଧାନରେ ବଢିଥାଏ । ବିବାହ ସମୟକୁ ଜେଜେମା ମଧ୍ୟ ଆଖି ବୁଜି ସାରିଥାନ୍ତି । ଜେଜେମା’ଙ୍କ ତରଫରୁ ମିଳିଥିବା ଦଶ ଏକର ଜମି ଖୁବ୍ ଉର୍ବର । ସେଥିରୁ ମିଳୁଥିବା ଆୟରେ ବେଶ୍ ଖୁସିରେ ତାଙ୍କ ସଂସାର ଚଳି ଯାଉଥାଏ । ନିଜ ପାରିବାରିକ ଜୀବନରେ ସୁଶୀଳା ସନ୍ତୁଷ୍ଟ ଥାଏ । ତା’ ଉପରେ କାହାର ଦାୟିତ୍ୱ ନ ଥାଏ । ବେଶ୍ ସ୍ୱାଧୀନ, ସ୍ୱଚ୍ଛନ୍ଦ ଜୀବନ! ଥରେ ପାଖ ଘରେ ଭଡା ରହୁଥିବା ମନ୍ଥରା ତାଙ୍କ ଘରକୁ ବୁଲିଆସିଲା । ସୁଶୀଳାର ଏହି ହସ ଖୁସିର ସଂସାର ତା’ର ଚକ୍ଷୁଶୂଳ ହେଲା । ପତି ପତ୍ନୀଙ୍କ ମଧ୍ୟରେ ବିଭେଦ ଆଣିବା ପାଇଁ ସେ ଚକ୍ରାନ୍ତ ଆରମ୍ଭ କଲା । “ତୁମ୍ଭର ସ୍ୱାମୀ ତ ଚାକିରୀ କରୁ ନାହାଁନ୍ତି । ଜମିବାଡି କାମ ପାଇଁ ଲୋକ ରଖିଛନ୍ତି । ଅତି କମ୍ରେ ରୋଷେଇରେ ସେ ତୁମକୁ ସାହାଯ୍ୟ କଲେ କ୍ଷତି କ’ଣ?” ମନ୍ଥରା ଏପରି କହେ । “ମୁଁ ବୁଝି ପାରୁନାହିଁ ତୁମ ପତି ତୁମ ସହ ଏପରି ଅନ୍ୟାୟ କାହିଁକି କରୁଛନ୍ତି? ବାହାଘର ବର୍ଷଟିଏ ହେଲାଣି ସୁନାର ଚୁଡି କି କାନଫୁଲ ହଳଟିଏ କରି ଦେଲେଣି କି? ମୋତେ ଲାଗୁଛି, ସେ ତୁମକୁ ଆଉ ଯମା ଭଲ ପାଆନ୍ତି ନାହିଁ ।” ପର୍ବ ପର୍ବାଣୀରେ ନୂଆ ସୁନା ଗହଣା କିଛି ପିନ୍ଧି ଆସି ମନ୍ଥରା ସୁଶୀଳାକୁ ଏ...

15 may 2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈           _*👉" ଶୂନ୍ୟ ଦେଉଳ "👈*_ *ତାରିଖ : ୧୫/୦୫/୨୦୨୦* *❀꧁❀꧂❀꧁❀꧂❀꧁❀꧂❀* ____________________________________ *☘☘🌼🌼🙏🏻✒🙏🏻🌼🌼☘☘ ଯେବେ ସାଧନା ର ବାହାଘର ହେଲା ସେତେବେଳକୁ ତାର ବୟସ ୨୫ ବର୍ଷ ଥିଲା । ତା ମା’,ବାବା ତ ଚାହୁଁଥିଲେ ୨୦ବର୍ଷ ହଉ ହଉ ତାର ବାହାଘର କରିଦେବା ପାଇଁ ହେଲେ କିଛି ଭଲ ପ୍ରସ୍ତାବ ମିଳୁନଥିଲା ଯଦିବା କୋଉଠୁ କେବେ ଭଲ ପ୍ରସ୍ତାବଟିଏ ଆସେ କିଛି ନା କିଛି ଅସୁବିଧା ଉପୁଜିଯାଏ ଯ-ଦ୍ୱାରା ପ୍ରସ୍ତାବ ଟି ଭାଙ୍ଗି ଯାଏ । ଶେଷରେ ସାଧନା ଯେବେ ୨୫ ବର୍ଷର ହୋଇଗଲା ତା ମା-ବାବା ଏମିତି ଏକ ବ୍ୟକ୍ତି ସହିତ ତାର ବାହାଘର କରିଦେଲ ଯାହାର ସ୍ତ୍ରୀ ଭଗବାନ ଙ୍କୁ ପ୍ୟାରୀ ହୋଇଯାଇଥିଲା । ସେ ବ୍ୟକ୍ତିର ବୟସ ପାଖାପାଖି ୩୪ କିମ୍ବା ତାହା ଠାରୁ ଟିକେ ଅଧିକ ହୋଇଥିବ । ବ୍ୟକ୍ତି ଜଣକ ରୋଜଗାର କ୍ଷମ ଥିଲା । ସବୁଦିନ ଆମଦାନୀ ହୋଇଯାଏ, ବଜାରରେ ଛୋଟ ଲୁଗା ଦୋକାନଟିଏ ତାର ଠିକ୍‌ ଠାକ୍‌ କମାଇବି ହୋଇଯାଏ । ସାଧନା ଭାରି ଆଜ୍ଞାକାରି ଝିଅ ଥିଲା ସେ ବାବା, ମା’ ଙ୍କ କଥା ମାନି ବାହା ହୋଇ ଶାଶୁଘରକୁ ଚାଲିଗଲା । ତାର ସ୍ୱାମୀ ଯାହାର ନାଁ ସମ୍ବିତ, ସେ ବଡ କର୍ତବ୍ୟ ପରାୟଣ ଏବଂ ଶୃଙ୍ଖଳିତ ସ୍ଵାମୀ ପ୍ରମାଣିତ ହେଲା । ସାଧନାର ପ୍ରତେକ ଛୋଟ ବଡ଼ ଆବଶ୍ୟକତାର ଭଲ ଭାବରେ ଖିଆଲ ରଖୁଥିଲା । ଘରେ କୌଣସି ଜିନିଷର କମ ନଥିଲା, ...