୦୭ ଅଗଷ୍ଟ ୨୦୨୦ କାହାଣୀ
🌼 *ଗପ ଟିଏ... 🌛ଜହ୍ନମାମୁଁ ପୃଷ୍ଠାରୁ* 🌼 ❄️ *ମହା ଠକ* ❄️ ପୁରାଣକାଳର କଥା । ରୁଷ୍ ଦେଶରେ ବୁଢୀଟିଏ ଥାଏ । ତା’ର ଦୁଇଟି ପୁଅ ଥିଲେ । ଜଣେ ପିଲାବେଳୁ ମରିଗଲା । ଅନ୍ୟଟି ବଡ ହୋଇ ବିଦେଶକୁ ପଳାଇଲା । ଦିନେ ଜଣେ ସିପାହୀ ବୁଢୀ ପାଖକୁ ଆସି କହିଲା, “ମାଉସୀ, ବାଟରେ ରାତି ହୋଇଗଲା । ରାତିକ ପାଇଁ ମୋତେ ଏଠାରେ ଜାଗା ଦେବ? ସକାଳ ହେବା ମାତ୍ରେ ମୁଁ ଏଠାରୁ ପଳାଇବି ।” ବୁଢୀ ପଚାରିଲା “ଠିକ୍ ଅଛି ପୁଅ । ରାତିକ ରହିଯା । କିନ୍ତୁ ତୁ ଏବେ କେଉଁଠୁ ଆସିଲୁ?” ତା’ପରେ ସେ ସିପାହୀ କହିଲା “ମାଉସୀ, ମୁଁ ଅନ୍ୟ ଲୋକରୁ ଆସିଛି ।” ବୁଢୀ ପଚାରିଲା “ସତେ? ମୋର ବି ପୁଅଟିଏ ଅନ୍ୟ ଲୋକକୁ ଚାଲିଯାଇଛି । ତୁ ତାକୁ କେବେ ସେଠାରେ ଦେଖିଛୁ କି?” ସିପାହୀ କହିଲା “ହଁ, ହଁ, ଦେଖିଛି । ମୁଁ ଓ ସେ ତ ଗୋଟିଏ ବଖରାରେ ରହୁ ।” ବୁଢୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା “ସତେ?” ସିପାହୀ କହିଲା “ତୁମ ପୁଅ ସେଠାରେ ବଗ ଚରାଇବାର କାମ କରୁଛି ।” ...
Comments
Post a Comment