Posts

Showing posts from July, 2020

୩୧ ଜୁଲାଇ ୨୦୨୦ କାହାଣୀ

🌺 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌺  ❄️ *ଦରିଦ୍ର ବର* ❄️ ଦୂରଦେଶରେ ଏକ ଛୋଟ ରାଜ୍ୟର ଜଣେ ରାଜାଥିଲେ । ତାଙ୍କ ରାଜ୍ୟ ଏତେ ବେଶି ସମୃଦ୍ଧିଶାଳୀ ନଥିଲା; ବରଂ ଅଭାବ ଅନାଟନ ଲାଗିରହିଥାଏ । ସେହି ରାଜାଙ୍କର ଏକ ସୁନ୍ଦରୀ ଝିଅ ଥିଲେ । ତାଙ୍କ ନାମ ଗୁଣବତୀ ଥିଲା । ସେ ମଧ୍ୟ ତାଙ୍କ ନାମକୁ ସାର୍ଥକ କରିଥିଲେ । ପ୍ରଥା ଅନୁସାରେ ସ୍ୱୟମ୍ବର ହେଲା । କିନ୍ତୁ ସର୍ତ୍ତ ଥିଲା ରାଜକୁମାରମାନେ ରାଜକୁମାରୀ ଗୁଣବତୀଙ୍କୁ ନାନା ପ୍ରକାର ଉପହାରମାନ ଦେବେ । ତା’ପରେ ଗୁଣବତୀ ଯାହାକୁ ପସନ୍ଦ କରିବେ ତାକୁ ସେ ନିଜ ବରଣମାଳା ଦେବେ ।                 ସ୍ୱୟମ୍ବରକୁ ଆସିଥିବା ରାଜକୁମାରମାନଙ୍କ ମଧ୍ୟରେ ଭଦ୍ର ଥିଲେ ଅନ୍ୟତମ । ତାଙ୍କ ପିତା ଦୁର୍ଜୟ କ୍ରୁର, ନିଷ୍ଠୁର ଓ ଭାରି ଅତ୍ୟାଚାରୀ ଥିଲେ । ତାଙ୍କ ଅତ୍ୟାଚାରରେ ପଡୋଶୀ ରାଜାମାନେ ମଧ୍ୟ ବିବ୍ରତ ଥିଲେ । ତେଣୁ ଦଶଟି ରାଜ୍ୟର ରାଜାମାନେ ଏକ ସମ୍ମିଳନୀ ବସାଇ ତାଙ୍କୁ ଦବାଇବା ପାଇଁ ଆଲୋଚନା କରୁଥା’ନ୍ତି । ହେଲେ ଦୁର୍ଜୟ ବହୁ ଚତୁରତାର ସହିତ ରାସ୍ତାରେ ଆସୁଥିବା ବେଳେ ସେହି ରାଜାମାନଙ୍କ ମଧ୍ୟରୁ ପାଂଚଜଣଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ବନ୍ଦୀ କଲେ । ପରେ ବହୁତ ଧନ ପାଇବା ପରେ ଯାଇ ସେମାନଙ୍କୁ ସେ ଛାଡିଲେ ।                 ଏବେ ‘ଭଦ୍ର’ ପହଁଚିବା ପରେ “ବୀର...

୩୦ ଜୁଲାଇ ୨୦୨୦ କାହାଣୀ

🌷 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌷 🎈 *କାବ୍ୟ ରସିକ* 🎈 ରାମଶର୍ମା ନାମକ ଜଣେ କବି ଶିକ୍ଷିତ ପାଠକମାନଙ୍କୁ କବିତା ପଢି ଶୁଣାଉଥାନ୍ତି । ସେମାନେ ଯାହା ଦିଅନ୍ତି ସେଥିରେ ସେ ତୃପ୍ତ ହୋଇ ରହନ୍ତି । ଅଧିକ ରୋଜଗାର ପାଇଁ ସେ କେବେ ମଧ୍ୟ ଇଚ୍ଛା ପ୍ରକାଶ କରି ନାହାଁନ୍ତି ।                 ଥରେ ସେ ଶୁଣିଲେ କି ଜଣେ ବ୍ୟବସାୟୀଙ୍କର କବିତା ଶୁଣିବାକୁ ଭାରି ଇଚ୍ଛା । କିଛି ଟଙ୍କା ମିଳିବ ବୋଲି ସେ ସେଠାକୁ ଯାଉଥା’ନ୍ତି । ବାଟରେ ଥକା ହୋଇ ଗୋଟିଏ ଗଛ ମୂଳରେ ସେ ବସି ପଡିଲେ ।                 କିଛି ସମୟ ପରେ ସେଠାକୁ ଜଣେ ଦରିଦ୍ର ଆସିଲା । ସେ କାମ କରି କରି ଥକା ହେବାରୁ ସେଠାକୁ ଆସିଥାଏ । ସେ ରାମଶର୍ମାଙ୍କୁ ଦେଖିବା ମାତ୍ରେ କହିଲା, “ଆପଣଙ୍କ ମୁଖମଣ୍ଡଳରେ ତେଜସ୍ୱିତା ବ୍ୟାପ୍ତ ହୋଇ ରହିଛି । ଆପଣ ଜଣେ କବି ନୁହଁନ୍ତିତ ଆଉ?”                 ରାମଶର୍ମା କହିଲେ “ଠିକ୍ କହିଛ” ।                 ଦରିଦ୍ର ଲୋକଟି ତୁରନ୍ତ କହିଲା, “ମହାଶୟ, ମୁଁ ବିଦ୍ୟାଶିକ୍ଷା କରିନାହିଁ ସତ, କିନ୍ତୁ କବିତା ବୁଝିବାର ସାମର୍ଥ୍ୟ ମୋ ମଧ୍ୟରେ ଅଛି । ମୋ ଜୀବନକୁ ନେଇ ଆପଣ ଯଦି କୌଣସି କବିତା ରଚନା କରନ୍ତେ ତ ମୋର ସେହ...

୨୯ ଜୁଲାଇ ୨୦୨୦୨ କାହାଣୀ

🌼 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌼 💥 *ଯାହା ପାଇଁ ଯିଏ* 💥 ପ୍ରଜାପତି ଘଟସୂତ୍ର କରାଇବାରେ ଦୀକ୍ଷିତ ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ବରକନ୍ୟା ଯୁଟାଇବାରେ ସେ ବଡ ଦକ୍ଷ । ନିଜର ବାକ୍ ଚାତୁରୀରେ ସେ ବରପକ୍ଷ ବା କନ୍ୟାପକ୍ଷକୁ ଭଲ ଭାବରେ ପ୍ରଭାବିତ କରି ଦୁଇପକ୍ଷରୁ ନିଜର ପାଉଣା ଆଦାୟ କରୁଥିଲେ ।                 ସେହି ଗ୍ରାମର କମଳ ପଣ୍ଡାଙ୍କର ନୀଳାମ୍ବରୀ ନାମରେ ଝିଅଟିଏ ଥାଏ, ତା’ଲାଗି ନାନାଆଡୁ ବିବାହ ପ୍ରସ୍ତାବ ଆସୁଥାଏ । ପଣ୍ଡାଙ୍କର ଶାସ୍ତ୍ର ପୁରାଣରେ ଅଗାଧ ଜ୍ଞାନ । କିନ୍ତୁ ନୀଳାମ୍ବରୀ ତାଙ୍କର ଏକମାତ୍ର ସନ୍ତାନ ହୋଇଥିବାରୁ ଅଧିକ ଆଦର ପାଇ ସେ ବେଶି ଅଧିକ ପଢାପଢି କରି ନଥାଏ । ଦେଖିବାକୁ ସେ ଅତି ସୁନ୍ଦର ନୁହେଁ, ଚଳନୀୟ । ଏପରି ସ୍ଥଳେ ପିତା କମଳ ପଣ୍ଡାଙ୍କର ଇଚ୍ଛା ଯେ ତାଙ୍କ ଝିଅ ପାଇଁ ଜଣେ ସୁନ୍ଦର ଓ ଜ୍ଞାନୀ ବର ହେବା ଆବଶ୍ୟକ । ସେ ଏହି ଦାଇତ୍ତ୍ଵ ଦୀକ୍ଷିତଙ୍କୁ ଦେଲେ ।                 ଇତିମଧ୍ୟରେ ନୀଳାମ୍ବରୀ ପାଇଁ ନାନା ପ୍ରସ୍ତାବ ଆସୁଥାଏ । କିନ୍ତୁ କମଳପଣ୍ଡା କିଛି ନା କିଛି ସାମାନ୍ୟ ତ୍ରୁଟି ଦେଖାଇ ପ୍ରସ୍ତାବ ଭାଙ୍ଗି ଦିଅନ୍ତି । ଦିନେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ତାଙ୍କୁ କହିଲେ, “ମୋ କଥା ତ ତୁମକୁ ଭଲ ଲାଗିବ ନାହିଁ । କିନ୍ତୁ ନକହି ମଧ୍ୟ ମୁଁ ରହିପାରୁ ନାହିଁ । ମୋ ବ...

୨୮ ଜୁଲାଇ ୨୦୨୦ କାହାଣୀ

💚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 💚 🍁 *ଘୃତଦାନ* 🍁 ମାଧବ ନାମରେ ଜଣେ ଘିଅ ବେପାରୀ କାଳୀଘାଟ ନାମକ ଏକ ଗ୍ରାମରେ ରହୁଥାଏ । ସେ ବହୁତ ଯତ୍ନର ସହିତ ଘିଅ ତିଆରି କରେ, ତେଣୁ ଏହା ଅନେକଦିନ ପର୍ଯ୍ୟନ୍ତ ଭଲ ହୋଇ ରହେ; ବିଶୁଦ୍ଧ ଘୃତ କାହାର ଆବଶ୍ୟକ ହେଲେ ସେ ମାଧବ ପାଖକୁହିଁ ଆସନ୍ତି । ତେଣୁ ତା’ର ବ୍ୟବସାୟ ବଡ ସୁରଖୁରୁରେ ଚାଲୁଥାଏ ।                 ମାଧବ ସର୍ବଦା ସତର୍କ ଥାଏ ଯେପରି ତା’ର ଘିଅ ସର୍ବଦା ବିଶୁଦ୍ଧ ରହେ । ପାପକୁ ସେ ବହୁତ ଭୟ କରୁଥିଲା । ଭଗବାନ୍ଙ୍କ ପ୍ରତି ସର୍ବଦା ତା’ର ଭକ୍ତିଭାବ ଥିଲା । ତେଣୁ ସେ ସଚ୍ଚୋଟ ବ୍ୟବସାୟୀ ଭାବରେ ଖ୍ୟାତି ଅର୍ଜନ କରିଥିଲା; ଲୋକମାନଙ୍କର ତା’ଉପରେ ଅଗାଧ ବିଶ୍ୱାସ ଥିଲା । ତା’ର କେତେକ ବନ୍ଧୁ ତାକୁ ପ୍ରଲୋଭନରେ ପକାଇଥିଲେ । କିନ୍ତୁ ସେ ନିଜ ଆଦର୍ଶକୁ ଯଥେଷ୍ଟ ମୂଲ୍ୟ ଦେଉଥିଲା । ତେଣୁ ସେ ସୁଖୀ ଥିଲା ଓ ବେଳେ ବେଳେ ଘିଅ ଦାନ ମଧ୍ୟ କରୁଥିଲା । କାରଣ ସେ ଭାବୁଥିଲା ଯେଉଁ କାରଣରୁ ବା ଯେଉଁ ବସ୍ତୁ ହେଉ ପଛେ ଦାନ ଦେବା ବ୍ୟକ୍ତି ବଡ ଭାଗ୍ୟବାନ୍ । ସେଠାକାର ଜମିଦାରଙ୍କୁ ଥରେ କୌଣସି କାରଣରୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା । ଫଳରେ ତାଙ୍କର ମାନସିକ ଅଶାନ୍ତି ବଢିବାରେ ଲାଗିଲା । ତାଙ୍କ ପରିବାରର ଜ୍ୟୋତିଷ କହିଲେ କି ଗ୍ରହଶାନ୍ତି କରାଯିବ । ତା’ପରେ ସେ ଜମିଦାର ଯଜ୍ଞର ପ୍ରସ୍ତୁତି ପାଇଁ ଜୋର୍ସୋ...

୨୭ ଜୁଲାଇ ୨୦୨୦ କାହାଣୀ

🦚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🦚 🍭 *ବଡ କିଏ?* 🍭 ଧର୍ମପୁରୀର ଜମିଦାର ରାଜଶେଖର ଦିନେ ତାଙ୍କ ଦେବାନ୍ଙ୍କୁ କହିଲେ, “ଗ୍ରାମ ଗୁଡିକ ଦେଖିବାକୁ ଯାଅ; ଯେଉଁଠାରେ କର ଅସୁଲ କରିବାର ଅଛି କର, କିନ୍ତୁ ସେଠିକା ଲୋକମାନଙ୍କର ଆପତ୍ତି ଅଭିଯୋଗ କ’ଣ ସେସବୁ ମନଦେଇ ଶୁଣିବ; ପୁଣି ସେମାନେ କିପରି ଅଛନ୍ତି ତାହା ମଧ୍ୟ ବୁଝିବ ।”                 ଦେବାନ୍ ଦୁଇଜଣ ଚାକରଙ୍କୁ ନେଇ ଗ୍ରାମ ଦେଖିବାକୁ ଗଲେ, କରସବୁ ଆଣିଲେ ଏବଂ ତା’ସହିତ ପ୍ରଜାମାନଙ୍କର ଭଲମନ୍ଦ ସବୁ ମଧ୍ୟ ବୁଝିଆସିଲେ । ସମସ୍ତ ଗ୍ରାମର ଲୋକ ପ୍ରାୟ ଭଲରେ ଅଛନ୍ତି । କେବଳ ମାୟାମୟୀ ଗ୍ରାମଟି ଯେପରି ସମସ୍ତ ଗ୍ରାମ ମଧ୍ୟରେ ଏକ ବ୍ୟତିକ୍ରମ । ସେଠାରେ ଯାତାୟତରେ କୌଣସି ବିଶେଷ ସୁବିଧା ନାହିଁ । ପୁଣି ସେଠିକା ଲୋକମାନେ ମଧ୍ୟ ଭୋଲାଭୋଲା । ସେମାନେ କର ଦେବାକୁ ପଡିବ ବୋଲି ବୋଧେ ବହୁ ଦିନରୁ ଭୁଲି ଯାଇଛନ୍ତି । ଦେବାନ୍ବାବୁ ଧର୍ମପୁରୀ ଫେରିବା ପରେ ଜମିଦାରଙ୍କୁ ନିଜର ଅଭିଜ୍ଞତା ସମ୍ପର୍କରେ ପୂର୍ଣ୍ଣବିବରଣୀ ଦେବାକୁ ଯାଇ କହିଲେ, “ମାଲିକ, ଆମର ସମସ୍ତ ଗ୍ରାମର ଗ୍ରାମବାସୀମାନେ ସମସ୍ତେ ବେଶ୍ ଭଲ ଅଛନ୍ତି । କିନ୍ତୁ ମାୟାମୟୀ ନାମକ ଗୋଟିଏ ମାତ୍ର ଗ୍ରାମ ଏକବାରେ ଅନୁନ୍ନତ ଅବସ୍ଥାରେ ପଡିଛି, ଏବଂ ସେଠାକାର ବାସିନ୍ଦା ସବୁ ଭୋଲାଭୋଲା ମୋର କାହିଁ ମନେହୁଏ ଏଭଳି ଗ୍ରାମ ଓ ଏଭଳି ଲୋକ ଆଉ କେଉଁଠିବି ନାହା...

୨୬ ଜୁଲାଇ ୨୦୨୦ କାହାଣୀ

🌸 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌸 💮 *ରାକ୍ଷସୀର ମୁକ୍ତି* 💮 ନିଶା ଗରଜୁଥାଏ । ଏଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଘଡ ଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଚକ୍ ଚକ୍ ହୋଇ ଦିଶିଯାଉଥାଏ ।                 କିନ୍ତୁ ସେ ରାଜା ବିକ୍ରମାର୍କ ତିଳେହେଲେ ମଧ୍ୟ ସଙ୍କୋଚ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ । ତେବେ, ବୃକ୍ଷାରୋହଣ କରି ସେହି ଶବଟିକୁ ଉତାରି ଆଣି, ତାକୁ ସେ ନିଜ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜା, ବାସ୍ତବିକ ତୁମ ଧୈର୍ଯ୍ୟ ଅସୀମ । କିନ୍ତୁ କେଉଁ ଲକ୍ଷ୍ୟ ନେଇ ତୁମେ ଏ ଦୁର୍ଯ୍ୟୋଗମୟ ରାତିରେ ଏଭଳି ପରିଶ୍ରମ କରୁଛ? କୌଣସି ତାନ୍ତ୍ରିକ ତୁମକୁ ଏ କାମରେ ଲଗାଇଛି ନା କୌଣସି ମୁନି ଋଷି ତମକୁ କିଛି ସର୍ତ୍ତ ଦେଇଛନ୍ତି? ତାନ୍ତ୍ରିକର ପ୍ରରୋଚନାରେ ତୁମେ ଏସବୁ କରୁଥିଲେ ଭୁଲ୍ କରୁଛ । ତୁମେ ସେମାନଙ୍କର ସମସ୍ତ ସର୍ତ୍ତ ପାଳନ କରିବା ସତ୍ତ୍ୱେ ସେମାନେ ସେମାନଙ୍କ ପ୍ରତିଶୃତି ରକ୍ଷା ନକରି ପାରନ୍ତି । କିନ୍ତୁ ମୁନିଋଷିଙ୍କ କଥା ଅଲଗା । ତୁମେ ସେମାନେ ଦେଇଥିବା ସବୁ ସର୍ତ୍ତ ପାଳନ ନକଲେ ମଧ୍ୟ ସେମାନଙ୍କ ବର ବିଫଳ...

୨୫ ଜୁଲାଇ ୨୦୨୦ କାହାଣୀ

🌻 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌻 🌳 *ଦାନୀ* 🌳 ବିଶାଳଦତ ତ୍ରିଲିଙ୍ଗ ଦେଶର ରାଜା ଥିଲେ, ସେ ଜଣେ ଦାନୀରାଜା ଥିଲେ । ତାଙ୍କ ମନ୍ତ୍ରୀ ଚାହୁଁ ନ ଥିଲେ ଯେ ରାଜା ରାଜ୍ୟର ଅର୍ଥସଂପଦକୁ ଦାନ କରି ଖର୍ଚ୍ଚ କରିଦିଅନ୍ତୁ । ତେଣୁ ସେ ସୁବିଧା ଦେଖି ରାଜାଙ୍କୁ ବୁଝାଇ ଦେବାକୁ ଚାହିଁଲେ ।                 ଦିନେ ଜଣେ ସ୍ତ୍ରୀଲୋକ ରାଜସଭାକୁ ଆସି ବିଳାପ କରିକରି କହିଲା, “ମହାରାଜ, ମୋ ସ୍ୱାମୀ ବହୁଦିନରୁ ମୃତ । ମୋର ଏକମାତ୍ର ପୁତ୍ରର ଦେହ ଖରାପ । ଯଦି କିଛି ସାହାଯ୍ୟ ଦେଇ ପାରନ୍ତେ ତେବେ ବଡ ପୁଣ୍ୟ ହୁଅନ୍ତା ।” ତା’ର ଏଭଳି କଥା ଶୁଣି ରାଜାଙ୍କ ହୃଦୟ ତରଳିଲା ସେ ସେହି ସ୍ତ୍ରୀଲୋକଙ୍କୁ ଶହେଟି ମୋହର ଦେବାକୁ ଆଦେଶ ଦେଲେ । ପରଦିନ ସିପାହୀମାନେ ପୂର୍ବୋକ୍ତ ସ୍ତ୍ରୀଲୋକଙ୍କୁ ବନ୍ଦୀ କରି ରାଜାଙ୍କ ପାଖରେ ଆଣି ହାଜର କଲେ, ରାଜା ଆଶ୍ଚର୍ଯ୍ୟ ହୋଇ କାରଣ ପଚାରନ୍ତେ ସିପାହୀମାନେ କହିଲେ, “ମହାରାଜ, ଏହାର ସ୍ୱାମୀ ଜୀବିତ, ଓ ପୁତ୍ର ସୁସ୍ଥ ସବଳ ହୋଇ ଅଛି । ସେ ଏତେଗୁଡାଏ କଥା ଛଳନା କରି କହି ଆପଣଙ୍କଠାରୁ ଟଙ୍କା ଠକି ନେଲା ।” ମନ୍ତ୍ରୀ କହିଲେ, “ମହାରାଜ, ଏବେ ବୁଝିଲେ ତ? ଆପଣଙ୍କର ଦାନୀପଣିଆ ଉପରେ ସେମାନେ ଲାଭ ଉଠାଉଛନ୍ତି ଓ ଆପଣଙ୍କୁ ଅକାରଣରେ ଠକି ନେଇଛନ୍ତି ।” ରାଜା କହିଲେ, “ମହାମନ୍ତ୍ରୀ, ତୁମ କଥା ଠିକ୍, ମଣିଷ ଦୁଃଖର ଆଗମନକୁ କଳ୍ପନା କରି କାନ୍ଦେ ।...

୨୪ କାହାଣୀ ୨୦୨୦ କାହାଣୀ

💐 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 💐 ⚛️ *ନିୟମ* ⚛️ ରାମଶର୍ମା, ନାରାୟଣ ଓ ଭବନାଥ ତିନିଜଣ ଚିକିତ୍ସା ଶାସ୍ତ୍ର ଅଧ୍ୟୟନ ଶେଷ କରି ଗ୍ରାମକୁ ଫେରିଲେ । ତିନିଜଣ ପରସ୍ପରର ବହୁତ ଘନିଷ୍ଟ ଥିଲେ, ତେଣୁ ସେମାନେ ସ୍ଥିର କଲେ ଯେ ତିନିଜଣ ମିଶି ଗୋଟିଏ ଚିକିତ୍ସାଳୟ ଖୋଲିବେ । ଯାହା ନିୟମ ଆରମ୍ଭରୁ କରିଦେବେ, ତାହାକୁ ସମସ୍ତେ ମାନିବେ ।                 ରୋଗୀ ପ୍ରଥମେ ତିନିଟଙ୍କା ଦେଲେ ଯାଇ ଭିତରେ ପ୍ରବେଶ କରିବ । ଦିନେ ରାମଶର୍ମାଙ୍କ ସ୍ତ୍ରୀ ସୁଜାତାର ହଠାତ୍ ମଥାବ୍ୟଥା ହୋଇ ଜର ହେଲା । ସେ ଚିକିତ୍ସାଳୟରେ ପହଁଚି ନିଜର ଅସୁବିଧା କଥା କହିଲେ । ପ୍ରବେଶ ଦ୍ୱାରରେ ଭବନାଥ ଥିଲେ । ଭବନାଥ କହିଲେ, “ଆମର ନିୟମ ହେଉଛି, ପ୍ରବେଶ କରିବା ପାଇଁ ତିନିଟଙ୍କା ଦରକାର; ତା’ପରେ ଚିକିତ୍ସା ଓ ତା’ପରେ ଯାଇ ଔଷଧ । ସେ କୌଣସିମତେ ନଛାଡିବାରୁ ସୁଜାତା କହିଲେ, “ମନେ ହେଉଛି ତୁମେ ମୋତେ ଚିହ୍ନିପାରି ନାହଁ ।”                 ଭବନାଥ କହିଲେ “ଠିକ୍ ଚିହ୍ନିଛି । କିନ୍ତୁ ମୁଁ ନିରୁପାୟ । ତିନିଟଙ୍କା ଦିଅ ଓ ଭିତରକୁ ଯାଅ ।” ବିଚାରୀ ସୁଜାତା ଘରକୁ ଫେରି ତିନିଟଙ୍କା ନେଇ ଚିକିତ୍ସାଳୟରେ ପ୍ରବେଶ କରି ସିଧା ସ୍ୱାମୀ ରାମଶର୍ମାଙ୍କ କକ୍ଷକୁ ଯାଇ ଅଭିଯୋଗ କରି କହିଲେ, “ଇଏ କି କଥା? କେଉଁଠିକାର ନିୟମ? ମଣିଷ ବଡ ହଇରାଣ ହେଲାଣ...

୨୨ ଜୁଲାଇ ୨୦୨୦ କାହାଣୀ

🌺 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌺  💎 *ପ୍ରକୃତ ବନ୍ଧୁ* 💎 ନିଶା ଗରଜୁଥାଏ । ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖ ପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ବି ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ସେ ରାଜା ବିକ୍ରମାର୍କ ଟିକିଏ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଉକ୍ତ ଶବଟିକୁ ଉତାରି ଆଣିଲେ । ତା’ପରେ ତାକୁ ସେ ନିଜ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ ଜଣକ କହିଲା, “ରାଜନ୍, ଅର୍ଦ୍ଧରାତ୍ରିରେ ତୁମେ ଏତେ କଷ୍ଟ କରି ଶ୍ମଶାନରେ ବୁଲୁଛ, ମୁଁ ଜାଣିବାକୁ ଚାହେଁ ଯେ ଏତେ କଷ୍ଟ ତୁମେ ନିଜ ପାଇଁ ନା ପରପାଇଁ କରୁଛ? ଯଦି ତମେ ଏସବୁ ନିଜ ପାଇଁ କରୁଛ ତେବେ ତ ମୋର କିଛି ହେଲେ ମଧ୍ୟ କହିବାର ନାହିଁ । ଆଉ ଯଦି ତୁମେ ଅନ୍ୟ କହାର ନିର୍ଦେଶରେ ଏପରି କରୁଛ, ତେବେ ମୁଁ ତୁମକୁ ସଚେତ କରିବାପାଇଁ କିଛି କହିବାକୁ ଚାହେଁ । ବେଳେବେଳେ ମଣିଷ ବଡମାନଙ୍କ ନିର୍ଦେଶ ପାଳନ କରିବା ଉଚିତ୍ ...

୨୧ ଜୁଲାଇ ୨୦୨୦ କାହାଣୀ

🌷 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌷 🌀 *ଗ୍ରହଣ ଛୁଟା* 🌀 ଶଭରୀ ଜମିଦାରଙ୍କ କାମରେ ଯାଉଥିଲା । ହଠାତ୍ ମେଘ ବର୍ଷିବାକୁ ଆରମ୍ଭ କଲା ଓ ସଂଧ୍ୟା ମଧ୍ୟ ହେବାକୁ ଗଲା । ସେ ଭାବିଲା ବରଂ ଯେଉଁଠି ହେଉ ପଛେ ରହିଯିବା ତା’ପାଇଁ ଭଲ । ବିଜୁଳି ଆଲୁଅରେ ସେ ଦେଖିଲା, ଅଦୂରରେ କେତୋଟି ଖପରୁଲି ଘର । ଏଣୁ ସେ ଶୀଘ୍ର ଯାଇ ସେଠାରେ ପହଁଚି କବାଟ ବାଡେଇଲା । ସଙ୍ଗେସଙ୍ଗେ ଜଣେ ବୁଢା ଛୋଟ ଲଣ୍ଠନଟିଏ ଧରି ଆସି କବାଟ ଫିଟାଇଲା । ତା’ର ଗୋଟିଏ ଗୋଡ ଛୋଟା । ସେ କହିଲା, “ଭିତରକୁ ଆସ, ବର୍ଷାରେ ଆଉ ଭିଜି ଯାଇନା ତ? ଏହି ଅନ୍ଧାର ବର୍ଷା ରାତିରେ ତୁମେ କୁଆଡେ ଯାଉଥିଲ?”                 ଶଭରୀ କହିଲା, “ମୁଁ ସର୍ବେଶ୍ୱରପୁର ଜମିଦାରଙ୍କ ପ୍ରହରୀ । ଜମିଦାରଙ୍କ ସାନପୁଅ ପାଇଁ ତାଙ୍କ ମାମୁଁ ଘରୁ ଗୋଟିଏ ବିଲେଇଛୁଆ ଆଣିବାକୁ ଯାଉଥିଲି । ନୂଆ ପ୍ରକାରର ବିଲେଇ । ଛୋଟବାବୁ ଯିଦ୍ ଧରିଛନ୍ତି ଯେ ବିଲେଇଛୁଆ ନ ଆସିଲେ ସେ ମୋଟେ ଖାଇବେ ନାହିଁ । ଜମିଦାର ତାଙ୍କ ସାନପୁଅକୁ ବହୁତ ଭଲ ପାଉଥିଲେ । ତେଣୁ ସେ ଯାହା ଚାହିଁବେ ସଙ୍ଗେସଙ୍ଗେ ତାଙ୍କ ଇଚ୍ଛା ପୂର୍ଣ୍ଣ ହୁଏ । ସେଇଥିପାଇଁ ମୁଁ ଯାଉଥିଲି ।”                 ଏକଥା ଶୁଣି ସେ ବୁଢା ହସି ହସି କହିଲା, “ତୁମର ବୟସ ହୁଏତ ପଚିଶ ହୋଇ ନାହିଁ । ତୁମେ ସିନା ଖଣ୍ଡା ଓ ଢାଲ ଧରି ରାଜ୍ୟ...

୨୦ ଜୁଲାଇ ୨୦୨୦ କାହାଣୀ

🌸 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌸 🎡 *ନିରର୍ଥକ ଉପାୟ* 🎡  ସଦାନନ୍ଦ ଅନେକ ପ୍ରକାର ବିଦ୍ୟା ଶିଖିଲା । କିନ୍ତୁ କେଉଁଥିରେ ହେଲେ ବି ସେ ପ୍ରବୀଣ ହୋଇ ପାରିଲା ନାହିଁ । ତେଣୁ ତା’ ବାପମା’ଙ୍କର ଥିବା ଜମିରେ ଚାଷ କରି ସେ ନିଜ ଜୀବିକାର୍ଜ୍ଜନ କଲା ।                 ଥରେ ସଦାନନ୍ଦର ଗୁରୁ ତାକୁ ଦେଖିବାକୁ ଆସିଲେ । ସଦାନନ୍ଦ ଚାଷକାମ କରୁଥିବାର ଦେଖି ସେ ଭାରି ଖୁସି ହେଲେ । କିନ୍ତୁ ସଦାନନ୍ଦ ଅସନ୍ତୋଷ ପ୍ରକାଶ କରି କହିଲା, “ଗୁରୁଦେବ, ଆପଣ ପଢାଇଥିବା ସମସ୍ତ ବିଦ୍ୟା, ମୋର ମନେହୁଏ ନିରର୍ଥକ ଗଲା । ଚାଷବାସରେ ମୋର ଏତେ ଇଚ୍ଛା ନାହିଁ; କିନ୍ତୁ ମୁଁ ଏବେ ନିରୁପାୟ ।”                 ତା’ କଥାରେ ଗୁରୁ ଅଳ୍ପ ହସି କହିଲେ, “ତୁମ କଥା ନିରାଟ ସତ୍ୟ । କିନ୍ତୁ ତୁମ ପରି ଭୋଳା ଲୋକ ପାଇଁ ଚାଷ ହିଁ ଉପଯୁକ୍ତ କାର୍ଯ୍ୟ ।”                 ସଦାନନ୍ଦ କହିଲା “ଆଜ୍ଞା ମୋର ସ୍ମରଣ ଶକ୍ତି ତ ବହୁତ ଭଲ । ମୁଁ ଯଦି କେଉଁ ବିଦ୍ୟାରେ ଦକ୍ଷତା ହାସଲ କରି ନପାରିଲି, ତାହା ଆପଣଙ୍କ ବିଦ୍ୟାଦାନରେ ଭୂଲ୍ ଥାଇପାରେ ।”                 ଗୁରୁ କହିଲେ “ମୁଁ ମୋର ସମସ୍ତ ବିଦ୍ୟାର ସାରାଂଶକୁ ଏକ ଛୋଟ ଖାତାରେ ଲ...

୧୯ ଜୁଲାଇ ୨୦୨୦ କାହାଣୀ

💚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 💚 💜 *ନୂଆ ଜୁଆଇଁ* 💜 ବିବାହ ପରେ ଗଗନ ତିନିମାସ ମଧ୍ୟରେ ବାରମ୍ବାର ଶ୍ୱଶୁର ଘରକୁ ଯିବା ଆସିବା କରୁଥାଏ । କାରଣ ସେ ତ ତା’ ପିଲାଟିଦିନରୁ ଟିକିଏ ପେଟୁ ଓ ଭଲମନ୍ଦ ଖାଇବାକୁ ସେ ଭାରି ଭଲ ପାଏ । ଶାଶୁ ତ ଭଲ ରାନ୍ଧି ପାରନ୍ତି । ସେଇ ଲାଳସାରେ ମାସକୁ ସେ ଅନ୍ତତଃ ତିନି ଚାରିଥର କୌଣସି ନା କୌଣସି ଉତ୍ସବର ବାହାନା କରି ଶ୍ୱଶୁର ଘରକୁ ଖାସେ ଧାଉଁଥାଏ । ସାଙ୍ଗରେ ତ ତା’ ସ୍ତ୍ରୀ କୁସୁମ ନିଶ୍ଚୟ ଆସିଥାଏ । ତେଣୁ ତା’ର ଯାହା ଯାହା ସବୁ ଦରକାର ଶାଶୁଙ୍କୁ ସ୍ତ୍ରୀଦ୍ୱାରା ସେ କହେ । ଶାଶୁ ବିଚାରୀ ବି ନୂଆ  ଜୁଆଇଁ ବୋଲି ସବୁ କିଛି ତିଆରି କରି ତାକୁ ଖୁଆନ୍ତି । ଜୁଆଇଁ ପେଟଭରି ଖାଏ ଓ ଶାଶୁଙ୍କ ରାନ୍ଧଣାର ଭୂରିଭୂରି ପ୍ରଶଂସା କରେ । ଏଣେ ଶାଶୁ ମଧ୍ୟ ପ୍ରଶଂସା ଶୁଣି ଅତି ଉତ୍ସାହିତ ହୋଇ ଆହୁରି ରାନ୍ଧନ୍ତି । ଦିନେ କଥା ହେଉ ହେଉ କୁସୁମ ତା’ ମା’ ଗୌରୀଙ୍କୁ କହିଲା, “ମା, ତମେ ଏତେ ଜିନିଷ ତୁମ ଜୁଆଇଁଙ୍କୁ ଖୁଆଉଛ, କିନ୍ତୁ ତାଙ୍କର ରସଗୋଲା ଖାଇବାରେ ବହୁତ ସଉକ । ତାଙ୍କ ଜେଜେମା ମରିବା ପର୍ଯ୍ୟନ୍ତ ପ୍ରତିଦିନ ତାଙ୍କୁ ରସଗୋଲା ତିଆରି କରି ଦେଉଥିଲେ । ସେ ରସଗୋଲା ନ ଖାଇଲେ କୁଆଡେ ଶୋଇବାକୁ ଯା’ନ୍ତିନାହିଁ; ତାଙ୍କ ଜେଜେମା ମରିବା ପରଠାରୁ କିଣାହୋଇ ରସଗୋଲା ଘରେ ରଖା ହୋଇଥାଏ ତେଣୁ ତମେ କେଉଁଠାରୁ ହେଲେବି ରସଗୋଲା ମଗାଇବାର ବନ୍ଦୋବସ୍ତ କର ।” ଗୌରୀ କହିଲେ “ଆଲୋ ଝି...

୧୮ ଜୁଲାଇ ୨୦୨୦ କାହାଣୀ

🦚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🦚 🏵️ *ନିଷ୍କର୍ମା ମନ ଭୂତର ଘର* 🏵️ କମଳ ଦ୍ୱିପ୍ରହରର ଭୋଜନ ପରେ ଆରାମ୍ରେ ପିଣ୍ଡାରେ ଶୋଇ ଏଣୁତେଣୁ ଭାବୁଥାଏ । ମନ ଏମିତି ଏକ ଜିନିଷ ତାକୁ ଖାଲି ଛାଡିଦେଲେ, ଭୂତମାନେ ତା’ଉପରେ ସବାର ହୋଇଯାନ୍ତି । ଯେତେସବୁ ବାଜେ ଚିନ୍ତା ମନକୁ ଆସେ । ଏପରି ସମୟରେ ଜଣେ ପଥିକ ଆସି ତାକୁ ପଚାରିଲା, “ଆଜ୍ଞା, ଏଇଟା କମଳର ଘର ତ?” ମନେ ହେଉଥିଲା ସେ ଯେମିତି ବହୁଦୂରରୁ ଆସିଛି ।”                 ସେତେବେଳେ ତ କମଳର ମନରେ କେବଳ ନାନା ଉଦ୍ଭଟ ଚିନ୍ତାସବୁ ଆସୁଥା’ନ୍ତି । ସେ ଉତ୍ତର ଦେଲା, “ନାହିଁ” ଆଗନ୍ତୁକ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ଏହି ଘର ନୁହେଁ?” କମଳ କହିଲା “କହିଲି ପରା ନୁହେଁ ବୋଲି; କମଳର ଘର ଗ୍ରାମର ଉତ୍ତରରେ ଥିବା ଶିବମନ୍ଦିର ପାଖରେ କେଉଁଠି ଅଛି ଯାଇ ପଚାରି ବୁଝ ।” “ଠିକ୍ ଅଛି” ଏହା କହି ସେ ଆଗନ୍ତୁକ ଉତ୍ତର ଦିଗକୁ ଗଲା । ଘଂଟାଏ ପରେ ପୁଣି ଫେରି ଆସି ସେ କହିଲା, “ଆପଣଙ୍କ କହିବା ଅନୁସାରେ ଶିବମନ୍ଦିର ଯାଇ ସେଠାରେ ପଚାରି ବୁଝିଲି ସେପରି କେହି ବି ନାହିଁ । ଏଇ ଘର ତ କମଳର ବୋଲି ସେମାନେ କହିଲେ ।” ତା’ପରେ ସେ କମଳ ହସିହସି କହିଲା “ସେମାନେ କିଛି ନଜାଣି ଯାହା ଇଚ୍ଛା କହିଦେଲେ; କିନ୍ତୁ ସତ କଥା ହେଉଛି ଯେ ଏଇଟା କମଳର ଘର ନୁହେଁ । ଦେଖ, ସିଧା ଚାଲିଯାଅ, ଦେଖିବ ପୋଖରୀଟିଏ ପୋଖରୀ କୂଳରେ ବଡ ବରଗଛଟିଏ, ସେଇଠ...

୧୭ ଜୁଲାଇ ୨୦୨୦ କାହାଣୀ

🌸 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌸 🎡 *ନିରର୍ଥକ ଉପାୟ* 🎡  ସଦାନନ୍ଦ ଅନେକ ପ୍ରକାର ବିଦ୍ୟା ଶିଖିଲା । କିନ୍ତୁ କେଉଁଥିରେ ହେଲେ ବି ସେ ପ୍ରବୀଣ ହୋଇ ପାରିଲା ନାହିଁ । ତେଣୁ ତା’ ବାପମା’ଙ୍କର ଥିବା ଜମିରେ ଚାଷ କରି ସେ ନିଜ ଜୀବିକାର୍ଜ୍ଜନ କଲା ।                 ଥରେ ସଦାନନ୍ଦର ଗୁରୁ ତାକୁ ଦେଖିବାକୁ ଆସିଲେ । ସଦାନନ୍ଦ ଚାଷକାମ କରୁଥିବାର ଦେଖି ସେ ଭାରି ଖୁସି ହେଲେ । କିନ୍ତୁ ସଦାନନ୍ଦ ଅସନ୍ତୋଷ ପ୍ରକାଶ କରି କହିଲା, “ଗୁରୁଦେବ, ଆପଣ ପଢାଇଥିବା ସମସ୍ତ ବିଦ୍ୟା, ମୋର ମନେହୁଏ ନିରର୍ଥକ ଗଲା । ଚାଷବାସରେ ମୋର ଏତେ ଇଚ୍ଛା ନାହିଁ; କିନ୍ତୁ ମୁଁ ଏବେ ନିରୁପାୟ ।”                 ତା’ କଥାରେ ଗୁରୁ ଅଳ୍ପ ହସି କହିଲେ, “ତୁମ କଥା ନିରାଟ ସତ୍ୟ । କିନ୍ତୁ ତୁମ ପରି ଭୋଳା ଲୋକ ପାଇଁ ଚାଷ ହିଁ ଉପଯୁକ୍ତ କାର୍ଯ୍ୟ ।”                 ସଦାନନ୍ଦ କହିଲା “ଆଜ୍ଞା ମୋର ସ୍ମରଣ ଶକ୍ତି ତ ବହୁତ ଭଲ । ମୁଁ ଯଦି କେଉଁ ବିଦ୍ୟାରେ ଦକ୍ଷତା ହାସଲ କରି ନପାରିଲି, ତାହା ଆପଣଙ୍କ ବିଦ୍ୟାଦାନରେ ଭୂଲ୍ ଥାଇପାରେ ।”                 ଗୁରୁ କହିଲେ “ମୁଁ ମୋର ସମସ୍ତ ବିଦ୍ୟାର ସାରାଂଶକୁ ଏକ ଛୋଟ ଖାତାରେ ଲ...

୧୬ ଜୁଲାଇ ୨୦୨୦୨ କାହାଣୀ

🌻 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌻 🍁 *କାଶୀ ପଣ୍ଡିତ* 🍁 ଅନନ୍ତ ନାମକ ଜଣେ ପଣ୍ଡିତ ଥା’ନ୍ତି । ସେ ତାଙ୍କ ପିଲାଟିଦିନରୁ ଘରୁ ଲୁଚି କାଶୀ ପଳାଇଥିଲେ । ସେଠାରେ କୌଣସି ପଣ୍ଡିତଙ୍କ ଦୟାରୁ କିଛି ଶାସ୍ତ୍ର ଅଧ୍ୟୟନ କରି ବହୁବର୍ଷ ପରେ ସେ ତାଙ୍କ ଗ୍ରାମକୁ ଫେରିଲେ । ତେଣୁ ଲୋକେ ତାଙ୍କୁ କାଶୀପଣ୍ଡିତ ବୋଲି କହୁଥା’ନ୍ତି । ତାଙ୍କର ଅଭ୍ୟାସ ଅନ୍ୟାନ୍ୟ ପଣ୍ଡିତଙ୍କୁ ସମାଲୋଚନା କରି ନିଜପାଇଁ ଗର୍ବ କରିବା ।                 ଥରେ ସେ ପାଖ ଗ୍ରାମରେ ଥିବା ନିଜର ଭଉଣୀ ଘରକୁ ଯାଇଥା’ନ୍ତି । ରାତ୍ରିଭୋଜନ ପରେ ଭଉଣୀ କହିଲା, “ଭାଇ, ଆଜି ମନ୍ଦିରରେ ସୀତାବିବାହ ଉତ୍ସବ ହେବ । ସୀତାବିବାହ ନାଟକ କଣ୍ଢେଇ ନାଚ ଦ୍ୱାରା ଦେଖା ହେବ । ତୁମ ଭିଣେଇ ସେଇଟା ଲେଖିଛନ୍ତି । ତମେ ଯାଇ ଦେଖି ଯଦି ପ୍ରଶଂସା କରିବ ତେବେ ତାଙ୍କର ମଧ୍ୟ ସୁଖ୍ୟାତି ବଢିବ ।”                 ଭଉଣୀର ଏଭଳି କଥାରେ ଅନନ୍ତ ଅଳ୍ପ ହସି ଚୁପ୍ ରହିଲେ । ଅଧିକ ରାତ୍ରି ହେବାରୁ ସେମାନେ ମନ୍ଦିର ପାଖକୁ ଗଲେ । ନାଟକ କରୁଥିବା ଯୁବକମାନେ ପଣ୍ଡିତଙ୍କୁ ଦେଖି କହିଲେ, “ମହାଶୟ, ଆମର ଜ୍ଞାନ ଅଳ୍ପ, ଆପଣଙ୍କ ପରି ମହାନ୍ ପଣ୍ଡିତଙ୍କୁ ଦେଖି, ଆମେ ଖୁବ୍ ଉତ୍ସାହିତ ହୋଇଛୁ । କିଛି ଦୋଷତୃଟି ଥିଲେ ଆପଣ ଆମକୁ ସହୃଦୟେ କ୍ଷମା କରିବେ ।”     ...

୧୫ ଜୁଲାଇ ୨୦୨୦ କାହାଣୀ

💐 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 💐 💥 *ଆତ୍ମାଭିମାନ* 💥   ଏକଦା ନିଶା ଗରଜୁଥାଏ । ସେତେବେଳେ ତ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ତତ୍ସହିତ ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ପ୍ରକାଶ ନକରି, ବୃକ୍ଷାରୋହଣ ପୂର୍ବକ ପୁନର୍ବାର ସେ ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ନିଜ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରନ୍ତେ, ଶବସ୍ଥିତ ସେହି ବେତାଳ କହିଲା, “ରାଜା, ତୁମେ ଏତେବେଳେ ପ୍ରାସାଦର ଦୁଗ୍ଧଫେନନିଭ ଶଯ୍ୟାରେ ଶୋଇ ସୁଖସ୍ୱପ୍ନ ଦେଖୁଥା’ନ୍ତ । ମାତ୍ର ତାହା ନକରି ତୁମେ ଏଭଳି ବିପଦ କାହିଁକି ନିଜେ ଜାଣି ଜାଣି ବରଣ କରୁଛ? ଏଥିରୁ ଯାହା ଜଣାପଡୁଛି ତମେ ବଡ ଜିଦ୍ଖୋର । ନିଜର ଲକ୍ଷ୍ୟପ୍ରାପ୍ତ କରିବା ସକାଶେ ତମେ ଯେକୌଣସି କଠିନ କାର୍ଯ୍ୟ କରିବାକୁ ପ୍ରସ୍ତୁତ । କିନ୍ତୁ ମନେରଖ ତୁମ ଲକ୍ଷ୍ୟ ବିଷୟରେ ତୁମେ ଆଗ ନିଶ୍ଚିତ ହେବା ଆବଶ୍ୟକ । ଚିନ୍ତା କରି କାମ କଲେ, ତାହା ହୁଏତ ହାତକୁ ଆସିବ । କିନ୍ତୁ ସେତିକି ଶୀଘ୍ର ମଧ୍ୟ ତାହା ଖସିଯିବ । ଏହି ପରିପ୍ରେକ୍ଷୀରେ ମୁଁ ତୁମକୁ ବଂଶୀଧରର ଉଦାହରଣ ଦେଉଛି । ମନ ଦେଇ ମୋ କଥା ଶୁଣ । ତାହା ଶୁଣିଲେ ତମ ଶ୍ରମଭ...

୧୪ ଜୁଲାଇ ୨୦୨୦ କାହାଣୀ

💐 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 💐 ❄️ *ଭୁଲାପଣ* ❄️ ଲକ୍ଷ୍ମଣସେଠ୍ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବାକୁ ଗଲେ । ପାଖ ଗ୍ରାମରେ ଥିବା ତାଙ୍କର ବନ୍ଧୁ ବୀରସେଠଙ୍କ ସହିତ ବାଟରେ ଦେଖା ହେଲା । ସେ କହିଲେ, “ଶୁଣିଲି, ତୁମ ଘରେ ଚୋର ତିନିଥର ଚୋରୀ କରିଛି । କ’ଣ ଏକଥା ସତ?”                 ଲକ୍ଷ୍ମଣସେଠ୍ କହିଲେ “ହଁ ସତ ।”                 ବୀରସେଠ ପଚାରିଲେ “ଚୋର ସିନ୍ଦୁକ ଭାଙ୍ଗିବା ବେଳେ ତମେ ନିଦରୁ ଉଠିପଡିଲ ନାହିଁ?”                 ତହୁଁ ଲକ୍ଷ୍ମଣସେଠ୍ କହିଲେ “କିପରି ଉଠିବି? ମୋ ତକିଆ ତଳୁ ଚାବିଟି ଚୋର ଚୁପ୍ ଚାପ୍ ନେଇ ସିନ୍ଦୁକ ଖୋଲିଲା ।” ବୀରସେଠ ପଚାରିଲେ “ଚାବି ସବୁବେଳେ ତକିଆ ତଳେ କାହିଁକି ରଖୁଛ?” ଲକ୍ଷ୍ମଣସେଠ୍ ପୁଣି କହିଲେ, “ତକିଆ ତଳେ ନ ରଖି ଅନ୍ୟ ସ୍ଥାନରେ ମଧ୍ୟ ରଖୁଥିଲି ।”                 ବୀରସେଠ ପଚାରିଲେ “ତେବେ ଚୋର ସେକଥା କିପରି ଜାଣିଲା?”                 ଲକ୍ଷ୍ମଣସେଠ୍ ଲଜ୍ଜିତ ହୋଇ କହିଲେ “ମୋ ଭୁଲାପଣରୁ ଚୋର ମୋତେ ସର୍ବସ୍ୱାନ୍ତ କଲା । ମୁଁ କାଳେ ଭୁଲିଯିବି ବୋଲି ଗୋଟିଏ କାଗଜରେ ଲେଖି ରଖିଥିଲି କି ଚାବିଟି...

୧୩ ଜୁଲାଇ ୨୦୨୦ କାହାଣୀ

🌺 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌺  ❄️ *ବିଶ୍ୱସ୍ତ ଭୃତ୍ୟ* ❄️ ରାମଚନ୍ଦ୍ର ଜଣେ ବଡ ଚାଷୀ ଥିଲେ । ତାଙ୍କର ଗୋରୁଗାଈ ଚରାଇବାକୁ ଜଣେ ଲୋକ ଦରକାର ହେଲା । ଏହି ଖବର ଶୁଣି ଜଣେ ଯୁବକ ତାଙ୍କ ପାଖକୁ ଆସି କାମ ବିଷୟରେ ପଚାରିଲା ।                 ରାମଚନ୍ଦ୍ର କହିଲେ “ତୁମେ ଯଦି ବିଶ୍ୱାସୀ ହେବ ଓ ଭଲ ପରିଶ୍ରମ କରିବ, ତେବେ ମୁଁ ତୁମକୁ ରଖିନେବି; କାରଣ ତୁମ ଆଗରୁ ଥିବା ପିଲାଟି ମୋ ସହିତ ସେ ବଡ ବିଶ୍ୱାସଘାତକତା କଲା । ବାଛୁରୀଟିଏ ବାହାରେ ବିକିଦେଇ ସେ କହିଲା ତାକୁ କୁଆଡେ ବାଘ ଖାଇଗଲା । କିନ୍ତୁ ଏ ଜଙ୍ଗଲରେ ତ ବାଘ ଆଦୌ ନାହିଁ । ଏଭଳି ପରିସ୍ଥିତିରେ ମୁଁ ତା’ କଥା କିପରି ବା ବିଶ୍ୱାସ କରନ୍ତି?”                 ସେ ଯୁବକଟି କହିଲା “ମହାଶୟ, ମୁଁ ସେପରି ପିଲା ଆଦୌ ନୁହେଁ, ମୋର ନାମ ସତ୍ୟବାନ୍ । ମୁଁ ସର୍ବଦା ସତ୍ୟପଥରେ ଥାଏ ।” ତାହାର ଏପ୍ରକାର ଉତ୍ତର ଶୁଣି ରାମଚନ୍ଦ୍ର ମନେ ମନେ ହସିଲେ ଓ କହିଲେ, “ସକାଳୁ ମୁଁ ଗାଈଗୋରୁମାନଙ୍କୁ ନେଇ ବଣ ପାଖରେ ଛାଡି ଆସିଛି । ତୁମେ ଯାଇ ସେମାନଙ୍କୁ ଘରକୁ ଫେରାଇ ଆଣ । ତା’ପରେ ଯାଇ ମୁଁ ଚିନ୍ତା କରିବି ତୁମକୁ ମୁଁ କାମ ଦେବି କି ନାହିଁ ।”                 ସତ୍ୟବାନ ଜଙ୍ଗଲକୁ ଗଲା ଓ ସଂଧ୍ୟା ପୂର୍ବରୁ ...

୧୨ ଜୁଲାଇ ୨୦୨୦ କାହାଣୀ

🌷 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌷 💎 *ନାମ ବିକ୍ରି* 💎 ବିଜୟପୁରରେ ଜଣେ ବ୍ୟକ୍ତି ବସି ପାଟି କରୁଥାଏ । “ନାମ ବିକ୍ରି କରିବି । ମହାଶୟମାନେ କିଣି ନିଅନ୍ତୁ । ଏହା ବହୁମୂଲ୍ୟବାନ୍ ନାମ ।” ଏପରି ଚିତ୍କାର କରି ସେ ଲୋକମାନଙ୍କୁ ନିଜପ୍ରତି ଆକୃଷ୍ଟ କରିବାକୁ ଚେଷ୍ଟା କରୁଥାଏ ।                 ସେ ଲୋକଟିର ନାମ ପ୍ରତାପ । ଘରେ ତା’ର ଶଯ୍ୟାଶାୟୀ ସ୍ତ୍ରୀ, ଓ ବିବାହଯୋଗ୍ୟା ଝିଅଟିଏ । ଏଣୁ ଧନ ତା’ର ନିହାତି ଦରକାର । ଯୁବକ ଥିବା ବେଳେ ସେ ଲୋକଟି ରାଜାଙ୍କ ସୈନ୍ୟ ବିଭାଗରେ ଥିଲା । ଯୁଦ୍ଧରେ ତା’ର ଗୋଡ ଭାଙ୍ଗି ଯିବାରୁ ସେ ଅକର୍ମଣ୍ୟ ହୋଇ ଘରେ ବସିଥାଏ । ତା’ର ଦୁର୍ଭାଗ୍ୟ ଯେ କୌଣସି କାରଣରୁ ରାଜାଙ୍କର ବିଷଦୃଷ୍ଟି ତା’ ଉପରେ ଥିଲା ।                 ହାଟରେ ଏପରି ଅଜବ କଥା କହି ଯେତେ ଚିତ୍କାର କଲେ ମଧ୍ୟ କେହି ଜଣେ ହେଲେ ବି ଆକୃଷ୍ଟ ହୋଇ ତା’ ପାଖକୁ ଆସିଲେ ନାହିଁ । ସେ ହାଟରେ ଜଗା ନାମକ ଚୋରଟିଏ ବୁଲୁଥାଏ । ସେ ଭାବିଲା “ଯାଏ ଦେଖେ ଘଟଣା କ’ଣ?” ପ୍ରତାପକୁ ସେ କହିଲା, “ହେ ବୁଢା, ପୃଥିବୀରେ ପୁଣି ଏମିତି ମଣିଷ ଅଛନ୍ତି ଯିଏ ଧନ ଦେଇ ନାମ କିଣିବ?”                 ପ୍ରତାପ କହିଲା, “କିନ୍ତୁ ଯେଉଁ ନାମ ମୁଁ ବିକ୍ରି କରୁଛି, ତାହା ଏମିତି ସେମି...