6 july ଖବର

*👇ଆଜି ଦିନ ର ଗୁରୁତ୍ୱପୂର୍ଣ୍ଣ ଖବର👇*
*ତାରିଖ-୦୬-ଜୁଲାଇ-୨୦୨୦* *ସୋମବାର*

*କେବଳ ଗୁରୁତ୍ୱପୂର୍ଣ୍ଣ ଖବର ସବିସ୍ତୃତ ଭାବରେ*

୧➡️ *ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ – ଗହଳି କରନ୍ତୁନି, ଗହଳିକୁ ଯାଆନ୍ତୁନି*

କୋଭିଡ୍‌ ଯୁଦ୍ଧ ଜିତିବା ପାଇଁ ତ୍ୟାଗ, ସଂଜମ ଓ ଶୃଙ୍ଖଳାକୁ ଆପଣାନ୍ତୁ

ପୁରୀବାସୀ ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିଛନ୍ତି

କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ କରନ୍ତୁ

ବାହାରକୁ ଯାଆନ୍ତୁ ନାହିଁ

ବାପା, ମା’ଙ୍କ ପରାଇଁ ବିପଦ ଡାକନ୍ତୁ ନାହିଁ

*ସମ୍ପୂର୍ଣ୍ଣ ବିବରଣୀ  ଶେଷରେ  ଅଛି*

୨➡️ *ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ପରଲୋକ*

ଭୁବନେଶ୍ୱର-ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଳ ବିଧାୟକ ବିଷ୍ଣୁ ଦାସଙ୍କ ସୋମବାର ପରଲୋକ ହୋଇଯାଇଛି। ସେ କିଛିଦିନ ହେବ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ମୃତ୍ୟୁକୁ ନେଇ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

୩➡️ *ବିଧାନସଭା କମିଟି ବୈଠକ ବାତିଲ*

ଭୁବନେଶ୍ୱର: ବିଧାନସଭା କମିଟି ବୈଠକ ବାତିଲ। ବିଧାନସଭାର ବିଭିନ୍ନ କମିଟି ବୈଠକ ବାତିଲ ନେଇ ନିଷ୍ପତ୍ତି ହୋଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଗତମାସରେ ବିଧାନସଭାର ବିଭିନ୍ନ କମିଟି ମିଟିଂ ପାଇଁ ଅନୁମତି ଦେଇଥିଲୁ କରୋନା ସ୍ଥିତି ଦେଖି ସବୁ ବୈଠକ ବାତିଲ ନେଇ କାଲି ନିଷ୍ପତ୍ତି ହୋଇଥିଲା।

୪➡️ *CORONAVIRUS UPDATE: ରାଜ୍ୟରେ ୨୪ ଜିଲାରୁ ୪୫୬ ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬ରେ ପହଞ୍ଚିଲା*
ଭୁବନେଶ୍ୱର: ରାଜ୍ୟରେ ସୋମବାର ପୁଣି ୪୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଚିହ୍ନଟ ୪୫୬ ଆକ୍ରାନ୍ତ ୨୪ ଜିଲାର। ଏମାନଙ୍କ ମଧ୍ୟରୁ ୩୦୯ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୭ ଲୋକାଲ କେସ୍‌ ରହିଛି।
ନୂଆ ୪୫୬ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୧୬୬ ରହିଛନ୍ତି। ସେହିପରି ଯାଜପୁର ୫୭, ବରଗଡ଼ ୩୩, ନବରଙ୍ଗପୁର ୨୪, ଜଗତ୍‌ସିଂହପୁର ୨୩, ଖୋର୍ଦ୍ଧା ୨୧, ସୁନ୍ଦରଗଡ଼ ୨୦, ସମ୍ବଲପୁର ୧୫, ବାଲେଶ୍ୱର ୧୪, କଟକ ୧୩, ରାୟଗଡ଼ା ୧୩, ଭଦ୍ରକ ୧୨, କୋରାପୁଟ ୧୦, ମୟୂରଭଞ୍ଜ ୮, ବଲାଙ୍ଗୀର ୬, କେନ୍ଦ୍ରାପଡ଼ା ୫, ନୟାଗଡ଼ ୪, କନ୍ଧମାଳ-ପୁରୀରୁ ୩ ଜଣ ଲେଖାଏ, କେନ୍ଦୁଝର ୨, ଢେଙ୍କାନାଳ-ଗଜପତି-କଳାହାଣ୍ଡି-ଅନୁଗୋଳରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
୫➡️ *ରାଜ୍ୟରେ ଆଉ ୨୬୨ କରୋନା ଆକ୍ରାନ୍ତ ସୁସ୍ଥ*

ଭୁବନେଶ୍ୱର: ରାଜ୍ୟରେ ଆଜି ୪୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬୨ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୬୪୮୬କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସୁସ୍ଥ ହୋଇଥିବା ୨୬୨ଙ୍କ ମଧ୍ୟରୁ ଗଞ୍ଜାମରୁ ୭୩, ଗଜପତିରୁ ୪୯, ଜଗତସିଂହପୁରରୁ ୨୫, ରାୟଗଡ଼ାରୁ ୧୬, କଟକରୁ ୧୫, ବରଗଡ଼ରୁ ୧୪, ଖୋର୍ଦ୍ଧାରୁ ୧୩, ଭଦ୍ରକରୁ ୧୨, ପୁରୀରୁ ୧୨, କେନ୍ଦ୍ରାପଡ଼ାରୁ ୮, ଯାଜପୁରରୁ ୪, ସୁନ୍ଦରଗଡ଼ରୁ ୪, ଅନୁଗୁଳରୁ ୩, ବାଲେଶ୍ୱରରୁ ୩, ନୟାଗଡ଼ରୁ ୩, ନବରଙ୍ଗପୁରରୁ ୩, ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ ଓ ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

୬➡️ *ଗୋଟିଏ ଗାଁରୁ ୩୩ କରୋନା ପଜିଟିଭ୍‌ ଚିହ୍ନଟ: ବରଗଡ଼ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬ରେ ପହଞ୍ଚିଲା*

ବରଗଡ଼: ବରଗଡ଼ ଜିଲାରେ ସୋମବାର ପୁଣି ୩୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମର ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ଏହାପରେ ୫୨୦୫ ଜନସଂଖ୍ୟା ବିଶିଷ୍ଟ କଟାପାଲି ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା କେବଳ ୧୦୫ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ସୁଦ୍ଧା ଜିଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୬କୁ ଛୁଇଁଛି। ଅନ୍ୟପଟେ କଟାପାଲି ଗ୍ରାମରେ ଏପର୍ଯ୍ୟନ୍ତ ୧୩୯୭ ଜଣଙ୍କ ସ୍ବାବ୍‌ ନମୁନା ପରୀକ୍ଷା ହୋଇସାରିଛି। ତେବେ ଗତମାସ ୧୬ ତାରିଖରୁ କଟାପାଲି କଣ୍ଟେନ୍‌ମେଣ୍ଟ୍‌ ଜୋନ ଘୋଷଣା ହୋଇଥିବା ବେଳେ ଏଠାରେ ଏଭଳି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି।

୭➡️ *ବଙ୍ଗୋପସାଗରରେ ଲଘୁଚାପ, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା*

ଭୁବନେଶ୍ୱର: ମୌସୁମୀ ସକ୍ରିୟ ରହିବା ସହିତ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ୯ ତାରିଖ ଯାଏ ବର୍ଷା ଲାଗି ରହିବ।
୧୨ ଘଣ୍ଟା ମଧ୍ୟରେ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି କଟକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
୮➡️ *ଆସନ୍ତା 13 ତାରିଖ ଯାଏ ସମ୍ବଲପୁର ବିଶ୍ବବିଦ୍ୟାଳୟ ବନ୍ଦ*

ସମ୍ବଲପୁର : ଆସନ୍ତା 13 ତାରିଖ ଯାଏ ବନ୍ଦ ରହିବ ସମ୍ବଲପୁର ବିଶ୍ବବିଦ୍ୟାଳୟ । କାଲିଠାରୁ 13 ତାରିଖ ଯାଏ ବିଶ୍ବବିଦ୍ୟାଳୟକୁ ବନ୍ଦ ରଖିବାକୁ କୁଳପତି ନିର୍ଦ୍ଦେଶ ଦେଇଛନ୍ତି । ସମ୍ବଲପୁର ଓ ବୁର୍ଲାରେ କରୋନା ରୋଗୀ ବଢୁଥିବାରୁ ପ୍ରତିଷେଧକ ବ୍ୟବସ୍ଥା ନିଆଯାଇଛି । ବିଶ୍ବବିଦ୍ୟାଳୟ ଓ ପିଜି ଡିପାର୍ଟେମେଣ୍ଟ ବନ୍ଦ ରଖିବାକୁ ନିଷ୍ପତ୍ତି ଦେଇଛନ୍ତି କୁଳପତି 
୯➡️ *ବାଲେଶ୍ୱରର ଜଣେ ବିଧାୟକଙ୍କୁ କରୋନା !*

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ପ୍ରଥମ ଥର ପାଇଁ ରାଜ୍ୟର ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି।
କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ ଆସିଥିବା ନେଇ ସଂପୃକ୍ତ ବିଧାୟକ ଜଣକ କହିଥିବା ସୂଚନା ମିଳିଛି।

୧୦➡️ *ଲଦାଖ ଗଲୱାନ ଘାଟିରୁ ପଛକୁ ହଟିଲା ଚୀନ ସେନା । ୧ କିଲୋମିଟରରୁ ୨ କିଲୋମିଟର ପର୍ଯ୍ୟନ୍ତ ପଛକୁ ହଟିଥିବା ନେଇ ସୂଚନା । ଉତ୍ତେଜନା କମାଇବା ପାଇଁ ଦୁଇ ଦେଶ ମଧ୍ୟରେ ହୋଇଥିଲା ସୈନ୍ୟ ସ୍ତରୀୟ ବୈଠକ*
 ଗଲୱାନ ଘାଟିରୁ ପଛକୁ ହଟିଲା ଚୀନ । ଭାରତ ସହ ଏଲଏସିରେ ବିବାଦ ମଧ୍ୟରେ ଚୀନ ସେନା କିଛି ମାତ୍ରାରେ ପଛକୁ ହଟିଛି । ଗଲୱାନ ଘାଟିର ଘଟଣାସ୍ଥଳରୁ ଚୀନ ସେନା ପ୍ରାୟ ଗୋଟିଏ କିଲୋମିଟରରୁ ୨ କିଲୋମିଟର ଯାଏଁ ପଛକୁ ହଟିଥିବା ଜଣାଯାଇଛି । ୧୫ ଜୁନରେ ଏହି ସ୍ଥାନରେ ଭାରତ ଓ ଚୀନର ସେନା ମୁହାଁମୁହିଁ ହୋଇଥିଲେ । ଉତେଜନା କମାଇବା ପାଇଁ ଭାରତ ଓ ଚୀନ ମଧ୍ୟରେ ଅନେକ ଥର ସୈନ୍ୟ ସ୍ତରୀୟ ବୈଠକ ବି ହୋଇଥିଲା । ଆଲୋଚନା ପରେ ପ୍ରଥମ ପର୍ଯ୍ୟାୟ ସ୍ୱରୂପ ଚୀନ ସେନା ଏକରୁ ୨ କିଲୋମିଟର ପଛକୁ ହଟିଥିବା ଜଣାଯାଇଛି । ଖବର ଅନୁସାରେ, ଦୁଇଦେଶ ମଧ୍ୟରେ କୌଣସି ହିଂସାର ପୁନରାବୃତି ନ କରିବାକୁ ଗଲୱାନ ଘାଟି ନିକଟରେ ଏବେ ବଫର ଜୋନ କରାଯାଇଛି । ଚୀନ ସେନା ନିଜର ଟେଂଟ, ଗାଡି ଓ ସୈନିକଙ୍କୁ ପଛକୁ ହଟାଇବା ଆରମ୍ଭ କରିଛି ।
ନରେଶ
୧୧➡️ *ସିବିଏସ୍‌ଇ ପକ୍ଷରୁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ତାଲିମ*
ଭୁବନେଶ୍ବର : ଇଣ୍ଟରନେଟ୍‌ ବ୍ୟବହାରୀଙ୍କ ସଂଖ୍ୟା ବଢ଼ୁଛି। କରୋନା ସମୟରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଶିକ୍ଷା ଗ୍ରହଣ କରୁଛନ୍ତି। ଶିକ୍ଷକମାନେ ବି ଅନ୍‌ଲାଇନ୍‌ରେ ପଢ଼ାଉଛନ୍ତି। ତେବେ କିଛି କ୍ଷେତ୍ରରେ ଅନ୍‌ଲାଇନ୍‌ର ଅପବ୍ୟବହାର କରାଯାଉଥିବା ଦୃଷ୍ଟିକୁ ଆସିଛି। ଇଣ୍ଟରନେଟ୍‌ରେ ଭୁଲ୍‌ ତଥ୍ୟ, ମିଥ୍ୟା ଖବର ପ୍ରଚାରିତ ହେଉଛି। ଯେଉଁଥିପାଇଁ ଅନେକ ପିଲା ଅସୁବିଧାରେ ପଡ଼ୁଛନ୍ତି। କିଛି ଜଣ ମାନସିକ ଅଶାନ୍ତିରେ ଦିନ କାଟୁଛନ୍ତି। ତାହାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ଓ ଫେସ୍‌ବୁକ୍‌ ଇଣ୍ଡିଆ ମିଳିତ ଭାବେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଲାଗି ଏକ ତାଲିମ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅନ୍‌ଲାଇନ୍‌ ମାଧ୍ୟମରେ ଅଗଷ୍ଟରୁ ନଭେମ୍ବର ମଧ୍ୟରେ ସିବିଏସ୍‌ଇ ଅଧୀନ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଏହି ତାଲିମ ଦିଆଯିବ। ଯେଉଁମାନେ ସଫଳତାର ସହ ଏଥିରେ ଭାଗନେବେ ସେମାନଙ୍କୁ ସିବିଏସ୍‌ଇ ଓ ଫେସ୍‌ବୁକ୍‌ ପକ୍ଷରୁ ଇ-ସାର୍ଟିଫିକେଟ୍‌ ପ୍ରଦାନ କରାଯିବ।
୧୨➡️ *ଏସ୍‌ଏଫଜେର ୪୦ଟି ୱେବସାଇଟ୍ ନିଷିଦ୍ଧ*

ନୂଆଦିଲ୍ଲୀ : ଖଲିସ୍ତାନ ସପକ୍ଷବାଦୀ ସଂଗଠନ ଶିଖ୍‌ ଫର ଜଷ୍ଟିସ (ଏସ୍‌ଏଫଜେ)ର ୪୦ଟି ୱେବସାଇଟ୍‌କୁ ସରକାର ନିଷିଦ୍ଧ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିସ କ୍ରମେ ଏସ୍‌ଏଫଜେର ୱେବସାଇଟଗୁଡିକୁ ନିଷିଦ୍ଧ କରାଯାଇଛି। ୟୁଏପିଏ ୧୯୬୭ ଅନୁଯାୟୀ ଏସଏଫଜେକୁ ଏକ ବେଆଇନ ସଂଗଠନ ବୋଲି ଘୋଷଣା କରାଯାଇଛି।
୧୩➡️ *ମହଙ୍ଗା ହୋଇପାରେ ଫୋନ୍‌ କଲ୍‌, ଇଣ୍ଟରନେଟ*
ନରେଶ
ନୂଆଦିଲ୍ଲୀ: ଆଗାମୀ ବର୍ଷେରୁ ଦେଢ଼ ବର୍ଷ ମଧ୍ୟରେ ଫୋନ୍‌ କଲ୍‌ ଏବଂ ଇଣ୍ଟରନେଟ ସମେତ ଏ ସଂକ୍ରାନ୍ତ ସମସ୍ତ ସେବାର ଦେୟ ବଢ଼ିପାରେ। ଏଥରେ ଦର ପ୍ରାୟ ୨ ଥର ବଢାଯାଇପାରେ। ଫଳରେ ଆଗାମୀ ଦିନରେ ଫୋନ୍‌ କଲ ଏବଂ ଇଣ୍ଟରନେଟ ସେବା ମହଙ୍ଗା ହୋଇପାରେ ବୋଲି ଇଓ୍ବାଇ ନାମକ ଏଜେନ୍ସି ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦେଶର ଟେଲିକମ କ୍ଷେତ୍ର ବର୍ତ୍ତମାନ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। କମ୍ପାନୀଗୁଡିକ ବିଭିନ୍ନ ଚ୍ୟାଲେଞ୍ଜ ଦେଇ ଗତି କରୁଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଟେଲିକମ କ୍ଷେତ୍ରରେ ଢାଞ୍ଚାଗତ ସଂରଚନା ଲାଭପ୍ରଦ ନ ହେବା ଯୋଗୁ ବିଭିନ୍ନ ସମସ୍ୟା ଦେଖାଯାଉଛି। ଫଳରେ ଆଗାମୀ ଦିନରେ ଉକ୍ତ କ୍ଷେତ୍ର ନିଜକୁ ସମ୍ଭାଳିବା ଲାଗି ବିଭିନ୍ନ ଯୋଜନା ଉପରେ କାମ କରିବ ବୋଲି କୁହାଯାଉଛି। ଇଓ୍ବାଇ ପକ୍ଷରୁ ଏହାର ଲିଡର କହିଛନ୍ତି ଯେ, ଦରରେ ତତ୍କାଳ ବୃଦ୍ଧି ବର୍ତ୍ତମାନ ସମୟରେ ହୋଇ ନ ପାରେ। ପ୍ରଥମ ଦର ବୃଦ୍ଧି ଆଗାମୀ ୬ ମାସରେ ଏବଂ ଦ୍ୱିତୀୟ ଦର ବୃଦ୍ଧି ୧୨ରୁ ୧୮ ମାସରେ ହେବା ନେଇ ସେ ଅନୁମାନ ଲଗାଇଛନ୍ତି।
୧୪➡️ *ଜୁଲାଇ 11ତାରିଖରୁ ପୁଣି ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା*

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ 11ତାରିଖରୁ ପୁଣି ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା। ଭାରତରୁ ଆମେରିକା ମଧ୍ୟରେ ଜୁଲାଇ 17ତାରିଖ ଭିତରେ ଚଳାଚଳ କରିବ ପ୍ରାୟ 36ଟି ଏୟାର ଇଣ୍ଡିଆ ବିମାନ। ବନ୍ଦେ ଭାରତ ମିଶନ୍‌ରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶକୁ ଫେରାଇ ଅଣାଯିବ।

୧୫➡️ *କାନପୁର ଏନ୍‌କାଉଣ୍ଟର୍: ତିନି ପୁଲିସ ନିଲମ୍ବିତ, ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେଙ୍କ ଉପରେ ପୁରସ୍କାର ରାଶି ଅଢ଼େଇ ଲକ୍ଷ ଟଙ୍କାକୁ ବୃଦ୍ଧି*

କାନପୁର: କାନପୁରରେ ଆଠଜଣ ପୁଲିସଙ୍କ ମୃତ୍ୟୁ ଘଟଣା ସହ ସମ୍ପୃକ୍ତ ଦୁଇଜଣ ସବ୍‌-ଇନ୍‌ସ୍ପେକ୍ଟର୍ ଓ ଜଣେ କନେଷ୍ଟବଳଙ୍କ ସମେତ ଅନ୍ୟୂନ ୩ ଜଣ ପୁଲିସ କର୍ମଚାରୀଙ୍କୁ କର୍ତ୍ତବ୍ୟବରେ ଅବହେଳାଜନିତ କାରଣରୁ ଆଜି ନିଲମ୍ବନ କରାଯାଇଛି।
ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେଙ୍କ ଅପରାଧିକ କାର୍ଯ୍ୟରେ ତାଙ୍କ ପତ୍ନୀ ରିଚା ଦୁବେ ମଧ୍ୟ ସହାୟତା କରୁଥିବା କଥା ପୁଲିସ ସନ୍ଦେହ କରୁଛି। ଏହା ବ୍ୟତିରେକେ, ଆଜି ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦେଶକ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେଙ୍କ ନାମରେ ଥିବା ପୁରସ୍କାର ଅର୍ଥରାଶିକୁ ୧ ଲକ୍ଷରୁ ୨. ୫ ଲକ୍ଷକୁ ବୃଦ୍ଧି କରିଛି।

୧୬➡️ *ଡବ୍ଲୁଏଚ୍‌ଓର ଚେତାବନୀ: ଆଗକୁ ଆସୁଛି ଆହୁରି ଖରାପ ସମୟ*

ନୂଆଦିଲ୍ଲୀ: ଆମେରିକାକୁ ପୁଣିଥରେ ଫେରୁଛି କରୋନା ସଂକ୍ରମଣ। ଅନ୍ୟପଟେ ଭାରତ ଓ ବ୍ରାଜିଲରେ ଦିନକୁ ହଜାର ହଜାର ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। ରବିବାର ସାରା ବିଶ୍ୱରେ ୧ଲକ୍ଷ ୮୦ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଚିନ୍ତା ବଢାଇ ଦେଇଛି। ଏହାକୁ ନେଇ ଏବେ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୫ ଲକ୍ଷ ଅତିକ୍ରମ କରି ସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩,୬୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୫ଲକ୍ଷ ୩୬ ହଜାରରୁ ଊର୍ଦ୍ଧ୍ୱ ହୋଇସାରିଛି। ରବିବାର ଆମେରିକାରେ ୪୪ହଜାର, ବ୍ରାଜିଲରେ ୨୬ ହଜାର ଓ ଭାରତରେ ୨୪ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ଦେଖି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ମହାନିର୍ଦ୍ଦେଶକ କହିଛନ୍ତି କିଛି ଦେଶରେ ଏବେବି କରୋନା ସ୍ଥିତି ସୁଧୁରିବା ପରିବର୍ତ୍ତେ ବଢି ଚାଲିଛି। କରୋନା କଟକଣାରେ ଯେତେ କୋହଳ କରାଯାଉଛି ସେହି ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏହା ଯଦି ଅପରିବର୍ତ୍ତିତ ରହିଲା ତେବେ ଆଗକୁ ଆହୁରି ଖରାପ ସମୟ ଆସୁଛି ବୋଲି ସେ କହିଛନ୍ତି।
*nares*
୧୭➡️ *ପାକ୍ ସ୍ୱାସ୍ଥ୍ୟ ମନ୍ତ୍ରୀ କରୋନା ପଜିଟିଭ୍ : ନିଜେ ଟ୍ୱିଟ୍ କରି ଦେଲେ ସୂଚନା*

ଇସ୍ଲାମଵାଦ: ପାକିସ୍ତାନ କରୋନା ସଂକରଣ ତାଣ୍ଡବ ରଚି ଚାଲିଛି | ଇମ୍ରାନ ଖାନ ସରକାରଙ୍କ ମନ୍ତ୍ରୀ ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି | ପାକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ବିଶେଷ ପରାମର୍ଶଦାତା ଡାକ୍ତର ଜାଫର ମିର୍ଜା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି | ସୋମବାର ଦିନ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି | ଜାଫର ଟ୍ୱିଟ କରି କହିଛନ୍ତି ତାଙ୍କର କରୋନା ଲକ୍ଷଣ କମ ରହିଛି ଏବଂ ସେ ୧୫ ଦିନ ପାଇଁ ସେଲ୍ଫ ଆଇସୋଲେସନରେ ରହିବେ | ଏହା ପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେସି କରୋନାରେ ସଂକ୍ରମିତ ହୋଇଥିଲେ |



ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ – ଗହଳି କରନ୍ତୁନି, ଗହଳିକୁ ଯାଆନ୍ତୁନି

ଭାରତ ସମେତ ଆମ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ସଂକ୍ରମଣ ପ୍ରତି ୪ ଦିନରେ ଲକ୍ଷେ ବଢୁଛି। ବର୍ଷା ଦିନେ ସଂକ୍ରମଣ ବଢ଼ିବାର ଅଧିକ ସମ୍ଭାବନା ରହୁଛି। ଏଥିପ୍ରତି ସତର୍କ ରହିବାକୁ ପଡ଼ିବ। ବିଶେଷକରି ଯୁବପିଢ଼ିମାନେ ଗହଳିକୁ ଯାଆନ୍ତୁ ନାହିଁ କି ଗହଳି କରନ୍ତୁ ନାହିଁ। ଅଯଥାରେ ବାହାରକୁ କେହି ବାହାରନ୍ତୁ ନାହିଁ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କରୋନା ଯୁଦ୍ଧ ଜିତିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ତିନି ମନ୍ତ୍ର ଦେଇଛନ୍ତି। ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ଯୁଦ୍ଧ ଜିତିବା ପାଇଁ ତ୍ୟାଗ, ସଂଯମ ଏବଂ ଶୃଙ୍ଖଳାକୁ ମାନିବା ଦରକାର।

‘‘ପୁରୀ ଆଜି ସାରା ଦୁନିଆକୁ ବାଟ ଦେଖାଇଛି। କୋଭିଡ ଗାଇଡଲାଇନ ମାନି କିପରି କାମ କରିବାକୁ ହେବ ସେଥିପାଇଁ ପୁରୀ ପ୍ରେରଣା ଦେଇଛି ମହାପ୍ରଭୁ। ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଲେ। ତେଣୁ କୋଭିଡ ଯୁଦ୍ଧ ଜିତିବାକୁ ହେଲେ ଆମକୁ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମାର୍ଗ ଆପଣେଇବାକୁ ହେବ। ଏ ତିନୋଟି ଅସ୍ତ୍ର ହିଁ କୋଭିଡ ଯୁଦ୍ଧରେ ଆମକୁ ବିଜୟ ଆଣିଦେବ’’, କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ମହାପ୍ରଭୁ ୪ଦିନ ବଡଦାଣ୍ଡରେ ରହିଲେ। କିନ୍ତୁ ପୁରୀର ଜନସାଧାରଣ କୋଭିଡ ଗାଇଡଲାଇନ ମାନି, କେହି ଜଣେ ବି ରାସ୍ତାକୁ ଆସିନଥିଲେ। ସମସ୍ତେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ଯାତ୍ରା ଦେଖିଲେ। ପୁରୀବାସୀଙ୍କ ଏହି ଶୃଙ୍ଖଳା ଓ ସଂଯମତାର ତୁଳନା ନାହିଁ। ସେମାନଙ୍କ ତ୍ୟାଗର ତୁଳନା ନାହିଁ। ତ୍ୟାଗ ହିଁ ସର୍ବଶ୍ରେଷ୍ଠ ଭକ୍ତି। ସମାଜର ମଙ୍ଗଳ ପାଇଁ ତ୍ୟାଗ ହିଁ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଅଧିକ ନିବିଡ କରିଥାଏ।

ମୁଖ୍ୟମନ୍ତ୍ରୀଙ୍କ ଅପିଲ

 ଅତି ଦରକାର ନହେଲେ ବାହାରକୁ ଯାଆନ୍ତୁ ନାହିଁ।

ବାହାରେ, ଅଫିସରେ, କର୍ମକ୍ଷେତ୍ରରେ ସବୁବେଳେ ମାସ୍କ ବ୍ୟବହାର କରନ୍ତୁ।

ସାମାଜିକ ଦୂରତା ରକ୍ଷା କରନ୍ତୁ।

ବାରମ୍ବାର ସାବୁନରେ ଭଲଭାବରେ ହାତ ଧୁଅନ୍ତୁ।

ଗହଳି କରନ୍ତୁ ନାହିଁ କିମ୍ବା ଗହଳିକୁ ଯାଆନ୍ତୁ ନାହିଁ।

ବୟସ୍କ ଲୋକ ଓ ଶିଶୁମାନଙ୍କର ବିଶେଷ ଯତ୍ନ ନିଅନ୍ତୁ।

ଯୁବ ସମାଜକୁ କୋଭିଡ ନିୟମକୁ ଠିକ ଭାବରେ ପାଳନ କରନ୍ତୁ।




*➡️ଏସମସ୍ତ ଖବର ବିଭିନ୍ନ ଗଣମାଧ୍ୟମ WEBSITE ରୁ ସଂଗୃହିତ ।*

Comments

Popular posts from this blog

ପାଲି ଖେଳ