Posts

Showing posts from June, 2020

୩୦ ଜୁନ ୨୦୨୦ କାହାଣୀ

🌸 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌸 🥀 *ଅଣାଏ ପଇସା* 🥀 ରତନ ନାମକ ଜଣେ ଗରିବ କୃଷକ ଏକ ଗ୍ରାମରେ ରହୁଥିଲା । ମନରେ ତାହାର ପ୍ରବଳ ଇଚ୍ଛା ଥାଏ ଯେ, ସେ କିପରି ଅଧିକ ଉପାର୍ଜନ କରିପାରିବ ଓ ଅନ୍ୟ ସ୍ୱଚ୍ଛଳ କୃଷକମାନଙ୍କ ପରି ହାଟକୁ କୃଷିଜାତ ସାମଗ୍ରୀ ବିକ୍ରୟ କରିବାକୁ ନେବ । କିନ୍ତୁ ସେ ବିଚରାର ଏହି ଅଭିଳାଷ କେବେବି ପୂରଣ ହୋଇପାରୁ ନ ଥାଏ । ବହୁତ ପରିଶ୍ରମ କରି ସେ ଯେତିକି କମାଉଥାଏ, ତାହା ତାର ଭରଣପୋଷଣ ପାଇଁ ଯଥେଷ୍ଟ ହେଉଥାଏ ସିନା, ହେଲେ ତା’ମନର ସ୍ୱପ୍ନଟି ଆଦୌ ସାକାର ହେଉ ନ ଥାଏ ।                 ରତନ ଦିନେ ସ୍ଥିର କଲା ଯେ, କୌଣସି ଉପାୟରେ ହେଉନା କାହିଁକି, ସେ ନିଶ୍ଚୟ ହାଟକୁ ମାଲ୍ ନେଇ ବିକିବାକୁ ଯିବ । ତା ପାଖରେ ଅଳ୍ପ କିଛି କୋଳଥ ଥାଏ । ସେ ଚାହିଁଲେ ଗ୍ରାମରେ ମଧ୍ୟ ତାକୁ ବିକିପାରନ୍ତା । ହାଟକୁ ଗଲେ ଅଧିକ କିଛି ଲାଭ ମିଳିବ ନାହିଁ । ଆଉ ଏତିକି ମାଲ୍ ନେଇ ହାଟକୁ ଗଲେ ଗ୍ରାମର ଲୋକମାନେ ତାକୁ ଥଟ୍ଟା କରିବେ ।                 ତେଣୁ ସେ ଜଙ୍ଗଲକୁ ଯାଇ କିଛି ଡାଳପତ୍ର କାଟି ସେସବୁକୁ ବସ୍ତାରେ ଭରିଦେଲେ । ତା ଉପରେ ପତ୍ର ବିଛାଇ କୋଳଥ ଢାଳି ଏକ ପୁରାବସ୍ତା ବାନ୍ଧିଦେଲା । ତା ପରେ ହାଟକୁ ସେ ବାହାରି ପଡିଲା ।                 ...

୨୯ ଜୁନ ୨୦୨୦ କାହାଣୀ

🌻 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌻 💜 *ଆରୋଗ୍ୟ – ରହସ୍ୟ* 💜 ଗୁରୁନାଥ ଥଣ୍ଡା ଓ ସର୍ଦ୍ଦିଜ୍ୱରରେ ପୀଡିତ ହେଲେ । ତାଙ୍କ ଗଳା ଦରଜ ହୋଇ କଣ୍ଠସ୍ୱର ଭାରୀ ଶୁଭୁଥାଏ । ଆଖି, ନାକରୁ ପାଣିସବୁ ବୋହିପଡୁଥାଏ । ତା ସାଙ୍ଗକୁ ଅସହ୍ୟ ମୁଣ୍ଡବ୍ୟଥା । ଖାଇବା ପିଇବାକୁ ରୁଚୁ ନ ଥାଏ । ଶରୀରରେ ଜ୍ୱର ମଧ୍ୟ ରହୁଥାଏ ।                 ଏହି ଅବସ୍ଥା ଆଉ ସହ୍ୟ କରି ନ ପାରିବାରୁ ସେ ତାଙ୍କ ପୁତ୍ରଙ୍କୁ ବୈଦ୍ୟଙ୍କ ନିକଟକୁ ଔଷଧ ପାଇଁ ପଠାଇଲେ । ବୈଦ୍ୟଙ୍କର କେତେପାନ ଔଷଧରେ ତାଙ୍କର ଜ୍ୱର ହଠାତ୍ କମିଗଲା । ମାତ୍ର ଅନ୍ୟ ସବୁ ଲକ୍ଷଣ ସେମିତି ରହିଥାଏ ।                 ତେଣୁ ସଂନ୍ଧ୍ୟା ସମୟକୁ ନିଜେ ଗୁରୁନାଥ ବୈଦ୍ୟଙ୍କୁ ଭେଟିବାକୁ ଗଲେ । ଶରୀର ଦୁର୍ବଳ ଲାଗୁଥିବାରୁ ଦୁଇ ତିନି ଜାଗା ବସିଉଠି ସେ ବୈଦ୍ୟଙ୍କ ପାଖରେ ଯାଇ ପହଁଚିଲେ । ସେଥିରେ ପୁଣି କାଶ ଓ ଛିଙ୍କ ଲାଗି ରହିଥାଏ । ବାଟରେ ଯିଏବି ତାଙ୍କୁ ଦେଖୁଥାଏ, ସେ ସହାନୁଭୂତି ଜଣାଉଥାଏ ।                 ବୈଦ୍ୟ ତାଙ୍କୁ ଦେଖୁ ଦେଖୁ କହିଲେ, “ଆରେ, ତୁମେ ନିଜେ ଚାଲିଆସିଲ । ତୁମ ପୁଅ ବେମାରୀର ସବୁ ଲକ୍ଷଣ ଠିକ୍ ଭାବରେ କହିଥିଲେ, ତୁମେ ଏତେ ବେଳକୁ ସୁସ୍ଥ ହୋଇସାରନ୍ତଣି ।” ତା’ପରେ ସେ ଏକ ନୂଆ ଔଷଧ ଦେଇ କହି...

୨୮ ଜୁନ ୨୦୨୦ କାହାଣୀ

💐 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 💐 🍁 *କ୍ଷତିରୁ ଲାଭ* 🍁 ଶେଖର ଓ ଶୋଭାଙ୍କର ବିବାହ ସମ୍ପନ୍ନ ହୋଇଗଲା । କିନ୍ତୁ ପତିପତ୍ନୀଙ୍କ ମଧ୍ୟରେ ଗୋଟିଏ ବିଷୟରେ ମନ ଅମେଳ ରହୁଥିଲା । ଶେଖର ଗ୍ରାମରେ ରହିବାକୁ ପସନ୍ଦ କରୁଥିବା ବେଳେ, ଶୋଭା ସହରାଭିମୁଖୀ ଥିଲେ । ପାଠପଢା ସରିବା ପରେ ଶେଖର ଚାକିରୀଟିଏ ସନ୍ଧାନରେ ଥିଲେ । ଅକସ୍ମାତ ପିତାଙ୍କ ଦେହାନ୍ତ ଘଟିବାରୁ ପାରିବାରିକ ଦାୟିତ୍ୱ ସମ୍ଭାଳିବା ପାଇଁ ତାଙ୍କୁ ଗ୍ରାମରେ ରହିବା ପାଇଁ ପଡିଲା । ତା’ ମୁଣ୍ଡ ଉପରେ ଗୋଟିଏ ଭଉଣୀର ବିବାହ ଭାର ବି ଥିଲା । ତେଣୁ ସେ ଆଉ ଚାକିରୀ ପଛରେ ନ ଧାଇଁ ଗ୍ରାମରେ ଜମିବାଡି ଦେଖାଶୁଣା କରି ସରଳ ଜୀବନଯାପନ କରୁଥିଲେ ।                 କିନ୍ତୁ ପତ୍ନୀ ଶୋଭାଙ୍କୁ ଗ୍ରାମୀଣ ପରିବେଶ ଆଦୌ ଭଲ ଲାଗୁ ନ ଥାଏ । ବିବାହ ଚାରିମାସ ନ ପୁରୁଣୁ ସେ ଏହି ମନ୍ତବ୍ୟ ଦେବାକୁ ଆରମ୍ଭ କଲେ, “ଏହା ଘର କି କୈଦୀଖାନା, ଏଠାରେ ପବନ ନାହିଁ, ଆଲୋକ ନାହିଁ, ଚାରିଆଡେ ମଶା, ମାଛି, ଅସରପା, ମୂଷା ରଣଭଣ । ସଂନ୍ଧ୍ୟାରେ ଘରୁ ବାହାରି ବୁଲିଯିବା ପରି ଜାଗାଟିଏ ବି ଏଠି ନାହିଁ । ଏଠି ଆଉ ଛଅଟା ମାସ ରହିଗଲେ ତ ମୁଁ ପୁରାପୁରି ପାଗଳୀ ହୋଇଯିବି ।”                 ଏସବୁ ଶୁଣି ଶେଖର ବୁଝାନ୍ତି, “ଏହି ଘରେ ମୁଁ ପଚିଶ ବର୍ଷ ହେଲା ରହିଆସୁଛି । ସହରରେ ଚଳି ଆ...

୨୭ ଜୁନ ୨୦୨୦ କାହାଣୀ

🌺 *ଗପ ଟିଏ...🌙ଜହ୍ନମାମୁଁ ପୃଷ୍ଠାରୁ* 🌺  🏵️ *ରାଜବୈଦ୍ୟଙ୍କ ଚିକିତ୍ସା* 🏵️ ରାଜା ଭୂପାଳଙ୍କ ରାଜବୈଦ୍ୟ ବେମାର ପଡି ଗଲେ । ପୁରା ଏକ ସପ୍ତାହ ଧରି ସେ ବିଛଣାରୁ ଉଠି ପାରିଲେ ନାହିଁ । ରାଜା ଚିନ୍ତିତ ହୋଇ ମନ୍ତ୍ରୀଙ୍କୁ କହିଲେ, “ମନେ ହେଉଛି, ରାଜବୈଦ୍ୟଙ୍କୁ ନିଜ ଔଷଧ କାଟୁ କରୁନାହିଁ । ତେଣୁ ଅନ୍ୟ କେଉଁ ବୈଦ୍ୟଙ୍କ ଦ୍ୱାରା ତାଙ୍କର ଚିକିତ୍ସା କରାଇବା ସମୁଚିତ ହେବ ।”         ମନ୍ତ୍ରୀ ତୁରନ୍ତ କହିଲେ, “ପ୍ରଭୁ, ଆମ ରାଜ୍ୟରେ ବୈଦ୍ୟର କୌଣସି ଅଭାବ ନାହିଁ । କିନ୍ତୁ ଆମେ କୌଣସି ରାଜବୈଦ୍ୟଙ୍କୁ ଚିକିତ୍ସା କରିବା ପାଇଁ ଆଦେଶ ଦେଇପାରିବା ନାହିଁ । ତାହା ବ୍ୟତୀତ, କେଉଁ ବୈଦ୍ୟଙ୍କର କେତେ ଦକ୍ଷତା ରହିଛି, ତାହା ମଧ୍ୟ ଆମ୍ଭଙ୍କୁ ଜଣା ନାହିଁ । ତେଣୁ ଏପରି ଘୋଷଣା କରିବା, “କେହି ଆତ୍ମବିଶ୍ୱାସ ଓ ଅଭିଜ୍ଞତା ସମ୍ପନ୍ନ ବୈଦ୍ୟ, ରାଜବୈଦ୍ୟଙ୍କୁ ଚିକିତ୍ସା କରିବା ପାଇଁ ଇଚ୍ଛୁକ ଥିଲେ ପ୍ରକାଶ କରନ୍ତୁ ।” ରାଜାଙ୍କୁ ମନ୍ତ୍ରୀଙ୍କ ପ୍ରସ୍ତାବ ଉଚିତ୍ ମନେ ହେଲା । କିନ୍ତୁ ଏହି ଘୋଷଣା ହେବା ପରେ ଏକ ସମସ୍ୟା ଉପୁଜିଲା । କେହି ରାଜବୈଦ୍ୟଙ୍କୁ ଚିକିତ୍ସା କରିବା ପାଇଁ ସାହସ କଲେ ନାହିଁ ।” ସମସ୍ତେ ମନେକଲେ, “ରାଜବୈଦ୍ୟ ତ, ସାକ୍ଷାତ ଧନ୍ୱନ୍ତରୀ ସଦୃଶ । ବୈଦ୍ୟ-ଶାସ୍ତ୍ରର ସମସ୍ତ ରହସ୍ୟ ତାଙ୍କୁ ଜଣାଅଛି । ତାଙ୍କୁ ଚିକିତ୍ସା କରିବା ପରି ଶକ୍ତି ଆମର ବା କାହିଁ? ଯଦିବା ଆମେ ଏପରି ଦୁଃସା...

୨୬ ଜୁନ ୨୦୨୦ କାହାଣୀ

🌼 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌼 🍭 *ପୁରସ୍କାର – ପ୍ରୋତ୍ସାହନ* 🍭 ରାମଗଡରେ ପ୍ରତିବର୍ଷ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ଦେଶର ବିଭିନ୍ନ ପ୍ରାନ୍ତରୁ ଚିତ୍ରଶିଳ୍ପୀ ଏଥିରେ ଭାଗ ନେଇଥାନ୍ତି । ଏଠାରେ ପୁରସ୍କୃତ ହେବା ପ୍ରତ୍ୟେକ ଚିତ୍ରଶିଳ୍ପୀ ପାଇଁ ଏକ ଗୌରବ ରୂପେ ପରିଗଣିତ ହୁଏ । ଏହି ବର୍ଷ ମଧ୍ୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ବିଭିନ୍ନ ଅଂଚଳରୁ ବହୁ ଚିତ୍ରକର ସେମାନଙ୍କର ଚିତ୍ରକଳା ସଙ୍ଗରେ ନେଇ ରାମଗଡଠାରେ ପହଁଚିଲେ । ସୁଗନ୍ଧପୁର ଗ୍ରାମର ବିଶ୍ୱାସ ନାମକ ଜଣେ ଯୁବ ଶିଳ୍ପୀ, ସ୍ୱଅଙ୍କିତ ଚିତ୍ରମାନ ସହିତ ପ୍ରତିଯୋଗିତାରେ ଭାଗ ନେବା ପାଇଁ ରାମଗଡ ଆସିଥିଲେ । ସେ ଯେତେବେଳେ ଗ୍ରାମକୁ ଫେରିଗଲେ, ତାଙ୍କର ବନ୍ଧୁମାନେ ପଚାରିଲେ, “ତୁମର କୌଣସି ଚିତ୍ର ପୁରସ୍କୃତ ହେଲା କି?” ବିଶ୍ୱାସ ମନଦୁଃଖରେ କହିଲେ, “ମୋତେ ସାନ୍ତ୍ୱନାମୂଳକ ପ୍ରୋତ୍ସାହନ-ପୁରସ୍କାର ମିଳିଛି ।” ଏହା ଶୁଣି ବନ୍ଧୁମାନେ ବୁଝାଇଲେ, “ଏଥିରେ ମନଦୁଃଖ କରିବାର କ’ଣ ଅଛି? ଏପରି ବି କେତେ ଚିତ୍ରକର ଥିବେ, ଯେଉଁମାନଙ୍କୁ ଏହି ପୁରସ୍କାର ମଧ୍ୟ ମିଳିହିଁ ନ ଥିବ ।” ବିଶ୍ୱାସ କହିଲେ “ମୋର ଚିନ୍ତା ସେହି କାରଣରୁ ନୁହେଁ, ମୋର ଦୁଃଖର କାରଣ, ମୋତେ ପୁରସ୍କାର ସ୍ୱରୂପ ମିଳିଥିବା ପୁସ୍ତକଟି ।” “ଦେଖିବା କେଉଁ ପୁସ୍ତକ?” ବନ୍ଧୁଗଣ ଆଗ୍ରହ ପ୍ରକାଶ କଲେ । ବିଶ୍ୱାସ ପୁସ୍ତକ ଦେଖାଇଲେ । ତା’ର ନାମ ଥିଲା – “ଚିତ୍ରକଳା ଶିକ୍ଷା ପ...

୧୨ ଅଗଷ୍ଟ ୨୦୨୦ କାହାଣୀ

💚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 💚 🌳 *ସଦ୍ବୁଦ୍ଧିର ଔଷଧ* 🌳 ଗୋଟିଏ ଗ୍ରାମରେ ତିନିଭାଇ ରହୁଥାନ୍ତି- ଚତୁର ବିଦୁର, ପ୍ରବର । ପିତାଙ୍କ ମୃତ୍ୟୁ ଅନ୍ତେ, ସମ୍ପତ୍ତି ଓ ଗୃହକୁ ତିନିଭାଇ ଭାଗ କରିନେଇ ଜୀବନଯାପନ କରୁଥାନ୍ତି । ଯଥାତଥା ଖାଇପିଇ ବଂଚି ଜୀବନ କଟେଇବା ବ୍ୟତୀତ ସେମାନଙ୍କର ଅନ୍ୟ କିଛି ଉଚ୍ଚ ଚିନ୍ତାଧାରା ବା ଅଭିରୁଚି ନ ଥାଏ । ସେମାନଙ୍କର ପତ୍ନୀ, କୌଣସି ଫଳପ୍ରଦ କାର୍ଯ୍ୟରେ ମନୋନିବେଶ କରିବାକୁ ପତିମାନଙ୍କୁ ଯେତେ ପ୍ରକାର ବୁଝାଇଲେ ମଧ୍ୟ, ତାହା ତାଙ୍କ ଉପରେ ପ୍ରଭାବ ପକାଉ ନ ଥାଏ । ତେଣୁ ସେମାନେ ଅନ୍ତରରେ ଖୁବ୍ ବିବଶ ଅନୁଭବ କରୁଥାନ୍ତି । ଦିନେ ଜଣେ ସନ୍ନ୍ୟାସୀ, ତାଙ୍କ ଗୃହ ସମ୍ମୁଖରେ ଉଚ୍ଚ ସ୍ୱରରେ ‘ଭିକ୍ଷାଂ ଦେହିଂ’ ଧ୍ୱନି କରିଲେ । ଏହି ସମୟରେ ତିନିଜଣଯାକ ଭାଇ କୌଣସି କାର୍ଯ୍ୟ ବଶତଃ ପାଖ ଗ୍ରାମକୁ ଯାଇଥିଲେ । ତିନି ଯାଆ ଏକାଠି ବସି ଦୁଃଖସୁଖ ହେଉଥିଲେ । ସନ୍ନ୍ୟାସୀଙ୍କର କଣ୍ଠସ୍ୱର ଶୁଣି ସେମାନେ ଭାବିଲେ, ନିଶ୍ଚୟ କେହି ନୂଆ ଭିକାରୀ ଏହି ଗ୍ରାମକୁ ଆସିଛି । ନଚେତ୍ ଆମ ଘର ସମ୍ମୁଖରେ ଠିଆ ହୋଇ ଏତେ ବଡପାଟିରେ ଭିକ୍ଷା ପାଇଁ ଚିତ୍କାର କରନ୍ତା କି? ଏହି ସମୟରେ ସନ୍ନ୍ୟାସୀ ପୁଣିଥରେ ‘ଭିକ୍ଷାଂ ଦେହିଂ’ ଚିତ୍କାର କଲେ । ତିନିଜଣ ଯାକ ବାହାରକୁ ଆସି ସନ୍ନ୍ୟାସୀଙ୍କୁ କହିଲେ, “ତୁମକୁ କଣ ଜଣାନାହିଁ ଏ ଘର କାହାର? ଏଠାରେ କାହାକୁ ଭିକ୍ଷା ଦିଆଯାଏ ନାହିଁ ।” ସନ୍ନ୍ୟାସୀ ଏଥିରେ ନିର...

୨୪ ଜୁନ ୨୦୨୦ କାହାଣୀ

💚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 💚 🌳 *ସଦ୍ବୁଦ୍ଧିର ଔଷଧ* 🌳 ଗୋଟିଏ ଗ୍ରାମରେ ତିନିଭାଇ ରହୁଥାନ୍ତି- ଚତୁର ବିଦୁର, ପ୍ରବର । ପିତାଙ୍କ ମୃତ୍ୟୁ ଅନ୍ତେ, ସମ୍ପତ୍ତି ଓ ଗୃହକୁ ତିନିଭାଇ ଭାଗ କରିନେଇ ଜୀବନଯାପନ କରୁଥାନ୍ତି । ଯଥାତଥା ଖାଇପିଇ ବଂଚି ଜୀବନ କଟେଇବା ବ୍ୟତୀତ ସେମାନଙ୍କର ଅନ୍ୟ କିଛି ଉଚ୍ଚ ଚିନ୍ତାଧାରା ବା ଅଭିରୁଚି ନ ଥାଏ । ସେମାନଙ୍କର ପତ୍ନୀ, କୌଣସି ଫଳପ୍ରଦ କାର୍ଯ୍ୟରେ ମନୋନିବେଶ କରିବାକୁ ପତିମାନଙ୍କୁ ଯେତେ ପ୍ରକାର ବୁଝାଇଲେ ମଧ୍ୟ, ତାହା ତାଙ୍କ ଉପରେ ପ୍ରଭାବ ପକାଉ ନ ଥାଏ । ତେଣୁ ସେମାନେ ଅନ୍ତରରେ ଖୁବ୍ ବିବଶ ଅନୁଭବ କରୁଥାନ୍ତି । ଦିନେ ଜଣେ ସନ୍ନ୍ୟାସୀ, ତାଙ୍କ ଗୃହ ସମ୍ମୁଖରେ ଉଚ୍ଚ ସ୍ୱରରେ ‘ଭିକ୍ଷାଂ ଦେହିଂ’ ଧ୍ୱନି କରିଲେ । ଏହି ସମୟରେ ତିନିଜଣଯାକ ଭାଇ କୌଣସି କାର୍ଯ୍ୟ ବଶତଃ ପାଖ ଗ୍ରାମକୁ ଯାଇଥିଲେ । ତିନି ଯାଆ ଏକାଠି ବସି ଦୁଃଖସୁଖ ହେଉଥିଲେ । ସନ୍ନ୍ୟାସୀଙ୍କର କଣ୍ଠସ୍ୱର ଶୁଣି ସେମାନେ ଭାବିଲେ, ନିଶ୍ଚୟ କେହି ନୂଆ ଭିକାରୀ ଏହି ଗ୍ରାମକୁ ଆସିଛି । ନଚେତ୍ ଆମ ଘର ସମ୍ମୁଖରେ ଠିଆ ହୋଇ ଏତେ ବଡପାଟିରେ ଭିକ୍ଷା ପାଇଁ ଚିତ୍କାର କରନ୍ତା କି? ଏହି ସମୟରେ ସନ୍ନ୍ୟାସୀ ପୁଣିଥରେ ‘ଭିକ୍ଷାଂ ଦେହିଂ’ ଚିତ୍କାର କଲେ । ତିନିଜଣ ଯାକ ବାହାରକୁ ଆସି ସନ୍ନ୍ୟାସୀଙ୍କୁ କହିଲେ, “ତୁମକୁ କଣ ଜଣାନାହିଁ ଏ ଘର କାହାର? ଏଠାରେ କାହାକୁ ଭିକ୍ଷା ଦିଆଯାଏ ନାହିଁ ।” ସନ୍ନ୍ୟାସୀ ଏଥିରେ ନିର...

୨୩ ଜୁନ ୨୦୨୦ କାହାଣୀ

🦚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🦚 ❄️ *ତରବର* ❄️ ସୋମଶାସ୍ତ୍ରୀ ନାମକ ଜଣେ ପୁରୋହିତ ଥିଲେ । ସଦାବେଳେ ସେ ଟିକିଏ ଟିକିଏ କଥାରେ ଖାଲି ବିବ୍ରତ ହୋଇ ପଡନ୍ତି । ତାଙ୍କର ଅଭ୍ୟାସ ହେଲା ତରବରରେ ସେ ସବୁ କାମ କରି ପକାଇବେ । ଥରେ ପାଖ ଗ୍ରାମରେ ଗୋଟିଏ ବିବାହ ଉତ୍ସବ ହେବାର ଥାଏ । ତାଙ୍କୁ ସେଥିରେ ପୌରାହିତ୍ୟ କରିବା ପାଇଁ ଡକାଗଲା । ଏହି କାରଣରୁ ସେ ବି ବହୁତ ଖୁସି ଥିଲେ । ତେଣୁ ସେ ପ୍ରଭାତରୁ ଉଠି ସୂର୍ଯ୍ୟୋଦୟ ପୂର୍ବରୁ ଘରୁ ବାହାରି ପଡିଲେ । ଯିବା ପୂର୍ବରୁ ସେ ତାଙ୍କ ସ୍ତ୍ରୀଙ୍କୁ କହିଗଲେ, “ମୁଁ ଯାଉଛି । କବାଟ ବନ୍ଦ କରିଦିଅ । ଚୋର ପଶିପାରେ । ତେଣୁ ତମେ ଟିକେ ସାବଧାନ୍ ହୋଇ ଥିବ ।” ଏକଥା ଶୁଣି ତାଙ୍କ ସ୍ତ୍ରୀ ନିଦରୁ ଉଠି କବାଟ ବନ୍ଦ କରି ପୁଣି ଶୋଇବାକୁ ଗଲେ । ଚୋରମାନେ ଘର ପଛପଟେ ରହି ଏସବୁ ଘଟଣା ଦେଖୁଥିଲେ ଓ ଶୁଣୁଥିଲେ ମଧ୍ୟ; ସେମାନେ ରାତି ଶେଷରେ ଏହି ଘରେ ଚୋରୀ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ପାଇଲେ । ଏଠାରେ କେବଳ ସ୍ତ୍ରୀ ଲୋକଟି ଶୋଇଛି । ସମ୍ପୂର୍ଣ୍ଣ ଭାବରେ ଦିନର ଆଲୋକ ଦେଖା ଦେଇ ନାହିଁ । ସେମାନେ ଭାବିଲେ ଏହି ସୋମଶାସ୍ତ୍ରୀଙ୍କ ଘରେ ପଶିବା । କିଛି ନମିଳିଲେ ବି କମ୍ସେ କମ୍ ଆମକୁ ଚାଉଳ ଗଣ୍ଡାଏ ତ ମିଳିବ! ଏହାପରେ ସେ ଚୋରମାନେ ପଣ୍ଡିତଙ୍କ ଘରେ ପଶିଲେ । ସେମାନେ ଦେଖିଲେ ଚାରିଆଡ ଅନ୍ଧାର । ତା’ପରେ ସେମାନେ ତାଙ୍କ ନିଜ କାମରେ ଲାଗିଗଲେ । ପଣ୍ଡିତଙ୍କ ସ୍ତ୍ରୀ ତ ଅନ୍ଧାରରେ କ...

୨୨ ଜୁନ ୨୦୨୦ କାହାଣୀ

🌸 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌸 🎡 *କୁତ୍ସା* 🎡 ସୀତାରାମଙ୍କର ଅରୁଣା ବୋଲି ଗୋଟିଏ ଝିଅ ଥିଲା । ସେ ଦେଖିବାକୁ ବଡ ସୁନ୍ଦର ଥିଲା । ନିକଟରେ ଥିବା ଗ୍ରାମର ବୀରଦାସ ଦିନେ ସୀତାରାମଙ୍କ ପାଖକୁ  ଏହି ଖବର ପଠାଇଲେ କି ସେ ତାଙ୍କ ପୁଅ ଜୟନ୍ତ ସହିତ ଅରୁଣାର ବିବାହ ଦେବାକୁ ଚାହାଁନ୍ତି । ତା’ପରେ ସୀତାରାମ ତାଙ୍କ ଘର ବିଷୟରେ ସବୁ ଖବର ସଂଗ୍ରହ କରିବାକୁ ଗଲେ ।                 ବୀରଦାସ ପଢାପଢି କରିଛନ୍ତି, ଶିକ୍ଷିତ ଓ ଧନୀ ଉଭୟ, ସେ ସୀତାରାମଙ୍କର ସତ୍କାର କରି କହିଲେ, “ମୁଁ ଆପଣଙ୍କର ଝିଅ ବିଷୟରେ ବହୁତ ଶୁଣିଛି । ମୁଁ ସେହିଭଲ ଝିଅଟିକୁ ବୋହୁ କରିବାକୁ ଚାହେଁ । ମୋର ଯୌତୁକ ଆଦି କିଛି ଦରକାର ନାହିଁ । ବିବାହ ଉତ୍ସବରେ ମଧ୍ୟ ଏତେ ଗୁଡାଏ ଖର୍ଚ୍ଚ କରିବାକୁ ମୁଁ ଆଦୌ ପସନ୍ଦ କରେ ନାହିଁ । ବୈଦିକ ମତେ ବିବାହ କରିବା ପରେ ବୋହୁକୁ ମୋ ଘରକୁ ପଠାଇ ଦେବେ ।”                 ଜୟନ୍ତ ମଧ୍ୟ ଦେଖିବାକୁ ସୁନ୍ଦର ଓ ବିନୟୀ । ସୀତାରାମଙ୍କର ମନେ ହେଲା ଏହି ବିବାହଟି ବଡ ଭଲ ଭାବରେ ହେବ । ଏଣୁ ସେ ଘରକୁ ଫେରି ସମସ୍ତିଙ୍କୁ ଏକଥା କହିଲେ । ତାଙ୍କକଥା ଶୁଣି ସମସ୍ତେ ଭାରି ଖୁସି ହେଲେ ।                 ଠିକ୍ ସେହି ସମୟରେ ଶାନ୍ତାରାମ ନାମକ ଏକ ବ୍ୟକ...

୨୧ ଜୁନ ୨୦୨୦ କାହାଣୀ

🌻 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌻 ✳️ *ସନ୍ଦେହ ନିବାରଣ* ✳️ ସୌଶିଲ୍ୟ ଦେଶର ରାଜା ସର୍ବୋତମ ଜଣେ ଉତ୍ତମ ଶାସନକର୍ତ୍ତା ଥିଲେ । କିନ୍ତୁ କଳା ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା । ବିଭିନ୍ନ କଳା ଓ କଳାକାରଙ୍କୁ ସେ ତାଙ୍କ ଦରବାରରେ ସ୍ଥାନ ଦେଉଥିଲେ ଓ ସେମାନଙ୍କୁ ସେ ନାନା ଭାବରେ ପୁରସ୍କୃତ ମଧ୍ୟ କରୁଥିଲେ । ଦିନେ ରାଜା ତାଙ୍କର ପାଟରାଣୀ ନିର୍ମଳାଦେବୀଙ୍କ ସହିତ ବଗିଚାରେ ବୁଲୁଥିଲେ, ସେତେବେଳେ ଦରବାରର କବି ସଞ୍ଜୟ ସେଠାକୁ ଆସିଲେ । ରାଜାଙ୍କର ଏକ ଇଚ୍ଛା ଥିଲା ଯେ “ସର୍ବକଳା ସମ୍ମିଳନୀ” ନାମକ ଏକ ଉତ୍ସବ କରାହେବ । ସେଥିରେ ଅଂଶଗ୍ରହଣ କରିଥିବା କଳାକାରମାନେ ପୁରସ୍କୃତ ହେବେ । ସଞ୍ଜୟ ସେହି ବିଷୟରେ ଆଲୋଚନା କରିବାକୁ ଆସିଥିଲେ । ସେମାନଙ୍କ ଆଲୋଚନା ଶୁଣିବା ପରେ ରାଣୀ କହିଲେ, “ମୋର କାହିଁ ମନେହୁଏ ଯେ, ଏତେ ବଡ ସମ୍ମିଳନୀ କରିବା ଦ୍ୱାରା ଆପଣ ପ୍ରଜାଙ୍କ ଧନର ଦୁରୁପଯୋଗ କରୁଛନ୍ତି । ସେହି ପଇସା ସେମାନେ ବ୍ୟବସାୟ ବା ଚାଷ କରି ଅର୍ଜନ କରିଛନ୍ତି । କର ରୂପେ ଆପଣ ତାହା ସେମାନଙ୍କ ଠାରୁ ଆଦାୟ କରିଛନ୍ତି, ମୁଁ ଭାବୁଛି ସେମାନଙ୍କ ଦାରିଦ୍ର୍ୟମୋଚନ ଦିଗରେ ଯଦି ଅଧିକ କାମ କରନ୍ତେ ତ ଉତ୍ତମ ହୁଅନ୍ତା ।” ଏକଥା ଶୁଣି ସଞ୍ଜୟର ମୁହଁ ହଠାତ୍ ଫିକା ପଡିଗଲା । ରାଜାଙ୍କୁ ଲାଗିଲା ଯେପରି ତାହାରହିଁ ଶିରଛେଦ କରାଗଲା । ଯେତେ ଶୀଘ୍ର ସମ୍ଭବ ସଞ୍ଜୟ ସେଠାରୁ ଚାଲିଗଲେ । ରାଜା ରାଣୀଙ୍କୁ କହିଲେ, “ଦେବୀ, ଭ...

20 ଜୁନ 2020 କାହାଣୀ

💐 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 💐 🍁 *ମତ ପରିବର୍ତ୍ତନ* 🍁 କଳିଙ୍ଗ ସାମ୍ରାଜ୍ୟର ଏକ ପ୍ରାନ୍ତରେ ଗୋଟିଏ ଛୋଟିଆ ରାଜ୍ୟ ଥାଏ । ତା’ର ନାମ ଭଦ୍ରପୁର । ରାଜା ସତ୍ୟବ୍ରତଙ୍କର ଏକ ମାତ୍ର ପୁତ୍ର ଜୟବ୍ରତ ଦୟାନଦୀ କୂଳରେ ଧଉଳି ପାହାଡର ପାଦଦେଶରେ ଥିବା ଗୁରୁକୁଳରେ ବିଦ୍ୟା ସମାପନ କରି ଯେତେବେଳେ ନିଜ ରାଜଧାନୀକୁ ଫେରିଗଲେ, ସେତେବେଳେ ତାଙ୍କ ପିତା ରାଜା ସତ୍ୟବ୍ରତ ଅସୁସ୍ଥ ।                 ଶଯ୍ୟାଶାୟୀ ରାଜା ଯୁବରାଜଙ୍କୁ କହିଲେ “ପୁତ୍ର! ତମେ ଉପଯୁକ୍ତ ସମୟରେ ଆସିଛ । ମୋ କାଳ ସରିଲା । ଯେତେଦୂର ସମ୍ଭବ ତମେ ମୋଠୁଁ ରାଜନୀତି, କୂଟନୀତି ଶିଖିନିଅ । ସୂଚାରୁରୂପେ ପ୍ରଜାପାଳନ ପ୍ରତ୍ୟେକ ରାଜାର ଧର୍ମ । ତମେ ଏହି ନୀତିଗୁଡିକୁ ଆୟତ କଲେ ତାହା ତୁମର ରାଜକୀୟ କର୍ମ ସାଧନରେ ସହାୟକ ହେବ ।” କିନ୍ତୁ ଯୁବରାଜ ଜୟବ୍ରତଙ୍କ ମନ ରାଜନୀତି ଶିଖିବାରେ ନଥାଏ । ସେ ସବୁବେଳେ ଘୋଡା ଚଢି ନଦୀ କୂଳରେ, ନଚେତ୍ ବଣ ଭିତରେ ବୁଲୁଥାନ୍ତି । ବୁଲିବା ତାଙ୍କର ନିଶା, ମଧ୍ୟେ ମଧ୍ୟେ ସେ ଶିକାର ବି କରନ୍ତି । ରାଜା ବାଧ୍ୟ କଲେ ସେ ତାଙ୍କ ପାଖରେ ବସି ସୁବୋଧ ବାଳକ ଭଳି ତାଙ୍କ ଉପଦେଶ ଶୁଣନ୍ତି, କିନ୍ତୁ ସେସବୁ ତାଙ୍କ ମଗଜକୁ ଢୁକୁ ନଥାଏ ବୋଲି ରାଜା ବୁଝିପାରି ଆଉ ବାଧ୍ୟବାଧକତା କଲେ ନହିଁ । ରାଜ୍ୟର ଭବିଷ୍ୟତ କଥା ଚିନ୍ତା କରି ସେ ବିମର୍ଷବୋଧ କରୁଥାନ୍ତି । ତାଙ୍କ ଅନ୍ତେ ଉ...

୧୯ ଜୁନ ୨୦୨୦ କାହାଣୀ

🌺 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌺  🌀 *ବୋକା ନା ବିବେକୀ?* 🌀 ନିଶା ଗରଜୁଥାଏ । ଏଣେ ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ବି ହେଉଥାଏ । ଅଦୂରରୁ ଶ୍ୱାନ ଶ୍ୱାପଦଙ୍କ ରଡି ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଅଶରିରୀମାନଙ୍କ ମୁହଁ ଝଲସି ଉଠୁଥାଏ, ସେମାନଙ୍କର ଚପା, ରହସ୍ୟମୟ ଅଟ୍ଟହାସ୍ୟ ଶୁଭୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ବୃକ୍ଷଟି ପାଖକୁ ଲେଉଟି ଆସି, ତାହା ଆରୋହଣ କରି ଶବଟିକୁ ଉତାରି ଆଣି କାନ୍ଧରେ ପକାଇଲେ । ତା’ପରେ ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରନ୍ତେ ଶବସ୍ଥିତ ବେତାଳ କହିଲା, “ରାଜା, ଏ ଦୁର୍ଯ୍ୟୋଗମୟ ରାତିରେ ତମେ ପ୍ରାସାଦରେ ନୃତ୍ୟଗୀତ ଉପଭୋଗ କରି ଆରାମ୍ କରନ୍ତ ସିନା! ମାତ୍ର ତାହା ନକରି ଏଠାରେ ମୋତେ ବଶ କରିବାକୁ ଅଯଥା ଚେଷ୍ଟା କରି ସମୟ ନଷ୍ଟ କରିବା ସଙ୍ଗେ ସଙ୍ଗେ ନିଜ ଉପରକୁ କାହିଁକି ବିପଦ ଡାକି ଆଣୁଛ? ଏହା ତ ନିଶ୍ଚୟ ତୁମ ଅବିବେକିତାର ପରିଚୟ । ମଣିଷ ସଦ୍ଗୁଣର ଅଧିକାରୀ ହୋଇ ମଧ୍ୟ ଅବିବେକୀ ହୋଇପାରେ । ତମକୁ ଦୁଇଜଣଙ୍କ ଦୃଷ୍ଟାନ୍ତ ଦେଉଛି । ମନ ଦେଇ ତାହା ଶୁଣ । ଶୁଣିଲେ ତୁମର ଶ୍ରମଭାର ଲାଘବ ମନେ ହେବ ।” ଏତିକି କହିସାରି ସେ ବେତାଳ ଗପିଲା: କୋଶାମ୍ବୀ ରାଜ୍ୟର ଗୋଟିଏ ଗାଁରେ ଜଣେ ଯୁବକ ଥାଏ । ତା’ର ନାମ ଚନ୍ଦ୍ରଶେଖର । ତା’ବାପା ଜଣେ ପଣ୍ଡିତ । ବାପା...

୧୮ ଜୁନ ୨୦୨୦ କାହାଣୀ

🌷 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌷 🥶 *ହୁସ୍ ହୁସ୍* 🥶 ଭୟଙ୍କର ତୋଫାନ୍ରେ ଗୋଟିଏ ନୌକା ହଠାତ୍ ଡୁବି ଗଲା । ମାତ୍ର ସେଥିରେ ଥିବା ତିନିଜଣ ଲୋକ କୌଣସି ମତେ ପହଁରି ଗୋଟିଏ ଦ୍ୱୀପରେଯାଇ ପହଁଚିଲେ । ଯାହା ହେଉ ସେମାନଙ୍କର ପ୍ରାଣ ବଂଚିଗଲା ।                 ସେହି ଦ୍ୱୀପଟି ଫଳଫୁଲରେ ଭରା, ଜନମାନବଶୂନ୍ୟ । ପାଖରେ ନଦୀଟିଏ ବହିଯାଉଥାଏ । ସେଥିରେ ମାଛ ଭର୍ତ୍ତି । ତିନିଜଣ ଯାକ ସେହିସବୁ ଖାଇ ଜୁଆ ଖେଳନ୍ତି ଓ ପ୍ରାଣ ବଂଚେଇ ରହିଥାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗ୍ରାମମୁଖିଆ, ଜଣେ ହେଉଛନ୍ତି ଚାଷୀ ଓ ଅନ୍ୟଟି ଲଫଙ୍ଗା । ଦିନେ ସେ ତିନିଜଣଯାକ ସମୁଦ୍ର କୁଳରେ ବୁଲୁଥା’ନ୍ତି । ମୁଖିଆ ଦେଖିଲେ ସମୁଦ୍ରବାଲିରେ ଗୋଟିଏ ବୋତଲ ପଡିଛି । ଚାଷୀ ତାକୁ ହାତରେ ଉଠାଇ ଧରିଲା ଓ ସେ ଲଫଙ୍ଗା ଲୋକଟି ତା’ର ଠିପି ଖୋଲି ଦେଲା । ତାହା ଭିତରୁ ଏକ ବିରାଟ ଭୂତ ବାହାରିଲା, ତା’ପରେ ସେ ଭୂତଟି ଅଟ୍ଟହାସ୍ୟ କଲା । ତାକୁ ଦେଖି ଏ ତିନିଜଣ ଯାକ ଅତ୍ୟନ୍ତ ଭୟରେ ଥରି ସେଠାରୁ ଧାଇଁ ପଳାଇବାକୁ ଲାଗିଲେ । ଭୂତ କହିଲା, “ଆହାହା, ପଳାଅନାହିଁ, ମୁଁ ତୁମର ସେମିତି କିଛି କ୍ଷତି କରିବି ନାହିଁ । ତୁମେମାନେ ତ ମୋତେ ଏ ବୋତଲ ଭିତରୁ ମୁକ୍ତି ଦେଇଛ । ତେଣୁ ପ୍ରତ୍ୟେକେ ଗୋଟିଏ ଗୋଟିଏ ବର ମାଗ । ମୁଁ ତୁମର ଇଚ୍ଛା ଅବଶ୍ୟ ପୂର୍ଣ୍ଣ କରିବି । ଗ୍ରାମ ପ୍ରମୁଖ କହିଲା, “ଗ୍ରାମବାସୀଙ୍କ ଝଗଡ...

୧୭ ଜୁନ ୨୦୨୦ କାହାଣୀ

🌼 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌼 💥 *ପରିବର୍ତ୍ତନ* 💥 ମଲ୍ଲିପୁର ଗାଁର ରମେଶ ବାବୁ ଜଣେ ବେଶ୍ ଥିଲା ବାଲା ଲୋକ ଥିଲେ । ସେ ଅତ୍ୟନ୍ତ ଭଦ୍ରଲୋକ ବିବେକୀ ଓ ବିଚାରବନ୍ତ । ଆଖପାଖର ଲୋକେ ତାଙ୍କୁ ଭାରି ସମ୍ମାନ କରୁଥିଲେ । ତାଙ୍କର ଦୁଇ ପୁଅ : ବିନୟ ଏବଂ ରବି । ସେମାନେ ବି ଖୁବ୍ ଭଦ୍ର ଓ ବୁଦ୍ଧିମାନ୍ ଥିଲେ । ତେଣୁ ରମେଶବାବୁ ସୁଖୀଲୋକଙ୍କ ଭିତରେ ଗଣ୍ୟ ହେବା ଉଚିତ୍ ।                 କିନ୍ତୁ ଦୁର୍ଭାଗ୍ୟ! ତାଙ୍କ ସ୍ତ୍ରୀ କିଶୋରୀ ଦେବୀ ଅତ୍ୟନ୍ତ ମୁଖରା । ଅଭିଧାନରେ ଯେତେ କଡା ଶବ୍ଦ ଅଛି, ସେସବୁ ତାଙ୍କ ଜିଭ ଅଗରେ ଥାଏ । ଖାଲି ଯେ ସ୍ୱାମୀ ଓ ପୁଅମାନଙ୍କ ସାଙ୍ଗରେ କଥାକଥାକେ ସେ କଳି କରୁଥିଲେ, ସେତିକି ନୁହେଁ, ପାଖ ପଡୋଶୀରୁ କେହି ରମେଶବାବୁ ସହ ସାକ୍ଷାତ କରି ତାଙ୍କ ପରାମର୍ଶ ନେବାକୁ ଆସିଲେ ସେ ଉପରେ ପଡି ସେମାନଙ୍କୁ ଭୁଲ୍ ପରାମର୍ଶ ଦେଇ ରମେଶବାବୁଙ୍କୁ ମହା ଅଡୁଆରେ ପକାଉଥିଲେ । ପୁଣି କେହି ତାଙ୍କ ପରାମର୍ଶ ନ ମାନିଲେ ତାକୁ ସେ ସମାଲୋଚନା କରୁଥିଲେ ।                 ରମେଶବାବୁଙ୍କ ବଡ ପୁଅ ବିନୟ ବାହା ହେଲା । ବୋହୁ କମଳା ବେଶ୍ ଭଲ ସ୍ୱଭାବର ଝିଅ । କିନ୍ତୁ ସେ ଘରେ ଗୋଡ ଦେବାର ସପ୍ତାହେ ଯାଇଛି କି ନାହିଁ କିଶୋରୀ ଦେବୀ ଖୋଳି ତାଡି ତା’ର ଦୋଷ ବାହାର କଲେ । ଥରେ ରାଗିଗଲେ ତ ତାଙ୍କର ...

କାହାଣୀ

💚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 💚 🌳 *ତ୍ୟାଗର ଫଳ* 🌳 ଆନନ୍ଦପୁରରେ କାନ୍ତିବର୍ମା ନାମକ ଜଣେ ମଧ୍ୟବିତ୍ତ ବ୍ୟକ୍ତି ରହୁଥିଲେ । ତାଙ୍କର ସନ୍ତାନ ସନ୍ତତି କେହି ନଥିବାରୁ ସେ ସର୍ବଦା ବିଷାଦଗ୍ରସ୍ତ ହୋଇ ରହୁଥାନ୍ତି । ଥରେ ସେହି ଗ୍ରାମକୁ ଜଣେ ସାଧୁ ଆସିଲେ ସେ ସର୍ବଦା ଭ୍ରମଣ କରୁଥା’ନ୍ତି । ନିୟମ ଅନୁସାରେ କୌଣସି ସ୍ଥାନରେ ତିନିଦିନରୁ ଅଧିକ ରହିବା କଥା ନୁହେଁ । ତାଙ୍କ ପାଖରୁ ପ୍ରସାଦ ଖାଇବା ପାଇଁ ଲୋକେ ଭିଡ କରୁଥା’ନ୍ତି । କାରଣ ତାଙ୍କର ଦିବ୍ୟଶକ୍ତି ଉପରେ ଲୋକଙ୍କର ଯଥେଷ୍ଟ ବିଶ୍ୱାସ ଥିଲା । କାନ୍ତିବର୍ମା ସେହି ସାଧୁଙ୍କୁ ଯାଇ ଦେଖାକଲେ । ନିଜର ସନ୍ତାନ ନହେବା କଥା ତାଙ୍କ ନିକଟରେ ସେ କହି ତାହାର ପ୍ରତିକାର ନିବେଦନ କଲେ । ସେତେବେଳେ ତାଙ୍କ ନିକଟରେ ଗୋଟିଏ ପାତ୍ରରେ କିଛି ଦୁଧ ଥିଲା । ସେଥିରୁ ଅଳ୍ପ ସେ ଗିନାଟିରେ ଢାଳି କାନ୍ତିବର୍ମାଙ୍କୁ ଦେଇ କହିଲେ, “ନିଅ ଏତକ ତୁମ ପତ୍ନୀଙ୍କୁ ପିଆଇ ଦେବ । ତାହେଲେ ଯାଇ ତୁମର ଇଚ୍ଛା ନିଶ୍ଚୟ ପୂର୍ଣ୍ଣ ହେବ ।” କାନ୍ତିବର୍ମା ସେତକ ନେଇ ଅତି ଆନନ୍ଦରେ ଯାଇ ପତ୍ନୀଙ୍କ ପାଖରେ ପହଁଚି ତାକୁ କହିଲା, “ନିଅ ଏଥିରୁ ଢୋକେ ପିଇଦିଅ ତ ।” କାନ୍ତିବର୍ମାର ସ୍ତ୍ରୀ କାଂଚନ ସେତକ ନେଇ ତା’ ପୂଜା ଘରେ ଠାକୁରଙ୍କୁ ଅର୍ପଣ କରି ଦୁଇଢୋକରେ ସେତକ ପିଇଦେଲା । କାଂଚନର ପେଟରେ ତା’ପିଲା ରହିଲା । ଠିକ୍ ସମୟରେ ଯାଆଁଳା ଝିଅ ଦୁଇଟି ଜନ୍ମ ହେଲେ ବର୍ଷକର ହୋଇଯିବା ପରେ, ସେ...

୧୬ ଜୁନ ୨୦୨୦ କାହାଣୀ

🌻 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌻 🙏 *ସାଷ୍ଟାଙ୍ଗ ପ୍ରଣିପାତ* 🙏 ବାଲିଆପାଳ ସମୁଦ୍ର କୂଳିଆ ଗାଁଟିଏ । ଥରେ ଭୟଙ୍କର ତୋଫାନ ଆସି ସେ ଗାଁର ପ୍ରାୟ ସବୁ ଘରଦ୍ୱାର ଉଜାଡି ଦେଲା । ଶ୍ୟାମ ନାମକ ଗରିବ ଚାଷୀଟିଏ ତା’ ଭଙ୍ଗାଘରକୁ ମରାମତି କରିବା ପାଇଁ ଚାହୁଁଥାଏ । ମାତ୍ର ତା’ ପାଖରେ ସେତେ ଧନ ନ ଥାଏ । ତେଣୁ ପାଖ ପଡୋଶୀକୁ ସେ ସାହାଯ୍ୟ ମାଗିଲା । ସେମାନେ, ଗାଁରେ ସୁଧନେଇ କରଜ ବ୍ୟବସାୟ କରୁଥିବା ବେପାରୀ ବିହାରୀଲାଲ ପାଖକୁ ଯିବାକୁ ପରାମର୍ଶ ଦେଲେ । ଶ୍ୟାମ, ବିହାରୀଲାଲଙ୍କୁ ହଜାରେ ଟଙ୍କା କରଜ ମାଗିଲା । ବିହାରୀଲାଲ୍ ତାକୁ ମୁଣ୍ଡରୁ ଗୋଡଯାଏଁ ନିରେଖି ଚାହିଁ କହିଲେ, “ତୁମେ ବାପା ଶ୍ୟାମଘନଟି, ମତେ ଚିହ୍ନିଛ କି ନାହିଁ?” ଏହି କଥା କହିବାବେଳେ ତାଙ୍କ ସ୍ୱରରେ ବ୍ୟଙ୍ଗ ଭରି ରହିଥିଲା । ଶ୍ୟାମ ଉତ୍ତର ଦେଲା “ସାରା ଗ୍ରାମରେ ଆପଣଙ୍କୁ ନ ଚିହ୍ନିଥିବା ଲୋକ କିଏ ଅଛି କହିଲେ?”  ବିହାରୀଲାଲ ବିରକ୍ତି ପ୍ରକାଶ କରି କହିଲେ “ମୁଁ ଭାବିଲି, ତୁମେ ମତେ ଚିହ୍ନି ନ ଥିବ । କାହିଁ କୋଉଦିନ ରାସ୍ତାରେ କି ପୋଖରୀଘାଟରେ, ସାମ୍ନାରେ ପଡିଗଲେ ବି ତ ନମସ୍କାର କରୁନାହଁ । ତୁମେ ଏକ ନମ୍ବର ଗର୍ବୀ ଲୋକ ।” “ଆଜ୍ଞା, ଅଜାଣତରେ ମୋର ଭୁଲ୍ ହୋଇଯାଇଛି ।” ଏତିକି କହି ଶ୍ୟାମ ତୁରନ୍ତ ନମସ୍କାର କରି ପକେଇଲା । ବିହାରୀଲାଲ ଆଦେଶ ଦେଲେ “ଓଃ! ମତେ ନମସ୍କାର କରିବା ପାଇଁ, ତୁମ ପାଇଁ ଗୋଟାଏ ତୋଫାନର ଦରକାର ପଡିଲା । ଏପ...