Posts

୨୯ ଅଗଷ୍ଟ ୨୦୨୦ କାହାଣୀ

🌸 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌸 💥 *ସେବା ଧର୍ମ* 💥 ଗୋଟିଏ ଗ୍ରାମରେ ଜଣେ ଧନୀ ଲୋକ ଥା’ନ୍ତି । ତାଙ୍କର ସର୍ବଦା ନୂଆ ଚାକର ରଖା ହୁଏ କାରଣ କେହିବି ତାଙ୍କୁ କାମରେ ସନ୍ତୁଷ୍ଟ କରିପାରନ୍ତି ନାହିଁ । ତାଙ୍କର ଧାରଣା ହେଉଛି ଆସୁଥିବା ଚାକରମାନେ କେହି ସେବା ପାଇଁ ତତ୍ପର ନୁହଁନ୍ତି ।                 ଦିନେ ଦୁଇଜଣ ଲୋକ ତାଙ୍କ ପାଖରେ ଚାକିରୀ କରିବାକୁ ଆସିଲେ । ଦୁହିଁଙ୍କୁ ପରୀକ୍ଷା କରିବା ପାଇଁ ଧନୀଲୋକ ଚାହିଁଲେ । ଦୁଇଜଣଙ୍କୁ ଦୁଇଟି ଝୁଡି ଦେଇ ସେ କହିଲେ, “ଘର ପଛପଟ ବଗିଚାରେ କୂଅଟିଏ ଅଛି । ଦୁହେଁ ଏହି ଝୁଡିରେ ପାଣି କାଢି ଢାଳିବ । ସଞ୍ଜ ପର୍ଯ୍ୟନ୍ତ କାମ କଲେ ତୁମକୁ ଟଙ୍କାଏ ଲେଖା ପାରିଶ୍ରମିକ ମିଳିବ ।” ଏକଥା ଶୁଣି ସେ ଦୁହେଁ ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ ଚାହିଁଲେ; ତା’ପରେ ଝୁଡି ଦୁଇଟି ନେଇ ସେମାନେ କାମକୁ ଗଲେ । ଯିବା ବାଟରେ ବଡଟା ସାନକୁ କହିଲା, “ଏ ମାଲିକ ପାଗଳ ନା କ’ଣ? ଝୁଡି ଭିତରେ ପାଣି କିମିତି ରହିବ?” ସାନ କହିଲା “ତମେ କ’ଣ ଭାବୁଛ ଏକଥା ସେ ଜାଣି ନାହାଁନ୍ତି?” ତା’ପରେ ସେ ଦୁହେଁ କୂଅ ପାଖରେ ଯାଇ ପହଁଚିଲେ । ତା’ପରେ ପାଣି କାଢି ଝୁଡି ଭିତରେ ଢାଳିଲେ । ବଡଟାକୁ ଏ କାମ ବହୁତ ହାସ୍ୟାସ୍ପଦ ଲାଗିଲା । ସେ ମୂର୍ଖ ଭଳି ପାଣି କାଢି ଝୁଡିରେ ଢାଳିବାକୁ ପସନ୍ଦ କଲାନାହିଁ । ସେ ସାନକୁ କହିଲା, “ଏପରି ଭାବରେ କେତେ ସମୟ ତମେ ପା...

୨୮ ଅଗଷ୍ଟ ୨୦୨୦ କାହାଣୀ

🌺 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌺  🎈 *ନ୍ୟାୟ* 🎈 ନରେନ୍ଦ୍ର ସେନ ଚନ୍ଦ୍ରପୁର ରାଜ୍ୟର ରାଜା ଥିଲେ । ସେ ଅତ୍ୟନ୍ତ ବୁଦ୍ଧିମାନ ଓ ଦୟାଳୁ ବି ଥିଲେ । ପ୍ରଜାପାଳନରେ ସେ ଅଦ୍ୱିତୀୟ ଥିଲେ । ପ୍ରଜାମାନଙ୍କର ଦୁଃଖକଷ୍ଟ ଓ ସମସ୍ୟା ସବୁ ସେ ନିଜେହିଁ ବୁଝୁଥିଲେ ଓ ଯଥାଶକ୍ତି ସେସବୁ ସମସ୍ୟାର ସମାଧାନ ବି କରୁଥିଲେ । ଏସବୁ ଛଡା ତାଙ୍କର ସର୍ବାପେକ୍ଷା ମହାନ୍ ଗୁଣ ନ୍ୟାୟ ପଥରେ ଚାଲିବା ଥିଲା । ଅପରାଧୀକୁ ଧରିବା ପାଇଁ ତାଙ୍କର ସବୁ ନାନା ପ୍ରକାର ଉପାୟ ଥିଲା । ତେଣୁ ତାଙ୍କର ବିଚାର ସର୍ବଦା ନ୍ୟାୟପୂର୍ଣ୍ଣ ଥିଲା । ପ୍ରତିଦିନ ସକାଳେ ରାଜା ଏକ ନିର୍ଦ୍ଧାରିତ ସମୟରେ ପ୍ରଜାଙ୍କର ସମସ୍ୟା ଶୁଣୁଥିଲେ ଓ ସେସବୁର ସମାଧାନ କରିବାକୁ ଚେଷ୍ଟା ମଧ୍ୟ କରୁଥିଲେ । ଦିନେ ରାଜା, ମନ୍ତ୍ରୀଙ୍କ ସହ କୌଣସି କଥା ଆଲୋଚନା କରୁଥିବାବେଳେ ରୂପାଲି ନାମକ ଜଣେ ସ୍ତ୍ରୀଲୋକ ନିଜର ଦୁଃଖ ଜଣାଇବାକୁ ରାଜାଙ୍କ ପାଖରେ ଆସି ପହଁଚିଲା । ରାଜା ପଚାରିଲେ, “ଝିଅ, କ’ଣ ତୁମର ଦୁଃଖ?” ତହୁଁ ରୂପାଲି କାନ୍ଦି କାନ୍ଦି କହିଲା “ମହାରାଜ, ମୋ ନାମ ରୂପାଲି । ମୋ ସ୍ୱାମୀ ରମେଶ ସବୁଦିନେ ସହରକୁ ବ୍ୟବସାୟ କରିବାକୁ ଯାଏ ଓ ପୁଣି ରାତିକୁ ସେ ଫେରି ଆସେ । ମାତ୍ର କାଲି ସେ ଫେରିଲା ନାହିଁ । ଖୋଜାଖୋଜି କରିବାରୁ ମୁଁ ଶୁଣିଲି ସେ ନଈରେ ପଡି ମରିଯାଇଛି ।” ରାଜା ପଚାରିଲେ “ତମେ ଏକଥା ଶୁଣିଲ ମାନେ ତେବେ ତୁମେ କ’ଣ କହିବାକୁ ଚାହଁ? ତାଛଡା ତୁମ...

୨୭ ଅଗଷ୍ଟ ୨୦୨୦ କାହାଣୀ

🌷 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌷 🍁 *ଆତ୍ମଜ୍ଞାନ* 🍁 ଚାଷୀଟିଏ ନିଜର କ୍ଷେତବାଡି କାମ କରୁଥାଏ । ପାଖରାସ୍ତାରେ ସାଧୁଟିଏ ଯାଉଥା’ନ୍ତି । ବହୁତ ଖରା ହେବାରୁ  ସେ ଦୁହେଁ ଗୋଟିଏ ଗଛ ତଳକୁ ବିଶ୍ରାମ ନେବା ପାଇଁ ଆସିଲେ । ସାଧୁ ଚାଷୀକୁ ପଚାରିଲେ, “ଏ କ୍ଷେତ ତୁମର ତ? ବେଶ୍ ସୁନ୍ଦର ଫସଲ ହୋଇଛି । ତେବେ ଠିକ୍ ସମୟରେ ବର୍ଷା ହେବ ତ ଭଲ ।”                 ସାଧୁଙ୍କୁ ପ୍ରଣାମ କରି ଚାଷୀ କହିଲା, “ସାଧୁବାବା, ଫସଲ ଆମଦାନୀ ହୋଇ ଘରକୁ ଆସିଲେ ଯାଇ ଜଣାଯିବ ଏ ବର୍ଷ ଫସଲ ଭଲ ହୋଇଛି କି ନାହିଁ । ବର୍ଷା କେତେବେଳେ ଆସିବ ବା ନ ଆସିବ ସେକଥା କିଏ କହିବ? ଆଚ୍ଛା, ଆପଣ ଇଆଡେ କୁଆଡେ ଯାଉଛନ୍ତି?”                 ଅଦୂରରେ ଥିବା ପାହାଡ ଆଡକୁ ଅଙ୍ଗୁଳି ନିର୍ଦେଶ କରି ସେ କହିଲେ, “ସେଠାରେ ଜଣେ ମହାନ୍ ଜ୍ଞାନୀ ଓ ସିଦ୍ଧପୁରୁଷ ଅଛନ୍ତି । ଜ୍ଞାନଉପଦେଶ ପାଇଁ ମୁଁ ସେଠାକୁ ଯାଉଛି ।” ପୁଣି ମୁହଁ ଉଦାସ କରି ସେ କହିଲେ, “ଏହା ପୂର୍ବରୁ ତିନିଜଣ ଗୁରୁଙ୍କର ମୁଁ ସେବା କରିଛି, କିନ୍ତୁ ଜଣେ ହେଲେ କେହି ଆତ୍ମଜ୍ଞାନ ମୋତେ ଶିକ୍ଷା ଦେଲେନାହିଁ । ଦେଖେ ଏଥର କ’ଣ ହେଉଛି ।”                 ଏକଥା ଶୁଣି ସେ ଚାଷୀଟି ହସିକରି କହିଲା, “ଚାଳିଶ ବର୍ଷ ଧରି ମୁଁ ନିଜେ...

୨୬ ଅଗଷ୍ଟ ୨୦୨୦ କାହାଣୀ

🌼 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌼 💮 *ରାଜାଙ୍କ ପରୀକ୍ଷା* 💮 ଥରେ ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ସେହି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ତାଙ୍କ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜନ୍, ଅର୍ଦ୍ଧରାତ୍ରି ସମୟରେ ତୁମେ ଏ ଶ୍ମଶାନ ଭୂମିରେ ଯେଉଁ କଷ୍ଟକର କାର୍ଯ୍ୟ କରୁଛ ତାହା ଦେଖି ମୋତେ ଭାରି ଆଶ୍ଚର୍ଯ୍ୟ ଲାଗୁଛି । ମନେ ହେଉଛି କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟରେ ସାଫଲ୍ୟ ପାଇବା ଆଶାରେ ତମେ ଏପରି କାମ କରୁଛ । କୁହାଯାଏ ଯେ ରାଜାମାନେ ଚଂଚଳ ସ୍ୱଭାବର ବ୍ୟକ୍ତି ଏବଂ ଏହା ନିଶ୍ଚିତ ରୂପେ ସତ୍ୟ । ତେଣୁ ତୁମେ ଏ କାମରେ ଯେ ସାଫଲ୍ୟ ପ୍ରାପ୍ତ କରିବ ସେ ବିଷୟରେ ମୋର ଆଦୌ ବିଶ୍ୱାସ ନାହିଁ । ଉଦାହରଣ ସ୍ୱରୂପ ମୁଁ ତୁମକୁ ଚନ୍ଦ୍ରଦେବ ରାଜାଙ୍କ କଥା ଶୁଣାଇବି । ମନଦେଇ ମୋକଥା ...

୨୫ ଅଗଷ୍ଟ ୨୦୨୦ କାହାଣୀ

💚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 💚 🌹 *ତିନି ଗୁଲାମ* 🌹 ଏ ଗଳ୍ପଟି ଆରବ ଦେଶର କାହାଣୀ । ଅନେକ ପୂର୍ବର କଥା । କ୍ରୀତଦାସମାନଙ୍କୁ ସେମାନେ ଗୁଲାମ ବୋଲି କହୁଥିଲେ । ସେତେବେଳେ ବାଗଦାଦ୍ରେ ଜଣେ ବଡ ସୌଦାଗର ଥା’ନ୍ତି ତାଙ୍କ ପାଖରେ ଅନେକ ଗୁଲାମ ଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ତାଙ୍କର ସେବାରେ ନିଯୁକ୍ତ ଥା’ନ୍ତି । ଜଣେ ସୌଦାଗରଙ୍କର ପାଦସେବା କରେ, କି ଦିନ କି ରାତି । ଦ୍ୱିତୀୟଟି ସୌଦାଗରଙ୍କ ପାଇଁ ଓ ତାଙ୍କ ପରିବାର ପାଇଁ ପାଣି କାଢୁଥାଏ । ସାରା ଦିନ ସେ ସେଇ କାମରେ ଥାଏ । ତୃତୀୟଟି ସୌଦାଗରଙ୍କର ନିତିଦିନର ଆବଶ୍ୟକ ଜିନିଷ ସବୁ ବଜାରରୁ କିଣି ଘରକୁ ବୋହି ନେଇ ଆସେ । ସେମାନେ ବିନା ବିଶ୍ରାମରେ ଖଟୁଥା’ନ୍ତି । ସେମାନଙ୍କୁ ଖାଇବାକୁ ଅନ୍ୟ ଗୁଲାମମାନଙ୍କ ପରି ଦୁଇବକ୍ତ ଖାଇବା ମିଳେ ତାହା ମଧ୍ୟ ପେଟ ପୁରିବାକୁ ଯଥେଷ୍ଟ ନୁହେଁ ।                 ସୌଦାଗରଙ୍କର ବିବାହ ପରେ ଅନେକ ବର୍ଷ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ହେଲା ନାହିଁ । ହଠାତ୍ ଗୋଟିଏ ପୁଅ ହେବା ଯୋଗୁଁ ସେ ଏତେ ଆନନ୍ଦ ହୋଇଗଲେ ଯେ ଭାବିଲେ କିଛି ଧର୍ମ କାର୍ଯ୍ୟ କରି ପୁଣ୍ୟ ଲାଭ କରିବେ । ଦିନେ ସେ ତାଙ୍କ ତିନି ଗୁଲାମଙ୍କୁ ପାଖକୁ ଡାକି କହିଲେ, “ତମେ ତିନିଜଣ ମୋର ବହୁତ କାମ କରିଛ ଓ ଉପକାର ମଧ୍ୟ କରିଛ । ତେବେ କାଲି ଯିଏ ସବୁଦିନଠାରୁ ବେଶି କାମ କରିବ ତାକୁ ମୁଁ ଏହି ଦାସତ୍...

କାହାଣୀ

🌸 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌸 😀 *ହାସ୍ୟରସ* 😀 ପ୍ରଫୁଲ୍ଲ ଜଣେ ଧନୀ ବ୍ୟକ୍ତି । କିନ୍ତୁ ସେ ଅନ୍ୟମାନଙ୍କ ହସ ଖୁସି ମୋଟେ ସହିପାରେ ନାହିଁ । ସମସ୍ତିଙ୍କୁ ବିଭିନ୍ନ ଉପାୟରେ କଷ୍ଟ ଦେବାରେ ତାର ଖୁସି; ତାହା ତାର ଗୋଟିଏ ବଦଭ୍ୟାସ । ତା’ର ସେହି ବଦଭ୍ୟାସ ଦେଖି ତାର ସ୍ତ୍ରୀ ଉର୍ମିଳା ବଡ ଦୁଃଖିତ ହୁଏ । ଏକଥା ଉର୍ମିଳାର ଭାଇ ଭୂଷଣ ଶୁଣିଲା । ସେ ଭିଣୋଇକୁ ଉଚିତ୍ ଶିକ୍ଷା ଦେବ ବୋଲି ମନେ ମନେ ଠିକ୍ କଲା । ଥରେ ସେ ପ୍ରଫୁଲ୍ଲର ଘରକୁ କିଛିଦିନ ପାଇଁ ଆସିଲା । ପ୍ରଫୁଲ୍ଲ ତାକୁ ଖୁବ୍ ଆଦର ଅଭ୍ୟର୍ଥନା କଲା । ଗଳ୍ପ କରୁ କରୁ ପ୍ରଫୁଲ୍ଲ ଭୂଷଣକୁ କହୁଥାଏ ସେ କିପରି ଅନ୍ୟମାନଙ୍କୁ ହଇରାଣ କରେ ।                 ପ୍ରଫୁଲ୍ଲର ସବୁକଥା ଶୁଣିବା ପରେ ଭୂଷଣ କହିଲା, “ତୁମେ ଯେଉଁ କଥା ସବୁ କହିଗଲ, ସେସବୁ ଶୁଣି ମୋତେ ତ କାହିଁ ଯମା ହସ ମାଡୁ ନାହିଁ । ବରଂ କୁହ ଦୁଃଖ ଲାଗୁଛି । ମାତ୍ର ମୁଁ ଏକଥା ବୁଝିପାରୁନାହିଁ ଯେ ଅନ୍ୟର କଷ୍ଟରେ ତୁମେ କାହିଁକି ବା ହସୁଛ?”                 ପ୍ରଫୁଲ୍ଲ କହିଲା “ହାସ୍ୟରସ ଏକ ରସ ଓ ଏକ କଳା । ଏହା ସମସ୍ତେ ବୁଝିପାରିବେ ନାହିଁ । କାଲି ସଭାକୁ ଆସ ଦେଖିବ ଏବେ ଯେଉଁ କଥା ସବୁ ତୁମକୁ କହିଲି ସଭାସଦ୍ମାନେ କିପରି ସେହିକଥା ଶୁଣି ହସି ହସି ଗଡିବେ ।”     ...

୨୪ ଅଗଷ୍ଟ ୨୦୨୦ କାହାଣୀ

🦚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🦚 ⚖️ *ନ୍ୟାୟ ବିଚାର* ⚖️ ହରିପୁର ଗ୍ରାମରେ ଜଣେ ବିଚାରପତି ଥିଲେ, ତାଙ୍କ ନାମ ଧର୍ମବୀର ଥିଲା । ସେ ଖୁବ୍ ବୁଦ୍ଧିମାନ ଥିଲେ ଓ ନ୍ୟାୟଶାସ୍ତ୍ର ଅଧ୍ୟୟନ କରିବାରେ ସେ ଅତ୍ୟନ୍ତ ନିପୁଣ ମଧ୍ୟ ଥିଲେ, ତେଣୁ ରାଜା ତାଙ୍କୁ ସେହି ଅଂଚଳର ବିଚାରପତି ଭାବରେ ନିଯୁକ୍ତି କରିଥିଲେ । ସମଗ୍ର ଅଂଚଳର ଲୋକେ ଜାଣିଥିଲେ ଯେ ନ୍ୟାୟ ନିର୍ଣ୍ଣୟ କରିବା ପାଇଁ ଧର୍ମବୀରଙ୍କ ପରି ଆଉ କେହି ବି ନଥିଲେ । ସେ ଯାହା ନ୍ୟାୟ ଦିଅନ୍ତି ତାହା ଦୁଇପକ୍ଷ ଖୁସିରେ ମାନି ନିଅନ୍ତି । ଏକଥା ଯାଇ ରାଜାଙ୍କ କାନରେ ପଡିଲା ଯେ ଧର୍ମବୀର ବିଚାର କରିବାରେ ଅଦ୍ୱିତୀୟ । ରାଜା ଖୁସି ହୋଇ ଭାବିଲେ ଯେ ଥରେ ତାଙ୍କ ଦରବାରରେ ଧର୍ମବୀରଙ୍କୁ ସମ୍ମାନିତ କରାଯିବ ଓ ତାଙ୍କୁ କିଛି ପୁରସ୍କାର ମଧ୍ୟ ଦିଆଯିବ ।  ଧର୍ମବୀରଙ୍କୁ ଏ କଥାର ସୂଚନା ଦିଆଗଲା । କିନ୍ତୁ ଧର୍ମବୀରଙ୍କୁ ଏକଥା ବଡ ଅଡୁଆ ଲାଗୁଥାଏ । ତଥାପି ମଧ୍ୟ ରାଜାଙ୍କ ଆଦେଶ ବୋଲି କଥା ଟାଳି ନ ପାରି ରାଜଧାନୀ ଆଡକୁ ସେ ଚାଲିଲେ । ରାସ୍ତାରେ ରାମ ସହିତ ତାଙ୍କର ଦେଖା ହେଲା । ସେ ମଧ୍ୟ ହରିପୁରର ଜଣେ ବାସିନ୍ଦା । ତା’ର ଜମିବାଡିର ମାମଲା କଥା ଧର୍ମବୀର ଜାଣିଥିଲେ । କଥା କ’ଣ କି ସେହ ଗାଁରେ ରାମ ଜଣେ ସାଧାରଣ ଚାଷୀ ଥିଲା । ମହେଶ ନାମକ ଜଣେ ଧନୀ ଚାଷୀ ତା’ ଉପରେ ନାନା ପ୍ରକାର ମିଥ୍ୟା ଦୋଷାରୋପ କରି ତା’ଠାରୁ ଟଙ୍କା ଆଦାୟ କରିବାକୁ ଚାହୁଁଥିଲା । ରାମ...