୧୧ ଅଗଷ୍ଟ ୨୦୨୦ କାହାଣୀ

🌻 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌻

🍁 *ପରୋପକାରୀ* 🍁

ଦିନେ ସୁକାନ୍ତ ତାଙ୍କ କ୍ଷେତରେ ଫଳିଥିବା କଖାରୁ ସବୁ ବଳଦ ଗାଡିରେ ଲଦି ସହରକୁ ବିକ୍ରି କରିବାକୁ ଗଲେ; ବିକ୍ରିକରି ଘରକୁ ଫେରୁଥାନ୍ତି । ଦେଖିଲେ ରାସ୍ତାରେ ବଡ ପଥରଟାଏ ପଡିଛି । ତାକୁ ନ ଘୁଂଚାଇଲେ ତ ଗାଡି ଯିବ ନାହିଁ । ଏକୁଟିଆ ସେ ନିଜେ ମଧ୍ୟ ପଥରକୁ ଉଠାଇ ପାରିବେ ନାହିଁ । ସେ ଅସହାୟ ଭାବରେ ଏପଟେ ସେପଟେ ଚାହିଁ ଦେଖିଲେ ଅନତିଦୂରରେ ଜଣେ ମଣିଷ ପଥର ଉପରେ ଶୋଇଛି ।

                ସେ ଯାଇ ତାକୁ ଉଠାଇଲେ ଓ ଉଠାଇବାର କାରଣ କହିଲେ । ଏହାପରେ ସେ ଦୁହେଁ ଧରାଧରି କରି ପଥରଟି ଘୁଂଚାଇ ଦେଲେ । ତା’ପରେ ସୁକାନ୍ତ ପଥର ରଖିଥିବା ଲୋକକୁ ନ ଜାଣିଥିଲେ ମଧ୍ୟ ଗାଳି ଦେଲେ ଏବଂ ପଥର ଉଠାଇଥିବା ଲୋକଙ୍କୁ ଖୁବ୍ ପ୍ରଶଂସା କଲେ । ତା’ପରେ ସେ ପଚାରିଲେ, “ବାବୁ ତମେ କୁଆଡେ ଯିବ?”

ସେ କହିଲା, “ମୁଁ ରାମପୁର ଯିବି ।”

ସୁକାନ୍ତ କହିଲେ, “ଆଚ୍ଛା ତାହେଲେ ତମେ ଆସି ମୋ ଗାଡିରେ ବସି ପଡ, ମୁଁ ବି ରାମପୁର ଯିବି, ତୁମ ଗାଁ ପଡିଲେ ମୁଁ ତୁମକୁ ସେଠାରେ ଓହ୍ଲାଇ ଦେଇ ଯିବି ।”

ଗାଡି ରାମପୁରରେ ପହଁଚିବା ମାତ୍ରେ, ଲୋକଟି ଗାଡିରୁ ଓହ୍ଲାଇ କହିଲା, “ମଝିରାସ୍ତାରେ ମୁହିଁ ପଥର ରଖିଥିଲି, ମୋ ଉପରେ ରାଗିବେ ନାହିଁ ।”

ସୁକାନ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ, “ପଥର ତୁମେ ରଖିଥିଲ? ମୁଁ କିପରି ଜାଣନ୍ତି? ନଜାଣି କେତେ ଗାଳି ଦେଲି ।”

ଲୋକଟି ଅଳ୍ପ ହସି କହିଲା, “ସହରରୁ ଫେରୁ ଥିଲି ବଡ କ୍ଳାନ୍ତ ଲାଗିଲା; ଆଉ ଚାଲିବାକୁ ଇଚ୍ଛା ନହେବାରୁ ମୁଁ ଏପରି କରିଥିଲି । ତା’ପରେ ରହିଲା, ଆପଣଙ୍କ ଗାଳି । ଯଦି ମୁଁ ସତକଥା ସେଇଠି କହିଥାନ୍ତି ତେବେ ଆପଣ କ’ଣ ମୋତେ କେବେବି ଗାଡିରେ ବସାଇ ଆଣିଥା’ନ୍ତେ?”

ତା’କଥା ଶୁଣି ସୁକାନ୍ତ ଖୁବ୍ ହସିଲେ ।🙏
ନରେଶ

Comments

Popular posts from this blog

ପାଲି ଖେଳ