Posts

Showing posts from August, 2020

୨୯ ଅଗଷ୍ଟ ୨୦୨୦ କାହାଣୀ

🌸 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌸 💥 *ସେବା ଧର୍ମ* 💥 ଗୋଟିଏ ଗ୍ରାମରେ ଜଣେ ଧନୀ ଲୋକ ଥା’ନ୍ତି । ତାଙ୍କର ସର୍ବଦା ନୂଆ ଚାକର ରଖା ହୁଏ କାରଣ କେହିବି ତାଙ୍କୁ କାମରେ ସନ୍ତୁଷ୍ଟ କରିପାରନ୍ତି ନାହିଁ । ତାଙ୍କର ଧାରଣା ହେଉଛି ଆସୁଥିବା ଚାକରମାନେ କେହି ସେବା ପାଇଁ ତତ୍ପର ନୁହଁନ୍ତି ।                 ଦିନେ ଦୁଇଜଣ ଲୋକ ତାଙ୍କ ପାଖରେ ଚାକିରୀ କରିବାକୁ ଆସିଲେ । ଦୁହିଁଙ୍କୁ ପରୀକ୍ଷା କରିବା ପାଇଁ ଧନୀଲୋକ ଚାହିଁଲେ । ଦୁଇଜଣଙ୍କୁ ଦୁଇଟି ଝୁଡି ଦେଇ ସେ କହିଲେ, “ଘର ପଛପଟ ବଗିଚାରେ କୂଅଟିଏ ଅଛି । ଦୁହେଁ ଏହି ଝୁଡିରେ ପାଣି କାଢି ଢାଳିବ । ସଞ୍ଜ ପର୍ଯ୍ୟନ୍ତ କାମ କଲେ ତୁମକୁ ଟଙ୍କାଏ ଲେଖା ପାରିଶ୍ରମିକ ମିଳିବ ।” ଏକଥା ଶୁଣି ସେ ଦୁହେଁ ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ ଚାହିଁଲେ; ତା’ପରେ ଝୁଡି ଦୁଇଟି ନେଇ ସେମାନେ କାମକୁ ଗଲେ । ଯିବା ବାଟରେ ବଡଟା ସାନକୁ କହିଲା, “ଏ ମାଲିକ ପାଗଳ ନା କ’ଣ? ଝୁଡି ଭିତରେ ପାଣି କିମିତି ରହିବ?” ସାନ କହିଲା “ତମେ କ’ଣ ଭାବୁଛ ଏକଥା ସେ ଜାଣି ନାହାଁନ୍ତି?” ତା’ପରେ ସେ ଦୁହେଁ କୂଅ ପାଖରେ ଯାଇ ପହଁଚିଲେ । ତା’ପରେ ପାଣି କାଢି ଝୁଡି ଭିତରେ ଢାଳିଲେ । ବଡଟାକୁ ଏ କାମ ବହୁତ ହାସ୍ୟାସ୍ପଦ ଲାଗିଲା । ସେ ମୂର୍ଖ ଭଳି ପାଣି କାଢି ଝୁଡିରେ ଢାଳିବାକୁ ପସନ୍ଦ କଲାନାହିଁ । ସେ ସାନକୁ କହିଲା, “ଏପରି ଭାବରେ କେତେ ସମୟ ତମେ ପା...

୨୮ ଅଗଷ୍ଟ ୨୦୨୦ କାହାଣୀ

🌺 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌺  🎈 *ନ୍ୟାୟ* 🎈 ନରେନ୍ଦ୍ର ସେନ ଚନ୍ଦ୍ରପୁର ରାଜ୍ୟର ରାଜା ଥିଲେ । ସେ ଅତ୍ୟନ୍ତ ବୁଦ୍ଧିମାନ ଓ ଦୟାଳୁ ବି ଥିଲେ । ପ୍ରଜାପାଳନରେ ସେ ଅଦ୍ୱିତୀୟ ଥିଲେ । ପ୍ରଜାମାନଙ୍କର ଦୁଃଖକଷ୍ଟ ଓ ସମସ୍ୟା ସବୁ ସେ ନିଜେହିଁ ବୁଝୁଥିଲେ ଓ ଯଥାଶକ୍ତି ସେସବୁ ସମସ୍ୟାର ସମାଧାନ ବି କରୁଥିଲେ । ଏସବୁ ଛଡା ତାଙ୍କର ସର୍ବାପେକ୍ଷା ମହାନ୍ ଗୁଣ ନ୍ୟାୟ ପଥରେ ଚାଲିବା ଥିଲା । ଅପରାଧୀକୁ ଧରିବା ପାଇଁ ତାଙ୍କର ସବୁ ନାନା ପ୍ରକାର ଉପାୟ ଥିଲା । ତେଣୁ ତାଙ୍କର ବିଚାର ସର୍ବଦା ନ୍ୟାୟପୂର୍ଣ୍ଣ ଥିଲା । ପ୍ରତିଦିନ ସକାଳେ ରାଜା ଏକ ନିର୍ଦ୍ଧାରିତ ସମୟରେ ପ୍ରଜାଙ୍କର ସମସ୍ୟା ଶୁଣୁଥିଲେ ଓ ସେସବୁର ସମାଧାନ କରିବାକୁ ଚେଷ୍ଟା ମଧ୍ୟ କରୁଥିଲେ । ଦିନେ ରାଜା, ମନ୍ତ୍ରୀଙ୍କ ସହ କୌଣସି କଥା ଆଲୋଚନା କରୁଥିବାବେଳେ ରୂପାଲି ନାମକ ଜଣେ ସ୍ତ୍ରୀଲୋକ ନିଜର ଦୁଃଖ ଜଣାଇବାକୁ ରାଜାଙ୍କ ପାଖରେ ଆସି ପହଁଚିଲା । ରାଜା ପଚାରିଲେ, “ଝିଅ, କ’ଣ ତୁମର ଦୁଃଖ?” ତହୁଁ ରୂପାଲି କାନ୍ଦି କାନ୍ଦି କହିଲା “ମହାରାଜ, ମୋ ନାମ ରୂପାଲି । ମୋ ସ୍ୱାମୀ ରମେଶ ସବୁଦିନେ ସହରକୁ ବ୍ୟବସାୟ କରିବାକୁ ଯାଏ ଓ ପୁଣି ରାତିକୁ ସେ ଫେରି ଆସେ । ମାତ୍ର କାଲି ସେ ଫେରିଲା ନାହିଁ । ଖୋଜାଖୋଜି କରିବାରୁ ମୁଁ ଶୁଣିଲି ସେ ନଈରେ ପଡି ମରିଯାଇଛି ।” ରାଜା ପଚାରିଲେ “ତମେ ଏକଥା ଶୁଣିଲ ମାନେ ତେବେ ତୁମେ କ’ଣ କହିବାକୁ ଚାହଁ? ତାଛଡା ତୁମ...

୨୭ ଅଗଷ୍ଟ ୨୦୨୦ କାହାଣୀ

🌷 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌷 🍁 *ଆତ୍ମଜ୍ଞାନ* 🍁 ଚାଷୀଟିଏ ନିଜର କ୍ଷେତବାଡି କାମ କରୁଥାଏ । ପାଖରାସ୍ତାରେ ସାଧୁଟିଏ ଯାଉଥା’ନ୍ତି । ବହୁତ ଖରା ହେବାରୁ  ସେ ଦୁହେଁ ଗୋଟିଏ ଗଛ ତଳକୁ ବିଶ୍ରାମ ନେବା ପାଇଁ ଆସିଲେ । ସାଧୁ ଚାଷୀକୁ ପଚାରିଲେ, “ଏ କ୍ଷେତ ତୁମର ତ? ବେଶ୍ ସୁନ୍ଦର ଫସଲ ହୋଇଛି । ତେବେ ଠିକ୍ ସମୟରେ ବର୍ଷା ହେବ ତ ଭଲ ।”                 ସାଧୁଙ୍କୁ ପ୍ରଣାମ କରି ଚାଷୀ କହିଲା, “ସାଧୁବାବା, ଫସଲ ଆମଦାନୀ ହୋଇ ଘରକୁ ଆସିଲେ ଯାଇ ଜଣାଯିବ ଏ ବର୍ଷ ଫସଲ ଭଲ ହୋଇଛି କି ନାହିଁ । ବର୍ଷା କେତେବେଳେ ଆସିବ ବା ନ ଆସିବ ସେକଥା କିଏ କହିବ? ଆଚ୍ଛା, ଆପଣ ଇଆଡେ କୁଆଡେ ଯାଉଛନ୍ତି?”                 ଅଦୂରରେ ଥିବା ପାହାଡ ଆଡକୁ ଅଙ୍ଗୁଳି ନିର୍ଦେଶ କରି ସେ କହିଲେ, “ସେଠାରେ ଜଣେ ମହାନ୍ ଜ୍ଞାନୀ ଓ ସିଦ୍ଧପୁରୁଷ ଅଛନ୍ତି । ଜ୍ଞାନଉପଦେଶ ପାଇଁ ମୁଁ ସେଠାକୁ ଯାଉଛି ।” ପୁଣି ମୁହଁ ଉଦାସ କରି ସେ କହିଲେ, “ଏହା ପୂର୍ବରୁ ତିନିଜଣ ଗୁରୁଙ୍କର ମୁଁ ସେବା କରିଛି, କିନ୍ତୁ ଜଣେ ହେଲେ କେହି ଆତ୍ମଜ୍ଞାନ ମୋତେ ଶିକ୍ଷା ଦେଲେନାହିଁ । ଦେଖେ ଏଥର କ’ଣ ହେଉଛି ।”                 ଏକଥା ଶୁଣି ସେ ଚାଷୀଟି ହସିକରି କହିଲା, “ଚାଳିଶ ବର୍ଷ ଧରି ମୁଁ ନିଜେ...

୨୬ ଅଗଷ୍ଟ ୨୦୨୦ କାହାଣୀ

🌼 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌼 💮 *ରାଜାଙ୍କ ପରୀକ୍ଷା* 💮 ଥରେ ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ସେହି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ତାଙ୍କ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜନ୍, ଅର୍ଦ୍ଧରାତ୍ରି ସମୟରେ ତୁମେ ଏ ଶ୍ମଶାନ ଭୂମିରେ ଯେଉଁ କଷ୍ଟକର କାର୍ଯ୍ୟ କରୁଛ ତାହା ଦେଖି ମୋତେ ଭାରି ଆଶ୍ଚର୍ଯ୍ୟ ଲାଗୁଛି । ମନେ ହେଉଛି କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟରେ ସାଫଲ୍ୟ ପାଇବା ଆଶାରେ ତମେ ଏପରି କାମ କରୁଛ । କୁହାଯାଏ ଯେ ରାଜାମାନେ ଚଂଚଳ ସ୍ୱଭାବର ବ୍ୟକ୍ତି ଏବଂ ଏହା ନିଶ୍ଚିତ ରୂପେ ସତ୍ୟ । ତେଣୁ ତୁମେ ଏ କାମରେ ଯେ ସାଫଲ୍ୟ ପ୍ରାପ୍ତ କରିବ ସେ ବିଷୟରେ ମୋର ଆଦୌ ବିଶ୍ୱାସ ନାହିଁ । ଉଦାହରଣ ସ୍ୱରୂପ ମୁଁ ତୁମକୁ ଚନ୍ଦ୍ରଦେବ ରାଜାଙ୍କ କଥା ଶୁଣାଇବି । ମନଦେଇ ମୋକଥା ...

୨୫ ଅଗଷ୍ଟ ୨୦୨୦ କାହାଣୀ

💚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 💚 🌹 *ତିନି ଗୁଲାମ* 🌹 ଏ ଗଳ୍ପଟି ଆରବ ଦେଶର କାହାଣୀ । ଅନେକ ପୂର୍ବର କଥା । କ୍ରୀତଦାସମାନଙ୍କୁ ସେମାନେ ଗୁଲାମ ବୋଲି କହୁଥିଲେ । ସେତେବେଳେ ବାଗଦାଦ୍ରେ ଜଣେ ବଡ ସୌଦାଗର ଥା’ନ୍ତି ତାଙ୍କ ପାଖରେ ଅନେକ ଗୁଲାମ ଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ତାଙ୍କର ସେବାରେ ନିଯୁକ୍ତ ଥା’ନ୍ତି । ଜଣେ ସୌଦାଗରଙ୍କର ପାଦସେବା କରେ, କି ଦିନ କି ରାତି । ଦ୍ୱିତୀୟଟି ସୌଦାଗରଙ୍କ ପାଇଁ ଓ ତାଙ୍କ ପରିବାର ପାଇଁ ପାଣି କାଢୁଥାଏ । ସାରା ଦିନ ସେ ସେଇ କାମରେ ଥାଏ । ତୃତୀୟଟି ସୌଦାଗରଙ୍କର ନିତିଦିନର ଆବଶ୍ୟକ ଜିନିଷ ସବୁ ବଜାରରୁ କିଣି ଘରକୁ ବୋହି ନେଇ ଆସେ । ସେମାନେ ବିନା ବିଶ୍ରାମରେ ଖଟୁଥା’ନ୍ତି । ସେମାନଙ୍କୁ ଖାଇବାକୁ ଅନ୍ୟ ଗୁଲାମମାନଙ୍କ ପରି ଦୁଇବକ୍ତ ଖାଇବା ମିଳେ ତାହା ମଧ୍ୟ ପେଟ ପୁରିବାକୁ ଯଥେଷ୍ଟ ନୁହେଁ ।                 ସୌଦାଗରଙ୍କର ବିବାହ ପରେ ଅନେକ ବର୍ଷ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ହେଲା ନାହିଁ । ହଠାତ୍ ଗୋଟିଏ ପୁଅ ହେବା ଯୋଗୁଁ ସେ ଏତେ ଆନନ୍ଦ ହୋଇଗଲେ ଯେ ଭାବିଲେ କିଛି ଧର୍ମ କାର୍ଯ୍ୟ କରି ପୁଣ୍ୟ ଲାଭ କରିବେ । ଦିନେ ସେ ତାଙ୍କ ତିନି ଗୁଲାମଙ୍କୁ ପାଖକୁ ଡାକି କହିଲେ, “ତମେ ତିନିଜଣ ମୋର ବହୁତ କାମ କରିଛ ଓ ଉପକାର ମଧ୍ୟ କରିଛ । ତେବେ କାଲି ଯିଏ ସବୁଦିନଠାରୁ ବେଶି କାମ କରିବ ତାକୁ ମୁଁ ଏହି ଦାସତ୍...

କାହାଣୀ

🌸 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌸 😀 *ହାସ୍ୟରସ* 😀 ପ୍ରଫୁଲ୍ଲ ଜଣେ ଧନୀ ବ୍ୟକ୍ତି । କିନ୍ତୁ ସେ ଅନ୍ୟମାନଙ୍କ ହସ ଖୁସି ମୋଟେ ସହିପାରେ ନାହିଁ । ସମସ୍ତିଙ୍କୁ ବିଭିନ୍ନ ଉପାୟରେ କଷ୍ଟ ଦେବାରେ ତାର ଖୁସି; ତାହା ତାର ଗୋଟିଏ ବଦଭ୍ୟାସ । ତା’ର ସେହି ବଦଭ୍ୟାସ ଦେଖି ତାର ସ୍ତ୍ରୀ ଉର୍ମିଳା ବଡ ଦୁଃଖିତ ହୁଏ । ଏକଥା ଉର୍ମିଳାର ଭାଇ ଭୂଷଣ ଶୁଣିଲା । ସେ ଭିଣୋଇକୁ ଉଚିତ୍ ଶିକ୍ଷା ଦେବ ବୋଲି ମନେ ମନେ ଠିକ୍ କଲା । ଥରେ ସେ ପ୍ରଫୁଲ୍ଲର ଘରକୁ କିଛିଦିନ ପାଇଁ ଆସିଲା । ପ୍ରଫୁଲ୍ଲ ତାକୁ ଖୁବ୍ ଆଦର ଅଭ୍ୟର୍ଥନା କଲା । ଗଳ୍ପ କରୁ କରୁ ପ୍ରଫୁଲ୍ଲ ଭୂଷଣକୁ କହୁଥାଏ ସେ କିପରି ଅନ୍ୟମାନଙ୍କୁ ହଇରାଣ କରେ ।                 ପ୍ରଫୁଲ୍ଲର ସବୁକଥା ଶୁଣିବା ପରେ ଭୂଷଣ କହିଲା, “ତୁମେ ଯେଉଁ କଥା ସବୁ କହିଗଲ, ସେସବୁ ଶୁଣି ମୋତେ ତ କାହିଁ ଯମା ହସ ମାଡୁ ନାହିଁ । ବରଂ କୁହ ଦୁଃଖ ଲାଗୁଛି । ମାତ୍ର ମୁଁ ଏକଥା ବୁଝିପାରୁନାହିଁ ଯେ ଅନ୍ୟର କଷ୍ଟରେ ତୁମେ କାହିଁକି ବା ହସୁଛ?”                 ପ୍ରଫୁଲ୍ଲ କହିଲା “ହାସ୍ୟରସ ଏକ ରସ ଓ ଏକ କଳା । ଏହା ସମସ୍ତେ ବୁଝିପାରିବେ ନାହିଁ । କାଲି ସଭାକୁ ଆସ ଦେଖିବ ଏବେ ଯେଉଁ କଥା ସବୁ ତୁମକୁ କହିଲି ସଭାସଦ୍ମାନେ କିପରି ସେହିକଥା ଶୁଣି ହସି ହସି ଗଡିବେ ।”     ...

୨୪ ଅଗଷ୍ଟ ୨୦୨୦ କାହାଣୀ

🦚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🦚 ⚖️ *ନ୍ୟାୟ ବିଚାର* ⚖️ ହରିପୁର ଗ୍ରାମରେ ଜଣେ ବିଚାରପତି ଥିଲେ, ତାଙ୍କ ନାମ ଧର୍ମବୀର ଥିଲା । ସେ ଖୁବ୍ ବୁଦ୍ଧିମାନ ଥିଲେ ଓ ନ୍ୟାୟଶାସ୍ତ୍ର ଅଧ୍ୟୟନ କରିବାରେ ସେ ଅତ୍ୟନ୍ତ ନିପୁଣ ମଧ୍ୟ ଥିଲେ, ତେଣୁ ରାଜା ତାଙ୍କୁ ସେହି ଅଂଚଳର ବିଚାରପତି ଭାବରେ ନିଯୁକ୍ତି କରିଥିଲେ । ସମଗ୍ର ଅଂଚଳର ଲୋକେ ଜାଣିଥିଲେ ଯେ ନ୍ୟାୟ ନିର୍ଣ୍ଣୟ କରିବା ପାଇଁ ଧର୍ମବୀରଙ୍କ ପରି ଆଉ କେହି ବି ନଥିଲେ । ସେ ଯାହା ନ୍ୟାୟ ଦିଅନ୍ତି ତାହା ଦୁଇପକ୍ଷ ଖୁସିରେ ମାନି ନିଅନ୍ତି । ଏକଥା ଯାଇ ରାଜାଙ୍କ କାନରେ ପଡିଲା ଯେ ଧର୍ମବୀର ବିଚାର କରିବାରେ ଅଦ୍ୱିତୀୟ । ରାଜା ଖୁସି ହୋଇ ଭାବିଲେ ଯେ ଥରେ ତାଙ୍କ ଦରବାରରେ ଧର୍ମବୀରଙ୍କୁ ସମ୍ମାନିତ କରାଯିବ ଓ ତାଙ୍କୁ କିଛି ପୁରସ୍କାର ମଧ୍ୟ ଦିଆଯିବ ।  ଧର୍ମବୀରଙ୍କୁ ଏ କଥାର ସୂଚନା ଦିଆଗଲା । କିନ୍ତୁ ଧର୍ମବୀରଙ୍କୁ ଏକଥା ବଡ ଅଡୁଆ ଲାଗୁଥାଏ । ତଥାପି ମଧ୍ୟ ରାଜାଙ୍କ ଆଦେଶ ବୋଲି କଥା ଟାଳି ନ ପାରି ରାଜଧାନୀ ଆଡକୁ ସେ ଚାଲିଲେ । ରାସ୍ତାରେ ରାମ ସହିତ ତାଙ୍କର ଦେଖା ହେଲା । ସେ ମଧ୍ୟ ହରିପୁରର ଜଣେ ବାସିନ୍ଦା । ତା’ର ଜମିବାଡିର ମାମଲା କଥା ଧର୍ମବୀର ଜାଣିଥିଲେ । କଥା କ’ଣ କି ସେହ ଗାଁରେ ରାମ ଜଣେ ସାଧାରଣ ଚାଷୀ ଥିଲା । ମହେଶ ନାମକ ଜଣେ ଧନୀ ଚାଷୀ ତା’ ଉପରେ ନାନା ପ୍ରକାର ମିଥ୍ୟା ଦୋଷାରୋପ କରି ତା’ଠାରୁ ଟଙ୍କା ଆଦାୟ କରିବାକୁ ଚାହୁଁଥିଲା । ରାମ...

୨୩ ଅଗଷ୍ଟ ୨୦୨୦ କାହାଣୀ

🌷 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌷 🎈 *ମଣିଷ ସ୍ୱଭାବ* 🎈 ଗୋବର୍ଦ୍ଧନ ପୁରରେ ଗୋପାଳ ନାମକ ଜଣେ ବ୍ୟକ୍ତି ଥା’ନ୍ତି । ସେ ତାଙ୍କ ପିଲାଟିଦିନରୁ ଅତି ସରଳ ଭଦ୍ର ଓ ଉପକାରୀ ଥିଲେ । ସେ କାହାକୁ ଉତ୍ସାହ ଦିଅନ୍ତି ତ, କାହାକୁ ସେବା କରନ୍ତି, କିମ୍ବା ଧନ ସାହାଯ୍ୟ ଦିଅନ୍ତି । ତେଣୁ ସାରା ଗ୍ରାମରେ ତାଙ୍କୁ ସମସ୍ତେ ଦେବତା ବୋଲି ପୂଜା କରନ୍ତି ।                 ଯାହାର ଯାହା ଦରକାର ସେ ଗୋପାଳଙ୍କ ପାଖକୁ ଧାଇଁଲା । ସେମାନେ ପୁଣି କହନ୍ତି, “ତୁମ ଭରସାରେ ତ ଆମେ ଏଠାକୁ ଆସିଛୁ । ତୁମେ ‘ନା’ କରିଦେଲେ, ଘରକୁ ଫେରିଯିବୁ । ଆଉ କାହା ପାଖକୁ ଯିବୁ?”                 ଆଉ କେତେକ ଲୋକ ତାଙ୍କଠାରୁ ସବୁ ପ୍ରକାର ସାହାଯ୍ୟ ନେବା ପରେ, ତାଙ୍କ ପଛରେ ବହୁ ପ୍ରକାର ସମାଲୋଚନା କରନ୍ତି, ଇର୍ଷ୍ୟାରେ ଜଳିଯା’ନ୍ତି । କେହିକେହି ଏପରି କହନ୍ତି, “ଏହି ଗୋପାଳ ପାଖରେ ବହୁତ ପଇସା ଅଛି । ନିଜ ପାଇଁ ଖର୍ଚ୍ଚ ନକରି ନାମ, ପ୍ରତିଷ୍ଟା ବଢାଇବା ପାଇଁ ଅଳ୍ପ କିଛି କାହାକୁ ଦେଉଛି । ସେ ଯଦି ବେଶି ଧନ ଦିଅନ୍ତା ତେବେ ଗରିବ ହୋଇ ଯାନ୍ତା ନାହିଁ, ଅଥଚ ଆହୁରି ବହୁତ ଲୋକ ସାହାଯ୍ୟ ପାଇ ପାରନ୍ତେ ।”                 ଏତେ କିଛି କରିବା ପରେ ଏପରି କଥା ଶୁଣି ସେ ବଡ ଦୁଃଖୀ ହେଲେ ...

୨୨ ଅଗଷ୍ଟ ୨୦୨୦ କାହାଣୀ

🌻 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌻 ♦️ *ଶଙ୍କରର ବୈରାଗ୍ୟ* ♦️ ଗାର୍ହ୍ୟସ୍ଥ୍ୟ ଜୀବନରେ ବହୁତ ବିରକ୍ତ ହୋଇ ମା’ଙ୍କୁ ଓ ସ୍ତ୍ରୀକୁ ଛାଡି ଶଙ୍କର ଦେଶ ପର୍ଯ୍ୟଟନରେ ବାହାରିଗଲା । ବୁଲୁ ବୁଲୁ ସେ ସକଲପୁର ନାମକ ଏକ ଗ୍ରାମରେ ଯାଇ ପହଁଚିଲା । ସେ ଗ୍ରାମଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ, ସୁନ୍ଦର ଛୋଟ ପାହାଡଟିଏ, ତା’ପାଖରେ ନଈଟିଏ ବୋହିଯାଉଛି । ଚାରିପଟରେ ସବୁଜ ଗଛ ଲତା । ବାତାବରଣଟି ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ । ଶଙ୍କରକୁ ସେହି ସ୍ଥାନଟି ଖୁବ୍ ଭଲ ଲାଗିଲା । ଗ୍ରାମର ଉପାନ୍ତରେ ବିଦ୍ୟାନନ୍ଦ ନାମକ ଜଣେ ସାଧୁଙ୍କର ଆଶ୍ରମ । ଶଙ୍କର ତାଙ୍କୁ ଦର୍ଶନ କରିବାକୁ ଆଶ୍ରମକୁ ଗଲା । ବିଦ୍ୟାନନ୍ଦସ୍ୱାମୀ ତାକୁ ଦେଖିବାମାତ୍ରେ ଅତି ସ୍ନେହରେ ପଚାରିଲେ, “କୁହ ପୁତ୍ର, ତୁମର କ’ଣ ଦରକାର?” ଶଙ୍କର କହିଲା “ଆପଣ ମୋତେ ଆପଣଙ୍କର ଶିଷ୍ୟ ଭାବେ ଗ୍ରହଣ କରନ୍ତୁ । ଆପଣଙ୍କ ସେବା କରି ମୁଁ ଏହିଠାରେହିଁ ରହିବି ।” ସାଧୁ ଶଙ୍କରକୁ ତୀକ୍ଷ୍ନଦୃଷ୍ଟିରେ ଚାହିଁ କହିଲେ, “ବିଦ୍ୟାଶିକ୍ଷା ପାଇଁ ଯେଉଁ ବ୍ରହ୍ମଚାରୀମାନେ ଆସନ୍ତି, ମୁଁ ସେମାନଙ୍କୁ ନିଜର ଶିଷ୍ୟ ରୂପେ ଗ୍ରହଣ କରେ । କିନ୍ତୁ ତୁମେ ତ ଆଉ ବିଦ୍ୟାଶିକ୍ଷା ପାଇଁ ଆସି ନାହଁ, ମନେହେଉଛି ତୁମେ ବ୍ରହ୍ମଚାରୀ ମଧ୍ୟ ନୁହଁ ।” ତାଙ୍କ କଥା ଶୁଣି ଶଙ୍କର ବିନୟପୂର୍ବକ କହିଲା, “ଆଜ୍ଞା, ଆପଣ ତ ସର୍ବଜ୍ଞ, ମୁଁ ଆଉ କ’ଣ ଆପଣଙ୍କ ପାଖରେ ସତ୍ୟକୁ ଲୁଚାଇ ପାରିବି? ଆପଣ ଯାହା...

୨୦ ଅଗଷ୍ଟ ୨୦୨୦ କାହାଣୀ

🌺 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌺  🍁 *ନ୍ୟାୟ ନିର୍ଣ୍ଣୟ* 🍁 ପୂର୍ବକାଳର କଥା । କାଶ୍ମୀରର ରାଜା ସୁକେତନ ଥିଲେ; ଶ୍ରୀନଗର ସେହି ରାଜ୍ୟର ରାଜଧାନୀ ଥିଲା । ସେହି ରାଜ୍ୟର ଅନ୍ୟ ଏକ ନଗରୀରେ ଜଣେ ନ୍ୟାୟାଧିକାରୀ ଥିଲେ । ସେ ନ୍ୟାୟ ନିର୍ଣ୍ଣୟ କରିବାରେ ଖୁବ୍ ଦକ୍ଷ ଥିଲେ । ଅଳ୍ପ ସମୟ ମଧ୍ୟରେ ତାଙ୍କର ସୁଖ୍ୟାତି ଚାରି ଆଡେ ବ୍ୟାପିଗଲା । ଦେଶବିଦେଶରେ ମଧ୍ୟ ସମସ୍ତେ ତାଙ୍କର ନ୍ୟାୟ ନିର୍ଣ୍ଣୟ ବିଷୟରେ ପ୍ରଶଂସାରେ ଶତମୁଖ । ଦିନେ ରାଜା ଭାବିଲେ କି ଥରେ ଯାଇ ଏହାର ସତ୍ୟତା ବୁଝି ଆସିବେ ।                 ରାଜା ଜଣେ ସାଧାରଣ ନାଗରିକର ପୋଷାକ ପିନ୍ଧି ସେହି ନଗରକୁ ଗଲେ । ସେଠାରେ ପହଁଚି ସେ ନଗରର ଦ୍ୱାର ଟପି ଭିତରକୁ ପଶିଲେ । ସେତେବେଳେ ଜଣେ ଭିଖାରୀ ତାଙ୍କ ପାଖକୁ ଆସି କିଛି ପଇସା ମାଗିଲା । ରାଜା ଘୋଡା ଉପରେ ଥାଇ ତା’ ହାତରେ କିଛି ରେଜା ପଇସା ଦେଇ ଆଗେଇବାକୁ ଲାଗିଲେ । କିନ୍ତୁ ଭିଖାରୀଟି କୌଣସିମତେ ରାଜାଙ୍କୁ ଛାଡିଲା ନାହିଁ । ପୁଣି କହିଲା, “ଭିକ ଦିଅ”                 ରାଜା ପଚାରିଲେ “ଭିଖ ତ ଦେଲି; ପୁଣି କ’ଣ?”                 ଭିଖାରୀ କହିଲା “ମହାଶୟ, ଆଜି ହାଟପାଳି । ମୁଁ ଜନ୍ମରୁ ଛୋଟା, କଷ୍ଟ କରି ଚାଲେ; ହାଟ ପର୍ଯ୍ୟନ୍ତ ଯି...

ଅନୁଚିନ୍ତା

_*🎪🛕ଆଜିର ଅନୁଚିନ୍ତା🛕🎪*_ *🍁🍁🍁🍁🍁🍁🍁🍁🍁🍁* *➡️ମାନୁଛି କ୍ଷମା ମଣିଷର ବଡପଣିଆ କିନ୍ତୁ ଏତେ ବି କ୍ଷମା ଦିଅ ନାହିଁ ଯେ ଭୁଲ୍ କରିବା ଲୋକ ନିଜ ସୀମା ଟପିଯିବ --- ।*  *➡️ଯଦି ଜୀବନରେ କାହାପାଇଁ କିଛି ଭଲ କରିଛନ୍ତି ତାହା କେବେ ବ୍ଯର୍ଥ ଯିବନାହିଁ,ଯାହା ପାଇଁ କରିଛନ୍ତି  ସିଏ ହୁଏତ ଭୁଲି ଯାଇପାରେ କିନ୍ତୁ ଈଶ୍ବର ନୁହଁନ୍ତି,କେଉଁ ରାସ୍ତାରେ କାହା ମାଧ୍ୟମରେ ଆପଣଙ୍କ ଭଲ କର୍ମର ମୂଲ୍ୟ ଆପଣଙ୍କୁ ଫେରାଇବେ ।*                                                                                 *➡️ସମ୍ପର୍କ କେବେ ଆପେ ଆପେ ଛିଣ୍ଡି ନ ଥାଏ----ଅହଙ୍କାର,ଅଜ୍ଞାନ ଓ  ସ୍ବାର୍ଥ ହିଁ ଏହାର କାରଣ ହୋଇଥାଏ ।*  *➡️ଭୁଲି ହୁଏନା  - ସ୍ମୃତି       ,ବାନ୍ଧି ହୁଏନା  - ସମୟ   ,      ଜାଣି ହୁଏନା  - ଭବିଷ୍ୟତ    ,         ଚିହ୍ନି ହୁଏନା  -  ମଣିଷ   ,      ...

୧୮ ଅଗଷ୍ଟ ୨୦୨୦ କାହାଣୀ

🌷 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌷 💥 *ଉଗ୍ରସେନଙ୍କ ଜଡିବୁଟି* 💥 ପୂର୍ବକାଳରେ ଚନ୍ଦନପୁର ନାମକ ଏକ ବଡ ଗ୍ରାମରେ ଉଗ୍ରସେନ ନାମକ ବଡ ବୀର ରହୁଥିଲେ । ତାଙ୍କ ସହିତ ତରବାରୀ ଚାଳନାରେ ସମକକ୍ଷ ଆଉ କେହିବି ଯୋଦ୍ଧା ନଥିଲେ । କେତେ ବୀର ତାଙ୍କ ସହ ଲଢିଛନ୍ତି, କିନ୍ତୁ ଶେଷରେ ସେମାନେ ହାରିଯାଇଛନ୍ତି ।                 ସେହି ଗ୍ରାମରେ ମହାନନ୍ଦ ନାମକ ଜଣେ ଯୁବକ ଥିଲେ । ତାଙ୍କର ପିଲା ଦିନଠାରୁ ତରବାରୀ ଚାଳନାରେ ସର୍ବୋତ୍ତମ ଦକ୍ଷ ବ୍ୟକ୍ତି ହେବାପାଇଁ ଅଭିପ୍ସା ଥିଲା । ସେ ଅନେକ ଗୁରୁଙ୍କ ପାଖରୁ ବିଭିନ୍ନ ପ୍ରକାରର ତରବାରୀ ଚାଳନା ଓ ତାହାର ସୂକ୍ଷ୍ମ କୌଶଳମାନ ଶିଖିବାକୁ ଲାଗିଲେ । ତଥାପି ମଧ୍ୟ ସେ କୌଣସି ବୀରଙ୍କୁ ହରାଇ ପାରି ନଥିଲେ । ସର୍ବଦା ନିଜେହିଁ ହାରିଯାଉଥିଲେ ।                 ଏଭଳି ପରିସ୍ଥିତିରେ ଜଣେ ବୈରାଗୀ ତାଙ୍କୁ କହିଲେ, “ମୋତେ ଯିଏ ପେଟ ପୁରାଇ ଖୁଆଇବ ମୁଁ ସନ୍ତୁଷ୍ଟ ହେଲେ ତାହାର ଯେ କୌଣସି ଇଚ୍ଛାକୁ ନିଶ୍ଚୟ ମୁଁ ପୂର୍ଣ୍ଣ କରିବି । ତାଙ୍କର ଏହି କଥାକୁ କେହିବି ଆଦୌ ଧ୍ୟାନ ଦେଲେ ନାହିଁ । କିନ୍ତୁ ମହାନନ୍ଦ କହିଲେ, “ଆପଣଙ୍କୁ ପେଟଭରା ନଖୋଇଲେ କ’ଣ ମଣିଷର ଇଚ୍ଛା ପୂର୍ଣ୍ଣ ହେବନାହିଁ?”                 ତା’ର ଏକଥା ଶୁଣି ବୈ...

୧୬ ଅଗଷ୍ଟ ୨୦୨୦ କାହାଣୀ

💚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 💚 🥶 *ବୋତଲ ଭୂତ* 🥶 ଅନସୂୟାର ବିବାହ ପରେ ଶାଶୁଘରେ ଆସି ସେ ଦେଖିଲା ତା’ଜେଜେଶାଶୁ ବଡ ରାଗି । ସ୍ୱାମୀ ସୁଦାମ ବଡ ଶାନ୍ତସ୍ୱଭାବର ପିଲା । କିନ୍ତୁ ତା’ର ଜେଜେମା ବଡ ବଦରାଗୀ । ଘରର ସମସ୍ତ କାର୍ଯ୍ୟ ନୂଆ ବୋହୁ ଉପରେ ସେ ଲଦି ଦିଅନ୍ତି । କାମ କରି ନପାରିଲେ ଯାଚ୍ଛାତା ଗାଳି ଦିଅନ୍ତି । ଅନସୂୟା ବସି କାନ୍ଦେ । କାହାକୁ କିଛି ସେ କୁହେ ନାହିଁ । ସୁଦାମର ପିଲାଦିନୁ ବାପାମା’ ମରିଯାଇଥିବାରୁ ଜେଜେମା ତାକୁ ପାଳି ପୋଷି ମଣିଷ କରିଛନ୍ତି । ତେଣୁ ତାଙ୍କ କଥା ଉପରେ କଥା କହିବାକୁ ସେ ଆଦୌ ସାହସ କରେ ନାହିଁ । ସେଥିପାଇଁ ବୋହୁଟି ବିଚାରୀ ଅତ୍ୟାଚାରିତା ହୋଇଥାଏ ।                 ଦିନେ କଷ୍ଟ ଅସହ୍ୟ ହେବାରୁ ସେ ରାତିରେ ଜଙ୍ଗଲକୁ ଆତ୍ମହତ୍ୟା କରିବା ପାଇଁ ଗଲା । ସେତେବେଳେ ଜଣେ ତାନ୍ତ୍ରିକ ଭୂତମାନଙ୍କୁ ଖୋଜି ବୁଲୁଥାନ୍ତି । ସେ ଅନସୂୟା ସହିତ କଥାବାର୍ତ୍ତା କରି ସବୁ ଶୁଣିଲେ ।                 ଅନସୂୟା କହିଲା, “ମୁଁ ଆଉ ବଂଚିବାକୁ ଚାହେଁ ନାହିଁ । କିନ୍ତୁ ସହଜରେ କିପରି ମରିବି ମୋତେ ତାହା କହିଦିଅ ।”                 ତାନ୍ତ୍ରିକ ତାକୁ ଗୋଟିଏ ବୋତଲ ଦେଇ କହିଲେ, “ଝିଅ, ଆତ୍ମହତ୍ୟା କରି ମରିବା ବଡ ପାପ । ତୁ ଏ...

୧୫ ଅଗଷ୍ଟ ୨୦୨୦ କାହାଣୀ

🦚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🦚 ♦️ *ଶ୍ରମଚୋର* ♦️ ମଣିରାମ ଗୁପ୍ତା ନାମରେ ଜଣେ ବ୍ୟବସାୟୀ ମଧୁର ନଗରୀରେ ଥା’ନ୍ତି । ତାଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ଅନେକ ଲୋକ ଚାକିରୀ କରିଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ବସି ବସି ଗପ କରି ଅଯଥାରେ ସମୟ କଟାନ୍ତି । ନିଜର ଦାଇତ୍ତ୍ଵରେ ଥିବା କାମ ଭଲ ଭାବରେ କରିପାରନ୍ତି ନାହିଁ । ମଣିଗୁପ୍ତ ମଝିରେ ମଝିରେ ସେମାନଙ୍କ ଉପରେ ରାଗନ୍ତି । ସେମାନଙ୍କ ମଧ୍ୟରେ ଜଣେ ଥା’ନ୍ତି ତାଙ୍କ ନାମ ଦିଲ୍ଲୀପ । ସେ ଶିକ୍ଷିତ ଓ ଭଦ୍ର ଯେଉଁମାନେ ଅଳସୁଆ ହୋଇ କାମ ପକାଇ ରଖନ୍ତି ତାଙ୍କ କାମ ସେ ନୀରବରେ କରିଦିଅନ୍ତି । ତେଣୁ ଅନ୍ୟମାନେ ଅଧିକ ସମୟ ନଷ୍ଟ କରିବାକୁ ପ୍ରଶ୍ରୟ ପାଆନ୍ତି ।                 ଦିନେ ମଣିଗୁପ୍ତ ସମସ୍ତ କର୍ମଚାରୀଙ୍କୁ ଡାକି କହିଲେ, “ଏଥର ଯେଉଁମାନେ ଅଳସୁଆ ବୋଲି ପ୍ରମାଣିତ ହେବେ ତାଙ୍କୁ ଦଣ୍ଡ ଦିଆଯିବ । ମୁଁ ନିଜେ ଆସି ଏ ବିଷୟରେ ନିର୍ଣ୍ଣୟ କରିବି ।” ମଣିରାମଙ୍କ ଚେତାବନୀ ଯୋଗୁଁ ଅନେକ କର୍ମଚାରୀ ନିଜ ନିଜ କାମ ବଡ ତତ୍ପରତାର ସହିତ କଲେ । କିନ୍ତୁ ଅତ୍ୟନ୍ତ ଅଳସୁଆ କେତେଜଣ ତଥାପି ମଧ୍ୟ ଗପ କରି ସମୟ ବିତାଇଲେ । ଦିଲ୍ଲୀପ ସେମାନଙ୍କ କାମ କରିଦିଅନ୍ତି । କିଛିଦିନ ପରେ ମଣିରାମ ପୁଣି କାମ ଦେଖିବାକୁ ଆସି ସମସ୍ତ କର୍ମଚାରୀଙ୍କୁ ଏକାଠି କରି କହିଲେ, “ମୁଁ ଯାହା ଦେଖୁଛି ଶ୍ରମଚୋର ହେଉଛନ୍ତି ଦିଲ୍ଲୀପ...

୧୪ ଅଗଷ୍ଟ ୨୦୨୦ କାହାଣୀ

_*💖ଗପ ଟିଏ...🌙ଜହ୍ନ ମାମୁଁ ପୃଷ୍ଠାରୁ 💖*_            _*💥 ଦସ୍ୟୁ ରାଜକୁମାର 💥*_       *ସେନାପତି ବୀରସିଂହ ସୁମେଧ ରାଜ୍ୟ ମାଡି ବସିଛି । ପ୍ରଜାବତ୍ସଳ ରାଜା ଶାନ୍ତିଦେବଙ୍କର କ’ଣ ହେଲା, ସେକଥା କେହି ବି ଜାଣନ୍ତି ନାହିଁ । ବସନ୍ତ ନାମକ ଜଣେ ଯୁବକ ରାଜାଙ୍କ ପାଖରେ ସେ ପ୍ରଶ୍ନ ଉଠାଇବା ମାତ୍ରେ ସେ ବନ୍ଦୀ ହେଲା । ବୃଦ୍ଧ ମନ୍ତ୍ରୀ ବୀରସିଂହକୁ ରାଜା ବୋଲି ସ୍ୱୀକାର କରିବାକୁ ଅନିଚ୍ଛୁକ ହେବାରୁ ବୀରସିଂହ ତାକୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କଲା, କିନ୍ତୁ ଜଣେ ରହସ୍ୟମୟ ବ୍ୟକ୍ତି ପହଁଚିଯାଇ ମନ୍ତ୍ରୀଙ୍କୁ ରକ୍ଷା କଲେ । ତା’ପରେ…*       *କଟୁଆଳ ଅଣନିଃଶ୍ୱାସୀ ହୋଇ ବୀରସିଂହ ଆଗରେ ପହଁଚି କହିଲା “ମହାରାଜ! ଗୋଟାଏ ଅଦ୍ଭୁତ ଘଟଣା ଘଟିଗଲା ।”*       *ସେତେବେଳେ ତ ପ୍ରଭାତ । ସତ ରାଜା ଶାନ୍ତିଦେବଙ୍କ ଠାଣି ଅନୁକରଣ କରି ବୀରସିଂହ ରାଜପ୍ରସାଦ-ସଂଲଗ୍ନ ଉଦ୍ୟାନରେ ପଦଚାରଣ କରୁଥାଏ । ଅବଶ୍ୟ ସେ ଯେ ଶାନ୍ତିଦେବଙ୍କ ଭଳି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲା, ସେକଥା କହି ହେବନାହିଁ । କାରଣ ଶାନ୍ତିଦେବଙ୍କ ମନ ତ ସର୍ବଦା ନିର୍ମଳ ଥାଏ । ତେଣୁ ସେ ପ୍ରାକୃତିକ ଦୃଶ୍ୟ ଦେଖି ମୁଗ୍ଧ ହେଉଥାନ୍ତି । ମାତ୍ର ବୀରସିଂହ ମନରେ ସଦା ସର୍ବଦା ଭୟ ଭରି ରହିଥାଏ । ପ୍ରକୃତିକୁ ଟିକେ ଭଲ ପାଇବା ତ ଦୂରର କଥା, ନିଜ ସ୍ୱାର୍ଥ ଛଡା ସ...

୧୩ ଅଗଷ୍ଟ ୨୦୨୦ କାହାଣୀ

*ଗପଟିଏ...🌙ଜହ୍ନମାମୁଁ ପୃଷ୍ଠା ରୁ* 🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥          *☀️ରାକ୍ଷସର ଦାନ☀️* ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ବି ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ହେ ରାଜନ୍, ମୁଁ ତୁମକୁ ବୁଝାଇ ବୁଝାଇ ଥକି ଗଲିଣି, ହେଲେ ତମେ ତ କାହିଁ ମୋଟେ ଥକି ଯାଉ ନାହଁ । ମନେ ହେଉଛି ଯଦି ଭଗବାନ୍ ମଧ୍ୟ ତୁମ ସମ୍ମୁଖରେ ପ୍ରତ୍ୟକ୍ଷ ହୋଇଯିବେ, ତେବେବି ତୁମେ ତାଙ୍କୁ କୌଣସି ବର ମାଗିବ ନାହିଁ । ନିଜ ଲକ୍ଷ୍ୟପ୍ରାପ୍ତି ପାଇଁ ଲାଗି ରହିବ । କିନ୍ତୁ ଆଉ କେତେଦିନ ପର୍ଯ୍ୟନ୍ତ ଏପରି ଚାଲିବ? କେବେ ମଧ୍ୟ ତୁମେ ନିଜ ଲକ୍ଷ୍ୟ ପ୍ରାପ୍ତି କରିବାରେ ସଫଳ ହୋଇ ନାହିଁ? ନାନାପ୍ରକାର କଷ୍ଟ ସହୁଛ, ଅଥଚ ଜିଦି ଛାଡୁ ନାହଁ । ମଣିଷ ଫଳ ପାଇଁ ପରିଶ୍ରମ କରେ । ଯଦି ସେଥି...

୧୭ ଅଗଷ୍ଟ ୨୦୨୦ କାହାଣୀ

🌻 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌻 🍀 *ଯୁବରାଜଙ୍କ ବୁଦ୍ଧି* 🍀 ଅରୁଣଗିରିର ରାଜା ପ୍ରତାପସେନ ହଠାତ୍ ଅସୁସ୍ଥ ହୋଇ ପଡିଲେ । ରାଜକାର୍ଯ୍ୟରେ ବାଧା ହେଲା । ରାଜା ଯୁବରାଜ କୀର୍ତିସେନ୍ଙ୍କୁ ଦାଇତ୍ତ୍ଵ ତୁଲାଇବାକୁ ନିର୍ଦ୍ଧେଶ ଦେଲେ ।                 ପ୍ରାୟ ଛଅମାସ ପରେ ରାଜା ଯେତେବେଳେ ପୁଣି କାର୍ଯ୍ୟଭାର ଗ୍ରହଣ କଲେ, ଦେଖିଲେ ତାଙ୍କ ଅସୁସ୍ଥତା ବେଳେ ରାଜକାର୍ଯ୍ୟରେ ମୋଟେ କିଛି ବ୍ୟାଘାତ ଘଟିନାହିଁ । ସବୁ ସୁରୁଖୁରୁରେ ହୋଇଛି । ରାଜା ଯୁବରାଜ କୀର୍ତିସେନଙ୍କ ଉପରେ ଭାରି ଖୁସି ହେଲେ । ସେତିକିବେଳେ ମନ୍ତ୍ରୀ ବିଷ୍ଣୁଦାସଙ୍କର ହଠାତ୍ ପରଲୋକ ହୋଇଗଲା । ରାଜା ବଡ ବ୍ୟଥିତ ହେଲେ । ଦିନେ ସେ ତାଙ୍କ ପୁଅକୁ କହିଲେ, “ବିଷ୍ଣୁଦାସଙ୍କ ପୁଅ କୁମରଦାସ ଖୁବ୍ ବୁଦ୍ଧିମାନ ଓ ନମ୍ର । ତାକୁ ମୁଁ ମନ୍ତ୍ରୀପଦରେ ବସାଉଛି ।” ଯୁବରାଜ କହିଲେ “ପିତା! ଆପଣ ମନ୍ତ୍ରୀ ନିର୍ବାଚନ ଦାଇତ୍ତ୍ଵ ମୋ ଉପରେ ଛାଡିଦେଲେ ଖୁବ୍ ଭଲ ହୁଅନ୍ତା ।” ରାଜା ଭାବିଲେ, ପୁଅ ଯେତେହେଲେ ସୁରୁଖୁରୁରେ ରାଜକାର୍ଯ୍ୟ ଚଳାଇଛି ହଠାତ୍ ତା’ କଥା ନ ରଖିଲେ ସେ ମନ ଖରାପ କରିପାରେ । ଦ୍ୱିତୀୟତଃ ତାଙ୍କ ଅନ୍ତେ ପୁଅହିଁ ରାଜା ହେବ । ତେଣୁ ନିଜ ମନ୍ତ୍ରୀ ସେ ନିଜେ ମନୋନୟନ କରିବା ଉଚିତ୍ । ରାଜା କହିଲେ “ହଉ । କିନ୍ତୁ ତୁ କିଭଳି ପଦ୍ଧତିରେ ମନ୍ତ୍ରୀ ନିର୍ବାଚନ କରିବୁ, ମୁଁ ତାହା ଦେଖିବି ।” ମନ...

୧୧ ଅଗଷ୍ଟ ୨୦୨୦ କାହାଣୀ

🌻 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌻 🍁 *ପରୋପକାରୀ* 🍁 ଦିନେ ସୁକାନ୍ତ ତାଙ୍କ କ୍ଷେତରେ ଫଳିଥିବା କଖାରୁ ସବୁ ବଳଦ ଗାଡିରେ ଲଦି ସହରକୁ ବିକ୍ରି କରିବାକୁ ଗଲେ; ବିକ୍ରିକରି ଘରକୁ ଫେରୁଥାନ୍ତି । ଦେଖିଲେ ରାସ୍ତାରେ ବଡ ପଥରଟାଏ ପଡିଛି । ତାକୁ ନ ଘୁଂଚାଇଲେ ତ ଗାଡି ଯିବ ନାହିଁ । ଏକୁଟିଆ ସେ ନିଜେ ମଧ୍ୟ ପଥରକୁ ଉଠାଇ ପାରିବେ ନାହିଁ । ସେ ଅସହାୟ ଭାବରେ ଏପଟେ ସେପଟେ ଚାହିଁ ଦେଖିଲେ ଅନତିଦୂରରେ ଜଣେ ମଣିଷ ପଥର ଉପରେ ଶୋଇଛି ।                 ସେ ଯାଇ ତାକୁ ଉଠାଇଲେ ଓ ଉଠାଇବାର କାରଣ କହିଲେ । ଏହାପରେ ସେ ଦୁହେଁ ଧରାଧରି କରି ପଥରଟି ଘୁଂଚାଇ ଦେଲେ । ତା’ପରେ ସୁକାନ୍ତ ପଥର ରଖିଥିବା ଲୋକକୁ ନ ଜାଣିଥିଲେ ମଧ୍ୟ ଗାଳି ଦେଲେ ଏବଂ ପଥର ଉଠାଇଥିବା ଲୋକଙ୍କୁ ଖୁବ୍ ପ୍ରଶଂସା କଲେ । ତା’ପରେ ସେ ପଚାରିଲେ, “ବାବୁ ତମେ କୁଆଡେ ଯିବ?” ସେ କହିଲା, “ମୁଁ ରାମପୁର ଯିବି ।” ସୁକାନ୍ତ କହିଲେ, “ଆଚ୍ଛା ତାହେଲେ ତମେ ଆସି ମୋ ଗାଡିରେ ବସି ପଡ, ମୁଁ ବି ରାମପୁର ଯିବି, ତୁମ ଗାଁ ପଡିଲେ ମୁଁ ତୁମକୁ ସେଠାରେ ଓହ୍ଲାଇ ଦେଇ ଯିବି ।” ଗାଡି ରାମପୁରରେ ପହଁଚିବା ମାତ୍ରେ, ଲୋକଟି ଗାଡିରୁ ଓହ୍ଲାଇ କହିଲା, “ମଝିରାସ୍ତାରେ ମୁହିଁ ପଥର ରଖିଥିଲି, ମୋ ଉପରେ ରାଗିବେ ନାହିଁ ।” ସୁକାନ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ, “ପଥର ତୁମେ ରଖିଥିଲ? ମୁଁ କିପରି ଜାଣନ୍ତି? ନଜାଣି କେତେ ଗ...

୧୦ ଅଗଷ୍ଟ ୨୦୨୦ କାହାଣୀ

💐 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 💐 ⚛️ *ତାନ୍ତ୍ରିକ* ⚛️ ରାଜଗଡର ରାଜକୁମାରୀ ରୂପମତୀ ଥିଲେ । ସେ ନିଜର ନାମକୁ ସାର୍ଥକ କରିଛନ୍ତି; ସେ ଦେଖିବାକୁ ଅତ୍ୟନ୍ତ ରୂପବତୀ । କିନ୍ତୁ ଏକମାତ୍ର କନ୍ୟା ବୋଲି ଶିଶୁକାଳରୁ ଅତିବେଶି ଆଦର ପାଇ ସେ ନଷ୍ଟ ହୋଇଛନ୍ତି । ଅତି ଯିଦ୍ଖୋର, ହଠାତ୍ କିଛି ଅବାନ୍ତର କଥା ମନରେ ଆସିଲା ତ ସେ ତାହା ନକରି କେବେବି ଛାଡିବେ ନାହିଁ । ସଖୀଗଣଙ୍କ ମଧ୍ୟରେ ବିମଳା ଥିଲା ତାଙ୍କର ଅତି ପ୍ରିୟ ଓ ଘନିଷ୍ଠ । କାହାକୁ କିଛି ନକହି ହଠାତ୍ ବିମଳାକୁ ନେଇ ସେ ଜଙ୍ଗଲକୁ ବୁଲିଯା’ନ୍ତି ।                 ଦିନେ ଜଙ୍ଗଲରେ ବୁଲୁବୁଲୁ ଦୂରରେ ଥିବା ଏକ ଭଗ୍ନଦୁର୍ଗ ତାଙ୍କର ଦୃଷ୍ଟିଗୋଚର ହେଲା । ସେ ବିମଳାକୁ କହିଲେ, “ମୁଁ ଥରେ ସେହି ଦୁର୍ଗକୁ ଯାଇ ଦେଖିବି ଯେ ସେଠାରେ କ’ଣ ଅଛି । ତୁ ମୋ ସାଙ୍ଗରେ ଚାଲ୍ ।”                 ତାଙ୍କର ଏହି ଅଜବ ଯିଦ୍ ଶୁଣି ବିମଳା କହିଲା, “ରାଜକୁମାରୀ, ଏସବୁ ବାଜେ ଯିଦି ଛାଡି ଦିଅ । ଭଙ୍ଗାରୁଜା ଦୁର୍ଗରେ ତାନ୍ତ୍ରିକ ଅଥବା ଭୂତ ଛଡା ଆଉ କେହିବି ରହନ୍ତି ନାହିଁ ।”                 ଏକଥା ଶୁଣି ରୂପମତୀ କହିଲେ “ତୋ ପରି ଡରୁଆ ଏ ଜଗତରେ ଆଉ କେହି ମଧ୍ୟ ନାହିଁ । ତୁ ନଗଲେ ମଧ୍ୟ ମୁଁ ଦିନେ ନା ଦିନେ ଅବଶ୍ୟ ତା...