Posts

10-02-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର କାହାଣୀ_👈               _*👉" ଦୁଇଟି ସର୍ତ୍ତ "👈*_ *ତାରିଖ : ୧୦/୦୨/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘  ସନ୍ଧ୍ୟା ସମୟ । ସେ ଦିନ ଗ୍ରାଣ୍ଡ ମଲରୁ ବାହାରି ମୋ ରୋଲ୍‌ସ୍ ଗାଡ଼ି ପାଖକୁ ଆସୁଥିଲି । କଳା ମେଘ ଆକାଶକୁ ଢାଙ୍କି ରଖିଥାଏ । ଗୋଟିଏ ଅସରା ବର୍ଷା ହୋଇ ସଦ୍ୟ ଛାଡ଼ିଥାଏ । ଅଳ୍ପ ସମୟ ପରେ ନିଶ୍ଚୟ ଆଉ ଏକ ଅସରା ବର୍ଷା ହେବା ଭଳି ଲାଗୁଥାଏ । ତରତରରେ ଚାଲୁ ଚାଲୁ କେମିତି କେଜାଣି ଝୁଣ୍ଟିକରି ତଳେ ପଡ଼ିଗଲି । “ଆହା ପଡ଼ିଗଲେ”, କହି କେହିଜଣେ ମୋ ପାଖକୁ ଦଉଡ଼ି ଆସି ମୋତେ ଠିଆ କରେଇବାକୁ ଚେଷ୍ଟା କଲେ । ଧୀରେ ଭୁଇଁରେ ଭରା ଦେଇ ଝାଡ଼ି ଝୁଡ଼ି ହୋଇ ଉଠି ଠିଆହେଲି । ଦେଖିଲି, ମୋତେ ଠିଆ କରାଉଥିବା ମଣିଷଟି ଗୋଟିଏ ଝିଅ । ବୟସ ପ୍ରାୟ ୨୨ ବା ୨୩ ବର୍ଷ ହୋଇଥିବ । ମଇଳା ସାଲୱାର କମିଜ ପିନ୍ଧିଥାଏ । ମଇଳା ମୁଣ୍ଡ ବାଳ ଫୁର ଫୁର ହୋଇ ପବନରେ ଉଡୁଥାଏ । କମିଜ ଦୁଇଟି ଜାଗାରେ ଅଳ୍ପ ଚିରି ଯାଇଥାଏ । ଗାଧୋଇ ନ ଥିଲା ଭଳି ଲାଗୁଥିଲା । ମୋର ପ୍ୟାଣ୍ଟ ଓ କୋଟରେ କାଦୁଅ ଲାଗିଥିଲା । ସେ ଝିଅଟି ତାର ଓଢ଼ଣୀ ସାହାଯ୍ୟରେ କାଦୁଅ ପୋଛି ଦେଲା । ଡ୍ରାଇଭର ବି ଦଉଡ଼ି ଆସି ପୋଛିବାକୁ ଲାଗିଲା ।          ଏମିତିରେ କୌଣସି ଝିଅ ଆଡ଼କୁ ମୁଁ କେ...

ଶୁପ୍ରଭାତ

Image

08-02-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈               _*👉" ଗୋଲାପ ଦିବସ "👈*_ *ତାରିଖ : ୦୮/୦୨/୨୦୨୦* *☘☘🌼🌼🙏🏻✒🙏🏻🌼🌼☘☘ ଫେବୃଆରୀ ମାସରେ "ରୋଜ ଡେ଼ " ଅର୍ଥାତ୍ ଗୋଲାପ ଦିବସ ପଡେ ବୋଲି ବିଜୟ ପ୍ରଥମଥର ପାଇଁ ଅଫିସରେରେ ଶୁଣିଲା। " ଭାଲେଣ୍ଟାଇନ ଡେ଼" କିଛି ବର୍ଷ ହେଲା ଜୋରସୋରରେ ପାଳନ ହେଉଛି । ଆମେ ସ୍କୁଲ ,କଲେଜ ପଡ଼ିଲା ବେଳେ ଏସବୁ ନଥିଲା । ପାଶ୍ଚାତ୍ୟ ସଭ୍ୟତା ଢ଼ାଞ୍ଚାରେ ନୂଆ ପିଢୀଙ୍କୁ ଭୂତେଇ ପଇସା ଝଡାଇବା ଉଦ୍ଦେଶ୍ୟରେ ବେପାରୀ ଏସବୁ କରୁଛନ୍ତି । ତା ସାଙ୍ଗକୁ ଏବେ ପୁଣି ଗୋଲାପ ଦିବସ । ଆଜି ସ୍କୁଲ, କଲେଜରେ ଶହ, ଶହ ଗୋଲାପ ହସୁଥିବେ । କିଏ ଜାଣେ କେବେ ଗେଣ୍ଡୁ, ଟଗର,କନିଅର ଦିବସ ଆସିବ କେଜାଣି ?" ସିନିଅର ଆକାଉଣ୍ଟଟାଣ୍ଟ ପ୍ରକାଶ ବାବୁଙ୍କ କଥା ଶୁଣି ,ମିଷ୍ଟର ରାଓ କହିଲେ, " ଓହୋ ,ପ୍ରକାଶ ବାବୁ । ଯୁଗ ବଦଳୁଛି । ଗୋଲାପ ଫୁଲ ପ୍ରେମର ପ୍ରତୀକ । ଆମ ସାଉଥରେ ସବୁଦିନ ଫୁଲ ଦରକାର । ମଲ୍ଲୀ,ଗୋଲାପ ,ଜୁଇ କିଛି ବି ଫୁଲ ସ୍ତ୍ରୀ ଆମର ଲଗାଇବେ । ନହେଲେ ରାଗ,ଅଭିମାନ । ଆଜି ତ ଗୋଲାପ ଅଧିକ ଦାମ ହୋଇଥିବ।" ଅଫିସରୁ ବାହାରି ମାର୍କେଟରେ ବିଜୟକୁ ଦେଖି ରାଓ ବାବୁ କହିଲେ,"ଆଜି ଭାଉଜଙ୍କ ପାଇଁ ଗୋଲାପ ନେଇ ଯାଆନ୍ତୁ । ସାଙ୍ଗରେ ଗୋଟେ ମଲ୍ଲୀମାଳ ବି ନିଅନ୍ତୁ । ମୁଁ ସବୁଦିନେ ନିଏ । ଏଇଟା ଭାରି ଆଫ୍ରୋଡେ଼ସିଆକ । ଏ ଫୁଲ ଦେଖି ଚଉଠି ...

ଶୁପ୍ରଭାତ

Image

06-02-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈               _*👉" ଅନୁଭୂତି "👈*_ *ତାରିଖ : ୦୬/୦୨/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ଅନୁଭୂତି ଆମ ସମସ୍ତଙ୍କ ଜୀବନର ଏକ ଅଭିନ୍ନ ଅଂଶ । ଆମ ଦୈନନ୍ଦିନ ଜୀବନର ଅଙ୍ଗେନିଭା କଥା ସବୁ କେତେବେଳେ ଅନୁଭୂତିରେ ପରିଣତ ହେଇଯାଏ । ସେ ଅନୁଭୂତିଟି ଭଲ ବି ହେଇଥାଇପରେ କିମ୍ବା କଷ୍ଟଦାୟକ ମଧ୍ୟ ହେଇଥାଇପାରେ । କିନ୍ତୁ ଅନୁଭୂତି ଆମକୁ ବହୁତ କିଛି ଶିକ୍ଷା ଦେଇଯାଏ । ଅନୁଭୂତି ଯେ କେବଳ ଆମେ ଭୁଲ କଲେ ପାଇଥାନ୍ତି ତାହା ନୁହେଁ, ଏହା ସୁଖରେ ମଧ୍ୟ ମିଳେ । କିଛି ଅନୁଭୂତି ଥାଏ ଯାହାକୁ ଆମେ ସଭିଙ୍କ ସହ ବାଣ୍ଟିପାରନ୍ତି ଆଉ କିଛି ଅନୁଭୂତି ଛାତିତଳେ ସଦା ସର୍ବଦା ଦବି ରହିଯାଏ । ଏଠାରେ ମୁଁ ଲେଖୁଛି ଅନୁଭୂତିଟିଏ କିନ୍ତୁ ଏହା ମୋର ନୁହେଁ, କେହିଜଣେ ଆତ୍ମୀୟଙ୍କ ଅନୁଭୂତି । ଶୀତୁଆ ସକାଳୁ; ମୋର ନିଦ ଭାଙ୍ଗୁନଥାଏ, କିନ୍ତୁ ବିଛଣା ତ୍ୟାଗ କରିବା ବ୍ୟତୀତ ଅନ୍ୟ ଉପାୟ କିଛି ନଥାଏ । ଓଡ଼ିଶାର ଶୀତପ୍ରବଣ ଜିଲ୍ଲାମାନଙ୍କ ମଧ୍ୟରୁ କେନ୍ଦୁଝର ଗୋଟିଏ । ୧୯୮୫ ମସିହା ବେଳକୁ କେନ୍ଦୁଝରରେ ହାଡଭଙ୍ଗା ଶୀତ ପଡ଼ୁଥାଏ । ସକାଳୁ ପାଣି ସ୍ପର୍ଶ ମାତ୍ରକେ ଲାଗେ ହିମାଳୟ ପାଦଦେଶରେ ଅଛି । କିନ୍ତୁ ଏହି ସବୁ ବାହାନାକୁ ପଛରେ ପକେଇ ବାହାରିବାକୁ ହୁଏ ଅଫିସ ପାଇଁ । ଅଫିସ କହ...

05-02-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈               _*👉" ବୁଢ଼ା ସଂଖାରି "👈*_ *ତାରିଖ : ୦୫/୦୨/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ପ୍ରାୟ ଫଗୁଣ ମାସ ଶେଷ ସରିକି, ଉଦୁଉଦିଆ ଖରାବେଳେ ବୁଢ଼ାଟିଏ ଗୋଟିଏ ଗାଁ ମଝିରେ ଯାଉଥିଲା । ଷାଠିଏ ବରଷର ବୁଢ଼ା, ଦାନ୍ତଗୁଡ଼ାକ ସବୁ ପଡ଼ିଗଲାଣି, ମୁଣ୍ଡବାଳ ତେଣିକି ଥାଉ, ଛାତି ବାଳଗୁଡ଼ାକ ପାଚି ଧୋବ ଫରଫର ଦିଶୁଛି । ବୁଢ଼ା ମୁଣ୍ଡରେ ଗୋଟିଏ ଟୋକେଇ, ଧୂଳିରେ ଆଣ୍ଠୁଯାକେ ବୁଡ଼ିଛି, ଅଷ୍ଟାଙ୍ଗ ଶରୀର ଝାଳରେ ବୁଡ଼ି ଗୋଡ଼ ବାଟେ ବହି ଯାଉଛି । ଗାଁ ମୁଣ୍ଡରେ ଗୋଟିଏ ଘର । ପକ୍କା ପିଣ୍ଡା, ସାତଶେଣିଆ ଛପର, ଯାଉଁଳି କବାଟ । ବୁଢ଼ା ସେହି ପିଣ୍ଡାରେ ବୋଝଟି ଥୋଇ ଦେଇ, ନଥ୍‌ କରି ବସି ପଡ଼ିଲା । କିଛିକ୍ଷଣି ପରେ ସେ ଘରୁ ଗୋଟିଏ ଦାସୀ ବାହାରି ଆସିଲା । ଦାସୀ ବୁଢ଼ାକୁ ଚିହ୍ନେ । ପଚାରିଲା, କିହୋ ଶଙ୍ଖାରି ପୁଅ, ଶଙ୍ଖା ଆଣିଛ କି ? ବୁଢ଼ା ଉତ୍ତର କଲା, ହଁ । ପୁଣି କହିଲା, ଝିଅ ଟୋପାଏ ପାଣି ଦିଅନ୍ତୁ, ବୁଢ଼ାମଣିଷ, ଖରାରେ ତଣ୍ଟି ଶୁଖି ଗଲାଣି । ଦାସୀ ପାଣି ଆଣିବାକୁ ଚାଲିଗଲା । କିଛିକ୍ଷଣ ପରେ ଲୋଟାଏ ପାଣି ଘେନି ଦାସୀ ଫେରି ଆସି ବୁଢ଼ା ପାଖରେ ଥୋଇଦେଲା । ବୁଢ଼ା ଉପରକୁ ଆଁ କରିଦେଇ ଢକ ଢକ କରି ଅଧଲୋଟାଏ ପାଣି ଟେକିଦେଲା ।ପାଣି ପିଇ ସାରି ବୁଢ଼ା ଚଉରସ ନିଶ୍ବାସଟିଏ ମୁହ...

ଶୁପ୍ରଭାତ

Image