Posts

24 apr 2020 କାହାଣୀ

💐💐୨୪-୦୪ -୨୦୨୦ କାହାଣୀ💐💐 👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈 _*👉" ମନୁଆର କୀର୍ତ୍ତି-ଯମପୁରରେ ମନୁଆ "👈*_  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ଗତକାଲି ରାତି ଯାଏ ସବୁ କିଛି ଠିକ୍ ଠାକ୍ ଥିଲା । ଅଫିସରୁ ଫେରି ରବୀନର ଉଇକ୍ ଏଣ୍ଡ ପ୍ରମୋଶନ ପାର୍ଟି ଆଟେଣ୍ଡ କରିବାକୁ ଯାଇଥିଲା। ପାର୍ଟିରେ ଅବଶ୍ୟ ଖାଦ୍ଯ କମ୍ ପାନୀୟ ବେଶି ହୋଇଥିଲା। ଏମିତି ବି କାମ ପ୍ରେସରରେ ଲଞ୍ଚ ସ୍କିପ୍ କରିଥିଲା, ପେଟ ଖାଲି ଥିଲା। ରାତିରେ 3-4 ପେଗ୍ ପରେ ନିଶା ଚଢ଼ି ଯାଇଥିଲା । ଶେଷରେ ପ୍ରକାଶ, ରାଜୁ ଧରା ଧରି କରି ଆଣି ଘର ଦୁଆର ପାଖେ ଛାଡି ଦେଇ ଗଲେ। ତାର ଯେତେ ଦୂର୍ ମନେ ପଡୁଛି ବୋଉ ଧରି ଧରି ଆଣି ବେଡ୍ ପାଖରେ ଛାଡ଼ି ଦେଇଥିଲା। ତା’ପର ଘଟଣା ତାର ମନେ ନାହିଁ। ସକାଳୁ ଉଠି ଦେଖେ ଏଇ ଅବସ୍ଥା। ଖାଲି ପେଟରେ ମଦ ଗୁଡ଼ା ଚୋକ୍ କରି ଗଲା କି କଣ... ନିଜ ମୃତ୍ୟୁକୁ ନେଇ ହଜାରେ କଥା ଚିନ୍ତା କରୁଥିଲା ଏବଂ ସାମ୍ନା ବେଡ୍ ରେ ପଡିଥିବା ନିଜ ନିସ୍ତେଜ୍ ଦେହଟାକୁ ଦେଖୁଥିଲା ମନୁଆ । ପାଖ ଘରେ ବୋଉ କାନ୍ଦି କାନ୍ଦି 3-4 ଥର ଚେତା ହରେଇ ସାରିଲାଣି। ପଡୋଶୀ ରୀନା ଆଣ୍ଟି, ସୁରମା ଆଣ୍ଟି ବୋଉକୁ କୁଣ୍ଢେଇ ଧରି ତୁନି କରିବାକୁ ଚେଷ୍ଟା କରୁଛନ୍ତି। ବୋଉର ଏମିତି ଅବସ୍ଥା ଦେଖି ମନୁଆ ଆଖିରୁ ଦୁଇ ଧାର ଲୁହ ବୋହି ଆସିଲା । ବୋଉର ଲୁହ ସେ ଜମା ଦେଖି ପାରେନା। ଲୁହ ପୋଛି...

23 apr 2020 କାହାଣି

👉_*ଆସନ୍ତୁ ପଢିବା ଆଜିର କାହାଣୀ*_👈          _*👉" ଉତ୍ତର ରାମାୟଣ "👈*_ *ତାରିଖ : ୨୩/୦୪/୨୦୨୦* *  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ମହର୍ଷି ଅଗସ୍ତ୍ୟ ଶ୍ରୀରାମଚନ୍ଦ୍ରଙ୍କୁ କହିଲେ – ସୁକେଶର ପୁତ୍ର ମାଲ୍ୟବନ୍ତ, ମାଳୀ ଓ ସୁମାଳୀ ଲଙ୍କାକୁ ଯାଇ ସେଠାରେ ଅବସ୍ଥାନ କଲେ । ସେଠାରେ ସେମାନଙ୍କ ପରିବାର ବର୍ଗ ଓ ବନ୍ଧୁବାନ୍ଧବଙ୍କର ମଧ୍ୟ ବସବାସର ବ୍ୟବସ୍ଥା କଲେ । ବରପ୍ରାପ୍ତ ହୋଇଥିବାରୁ ସେ ତିନିଭାଇଯାକ ଅତ୍ୟନ୍ତ ଅହଂକାରୀ ଓ ପ୍ରଜାଙ୍କ ଉପରେ ଇଚ୍ଛା ମୁତାବକ ଅତ୍ୟାଚାର କରିବାରେ ଲାଗିଲେ ।                 ପ୍ରଥମେ ପ୍ରଥମେ ମୁନିଋଷି ଓ ଦେବତାମାନେ ଚୁପ୍ ରହିଲେ । ସେମାନେ ମନେ ମନେ ଭାବିଲେ ଯେ ରାକ୍ଷସ ଭାଇମାନେ କିଛିଦିନ ନିଜ ଔଦ୍ଧତ୍ୟ ଦେଖାଇ ତା’ପରେ ଶାନ୍ତ ହୋଇଯିବେ । କିନ୍ତୁ ଦିନ ପରେ ଦିନ ବିତିଗଲା । ନିଜ ବ୍ୟବହାରରେ ଅନୁତପ୍ତ ହେବା ତ ଦୂରର କଥା, ରାକ୍ଷସମାନେ କ୍ଳାନ୍ତ ହେବାର କୌଣସି ଲକ୍ଷଣ ମଧ୍ୟ ଆଉ ଦେଖାଗଲା ନାହିଁ ।                 ରାକ୍ଷସମାନଙ୍କ ଦ୍ୱାରା ପ୍ରପୀଡିତ ହୋଇ ଋଷିମୁନି ଓ ଦେବତାମାନେ ଭଗବାନ୍ ଶଙ୍କରଙ୍କ ପାଖରେ ପହଁଚି ନିବେଦନ କଲେ; “ହେ ଈଶ୍ୱର, ବ୍ରହ୍ମାଙ୍କଠାରୁ ବରପ୍ରାପ୍ତ କ...

22 apr 2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈      _*👉" ବ୍ରହ୍ମ ରହସ୍ୟ (ଧର୍ମ ଚର୍ଚା ) "👈*_ *ତାରିଖ : ୨୨/୦୪/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ତେତିଶକୋଟି ଦେବତାଙ୍କ ମଧ୍ୟରେ ବ୍ରହ୍ମ ସେବା କେଉଁଠି ନାହିଁ । ଅଛି କେବଳ ସେମାନଙ୍କର ସ୍ରଷ୍ଠା ଓ ମାଲିକ ଶ୍ରୀଜଗନ୍ନାଥଙ୍କର । ବ୍ରହ୍ମଜ୍ଞାନ ଦେବା ନିମନ୍ତେ ଭଗବାନ ବ୍ୟାସଦେବ ‘ବ୍ରହ୍ମସୂତ୍ର’ ରେ ପ୍ରଥମ ପ୍ରସଙ୍ଗ କହିଛନ୍ତି,’ଅଥତୋ ବ୍ରହ୍ମ ଜିଜ୍ଞାସା’, ‘ବ୍ରହ୍ମ’ ର ଅର୍ଥ ହେଉଛି ବୃଦ୍ଧତମ, ବୃହତ୍ତମ, ଦୀର୍ଘତମ, ବିଶାଳତମ, ପ୍ରାଚୀନତମ, ସୂକ୍ଷ୍ମତମ ଆଦି ସମସ୍ତ ଚରମ ଓ ଅନ୍ତିମ ଭାବୋଦ୍ଦୀପକ ତତ୍ତ୍ଵ । ଶ୍ରୀଜଗନ୍ନାଥଙ୍କ ଲୀଳା ମାଧୁର୍ଯ୍ୟର ଶ୍ରେଷ୍ଠ ପ୍ରାମାଣିକ ଗ୍ରନ୍ଥ ହେଉଛି ସ୍କନ୍ଧପୁରାଣ । ଏହାର ଉତ୍କଳଖଣ୍ଡ ଚତୁର୍ଥ ଅଧ୍ୟାୟରେ କୁହାଯାଇଛି, ‘ତସ୍ମାଦ୍ଦାରୁମୟଂ ବ୍ରହ୍ମ ବେଦାନ୍ତେଷୁ ପ୍ରଗୀୟତେ’ । ସେହି ଦାରୁମୟ ବ୍ରହ୍ମଙ୍କ ତତ୍ତ୍ଵ ବେଦାନ୍ତ (ଉପନିଷଦ) ମାନଙ୍କରେ ଗାୟନ କରାଯାଇଛି। ପୁରାଣମାନଙ୍କରେ ଦାରୁବ୍ରହ୍ମଙ୍କର ଲୀଳା ବର୍ଣ୍ଣନା କରାଯାଇଛି; ମାତ୍ର ତତ୍ତ୍ଵିକ ରହସ୍ୟ ସବୁ ଉପନିଷଦମାନଙ୍କରେ ଗାୟନ କରାଯାଇଛି । ଆତ୍ମା ଶରୀର ତ୍ୟାଗ କଲେ ଶରୀର ଜେଭଳି ମୂଲ୍ୟହୀନ ହୋଇ ମାଟି, ପାଣି, ପବନ, ଅଗ୍ନି ଓ ଆକାଶରେ ମିଶିଯାଏ, ସେହିଭଳି ବେଦାନ୍ତ ବିନା ପୁରାଣମାନଙ୍କ...

21 apr 2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈           _*👉" ଭାଇ ହୁଏ ଭଗାରୀ "👈*_ *ତାରିଖ : ୨୧/୦୪/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘  *ଦାଣ୍ଡପିଣ୍ଡାରେ ଖୁଣ୍ଟକୁ ଆଉଜିବସି ମନେମନେ କେତେ କ’ଣ ଗୁଣି ହେଉଥିଲା ମାଣିକ । ଆକାଶରେ ଭାସିଯାଉଥିବା ଭେଳାଏ ବାଦଲକୁ ଚାହିଁଥିଲା ଏକଲୟରେ । କାଇଁଚ ପାଚିଆରେ ମୁଢ଼ି ଦିମୁଠା ରସୁଣ ଦି ପାଖୁଡା ପକେଇ ବୋହୂ ଆଣି ପାଖରେ ଥୋଇଲା । ଅନ୍ୟମନସ୍କ ଶାଶୂ ଦେହରେ ହାତମାରି କହିଲା ବୋଉ ପାଟିରେ ପକାଅ, ମୁଁ ଚା’ କରି ଆଣୁଛି । ମାଣିକ ଚମକିପଡ଼ିଲା । ଆକାଶରୁ ଆଖି ଫେରାଇ ଆଣି ମୁଢି ଗଣ୍ଡାକ ପାଟିକୁ ଛାଟୁଛାଟୁ ଖଳାବାଡ଼ିରେ ବୀର ପରି ଛାତିଫୁଲେଇ ଛିଡ଼ା ହୋଇଥିବା ଧାଡ଼ିଏ ନଡ଼ିଆଗଛ ଆଡ଼େ ଚାହିଁଲା । ବର୍ଷବର୍ଷ ଧରି ଏମାନେ ଏମିତି ଧାଡ଼ିରେ ଛିଡ଼ା ହୋଇଛନ୍ତି । କାହାର କାହା ସହ ଗୋଳ ନାହିଁ । ନାହିଁ ଝାମେଲା । କାହାର କାହା ପାଖରେ ନାହିଁ ଅଝଟ କି ଅଭିମାନ । ଯବାନ ବେଳରେ ଗେରସ୍ତ ବାଡ଼ିରେ ପୋତି ଥିଲା ନଡ଼ିଆ ଚାରା । ଅବିଯାଏ ଫଳୁଚି । ଏଇ ନଡ଼ିଆରୁ କେତେ ପିଠା ପଣା । କେତେ ପୁନେଁଇ ପରବ । ବନ୍ଧୁବାନ୍ଧବ କୁଣିଆ ମଇତ୍ରଙ୍କ ଘରେ ପହଞ୍ଚିଛି ଏଇ ନଡ଼ିଆ । ପୁଣି ପାଞ୍ଚ ପାଞ୍ଚଟା ଛୁଆଙ୍କୁ କେତେ ବାଗରେ ଖୁଆଇଛି । ଆଜି ରାତିକ ଏମାନେ ଏକାଠି ରହିବେ । କାଲିକୁ ନଥିବେ । କା...

19 apr 2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈              _*👉" ମନର ବଳ "👈*_ *ତାରିଖ : ୧୯/୦୪/୨୦୨୦* *  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ *ପୁରାଣ ଯୁଗର କଥା । ଟିଟ୍ଟିଭ ଦମ୍ପତି (ଟେଁ ଟେଁୟା ପକ୍ଷୀ) ସମୁଦ୍ର କୂଳରେ ଅତି ଆନନ୍ଦରେ ବାସ କରୁଥିଲେ । ସ୍ତ୍ରୀ ଟିଟ୍ଟିଭଟି ଗର୍ଭଧାରଣ କଲା । ପ୍ରସବ ସମୟ ଆସନ୍ନ ହେବାକୁ ସେ ପୁରୁଷ ଟିଟ୍ଟିଭକୁ ସମୁଦ୍ରତଟ ପରିତ୍ୟାଗ କରି ଅନ୍ୟତ୍ର ଚାଲି ଯିବା ପାଇଁ ପ୍ରସ୍ତାବ ଦେଲା । ମାତ୍ର ପୁରୁଷ ଟିଟ୍ଟିଭଟି ତା’ କଥାରେ ସମ୍ମତି ପ୍ରକାଶ ନ କରି କହିଲା- ‘ତୁମେ ସମୁଦ୍ରକୁ ଏତେ ଭୟ କରିବା ଉଚିତ୍‌ ନୁହେଁ ।* *ଏହା ଆମ ପାଇଁ ଏକ ସୁରକ୍ଷିତ ସ୍ଥାନ । ଆଉ ମନେରଖ ସମୁଦ୍ରର ନିଜସ୍ୱ ମର୍ଯ୍ୟାଦା ରହିଛି । ସେ କେବେ ହେଲେ ନିଜର ମର୍ଯ୍ୟାଦା ଲଙ୍ଘନ କରେ ନାହିଁ । ଯଦି ସେ କେବେ ଆମ ପ୍ରତି ଅବିଚାର କରେ ତେବେ ଆମେ ତା’ର ଦୃଢ ପ୍ରତିରୋଧ କରିବା । ଠିକ୍‌ ସମୟରେ ଟିଟ୍ଟିଭ ସୁନ୍ଦର ସୁନ୍ଦର ଦୁଇଟି ଅଣ୍ଡା ଦେଲା ।* *ଅଣ୍ଡା ଦେଖି ଦୁହେଁ ଆତ୍ମବିଭୋର ହୋଇଗଲେ । ଅଣ୍ଡାକୁ ସମୁଦ୍ର ତଟରେ ଥିବା ବାଲୁକା ରାଶି ମଧ୍ୟରେ ଲୁକାୟିତ କରି ଦୁହେଁ ଖାଦ୍ୟ ଅନ୍ୱେଷଣରେ ବାହାରକୁ ଚାଲିଗଲେ । ଖାଦ୍ୟ ସଂଗ୍ରହ କରି ଫେରିଲା ବେଳକୁ ଯାହା ଦେଖିଲେ ସେଥିରେ ସେମାନଙ୍କର ହୋସ ଉଡିଗଲା । ସେମାନଙ୍କ...

16 apr 2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈      _*👉"ସୁରଭି: (….କିଛି ସମ୍ପର୍କର)"👈*_ *ତାରିଖ : ୧୬/୦୪/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ଶୁଣୁଛ ସୁରଭି ! ସେ ଦିନ ତୁମ କଥା ନ ମାନି ସେ ବାଇଆଚଢ଼େଇର ବସାଟିକୁ ଭାଙ୍ଗି ଦେଲି ବୋଲି ବୋଧହୁଏ ଆଜି ଆମ ବସାଟିକୁ ସମୟର ସୁଅଟା ଭାଙ୍ଗି ଦେଲା । ଆଉ ସେଇ ରାଗରେ ତୁମେ ବି ମୋତେ…”। ଏତିକି ବେଳେ ଶୀତଳ ପବନର ଏକ କୋମଳ ସ୍ରୋତଟା ନିରୁ ଜେଜେଙ୍କ ଶରୀରକୁ ସ୍ପର୍ଶ କରି ଚାଲିଗଲା । ମୃଦୁ ହସଟିଏ ହସିଦେଇ ନିରୁ ଜେଜେ କହିଲେ “ତୁମେ ମୋ କଥା ଶୁଣୁଛ ନା ସୁରଭି ! ମୁଁ ଜାଣେ ତୁମେ ମୋ ଉପରେ କେବେ ବି ରାଗି ନାହଁ କି ଆଜି ବି ରାଗୁନ । ତୁମେ କ’ଣ ଭାବୁଛ ମୁଁ ଜାଣିପାରିବିନି । ତୁମର ପ୍ରତ୍ୟେକଟି ଉପସ୍ଥିତିକୁ ମୁଁ ଅଚିରେ ବାରିପାରେ । ତୁମେ କେବେ ଅଭିମାନ କରିପାରନା କି ଆଜି ବି କରୁନା । ଆଉ କେହି ନହେଲା ନାହିଁ କିନ୍ତୁ ତୁମ ମନ ଶରୀର ଆତ୍ମାର ସୁରଭିକୁ ମୁଁ ସବୁବେଳେ ଅନୁଭବ କରୁଛି । ତୁମେ ଜାଣ ସୁରଭି, ଆଜି ମୋତେ ପଚସ୍ତରୀ ବର୍ଷ ପୁରିଗଲା । ଆଉ ତୁମେ ମୋତେ ଦେଇଥିବା ରାଣକୁ ଦଶ ବର୍ଷ ।” ଏତିକି କହୁ କହୁ ଅଗଣାରେ ଥିବା ବୁଢ଼ା ଆମ୍ବ ଗଛଟା ମୂଳରେ ପଡ଼ିଥିବା ଦଉଡ଼ିଆ ଖଟଟା ଉପରେ ଏକ ଦୀର୍ଘ ନିଶ୍ୱାସ ଛାଡ଼ି ଲୋଟିପଡ଼ିଲେନିରୁ ଜେଜେ । ଆଖି ପଲକକୁ ଓଦା କରିଦେଇ ବହି ଆସିଲା କେଇ ...

15 apr 2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈         _*👉" ଆ ବୈଲ୍ ମୁଝେ ମାର୍ "👈*_ *ତାରିଖ : ୧୫/୦୪/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ବ୍ୟାଙ୍କ୍ ଚାକିରୀରେ ଆଜି ଏଠି ତ କାଲି ଆଉ କେଉଁଠିକୁ ବଦଳି ଆଦେଶ ଆସିଯିବ ଆଗରୁ ଜାଣିବା ସହଜ ନୁହେଁ । ବ୍ୟାଙ୍କ୍ ସେବା ଏକ ସର୍ବ ଭାରତୀୟ ସେବା ଶ୍ରେଣୀର ଅନ୍ତର୍ଭୁକ୍ତ ହୋଇଥିବାରୁ ରାଜ୍ୟ ବାହାରକୁ ବି ବଦଳି ହେବାର ସମ୍ଭାବନା କୁ ଏଡେଇ ଦିଆଯାଇ ନ ପାରେ । ଯେଉଁମାନେ ଏକ୍ଜୂକ୍ୟୁଟିଭ୍ ଶ୍ରେଣୀରେ ଅବସ୍ଥାପିତ ସେମାନଙ୍କ କଥା କହିଲେ ନସରେ । ଯେ କୌଣସି ମୂହୂର୍ତ୍ତରେ ଉପର ଅଫିସ୍ ବାଲା ବଦଳି କରିଦେଇ ପାରିବେ । କାଳ ବେଳ କିଛି ଦେଖନ୍ତି ନାହିଁ । ପରିବାରର ଅସୁବିଧା ଥାଉ କି ସ୍ୱାସ୍ଥ୍ୟଗତ କାରଣ ହେଉ ,କେହି ତା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ । ହଁ ଯେଉଁମାନେ ନିଜର ପାରିବା ପଣିଆ ଦେଖେଇ ପାରନ୍ତି ସେମାନେ ନିଜର ପୋଷ୍ଟିଙ୍ଗ୍ ନିଜର ପସନ୍ଦ ହିସାବରେ ହାସଲ କରିଥାନ୍ତି । ସେପରି ଦକ୍ଷତା ଲେଙ୍କାବାବୁଙ୍କର ନଥିଲା । ମନରେ ତାଙ୍କର ସ୍ୱାଭିମାନ ଥାଏ । କାହାକୁ ତୋଷାମଦ କରିବାକୁ ବୋଧହୁଏ ବିବେକ ତାଙ୍କର ବାଧାଦିଏ । ତଥାପି ଅକାଳେ ନିୟମ ନାସ୍ତି ନ୍ୟାୟରେ ସମୟେ ସମୟେ କୌଣସି ସମସ୍ୟାରୁ ପାର ପାଇବା ପାଇଁ ସେ ୟୁନିୟନ ସେକ୍ରେଟାରୀ କିମ୍ବା ହାୟର୍ ଏକ୍ଜୁକ୍ୟୁଟିଭ୍ ଙ୍କ ସହାୟତା...