Posts

14 may 2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ*_👈 _*👉" ଏ ହେଉଛି ପ୍ରକୃତ ସଫଳତାର ସୂତ୍ର "👈*_ *ତାରିଖ : ୧୪/୦୫/୨୦୨୦* * *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ଆପଣ କ’ଣ ଜୀବନରେ ହାରିଯାଇଛନ୍ତି କି ? ଆପଣ ନିଜକୁ ହତଭାଗ୍ୟ ଭାବୁଛନ୍ତି କି? ଆପଣ ଭାବୁଛନ୍ତି କି ସଫଳତା ଆପଣଙ୍କ ଭାଗ୍ୟରେ ନାହିଁ ବୋଲି। ଆପଣ ଯଦି ଜୀବନରେ ସଂଘର୍ଷ କରି ଶିଖିଛନ୍ତି ତେବେ ଏମିତି ଭାବିବା ହିଁ ଭୁଲ୍‌। କାରଣ ଆପଣଙ୍କ ପାଇଁ ଭଲ ଦିନ ଆସିବାକୁ ଆଉ ବେଶୀ ବିଳମ୍ବ ନାହିଁ। ପଢ଼ନ୍ତୁ ଏହି ସୁନ୍ଦର କାହାଣୀ ଆଉ ଜୀବନରେ ବିଫଳତା କ’ଣ ଭୁଲି ଯାଆନ୍ତୁ। ଥରେ ଜଣେ ବୌଦ୍ଧ ଭିକ୍ଷୁ ଜଙ୍ଗଲରେ ବୁଲୁଥିଲେ। ତାଙ୍କ ଆଖିରେ ପଡ଼ିଲା ଯେ, କିଛି ଲୋକ ଏକ ମହୁଫେଣାକୁ ଗଛରୁ କାଟି ନେବା ପାଇଁ ପୂରା ଦମ୍‌ରେ ଲାଗିପଡ଼ିଛନ୍ତି। ସେମାନେ ନିଆଁ ଲଗାଇ ମହୁମାଛିମାନଙ୍କୁ ଘଉଡ଼ାଇଦେଲେ। କିଛି ମହୁମାଛି ଜଳିପୋଡ଼ି ମରିଗଲେ ଓ ଆଉ କିଛି ମହୁମାଛି ନିଆଁ ଧାସରୁ ବର୍ତ୍ତିବା ପାଇଁ ଦୂରକୁ ଉଡ଼ିପଳାଇଗଲେ। ଲୋକମାନେ ଶେଷରେ ମହୁଫେଣାକୁ କାଟି ଜଙ୍ଗଲରୁ ବାହାରିଗଲେ। ଏହି ଦୃଶ୍ୟ ଦେଖିବା ପରେ ବୌଦ୍ଧ ଭିକ୍ଷୁଙ୍କୁ ବହୁ କଷ୍ଟ ହେଲା। ସେ ଉକ୍ତ ଗଛ ମୂଳକୁ ଯାଇ କିଛି ମହୁମାଛିଙ୍କୁ ମରିପଡ଼ିଥିବା ଦେଖିଲେ। ଦୁର୍ବଳ ଉପରେ ସବଳର ଅତ୍ୟାଚାର ଦେଖି ସେ ବହୁତ ଦୁଃଖୀ ହେଲେ। ସେ ତୁରନ୍ତ ଗଛମୂଳରେ ବସି ମୃତ ମହୁମାଛିଙ୍କ ଉଦ...

14 may କାହାଣୀ

🦚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🦚 ⛸️ *ଚପଲ୍ ହଳକୁ ପଚିଶ ପଇସା* ⛸️ ଚନ୍ଦ୍ରମଣି, ହରିପୁର ଗାଁର ଲୋକ । ସଉଦା ପତ୍ର ଆଣିବା ଉଦ୍ଧେଶ୍ୟରେ ଥରେ ସେ ହାଟକୁ ବାହାରିଲେ । ବହୁ ପୁରୁଣା ହୋଇଯାଇଥିବାରୁ, ପଟେ ଚପଲର ଆଗପଟ ଫାଟିଗଲା । ଭାବିଲେ, ହାଟକୁ ତ ଯାଉଛି, ସେଠାରୁ ମୁଁ ଚପଲ୍ ହଳେ ବି କିଣିନେବି । ବାଟରେ ପୁରୁଣା ମନ୍ଦିରଟିଏ ପଡେ । ତା’ର ଟିକିଏ ଛାଡି ଗୋଟିଏ ଦୋକାନରେ ଯୋଡି ଯୋଡି ଚପଲ୍ ସଜାହୋଇ ରହିଛି । ଏହାଦେଖି ଚନ୍ଦ୍ରମଣି ସ୍ଥିରକଲେ, ହାଟରେ ପହଁଚିବା ପୂର୍ବରୁ, ଏଇଠାରୁ ନୂଆ ଚପଲ୍ କିଣିନେବି । ଦୋକାନର ସମ୍ମୁଖକୁ ଯାଇ ସେଠାରେ ସେ ଲେଖା ଥିବାର ଦେଖିଲେ, “ଚପଲ୍ ହଳକୁ ପଚିଶି ପଇସା ।” ଏହା ପଢି ସେ ଭାରି ଖୁସି ହୋଇଗଲେ । କାରଣ ଚପଲ୍ ହଳକର ଦାମ୍ ପଚାଶଟଙ୍କାରୁ କମ୍ ଆଦୌ ହେବ ନାହିଁ । ଏତେ ଶସ୍ତାଦାମ୍ରେ ଚପଲ୍ ବା ଆଉ କେଉଁଠୁ ମିଳିବ? ଚପଲ୍ ଭିତରୁ ସୁନ୍ଦର ଓ ଆକର୍ଷଣୀୟ ହଳେ ଚପଲ ବାଛି, ନିଜର ପାଦରେ ସେ ମାପିଲେ । ରଙ୍ଗ, ମାପ, ଆକାର ସବୁ ତାଙ୍କୁ ବିଲ୍କୁଲ୍ ଠିକ୍ ହେଲା । ଚନ୍ଦ୍ରମଣି ପଚିଶ ପଇସା କାଢି, ଦୋକାନୀକୁ ଦେବାରୁ ସେ ସନ୍ଦେହ ଦୃଷ୍ଟିରେ ଚାହିଁ କହିଲେ, “ଏହା ତ ଆପଣଙ୍କ ଚପଲ୍ ନୁହେଁ, ଏହା ଲୁଗାଦୋକାନୀ ପର୍ଶୁରାମ ବାବୁଙ୍କର ଅଟେ । ମୋର ଯାହା ମନେ ପଡୁଛି, ଆପଣ ତ କାହିଁ ଏଠାରେ ଚପଲ୍ ରଖି ଯାଇନାହାଁନ୍ତି ।” ଠିକ୍ ସେହି ସମୟରେ ପର୍ଶୁରାମ ବାବୁ ସେଠାରେ ଆସି ପହଁଚିଗଲେ । ଚନ୍ଦ୍ରମଣିଙ...

କାହାଣୀ

🌸 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌸 🎄 *ସଦାନନ୍ଦ* 🎄 ସଦାନନ୍ଦ ନାମକ ଜଣେ ଯୁବକ ବିଶାଳପୁର ଗ୍ରାମରେ ରହୁଥିଲା । ସେ ଖୁବ୍ ପରିଶ୍ରମୀ ଓ ସବୁ ବିଷୟ ଶିଖିବାରେ ତା’ର ବଡ ଆଗ୍ରହ । ସେ କାହାରି ଉପରେ କେବେବି ବିରକ୍ତ ହୁଏ ନାହିଁ । ସବୁବେଳେ ସେ ଖାଲି ହସହସ, ଖୁସିବାସିଆ ରହେ । ଲୋକମାନେ କହନ୍ତି ନାମ ଅନୁସାରେ ତା’ର ପ୍ରକୃତି ମଧ୍ୟ ସଦାନନ୍ଦ । ସେହି ଗ୍ରାମକୁ ପ୍ରାରବ୍ଧ ନାମକ ଜଣେ ଧନୀବ୍ୟକ୍ତି ଜଳବାୟୁ ପରିବର୍ତ୍ତନ ଉଦ୍ଧେଶ୍ୟରେ ଆସିଥିଲେ । ଏକ କଠିନ ବେମାରୀରେ ପଡି, ଭାଗ୍ୟବଶତଃ ସେ ମୃତ୍ୟୁମୁଖରୁ ବର୍ତିଥାନ୍ତି । ଚିକିତ୍ସକଙ୍କ ପରାମର୍ଶ ଅନୁସାରେ, ସେ ସେହି ଗ୍ରାମକୁ ଆସିଥାନ୍ତି । ପ୍ରାରବ୍ଧ, ସେହି ଗ୍ରାମର ଏକ ବିରାଟ କୋଠା ଭଡାରେ ନେଇଥାନ୍ତି । ଜଣେ ପୁଝାରୀ ଓ ଜଣେ ଚାକରକୁ ମଧ୍ୟ ପାଖରେ ରଖିଥାନ୍ତି । ପ୍ରତିଦିନ, ଗ୍ରାମର ମୁଖିଆଶ୍ରେଣୀ ଲୋକମାନେ, ତାଙ୍କ ପାଖକୁ ଗପସପ କରିବାକୁ ଆସନ୍ତି । କିନ୍ତୁ ପ୍ରାରବ୍ଧ ସର୍ବଦା ମନମାରି ରହୁଥାନ୍ତି । ଏହା ଲକ୍ଷ୍ୟକରି ଜଣେ ମୁଖିଆ କହିଲେ, “ଏହି ଗ୍ରାମରେ ସଦାନନ୍ଦ ନାମକ, ଯୁବକଟିଏ ଅଛି । ତା’ର ନାମ ଅନୁଯାୟୀ ସ୍ୱଭାବ ମଧ୍ୟ ସଦା ସନ୍ତୁଷ୍ଟ । ତାକୁ ଆପଣ ପାଖରେ ରଖନ୍ତୁ, ଦେଖିବେ, ଆପଣଙ୍କର ସ୍ୱଭାବରେ ମଧ୍ୟ ପ୍ରସନ୍ନତା ଓ ସନ୍ତୋଷଭାବ ପ୍ରକଟିତ ହେବ । ପ୍ରାରବ୍ଧଙ୍କୁ ଏକଥା ଭାରି ଭଲ ଲାଗିଲା । ସେ ସଦାନନ୍ଦକୁ ନିଜ ପାଖରେ ନିଯୁକ୍ତି ଦେଲେ । ତା’ର କାମ ହେ...

13 may 2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈         _*👉" ଅଫେରା ପଥର ପଥୀକ "👈*_ *ତାରିଖ : ୧୩/୦୫/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ବାଣୀବିହାର ବାଣୀବିହାର…. ବସ୍ ଯାଇ ପହଞ୍ଚିଲା ବାଣୀବିହାର ବସ୍‌ଷ୍ଟାଣ୍ଡରେ । ମୋତେ ବି ଟିକେ ନିଦ ଲାଗିଯାଇଥିଲା । କଣ୍ଡକ୍ଟର ପାଟି ଶବ୍ଦରେ କାନ ଫାଟିପଡ଼ୁଥାଏ । ମୁଁ ବ୍ୟସ୍ତ ହୋଇ ଉଠିପଡ଼ିଲି । ଲଗେଜ୍ ବାହାର କରିବି କ’ଣ, ହଠାତ୍ ମୋ ଦୃଷ୍ଟି ଯାଇ ପଡ଼ିଲା ଆଗ ସିଟରୁ ଓହ୍ଲାଉଥିବା ଜଣେ ଯୁବତୀଙ୍କ ଉପରେ । ସତେ ଯେପରି ତାଙ୍କୁ ଆଗରୁ ବହୁବାର ଦେଖିଛି କେଉଁଠି ! ଅନେକ ଦିନର ଯେପରି ସମ୍ପର୍କ ଅଛି ତାଙ୍କ ସହ । ସେହି ଗୋରା ମୁଁହ, ତା’ରି ପରି ସୁନ୍ଦର ଆଖି । ପଛପଟୁ କେଶ ବି ତା’ କେଶ ପରି ବହୁ ସୁନ୍ଦର ଦିଶୁଥାଏ । ସତରେ କ’ଣ ସେ ମୀରା? ମୁଁ ତ ସମ୍ପୁର୍ଣ୍ଣ ଦେଖିପିରିଲିନି । ଯାହାକୁ ଏତେଦିନ ଧରି ଖୋଜୁଥିଲି ସେ ମୋ ମନର ମାନସୀ ମୀରା ନୁହଁ ତ !! ଲଗେଜ୍ ଛାଡ଼ିଦେଇ ମୁଁ ଦୈଡ଼ିଲି ତଳକୁ । ବହୁ ଜୋର୍‌ରେ ଡାକୁଥାଏ “ମୀରା ମୀରା… ଟିକେ ରୁହ ।” ହୁଏ ତ ତାଙ୍କୁ ଡାକିବାରେ ମୋର ବିଳମ୍ବ ହୋଇଯାଇଥିଲା । ମୋ କଥା ଶୁଣିବା ଆଗରୁ ଏକ ଧଳା ଅଡି କାର୍‌ରେ ଯୁବତୀ ଜଣକ ସେ ସ୍ଥାନ ଛାଡ଼ିଦେଇଥିଲେ । ହଉ ଦେଖିବା, ମୁଁ ତ ତାକୁ ଏ ସହରରେ ଦେଖିଛି । ଯଦି ସେ ମୀରା ହୋଇଥି...

12 may 2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈             _*👉" ନିସ୍ତବ୍ଧ ରାତିର ପାଉଁଜି "👈*_ *ତାରିଖ : ୧୨/୦୫/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ରାତି ପାହିବାକୁ ଆଉ ବେଶ୍ କେଇ ଘଣ୍ଟା ବାକି ଥାଏ, ମିତାଲିର ଭୟ ଭରା ଡାକ ଶୁଭିଲା ଶୋଭନକୁ । “ଶୋଭନ !! ମୋତେ ବହୁତ ଡର ଲାଗୁଛି, ଗୋଟେ ପାଉଁଜିର ସ୍ଵର ମୋତେ ବାରମ୍ବାର ଉଠେଇଦେଉଛି ।” ମିତାଲି କୋହ ଆଉ ଭୟରେ କଣ୍ଠ ଥରେଇକି ଶୋଭନକୁ କହୁଥାଏ । ମିତାଲି କଥା ସରିଛି କି ନାହିଁ, ରୋଷେଇ ଘରୁ ପଟେ ଥାଳି ତଳକୁ ଖସି ପଡ଼ିଲା ପରି ଜୋରରେ ଶବ୍ଦଟେ ଭାସି ଆସିଲା । ଛାତ ଉପରେ ଦୁଲ୍ ଦୁଲ୍ ହେଇ କିଏ ଗୋଟେ ଚାଲି ଯାଉଛି ଯେମିତି? ଭୟରେ ଶୋଭନକୁ ଦୁଇ ହାତରେ ଜାବୁଡ଼ି ଧରିଲା ମିତାଲି ଆଉ ଶୋଭନରେ ଛାତିରେ ମୁଣ୍ଡ ଗୁଞ୍ଜି ପକେଇଲା । “ଆରେ !!! ଛାଡ଼ ମ ! କ’ଣ ଗୋଟେ ଡରି ଯାଉଛ? ରୁହ ମୁଁ ଦେଖେ କ’ଣ ହେଲା କିଚେନ୍‌ରେ?” ଶୋଭନ କୌତୁହଳରେ କହିଲା ଆଉ ମିତାଲିର ଦୁଇ ହାତକୁ ଫିଟେଇ କି ଆଗକୁ ବଢ଼ିଲା । ଦେଖିଲ ! ମିତାଲି ! କିଛି ନାହିଁ ବାସନ ଷ୍ଟାଣ୍ଡରୁ ଲମ୍ବା ଟ୍ରେଟା ଖସି ପଡ଼ିଛି । ବୋଧେ ରଖିଲା ବେଳେ ଠିକରେ ରଖି ନଥିବ ତୁମେ? ହେଁ !! ଆଶ୍ଚର୍ଯ୍ୟ ! ମିତାଲି ମନେ ମନେ ଭାବୁଥାଏ ସେ ତ ଏମିତି କରେନି କେବେ ବି; ଆଜିକି ୬ ବର୍ଷ ହେଲାଣି ବାହାଘର କେବ ଏମିତି ହ...

କାହାଣୀ

🌻 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌻 🙏 *ସାଷ୍ଟାଙ୍ଗ ପ୍ରଣିପାତ* 🙏 ବାଲିଆପାଳ ସମୁଦ୍ର କୂଳିଆ ଗାଁଟିଏ । ଥରେ ଭୟଙ୍କର ତୋଫାନ ଆସି ସେ ଗାଁର ପ୍ରାୟ ସବୁ ଘରଦ୍ୱାର ଉଜାଡି ଦେଲା । ଶ୍ୟାମ ନାମକ ଗରିବ ଚାଷୀଟିଏ ତା’ ଭଙ୍ଗାଘରକୁ ମରାମତି କରିବା ପାଇଁ ଚାହୁଁଥାଏ । ମାତ୍ର ତା’ ପାଖରେ ସେତେ ଧନ ନ ଥାଏ । ତେଣୁ ପାଖ ପଡୋଶୀକୁ ସେ ସାହାଯ୍ୟ ମାଗିଲା । ସେମାନେ, ଗାଁରେ ସୁଧନେଇ କରଜ ବ୍ୟବସାୟ କରୁଥିବା ବେପାରୀ ବିହାରୀଲାଲ ପାଖକୁ ଯିବାକୁ ପରାମର୍ଶ ଦେଲେ । ଶ୍ୟାମ, ବିହାରୀଲାଲଙ୍କୁ ହଜାରେ ଟଙ୍କା କରଜ ମାଗିଲା । ବିହାରୀଲାଲ୍ ତାକୁ ମୁଣ୍ଡରୁ ଗୋଡଯାଏଁ ନିରେଖି ଚାହିଁ କହିଲେ, “ତୁମେ ବାପା ଶ୍ୟାମଘନଟି, ମତେ ଚିହ୍ନିଛ କି ନାହିଁ?” ଏହି କଥା କହିବାବେଳେ ତାଙ୍କ ସ୍ୱରରେ ବ୍ୟଙ୍ଗ ଭରି ରହିଥିଲା । ଶ୍ୟାମ ଉତ୍ତର ଦେଲା “ସାରା ଗ୍ରାମରେ ଆପଣଙ୍କୁ ନ ଚିହ୍ନିଥିବା ଲୋକ କିଏ ଅଛି କହିଲେ?”  ବିହାରୀଲାଲ ବିରକ୍ତି ପ୍ରକାଶ କରି କହିଲେ “ମୁଁ ଭାବିଲି, ତୁମେ ମତେ ଚିହ୍ନି ନ ଥିବ । କାହିଁ କୋଉଦିନ ରାସ୍ତାରେ କି ପୋଖରୀଘାଟରେ, ସାମ୍ନାରେ ପଡିଗଲେ ବି ତ ନମସ୍କାର କରୁନାହଁ । ତୁମେ ଏକ ନମ୍ବର ଗର୍ବୀ ଲୋକ ।” “ଆଜ୍ଞା, ଅଜାଣତରେ ମୋର ଭୁଲ୍ ହୋଇଯାଇଛି ।” ଏତିକି କହି ଶ୍ୟାମ ତୁରନ୍ତ ନମସ୍କାର କରି ପକେଇଲା । ବିହାରୀଲାଲ ଆଦେଶ ଦେଲେ “ଓଃ! ମତେ ନମସ୍କାର କରିବା ପାଇଁ, ତୁମ ପାଇଁ ଗୋଟାଏ ତୋଫାନର ଦରକାର ପଡିଲା । ଏପ...

11 may 2020 କାହାଣୀ

💐 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 💐 🎈 *ପ୍ରତାପଙ୍କ ଉପବାସ* 🎈 ଏଣେ ନିଶା ଗରଜୁଥାଏ । ବାହାରେ ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେହି ସମୟରେ ଆଖପାଖର ଅରଣ୍ୟ ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ତାକୁ ସେ ନିଜ କାନ୍ଧରେ ପକାଇ ସେହି ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍! ଏଇ ଘୋର ଅନ୍ଧକାର ରାତ୍ରିରେ, ଭୂତ-ପ୍ରେତ ବିଚରଣ କରୁଥିବା ଏହି ଭୟାନକ ଶ୍ମଶାନରେ ତୁମେ ନାନାଦି ଯାତନା ଭୋଗ କରୁଛ । ଯେଉଁ ଲକ୍ଷ୍ୟପ୍ରାପ୍ତି ପାଇଁ ତୁମେ ଏହି ପରିଶ୍ରମ କରୁଛ, କେବେ ତାହା ତୁମକୁ ମିଳିବ ଓ ତା’ର ସୁଫଳ ତୁମ ଭାଗ୍ୟରେ ଅଛି କି ନାହିଁ, ସେ କଥା ମଧ୍ୟ ତମେ ଜାଣ ନାହିଁ । କେବେକେବେ ଆମର କଳ୍ପନାତୀତ କୌଣସି ଆଶା ମଧ୍ୟ ଅତି ସହଜରେ ପୂରଣ ହୋଇଯାଏ । ଏପରି ଘଟିବାର କାରଣ, ବିଜ୍ଞ ତପସ୍ୱୀ କିମ୍ବା ତର୍କବିଦ୍ମାନେ ମଧ୍ୟ ସଠିକ୍ ଭାବେ କହି ପାରିବେ ନାହିଁ । ଉଦାହରଣ ସ୍ୱରୂପ, ପ୍ରତାପ ନାମକ ...