୦୯ ଅଗଷ୍ଟ ୨୦୨୦ କାହାଣୀ
🌺 *ଗପ ଟିଏ...🌙ଜହ୍ନମାମୁଁ ପୃଷ୍ଠାରୁ* 🌺 🍭 *ଦୟାବତୀ ଭରତାମ୍ମା* 🍭 ଗୋଟିଏ ଜଙ୍ଗଲରେ ଭରତ ପକ୍ଷୀଟିଏ ରହୁଥିଲା । ସେ ସଦାବେଳେ ସମସ୍ତଙ୍କର ଉପକାର କରେ । ଏମିତି ଭାବରେ ତା’ର ଜୀବନକାଳ କଟିଗଲା ଓ ସେ ମରିଗଲା । ତାର ପୁଣ୍ୟଫଳ ଏତେ ଥିଲା ଯେ ଦେବଲୋକରୁ ବିମାନ ଆସି ତାକୁ ସ୍ୱର୍ଗକୁ ନେଇଗଲେ । ସେଠାରେ ଦେବତାମାନେ ପକ୍ଷୀଟିକୁ ବଡ ଆଦର ଯତ୍ନ କରି କହିଲେ, “ଆମେ ତୁମ ଉପରେ ସନ୍ତୁଷ୍ଟ କ’ଣ ବର ମାଗିବ ମାଗିନିଅ ।” ପକ୍ଷୀ କହିଲା, “ଟିକିଏ ପରେ ।” ବହୁତ ଦିନ ଧରି ସ୍ୱର୍ଗରେ ରହି ରହି, ଥରେ ତା’ର ପୃଥିବୀ ଉପରକୁ ଯିବାକୁ ଇଚ୍ଛା ହେଲା । ସେ ନିଜର ଇଚ୍ଛା ଦେବତାମାନଙ୍କ ପାଖରେ ଉପସ୍ଥାପିତ କଲା । ଦେବତାମାନେ ମିଳିମିଶି ତାକୁ ଏହି ବରଦାନ ଦେଲେ ଯେ ସେ ଯୁଆଡକୁ ଚାହେଁ ଯାଇପାରିବ, ଯାହା ଚାହିଁବ ପାଇ ପାରିବ । ଯେଉଁରୂପ ନେବାକୁ ଚାହିଁବ ନେଇ ପାରିବ । ତା’ପରେ ଛୋଟ ଭରତ ପକ୍ଷୀଟି ଉଡିଉଡି ମର୍ତ୍ତ୍ୟକୁ ଚାଲି ଆସିଲା । ସେଠାରେ ସେ ଏକ ସୁନ୍ଦରୀ ଝିଅର ରୂପ ନେଇ ଗୋଟିଏ ଛୋଟ କୁଡିଆ ବନାଇ ରହିଲା । ସେହି ଘରର ଚାରିପାଖରେ ସୁନ୍ଦର ଫୁଲ ସବୁ ଫୁଟିଥାଏ ଓ ପାଖରେ ଗୋଟିଏ ସୁନ୍ଦର ସରୋବର ଥାଏ । ...