Posts

୨୩ ଅଗଷ୍ଟ ୨୦୨୦ କାହାଣୀ

🌷 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌷 🎈 *ମଣିଷ ସ୍ୱଭାବ* 🎈 ଗୋବର୍ଦ୍ଧନ ପୁରରେ ଗୋପାଳ ନାମକ ଜଣେ ବ୍ୟକ୍ତି ଥା’ନ୍ତି । ସେ ତାଙ୍କ ପିଲାଟିଦିନରୁ ଅତି ସରଳ ଭଦ୍ର ଓ ଉପକାରୀ ଥିଲେ । ସେ କାହାକୁ ଉତ୍ସାହ ଦିଅନ୍ତି ତ, କାହାକୁ ସେବା କରନ୍ତି, କିମ୍ବା ଧନ ସାହାଯ୍ୟ ଦିଅନ୍ତି । ତେଣୁ ସାରା ଗ୍ରାମରେ ତାଙ୍କୁ ସମସ୍ତେ ଦେବତା ବୋଲି ପୂଜା କରନ୍ତି ।                 ଯାହାର ଯାହା ଦରକାର ସେ ଗୋପାଳଙ୍କ ପାଖକୁ ଧାଇଁଲା । ସେମାନେ ପୁଣି କହନ୍ତି, “ତୁମ ଭରସାରେ ତ ଆମେ ଏଠାକୁ ଆସିଛୁ । ତୁମେ ‘ନା’ କରିଦେଲେ, ଘରକୁ ଫେରିଯିବୁ । ଆଉ କାହା ପାଖକୁ ଯିବୁ?”                 ଆଉ କେତେକ ଲୋକ ତାଙ୍କଠାରୁ ସବୁ ପ୍ରକାର ସାହାଯ୍ୟ ନେବା ପରେ, ତାଙ୍କ ପଛରେ ବହୁ ପ୍ରକାର ସମାଲୋଚନା କରନ୍ତି, ଇର୍ଷ୍ୟାରେ ଜଳିଯା’ନ୍ତି । କେହିକେହି ଏପରି କହନ୍ତି, “ଏହି ଗୋପାଳ ପାଖରେ ବହୁତ ପଇସା ଅଛି । ନିଜ ପାଇଁ ଖର୍ଚ୍ଚ ନକରି ନାମ, ପ୍ରତିଷ୍ଟା ବଢାଇବା ପାଇଁ ଅଳ୍ପ କିଛି କାହାକୁ ଦେଉଛି । ସେ ଯଦି ବେଶି ଧନ ଦିଅନ୍ତା ତେବେ ଗରିବ ହୋଇ ଯାନ୍ତା ନାହିଁ, ଅଥଚ ଆହୁରି ବହୁତ ଲୋକ ସାହାଯ୍ୟ ପାଇ ପାରନ୍ତେ ।”                 ଏତେ କିଛି କରିବା ପରେ ଏପରି କଥା ଶୁଣି ସେ ବଡ ଦୁଃଖୀ ହେଲେ ...

୨୨ ଅଗଷ୍ଟ ୨୦୨୦ କାହାଣୀ

🌻 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌻 ♦️ *ଶଙ୍କରର ବୈରାଗ୍ୟ* ♦️ ଗାର୍ହ୍ୟସ୍ଥ୍ୟ ଜୀବନରେ ବହୁତ ବିରକ୍ତ ହୋଇ ମା’ଙ୍କୁ ଓ ସ୍ତ୍ରୀକୁ ଛାଡି ଶଙ୍କର ଦେଶ ପର୍ଯ୍ୟଟନରେ ବାହାରିଗଲା । ବୁଲୁ ବୁଲୁ ସେ ସକଲପୁର ନାମକ ଏକ ଗ୍ରାମରେ ଯାଇ ପହଁଚିଲା । ସେ ଗ୍ରାମଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ, ସୁନ୍ଦର ଛୋଟ ପାହାଡଟିଏ, ତା’ପାଖରେ ନଈଟିଏ ବୋହିଯାଉଛି । ଚାରିପଟରେ ସବୁଜ ଗଛ ଲତା । ବାତାବରଣଟି ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ । ଶଙ୍କରକୁ ସେହି ସ୍ଥାନଟି ଖୁବ୍ ଭଲ ଲାଗିଲା । ଗ୍ରାମର ଉପାନ୍ତରେ ବିଦ୍ୟାନନ୍ଦ ନାମକ ଜଣେ ସାଧୁଙ୍କର ଆଶ୍ରମ । ଶଙ୍କର ତାଙ୍କୁ ଦର୍ଶନ କରିବାକୁ ଆଶ୍ରମକୁ ଗଲା । ବିଦ୍ୟାନନ୍ଦସ୍ୱାମୀ ତାକୁ ଦେଖିବାମାତ୍ରେ ଅତି ସ୍ନେହରେ ପଚାରିଲେ, “କୁହ ପୁତ୍ର, ତୁମର କ’ଣ ଦରକାର?” ଶଙ୍କର କହିଲା “ଆପଣ ମୋତେ ଆପଣଙ୍କର ଶିଷ୍ୟ ଭାବେ ଗ୍ରହଣ କରନ୍ତୁ । ଆପଣଙ୍କ ସେବା କରି ମୁଁ ଏହିଠାରେହିଁ ରହିବି ।” ସାଧୁ ଶଙ୍କରକୁ ତୀକ୍ଷ୍ନଦୃଷ୍ଟିରେ ଚାହିଁ କହିଲେ, “ବିଦ୍ୟାଶିକ୍ଷା ପାଇଁ ଯେଉଁ ବ୍ରହ୍ମଚାରୀମାନେ ଆସନ୍ତି, ମୁଁ ସେମାନଙ୍କୁ ନିଜର ଶିଷ୍ୟ ରୂପେ ଗ୍ରହଣ କରେ । କିନ୍ତୁ ତୁମେ ତ ଆଉ ବିଦ୍ୟାଶିକ୍ଷା ପାଇଁ ଆସି ନାହଁ, ମନେହେଉଛି ତୁମେ ବ୍ରହ୍ମଚାରୀ ମଧ୍ୟ ନୁହଁ ।” ତାଙ୍କ କଥା ଶୁଣି ଶଙ୍କର ବିନୟପୂର୍ବକ କହିଲା, “ଆଜ୍ଞା, ଆପଣ ତ ସର୍ବଜ୍ଞ, ମୁଁ ଆଉ କ’ଣ ଆପଣଙ୍କ ପାଖରେ ସତ୍ୟକୁ ଲୁଚାଇ ପାରିବି? ଆପଣ ଯାହା...

୨୦ ଅଗଷ୍ଟ ୨୦୨୦ କାହାଣୀ

🌺 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌺  🍁 *ନ୍ୟାୟ ନିର୍ଣ୍ଣୟ* 🍁 ପୂର୍ବକାଳର କଥା । କାଶ୍ମୀରର ରାଜା ସୁକେତନ ଥିଲେ; ଶ୍ରୀନଗର ସେହି ରାଜ୍ୟର ରାଜଧାନୀ ଥିଲା । ସେହି ରାଜ୍ୟର ଅନ୍ୟ ଏକ ନଗରୀରେ ଜଣେ ନ୍ୟାୟାଧିକାରୀ ଥିଲେ । ସେ ନ୍ୟାୟ ନିର୍ଣ୍ଣୟ କରିବାରେ ଖୁବ୍ ଦକ୍ଷ ଥିଲେ । ଅଳ୍ପ ସମୟ ମଧ୍ୟରେ ତାଙ୍କର ସୁଖ୍ୟାତି ଚାରି ଆଡେ ବ୍ୟାପିଗଲା । ଦେଶବିଦେଶରେ ମଧ୍ୟ ସମସ୍ତେ ତାଙ୍କର ନ୍ୟାୟ ନିର୍ଣ୍ଣୟ ବିଷୟରେ ପ୍ରଶଂସାରେ ଶତମୁଖ । ଦିନେ ରାଜା ଭାବିଲେ କି ଥରେ ଯାଇ ଏହାର ସତ୍ୟତା ବୁଝି ଆସିବେ ।                 ରାଜା ଜଣେ ସାଧାରଣ ନାଗରିକର ପୋଷାକ ପିନ୍ଧି ସେହି ନଗରକୁ ଗଲେ । ସେଠାରେ ପହଁଚି ସେ ନଗରର ଦ୍ୱାର ଟପି ଭିତରକୁ ପଶିଲେ । ସେତେବେଳେ ଜଣେ ଭିଖାରୀ ତାଙ୍କ ପାଖକୁ ଆସି କିଛି ପଇସା ମାଗିଲା । ରାଜା ଘୋଡା ଉପରେ ଥାଇ ତା’ ହାତରେ କିଛି ରେଜା ପଇସା ଦେଇ ଆଗେଇବାକୁ ଲାଗିଲେ । କିନ୍ତୁ ଭିଖାରୀଟି କୌଣସିମତେ ରାଜାଙ୍କୁ ଛାଡିଲା ନାହିଁ । ପୁଣି କହିଲା, “ଭିକ ଦିଅ”                 ରାଜା ପଚାରିଲେ “ଭିଖ ତ ଦେଲି; ପୁଣି କ’ଣ?”                 ଭିଖାରୀ କହିଲା “ମହାଶୟ, ଆଜି ହାଟପାଳି । ମୁଁ ଜନ୍ମରୁ ଛୋଟା, କଷ୍ଟ କରି ଚାଲେ; ହାଟ ପର୍ଯ୍ୟନ୍ତ ଯି...

ଅନୁଚିନ୍ତା

_*🎪🛕ଆଜିର ଅନୁଚିନ୍ତା🛕🎪*_ *🍁🍁🍁🍁🍁🍁🍁🍁🍁🍁* *➡️ମାନୁଛି କ୍ଷମା ମଣିଷର ବଡପଣିଆ କିନ୍ତୁ ଏତେ ବି କ୍ଷମା ଦିଅ ନାହିଁ ଯେ ଭୁଲ୍ କରିବା ଲୋକ ନିଜ ସୀମା ଟପିଯିବ --- ।*  *➡️ଯଦି ଜୀବନରେ କାହାପାଇଁ କିଛି ଭଲ କରିଛନ୍ତି ତାହା କେବେ ବ୍ଯର୍ଥ ଯିବନାହିଁ,ଯାହା ପାଇଁ କରିଛନ୍ତି  ସିଏ ହୁଏତ ଭୁଲି ଯାଇପାରେ କିନ୍ତୁ ଈଶ୍ବର ନୁହଁନ୍ତି,କେଉଁ ରାସ୍ତାରେ କାହା ମାଧ୍ୟମରେ ଆପଣଙ୍କ ଭଲ କର୍ମର ମୂଲ୍ୟ ଆପଣଙ୍କୁ ଫେରାଇବେ ।*                                                                                 *➡️ସମ୍ପର୍କ କେବେ ଆପେ ଆପେ ଛିଣ୍ଡି ନ ଥାଏ----ଅହଙ୍କାର,ଅଜ୍ଞାନ ଓ  ସ୍ବାର୍ଥ ହିଁ ଏହାର କାରଣ ହୋଇଥାଏ ।*  *➡️ଭୁଲି ହୁଏନା  - ସ୍ମୃତି       ,ବାନ୍ଧି ହୁଏନା  - ସମୟ   ,      ଜାଣି ହୁଏନା  - ଭବିଷ୍ୟତ    ,         ଚିହ୍ନି ହୁଏନା  -  ମଣିଷ   ,      ...

୧୮ ଅଗଷ୍ଟ ୨୦୨୦ କାହାଣୀ

🌷 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌷 💥 *ଉଗ୍ରସେନଙ୍କ ଜଡିବୁଟି* 💥 ପୂର୍ବକାଳରେ ଚନ୍ଦନପୁର ନାମକ ଏକ ବଡ ଗ୍ରାମରେ ଉଗ୍ରସେନ ନାମକ ବଡ ବୀର ରହୁଥିଲେ । ତାଙ୍କ ସହିତ ତରବାରୀ ଚାଳନାରେ ସମକକ୍ଷ ଆଉ କେହିବି ଯୋଦ୍ଧା ନଥିଲେ । କେତେ ବୀର ତାଙ୍କ ସହ ଲଢିଛନ୍ତି, କିନ୍ତୁ ଶେଷରେ ସେମାନେ ହାରିଯାଇଛନ୍ତି ।                 ସେହି ଗ୍ରାମରେ ମହାନନ୍ଦ ନାମକ ଜଣେ ଯୁବକ ଥିଲେ । ତାଙ୍କର ପିଲା ଦିନଠାରୁ ତରବାରୀ ଚାଳନାରେ ସର୍ବୋତ୍ତମ ଦକ୍ଷ ବ୍ୟକ୍ତି ହେବାପାଇଁ ଅଭିପ୍ସା ଥିଲା । ସେ ଅନେକ ଗୁରୁଙ୍କ ପାଖରୁ ବିଭିନ୍ନ ପ୍ରକାରର ତରବାରୀ ଚାଳନା ଓ ତାହାର ସୂକ୍ଷ୍ମ କୌଶଳମାନ ଶିଖିବାକୁ ଲାଗିଲେ । ତଥାପି ମଧ୍ୟ ସେ କୌଣସି ବୀରଙ୍କୁ ହରାଇ ପାରି ନଥିଲେ । ସର୍ବଦା ନିଜେହିଁ ହାରିଯାଉଥିଲେ ।                 ଏଭଳି ପରିସ୍ଥିତିରେ ଜଣେ ବୈରାଗୀ ତାଙ୍କୁ କହିଲେ, “ମୋତେ ଯିଏ ପେଟ ପୁରାଇ ଖୁଆଇବ ମୁଁ ସନ୍ତୁଷ୍ଟ ହେଲେ ତାହାର ଯେ କୌଣସି ଇଚ୍ଛାକୁ ନିଶ୍ଚୟ ମୁଁ ପୂର୍ଣ୍ଣ କରିବି । ତାଙ୍କର ଏହି କଥାକୁ କେହିବି ଆଦୌ ଧ୍ୟାନ ଦେଲେ ନାହିଁ । କିନ୍ତୁ ମହାନନ୍ଦ କହିଲେ, “ଆପଣଙ୍କୁ ପେଟଭରା ନଖୋଇଲେ କ’ଣ ମଣିଷର ଇଚ୍ଛା ପୂର୍ଣ୍ଣ ହେବନାହିଁ?”                 ତା’ର ଏକଥା ଶୁଣି ବୈ...

୧୬ ଅଗଷ୍ଟ ୨୦୨୦ କାହାଣୀ

💚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 💚 🥶 *ବୋତଲ ଭୂତ* 🥶 ଅନସୂୟାର ବିବାହ ପରେ ଶାଶୁଘରେ ଆସି ସେ ଦେଖିଲା ତା’ଜେଜେଶାଶୁ ବଡ ରାଗି । ସ୍ୱାମୀ ସୁଦାମ ବଡ ଶାନ୍ତସ୍ୱଭାବର ପିଲା । କିନ୍ତୁ ତା’ର ଜେଜେମା ବଡ ବଦରାଗୀ । ଘରର ସମସ୍ତ କାର୍ଯ୍ୟ ନୂଆ ବୋହୁ ଉପରେ ସେ ଲଦି ଦିଅନ୍ତି । କାମ କରି ନପାରିଲେ ଯାଚ୍ଛାତା ଗାଳି ଦିଅନ୍ତି । ଅନସୂୟା ବସି କାନ୍ଦେ । କାହାକୁ କିଛି ସେ କୁହେ ନାହିଁ । ସୁଦାମର ପିଲାଦିନୁ ବାପାମା’ ମରିଯାଇଥିବାରୁ ଜେଜେମା ତାକୁ ପାଳି ପୋଷି ମଣିଷ କରିଛନ୍ତି । ତେଣୁ ତାଙ୍କ କଥା ଉପରେ କଥା କହିବାକୁ ସେ ଆଦୌ ସାହସ କରେ ନାହିଁ । ସେଥିପାଇଁ ବୋହୁଟି ବିଚାରୀ ଅତ୍ୟାଚାରିତା ହୋଇଥାଏ ।                 ଦିନେ କଷ୍ଟ ଅସହ୍ୟ ହେବାରୁ ସେ ରାତିରେ ଜଙ୍ଗଲକୁ ଆତ୍ମହତ୍ୟା କରିବା ପାଇଁ ଗଲା । ସେତେବେଳେ ଜଣେ ତାନ୍ତ୍ରିକ ଭୂତମାନଙ୍କୁ ଖୋଜି ବୁଲୁଥାନ୍ତି । ସେ ଅନସୂୟା ସହିତ କଥାବାର୍ତ୍ତା କରି ସବୁ ଶୁଣିଲେ ।                 ଅନସୂୟା କହିଲା, “ମୁଁ ଆଉ ବଂଚିବାକୁ ଚାହେଁ ନାହିଁ । କିନ୍ତୁ ସହଜରେ କିପରି ମରିବି ମୋତେ ତାହା କହିଦିଅ ।”                 ତାନ୍ତ୍ରିକ ତାକୁ ଗୋଟିଏ ବୋତଲ ଦେଇ କହିଲେ, “ଝିଅ, ଆତ୍ମହତ୍ୟା କରି ମରିବା ବଡ ପାପ । ତୁ ଏ...

୧୫ ଅଗଷ୍ଟ ୨୦୨୦ କାହାଣୀ

🦚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🦚 ♦️ *ଶ୍ରମଚୋର* ♦️ ମଣିରାମ ଗୁପ୍ତା ନାମରେ ଜଣେ ବ୍ୟବସାୟୀ ମଧୁର ନଗରୀରେ ଥା’ନ୍ତି । ତାଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ଅନେକ ଲୋକ ଚାକିରୀ କରିଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ବସି ବସି ଗପ କରି ଅଯଥାରେ ସମୟ କଟାନ୍ତି । ନିଜର ଦାଇତ୍ତ୍ଵରେ ଥିବା କାମ ଭଲ ଭାବରେ କରିପାରନ୍ତି ନାହିଁ । ମଣିଗୁପ୍ତ ମଝିରେ ମଝିରେ ସେମାନଙ୍କ ଉପରେ ରାଗନ୍ତି । ସେମାନଙ୍କ ମଧ୍ୟରେ ଜଣେ ଥା’ନ୍ତି ତାଙ୍କ ନାମ ଦିଲ୍ଲୀପ । ସେ ଶିକ୍ଷିତ ଓ ଭଦ୍ର ଯେଉଁମାନେ ଅଳସୁଆ ହୋଇ କାମ ପକାଇ ରଖନ୍ତି ତାଙ୍କ କାମ ସେ ନୀରବରେ କରିଦିଅନ୍ତି । ତେଣୁ ଅନ୍ୟମାନେ ଅଧିକ ସମୟ ନଷ୍ଟ କରିବାକୁ ପ୍ରଶ୍ରୟ ପାଆନ୍ତି ।                 ଦିନେ ମଣିଗୁପ୍ତ ସମସ୍ତ କର୍ମଚାରୀଙ୍କୁ ଡାକି କହିଲେ, “ଏଥର ଯେଉଁମାନେ ଅଳସୁଆ ବୋଲି ପ୍ରମାଣିତ ହେବେ ତାଙ୍କୁ ଦଣ୍ଡ ଦିଆଯିବ । ମୁଁ ନିଜେ ଆସି ଏ ବିଷୟରେ ନିର୍ଣ୍ଣୟ କରିବି ।” ମଣିରାମଙ୍କ ଚେତାବନୀ ଯୋଗୁଁ ଅନେକ କର୍ମଚାରୀ ନିଜ ନିଜ କାମ ବଡ ତତ୍ପରତାର ସହିତ କଲେ । କିନ୍ତୁ ଅତ୍ୟନ୍ତ ଅଳସୁଆ କେତେଜଣ ତଥାପି ମଧ୍ୟ ଗପ କରି ସମୟ ବିତାଇଲେ । ଦିଲ୍ଲୀପ ସେମାନଙ୍କ କାମ କରିଦିଅନ୍ତି । କିଛିଦିନ ପରେ ମଣିରାମ ପୁଣି କାମ ଦେଖିବାକୁ ଆସି ସମସ୍ତ କର୍ମଚାରୀଙ୍କୁ ଏକାଠି କରି କହିଲେ, “ମୁଁ ଯାହା ଦେଖୁଛି ଶ୍ରମଚୋର ହେଉଛନ୍ତି ଦିଲ୍ଲୀପ...