Posts

10-03-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର କାହାଣୀ*_👈               _*👉" କଥା ତ ଏତିକି "👈*_ *ତାରିଖ : ୧୦/୦୩/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ସୂର୍ଯ୍ୟ ଦେବତା ନିଜର ରାଗ ରୁଷା ଛାଡି ଘର ବାହୁଡ଼ା ହେଉଥିଲେ। ଧୀରେ ଧୀରେ କାଳ ନାଗୁଣୀ ରାତ୍ରି ସାରା ସଂସାର କୁ ନିଜ ଅକ୍ତିଆରକୁ ନେଇ ଯାଉ ଥିଲା, ଯେମିତି ସେ ଅପେକ୍ଷା ରେ କେତେବେଳେ ସୂର୍ଯ୍ୟାସ୍ତ ହେବ। ଭାରି କଠିଣ ଏ ରାତି, ବେଳକୁ ବେଳ କାଳ ନାଗୁଣୀ ପରି ତାର ଆକାର ବଡ କରିଚାଲେ। ପ୍ରଶାନ୍ତ ବାବୁ ଆରାମ ଚେୟାର ରେ ବସି ବସି ଗୋଟିଏ ହାତରେ ଖଣ୍ଡେ କାଗଜ ଛାତି ଉପରେ ଭିଡି ଧରିଛନ୍ତି ଏବଂ ଅନ୍ୟ ହାତରେ ଚଷମା ଟି ତଳ କୁ ଓହଳି ରହିଛି. ଆଖି ଦୁଇଟି ମୁଦି ପଡିରହିଛନ୍ତି ସେ। ଏହି ମୁଦ୍ରା ରେ ରହି ଭାବନା ରାଇଜ ରେ କୋଉଠି ହଜି ଯାଇଛନ୍ତି ସେ। ହଠାତ ଚେତନା ରେ ଆସିଲେ ହାତରୁ ଚଷମା ଟି ଖସି ପଡି ଯିବାରୁ। ଖଣ୍ଡେ କାଚ ବାହାରି ଗଲା ସେଥିରୁ।ଅତ୍ୟନ୍ତ ବ୍ଯତିବ୍ଯସ୍ତ ହୋଇ ଚଷମା ଟିକୁ ହାତରେ ନେଇ କାଚ ଟିକୁ ଲଗାଇ ବାକୁ ଲାଗିଲେ ସେ। ସେମତି କାଚ କୁ ଚଷମା ରେ ଲଗାଇ ଚିଠି ଟିକୁ ଉପରୁ ତଳକୁ ବାରମ୍ବାର ଦେଖିବାକୁ ଲାଗିଲେ। ନା କିଛି ଦିଶୁନି। କିନ୍ତୁ ଏ ଚିଠି ଟିର କମା ଓ ପୂର୍ଣ୍ଣଛେଦ ବି ତାଙ୍କର ମୁଖସ୍ଥ ହୋଇ ସାରିଛି। ତେଣୁ ଅନର୍ଗଳ ଭାବେ ପଢି ଗଲେ ସେ। "ପ୍ରିୟ ବା...

10th march 20 ଆଜି ର ଖବର

*ଖବର ଆଜିର* ତାରିଖ ୧୦/୦୩/୨୦, ମଙ୍ଗଳବାର ୧-କରୋନା ଅପଡେଟ: ଭାରତରେ ୪୩ ସଂକ୍ରମିତ, ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ। ୨-ବର୍ଷା ପାଇଁ ଫିକା ପଡ଼ିବ ହୋଲି! ବର୍ଷା ସହ ପବନ ବହିବା ସମ୍ଭାବନା। ୩-ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ଆଜି  ୨ଟା ଯାଏଁ ବନ୍ଦ ରହିବ ମୋ ବସ ସେବା। ୪-ଗୋପରେ ଗୋଟା କୁକୁଡା ହୋଇଗଲା ମାତ୍ର ୧୦ ଟଙ୍କା, ଚିକେନ ପ୍ରେମୀଙ୍କ ପାଇଁ ହୋଲି ପୁରା ରଙ୍ଗିଲା। ୫-ପୁଣି ଟଙ୍କା ଲୁଟି ନେଲା ମ୍ୟାଜିକ୍ ପେନ୍ । ତିନି ଦିନରେ ଆସିଲାଣି ୩ଟି ଭିନ୍ନ ଭିନ୍ନ ଲୁଟର କାହାଣୀ । ଚାଲିଛି ତଦନ୍ତ, ହେଲେ ଧରାପଡୁନି ଲୁଟେରା। ୬-ସ୍ଥିତି ଓ ଭବିଷ୍ୟତ ନେଇ ଆଶଙ୍କା: ଦୁଗ୍ଧ ଉତ୍ପାଦନ ହ୍ରାସର ପ୍ରଭାବରେ ଓମ୍‌ଫେଡ୍‌ କ୍ଷୀର ଦର ୩ଟଙ୍କା ବୃଦ୍ଧି, ଖାଉଟି ହନ୍ତସନ୍ତ। ୭-ଆଜି ରଙ୍ଗର ପର୍ବ ହୋଲି: କମିଶନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା, ସାବାଡ଼ ହେବେ ମଦୁଆ। ୮-ଉପଯୁକ୍ତ ଚିତ୍କିସା ଅଭାବରୁ, ଯାଜପୁର ଅଞ୍ଚଳରେ ଆତଙ୍କ ଖେଳାଇ 4 ଜଣ ଲୋକଙ୍କ ଜୀବନ ନେଇଥିବା ନରହନ୍ତା ଦନ୍ତା ନରସିଂହାର ମୃତ୍ୟୁ। ୯-ଆହାର କେନ୍ଦ୍ରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଅଚାନକ ପହଞ୍ଚି ଖାଦ୍ୟର ମାନ ଯାଞ୍ଚ କଲେ, ଲୋକଙ୍କ ସହ ଏକାଠି ବସି ଖାଇଲେ । ୧୦-ହୋଲିରେ ହେଉଥିବା ଦୁର୍ଘଟଣା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ, ଜରୁରୀକାଳୀନ ସେବା ପାଇଁ ଅଧିକ ଡାକ୍ତର ନିଯୁକ୍ତ ସହ ସ୍ୱତନ୍ତ୍ର ଓ୍ଵାର୍ଡର ବ୍ୟବ...

ହୋଲି ର ଅଭିନନ୍ଦନ

Image

09-03-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର କାହାଣୀ*_👈                   _*👉" ରଙ୍ଗ "👈*_ *ତାରିଖ : ୦୯/୦୩/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ରଙ୍ଗପୁର ଛକ ପାଖରୁ ଉତ୍ତର ଦିଗକୁ ଅଧ କିଲୋମିଟର ଗଲେ ରାସ୍ତାର ଦୁଇପଟେ ପଡେ ଦୁଇଟା ବଡ଼ ବରଗଛ। ସେଇ ବାଟ ଦେଇ  ଯାତାୟତ କରୁଥିବା ସବୁ ଲୋକ ଘଡ଼ିଏ ଠିଆ ହୋଇ ଚାହାନ୍ତି ରାସ୍ତାର ଦୁଇ ଆଡ଼କୁ।  ବରଗଛକୁ ନୁହେଁ, ବରଂ ଦୁଇ ବରଗଛ ତଳେ ଥିବା ଗୋଟେ ପଟେ ଛୋଟ ଠାକୁର ମନ୍ଦିର ଓ ଅନ୍ୟ ପଟେ ପୀର ବାବାଙ୍କ ପୀଠକୁ ଅନାଇଲା ବେଳେ ,ଆପେଆପେ ମୁଣ୍ଡିଆ ମାରନ୍ତି ଦେଖଣାହାରୀ।   ରଂଗପୁର ଗାଁରେ ହିନ୍ଦୁ ଓ ମୁସଲମାନ ପ୍ରାୟ ସମାନ ସଂଖ୍ୟାରେ।ଅନେକ ବର୍ଷ ହେଲାଣି ଭାଇଚାରା ଚାଲିଆସୁଥିଲା।ହେଲେ ଦୁଇବର୍ଷ ହେଲାଣି ସମ୍ପର୍କ ଭିତରେ ତିକ୍ତତା ଉଙ୍କିମାରିଛି।ଯେବେଠୁ ମଟର ସାଇକେଲ ମେକାନିକ ରିଆଜ, ହିନ୍ଦୁ ଝିଅ ମାନିକୁ ନେଇ ଦିଲ୍ଲୀ ପଳେଇଛି, ସେବେଠୁ ଦୁଇ ସମ୍ପ୍ରଦାୟ ମଝିରେ ଆଶଙ୍କା ଓ ଅବିଶ୍ବାସ'ର ଏକ ଅଦେଖା ପାଚେରୀ ଠିଆହୋଇଛି।  ଦୁଇ ସମ୍ପ୍ରଦାୟର ବଡ଼ମାନେ,ପୋଲିସ ,ପ୍ରଶାସନ ସହାୟତାରେ ମିଳାମିଶା ଉଦ୍ୟମ ଯଦିଓ କରୁଥିଲେ, ତଥାପି ଟୋକାମାନଙ୍କ ମିଜାଜ ଅଲଗା ଥିଲା।  " ସେମାନେ ଆମ ଦୁର୍ଗାପୂଜା ଓ ଦୋଳ ମେଳଣ ରେ ମିଶିବେ ନାହିଁ କି ହୋଲି ଖେ...

07-03-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈               _*👉" ମଣି କାଞ୍ଚନ "👈*_ *ତାରିଖ : ୦୭/୦୩/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ ରାଧା ଶ୍ୟାମ ବାବୁଙ୍କ ଆଖିରେ ଆଜି ଲୁହ । ଦୀର୍ଘ ସପ୍ତାହେ ହେବ ବିଛଣା ଶଯ୍ୟା ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ଅଚଳ ,ଅସ୍ଥାବର ସମ୍ପତ୍ତିର ଏକଛତ୍ର ଅଧୀଶ୍ୱର ସେ । ଆଜି ତାଙ୍କ ପାଖରେ ସବୁକିଛି ଥାଇ ମଧ୍ୟ ସେ ନିଃସ୍ୱ । ନିଜ କଲା କର୍ମ ପାଇଁ ସେ ନିଜେ ପଶ୍ଚାତ କରୁଛନ୍ତି ବୟସର ସାୟାହ୍ନରେ ନିବୁଜ କୋଠରୀ ମଧ୍ୟରେ ।    ପାଖରେ ବସିଛନ୍ତି ତାଙ୍କ ପ୍ରାଣ ପ୍ରିୟ ପତ୍ନୀ ପ୍ରମିଳା ଦେବୀ । ସେ ବି ଭାଙ୍ଗି ପଡିଛନ୍ତି ପତି ଦେବଙ୍କ ଶରୀରର ଏତାଦୃଶ ଅବସ୍ଥା ଦେଖି । ଅସହାୟ ଅବସ୍ଥାରେ କୁଟା ଖିଅକୁ ସାହାରା ଭାବନ୍ତି ପ୍ରତ୍ୟେକ ଲୋକ । ମାତ୍ର ଆଜି ସେ ଦୁହିଁଙ୍କ ପାଇଁ ଏକମାତ୍ର ଜଷ୍ଟି ସାଜିଛି ତାଙ୍କ ଝିଅ "ସାବି " , ଯିଏ ଆଜି ଆଉ କାହା ଘରର କୁଳ ବଧୂ । ଯେଉଁ ଝିଅକୁ ରାଧାଶ୍ୟାମ ବାବୁ ହତାଦର କରୁଥିଲେ ,ତାକୁ ଆଡ ଆଖିରେ ଦେଖୁଥିଲେ ,ପୁଅକୁ କୋଟିନିଧି କରି ଝିଅକୁ ଅଣଦେଖା କରିଥିଲେ, ସେହି ସାବି ଆଜିକୁ ସାତ ଦିନ ହେବ ଅଖିଆ ଅପିଆ ତାଙ୍କ ସେବା ନିଘାରେ ବ୍ୟସ୍ତ ହୋଇପଡୁଛି । ପୁରୁଣା ଦିନ ସବୁ ମନେ ପକେଇ ରାଧାଶ୍ୟାମ ବାବୁ ନିଜ ପିତୃତ୍ୱକୁ ଧ...

06-03-2020 କାହାଣୀ

👉_*ଆସନ୍ତୁ ପଢିବା ଆଜିର  କାହାଣୀ*_👈              _*👉" ଫଗୁଣ ଫେରା ସ୍ମୃତି "👈*_ *ତାରିଖ : ୦୬/୦୩/୨୦୨୦*  *❀꧁❀꧂❀꧁❀꧂❀꧁❀꧂❀* _________________________________________ *☘☘🌼🌼🙏🏻✒🙏🏻🌼🌼☘☘ କିନ୍ଚିତ୍ ଅନିଚ୍ଛା ସତ୍ତ୍ବେ ମଧ୍ୟ ବେଳେ ବେଳେ ଫେରିବାକୁ ହୁଏ ଲିଭି ଲିଭି ଯାଉଥିବା ଜୀବନର ପୃଷ୍ଠା କୁ । ସେହି ପୃଷ୍ଠା କେତେବେଳେ ନିଜ ହାତ ସ୍ପର୍ଶରେ ହାେଇଯାଇପାରେ ଜୀବନ୍ତ ମୂର୍ତ୍ତୀ ସଦୃଶ । ଅସରାଏ ବର୍ଷା ଛିଟାରେ ବଦଳିପାରେ ସ୍ମୃତିର ବରାଂଗନା ରୂପ । ହୁଏ କେବେ ପଲାସି ଜ୍ୟାେସ୍ନା ତ କେବେ ପୁଣି ବଉଳି ଗୀତ । ଜ୍ୟାେସ୍ନା ! କୁଆଁରୀ ରାତିର ସୁପ୍ତ ନିରବତା । ପ୍ରତ୍ୟୁଷ ସବିତା ର ପ୍ରଣୟୀ କିରଣ । ଭସା ଭସା ବାଦଲ ଭିତରେ ଝଲସି ଉଠୁଥିବା ତାରା । ଏ ସବୁ ର ସଂଗମରେ ହୁଏ ଜ୍ୟାେସ୍ନା ର ଆବିର୍ଭାବ । ଶଶାଂକ ର ପ୍ରେୟସୀ ସିଏ । କେଉଁ ଏକ ମୂହୁର୍ତ୍ତ ରେ ଦୁହେଁ ମନ ଦିଆ ନିଆ ହେଇଥିଲେ । ଆଖିରେ ଆଖି ମିଶିଥିଲା । ଦୁହେଁ ହେଲେ ନିକଟରୁ ନିକଟ ତର । ପ୍ରତି ବର୍ଷ ଜ୍ୟାେସ୍ନାର ଜନ୍ମଦିନରେ ଶଶାଂକ ମନ୍ଦିର ଯାଇ ଜ୍ୟାେସ୍ନାର ଉତ୍ତରତ୍ତାେର ଉନ୍ନତି ପାଇଁ କାମନା କରି ଆସେ । ଆଜି ମଧ୍ୟ ସେଇ ଦିନ ଫଗୁଣ ପୂର୍ଣ୍ଣିମା । ଚାରିଆଡେ ହାେଲି ପାଇଁ ସାଜସଜ୍ଜା । ଚତୁଃଦିଗ ରଂଗୀନ ଆଭାରେ ଝଲସି ଉଠୁଛି । ସବୁ ବର୍ଷଠୁ ଏହି ବର୍ଷ ହାେଲି ଟା ଶଶାଂକ ପାଇଁ ନୂଆଁ ଲା...

ଆଜି ର ଅନୁଚିନ୍ତା

💝 *ଆଜିର ଅନୁଚିନ୍ତା*💝 🌷💮🌻 *ତାରିଖ-୦୬/୦୩/୨୦୨୦*🌻💮🌷 *ଜୀବନର ଚଲା ବାଟରେ କୌଣସି ବିକଟ ପରିସ୍ଥିତିରେ ଭଗବାନ ଯଦି ଆପଣ ଦୃଢ଼ ସଂକଳ୍ପର ସହ କାମ କରୁଛନ୍ତି ତ ସଫଳତା ଆପଣଙ୍କ ପଛରେ ପଡ଼ିଯିବ । କଠିନ ସମୟରେ ବି ନିଜର ଲକ୍ଷ୍ୟରୁ ଓହରି ଯାଆନ୍ତୁ ନାହିଁ, ବିପଦକୁ ବିଜ୍ଞାପନରେ ବଦଳାନ୍ତୁ ।।* *ସମୟର ସୀମାକୁ ନ ଦେଖି ସମୟର ଅନ୍ତରାଳରେ ଯଦି ତାହାକୁ ସଦୁପଯୋଗ କରିବା ତାହେଲେ ତାହା ଆମପାଇଁ ଲାଭଦାୟୀ ଓ ସୁଖଦାୟୀ ହୋଇଥାଏ । ଅଳସୁଆ ସମୟର ସୀମାକୁ ଦେଖିଥାଏ ଓ କର୍ମଠ ବ୍ୟକ୍ତି କାମକୁ ଗୁରୁତ୍ୱ ଦେଇଥାଏ । ଅଳସୁଆର ସମୟ ଯାଏ ନାହିଁ ଓ କର୍ମୀ ଲୋକକୁ ସମୟ ଅଭାବ ହୋଇଥାଏ । ତେଣୁ ସମୟକୁ ସଦୁପଯୋଗ କରିବା ନିତ୍ୟାନ୍ତ ଆବଶ୍ୟକ ।।* *ସବୁବେଳେ ସବୁକିଛି ପାଇବାର ଆଶା ହିଁ ମନୁଷ୍ୟ କୁ ଦୁଃଖ ଓ ଅଶାନ୍ତି ର ଅନ୍ଧକାର ମଧ୍ୟକୁ ଟାଣି ନେଇଥାଏ.. ତେଣୁ ଇଶ୍ୱର ଯାହା ଦେଇଛନ୍ତି ସେଥିରେ ଖୁସି ହେବା ଉଚିତ.. ତେବେ ଯାଇ ଏ ସଂସାରରେ ଶାନ୍ତିରେ ବଞ୍ଚି ପାରିବା ll* *କିଏ କହିଥାଏ ସମୟ 🕔 ଧୋକା ଦେଇଥାଏ ଆଉ କିଏ କହିଥାଏ ଭାଗ୍ୟ ଧୋକା ଦେଇଥାଏ.. ହେଲେ ସତ୍ୟଟା ଏୟା.. ନା ସମୟ ଆମକୁ ଧୋକା ଦେଇଥାଏ ନା ଭାଗ୍ୟ ଆମକୁ ଧୋକା ଦେଇଥାଏ.. କେବଳ ଆମ ଭରଷା ହିଁ ଆମକୁ ଦୁଃଖ ଦେଇଥାଏ ଯିଏ କିଛି ନ ବୁଝି ବିଚାରି ଅନ୍ୟ ଉପରେ ଆଖିବୁଜି ବିଶ୍ବାସ କରିଥାଏ ll* 🙏🙏 *ଜୟ ଜଗନ୍ନାଥ* 🙏🙏