Posts

୧୧ ଜୁଲାଇ ୨୦୨୦ କାହାଣୀ

🌼 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌼 🍭 *ବଳ ଓ ତେଜ* 🍭 ଗୋବିନ୍ଦପୁରର ଜମିଦାର ଥରେ ତାଙ୍କ ଗୁମାସ୍ତାଙ୍କ ସହ କୌଣସି ଏକ ଦୂର ଗ୍ରାମରୁ ଫେରୁଥାନ୍ତି । ବାଟରେ ଗୋଟିଏ ଆମ୍ବ ବଗିଚା ପଡିଲା । ସେ ବାଟରେ ସେ ଜମିଦାର ତ ପୂର୍ବରୁ କେବେବି ଆସି ନଥିଲେ । ବଗିଚା ଆଡେ ଅନାଇ ସେ ମୁଗ୍ଧ ହୋଇ ଦଣ୍ଡେ ଠିଆ ହୋଇଗଲେ । ସବୁ ଗଛରେ ଆମ୍ବ ଫଳିଥାଏ । ସେସବୁର ପରିମାଣ ପ୍ରଚୁର । ଏସବୁ ଦେଖି ଜମିଦାର କହିଲେ, “ବାଃ, କେଡେ ଚମତ୍କାର ଆମ୍ବ ବଗିଚା!”                 ଏହି କଥାରେ ତାଙ୍କ ଗୁମାସ୍ତା ହସିଲେ ଓ କହିଲେ, “ଏଭଳି ଆମ୍ବ ବଗିଚା କ’ଣ କୌଣସି ସାଧାରଣ ଲୋକର ସମ୍ପତ୍ତି ହୋଇପାରେ? ଏହା ନିଶ୍ଚୟ କୌଣସି ରାଜା ଜମିଦାରଙ୍କର ହୋଇଥିବ ପରା!”                 ଜମିଦାର କହିଲେ, “ମୁଁ ମଧ୍ୟ ସେଇଆ ଅନୁମାନ କରୁଥିଲି । ଏ ବିରାଟ ଆମ୍ବ ବଗିଚା ସତରେ କାହାର? ମାଲିକର ଘର ନିଶ୍ଚୟ ଏହି ଗାଁରେ ହୋଇଥିବ । ନହେଲେ ତ ସବୁ ଲୁଟତରାଜ ହୋଇଯା’ନ୍ତା । ଗଛରେ ଏତେ ଫଳ କାହୁଁ ରହନ୍ତା!”                 ଗୁମାସ୍ତା କହିଲେ, “ହଜୁର! ଏ ବଗିଚା ଆପଣଙ୍କର । ଆପଣ ତ କେବେ ଏଆଡେ ଆସି ନାହାଁନ୍ତି, ଜାଣିବେ ବା କିପରି?” ଏକଥା ଶୁଣି ସେ ଜମିଦାର ଅତ୍ୟନ୍ତ ଖୁସି ହୋଇ କହିଲେ “ସତେ? ଓଃ ହୋ, ଏଇ ...

୧୦ ଜୁଲାଇ ୨୦୨୦ କାହାଣୀ

💚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 💚 💜 *ଦିବ୍ୟଦୃଷ୍ଟି* 💜 ସୁବଳ ପ୍ରତାପଗଡର ରାଜାଙ୍କର ପୋଷାକପତ୍ର କଚାକଚି କରୁଥାଏ । ଥରେ ଥରେ ରାତିରେ ସେ ସଫା କରିବା ପାଇଁ ଆଣିଥିବା ରାଜକୀୟ ପୋଷାକ ପିନ୍ଧି ରାଜପଥରେ ଏକାକୀ ବୁଲାବୁଲି କରି ଆନନ୍ଦ ପାଏ । ହଠାତ୍ କେବେ କେହି ତାକୁ ଦେଖି ପକାଇଲେ ତା’ ପୋଷାକ ଯୋଗୁଁ ତାକୁ ନମସ୍କାର କରି ପକାନ୍ତି । ଏଣୁ ସେ ତା’ ମନେ ମନେ ବଡ ଗର୍ବ ବୋଧ କରେ ।                 ଦିନେ ରାତିରେ ସେମିତି ରାଜକୀୟ ପୋଷାକ ପିନ୍ଧି ସେ ଟହଲ୍ ମାରୁଛି, ହଠାତ୍ ଜଣେ ବାବାଜୀଙ୍କ ଉପରେ ତା’ ଆଖି ପଡିଲା । ବାବାଜୀ ତା’ ଆଡକୁ କଟମଟ କରି ଅନାଇ ଚାଲିଗଲେ । ନମସ୍କାର ନ ପାଇବାରୁ ସୁବଳ ଚିଡି ଯାଇ କହିଲା, “ହଇରେ, ତୁ କିଏ? ବାବାଜୀ ବେଶରେ ଖଂଟହୋଇଥିବୁ ପରା!”                 ବାବାଜୀ ପଚାରିଲେ “ତମେ କିଏ?”                 “ମୁଁ ରାଜା । କ’ଣ ମୋତେ ଦେଖି ପାରୁ ନାହଁ?” ସୁବଳ ଏହି ଉତ୍ତର କଡା ଭାବରେ ଦେଲା ।                 ବାବାଜୀ ତାକୁ ଆଉ ଥରେ ଚାହିଁ ଦେଇ ବୁଲି ପଡି ସେଠାରୁ ଚାଲିଗଲେ । ହଠାତ୍ ସୁବଳ ବୁଝି ପାରିଲା, ସେ ବାବାଜୀ ଜଣକ ଆଉ କେହି ନୁହେଁ, ଛଦ୍ମବେଶୀ ଖୋଦ୍ ରାଜା ନିଜେ ।...

୦୯ ଜୁଲାଇ ୨୦୨୦ କାହାଣୀ

🦚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🦚 💜 *ମାଟି ଓ ଆଖୁ* 💜 ବିନୟଭୂଷଣ କବି ଥିଲେ । ସେ ଦିନେ ରଘୁ ପ୍ରଧାନର ତେଜରାତି ଦୋକାନ ଆଗଦେଇ ଯାଉଛନ୍ତି, ଠିକ୍ ସେତିକିବେଳେ ପ୍ରଧାନେ ଗାଁ ଅବଧାନଙ୍କୁ କହୁଥିବାର ସେ ଶୁଣିଲେ, “ଅବଧାନେ, ମୁଁ ମୋ ସାରା ଜୀବନ କିଣାବିକାହିଁ କରି ଚାଲିଛି!”                 ବାସ୍! ଘରକୁ ଯାଇ କବି ବିନୟଭୁଷଣ ଗୋଟିଏ କବିତା ଲେଖିଲେ । ତା’ର ପ୍ରଥମ ପାଦ:                 ଜୀବନ ବିତିଲା କେତେ ଯେ ସଉଦା କରି,                 ଏତେ ବୋଝ ନେଇ କିପରି ମୁଁ ଯିବି                                                 ଜୀବନର ଆର ପାରି?                 କବିତାଟି ସେ ଜମିଦାରଙ୍କୁ ଶୁଣାଇଲେ । ଜମିଦାର ଏଥିରେ ବହୁତ ଖୁସି ହୋଇ ତାଙ୍କୁ ଏକ ଶତ ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଦେଲେ । ସେ ପୁରସ୍କାର ପାଇବାରୁ ଅନ୍ୟମାନଙ୍କ ସହ ରଘୁ ପ୍ରଧାନ ବି ତାଙ୍କୁ ବଧେଇ ଜଣାଇଲେ । କବି କହିଲେ, “ପଧାନେ! ସେଦିନ ତମରି କଥା ଶୁଣି ମୁଁ ଏ କବିତା ଲେଖିଲି...

୦୮ ଜୁଲାଇ ୨୦୨୦ କାହାଣୀ

🌸 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌸 🤴 *ଅଭିନବ ରାଜମୁକୁଟ* 🤴 ଚୀନ୍ ଦେଶର ଏକ ରାଜ୍ୟର ରାଜାମାନେ ବହୁ ପୁରୁଷ ଧରି ଗୋଟାଏ ଅଦ୍ଭୁତ ଟୋପି ପିନ୍ଧୁଥିଲେ । ସେ ଟୋପି ଗୋଟାଏ ଶିଆଳ ଛାଲରେ ତିଆରି । କାହିଁକି? ତା’ର କାରଣ ଜାଣିବାକୁ ହେଲେ ପୁରା କାହାଣୀଟିଏ ଶୁଣିବାକୁ ହେବ:                 ବହୁ ପ୍ରାଚୀନ କାଳର କଥା । ଚୀନ୍ ଦେଶର ଗୋଟାଏ ଗାଁରେ ଅଟାଙ୍ଗ ନାମକ ଗରିବ ଯୁବକଟିଏ ବାସ କରୁଥାଏ । କୁଡିଆଟି ଛଡା ତା’ର ନାମକୁ ମାତ୍ର ଖଣ୍ଡିଏ ଜମିଥାଏ । କିନ୍ତୁ ସେ ଜମିରେ ଏମିତି ଗୋଟାଏ ସମ୍ପତ୍ତି ଥାଏ, ଯାହା ଯୋଗୁଁ ସେ ବେଶ୍ ସ୍ୱଚ୍ଛନ୍ଦରେ ଚଳୁଥାଏ ।                 ତା’ର ସେ ସମ୍ପତ୍ତି ହେଲା ଗୋଟାଏ ଡାଳିମ୍ବ ଗଛ । ସେ ଗଛର ଡାଳିମ୍ବ ଥରେ ଯିଏ ଖାଇଛି, ସେ କେବେ ବି ତାହାର ସ୍ୱାଦ ଭୁଲିପାରିବ ନାହିଁ । ତେଣୁ ଅଟାଙ୍ଗର ଡାଳିମ୍ବ ବହୁତ ମୂଲ୍ୟରେ ବିକ୍ରି ହୁଏ । ଏହିପରି ଭାବେ ସେ ଅଟାଙ୍ଗ ବେଶ ଖୁସିରେ ଚଳୁଥାଏ । ଏତେ ବଡ ସଂସାରରେ ତା’ର ନିଜର ବୋଲି ଆଉ କେହି ବି ନଥାନ୍ତି ।                 ସେ ଡାଳିମ୍ବ ଗଛକୁ ଚୋର ଖଂଟଙ୍କ କବଳରୁ ରକ୍ଷା କରିବା ନିମନ୍ତେ ଅଟାଙ୍ଗ ତା’ ଚାରିକଡେ ପଥର ପାଚେରୀ ତୋଳିଥାଏ । ଖାଲି ସେତିକି ନୁହେଁ, ଯେତେବେଳେ ଡାଳିମ୍ବ ପାରିବ...

୦୭ ଜୁଲାଇ ୨୦୨୦ କାହାଣୀ

🌻 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌻 🎈 *ସୁଖଦୁଃଖର ସାଥୀ* 🎈 ସୁରଜ କିଛି ରୋଜଗାର ଆଶାରେ ସହର ବାହାରିଥିଲେ । ପତ୍ନୀ, ପଥରେ ଭୋଜନ କରିବା ପାଇଁ କିଛି ଖାଦ୍ୟ ଏକ ପୁଟୁଳା କରି ଦେଇଥାନ୍ତି । ଦୂରତା କମିଯିବା ଆଶାରେ, ସେ ଜଙ୍ଗଲ ମଝିରେ ଜଣେ ଯୁବକ ତାଙ୍କୁ ଅଟକେଇଲା । ଚେହେରାରୁ, ସେ ଯୁବକ ଜଣକ ଉଚ୍ଚବଂଶଜ ମନେ ହେଉଥାନ୍ତି । ଖୁବ୍ ଦାମୀ ପୋଷାକ ସେ ପିନ୍ଧିଥାନ୍ତି । କିନ୍ତୁ ତାହା ଅପରିଷ୍କାର ହୋଇ ଯାଇଥାଏ । ସୁରଜଙ୍କୁ ଅଟକେଇ ପ୍ରଥମେ ସେ ଖାଇବା ପାଇଁ ମାଗିଲା । ସୁରଜ ତାଙ୍କ ଖାଦ୍ୟ ପୁଟୁଳିଟି ଦେବାପାଇଁ ଆଦୌ ପ୍ରସ୍ତୁତ ନ ଥିଲେ । କିନ୍ତୁ ବଳପ୍ରୟୋଗ କରି, ସେ ତାଙ୍କ ହାତରୁ ତାହା ଛଡାଇ ନେଇ ଖାଇବାରେ ଲାଗିଲା । ସୁରଜ, ନିଜ ପାଖରେ ଆଉ କିଛି ଖାଇବା ପାଇଁ ନାହିଁ କହି ଚିତ୍କାର କରି କାନ୍ଦିବାରେ ଲାଗିଥାନ୍ତି । କିନ୍ତୁ ଯୁବକ ଅତ୍ୟନ୍ତ ଭୋକିଲା ଥିବାରୁ, ତାଙ୍କ ଚିତ୍କାର ନ ଶୁଣି, ଖୁବ୍ ଶୀଘ୍ର ଖାଇବାରେ ଲାଗିଥାଏ । ସବୁ ଖାଇ ସାରିବା ପରେ, ସୁରଜଙ୍କ ଚିତ୍କାରରେ ଆଦୌ ବିଚଳିତ ନ ହୋଇ ସେ ଯୁବକ ସହଜ ଭାବରେ ପଚାରିଲା, “ଏଇ ପାଖରେ ଥିବା ଭଦ୍ରଗିରି ଗ୍ରାମର ନାମ ଆଗରୁ ଶୁଣିଛ?” ସୁରଜ ଚିତ୍କାର ବନ୍ଦ କରି, ମୁଣ୍ଡ ହଲେଇ ହଁ ଭରିଲେ । ଯୁବକଟି କହିଲା, “ମୁଁ ସହରରୁ ଆସୁଥିଲି । ମୋର ଭଦ୍ରଗିରି ପହଁଚିବା ଦରକାର । ଏଇ ଜଙ୍ଗଲରେ ବାଟବଣା ହୋଇ ବୁଲୁଛି । ମୋତେ ଭଦ୍ରଗିରିଠାରେ ପହଁଚାଇଦିଅ । ମୋର ପିତା, ସେହି ...

6 july ଖବର

*👇ଆଜି ଦିନ ର ଗୁରୁତ୍ୱପୂର୍ଣ୍ଣ ଖବର👇* *ତାରିଖ-୦୬-ଜୁଲାଇ-୨୦୨୦* *ସୋମବାର* *କେବଳ ଗୁରୁତ୍ୱପୂର୍ଣ୍ଣ ଖବର ସବିସ୍ତୃତ ଭାବରେ* ୧➡️ *ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ – ଗହଳି କରନ୍ତୁନି, ଗହଳିକୁ ଯାଆନ୍ତୁନି* କୋଭିଡ୍‌ ଯୁଦ୍ଧ ଜିତିବା ପାଇଁ ତ୍ୟାଗ, ସଂଜମ ଓ ଶୃଙ୍ଖଳାକୁ ଆପଣାନ୍ତୁ ପୁରୀବାସୀ ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିଛନ୍ତି କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ କରନ୍ତୁ ବାହାରକୁ ଯାଆନ୍ତୁ ନାହିଁ ବାପା, ମା’ଙ୍କ ପରାଇଁ ବିପଦ ଡାକନ୍ତୁ ନାହିଁ *ସମ୍ପୂର୍ଣ୍ଣ ବିବରଣୀ  ଶେଷରେ  ଅଛି* ୨➡️ *ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ପରଲୋକ* ଭୁବନେଶ୍ୱର-ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଳ ବିଧାୟକ ବିଷ୍ଣୁ ଦାସଙ୍କ ସୋମବାର ପରଲୋକ ହୋଇଯାଇଛି। ସେ କିଛିଦିନ ହେବ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ମୃତ୍ୟୁକୁ ନେଇ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ୩➡️ *ବିଧାନସଭା କମିଟି ବୈଠକ ବାତିଲ* ଭୁବନେଶ୍ୱର: ବିଧାନସଭା କମିଟି ବୈଠକ ବାତିଲ। ବିଧାନସଭାର ବିଭିନ୍ନ କମିଟି ବୈଠକ ବାତିଲ ନେଇ ନିଷ୍ପତ୍ତି ହୋଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଗତମାସରେ ବିଧାନସଭାର ବିଭିନ୍ନ କମିଟି ମିଟିଂ ପାଇଁ ଅନୁମତି ଦେଇଥିଲୁ କରୋନା ସ୍ଥିତି ଦେଖି ସବୁ ବୈଠକ ବାତିଲ ନେଇ କାଲି ନିଷ୍ପତ୍ତି ହୋଇଥିଲା। ୪➡️ *CORONAVIRUS UPDATE: ରାଜ୍ୟରେ ୨୪ ଜିଲାରୁ ୪୫୬ ପଜିଟିଭ ଚିହ୍ନଟ; ଆକ୍...

୦୬ ଜୁଲାଇ ୨୦୨୦ କାହାଣୀ

💐 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 💐 💥 *ପଦବୀର ବଳ* 💥 ଜଟାଧର ପ୍ରଥମ ଥର ପାଇଁ ସହରକୁ ଆସି ଥାଆନ୍ତି । ରହିବା ପାଇଁ ସେ ଧର୍ମଶାଳାକୁ ଗଲେ । ସେଠାରୁ ହୋହଲ୍ଲା ଶୁଭୁଥାଏ । କିଛି ଲୋକ ତାସ୍ ଖେଳୁଥାନ୍ତି । ଆଉ କିଛି ଲୋକ ମଦ୍ୟପାନ କରୁଥାନ୍ତି । ସେ ବିସ୍ମିତ ହୋଇ ଭାବିଲେ ଯେ, ଏହା ‘ଧର୍ମଶାଳା, ନା ମଦ୍ୟପଙ୍କର ଏକ ଆଡ୍ଡାସ୍ଥଳୀ ।’ ଏହି ସମୟରେ କିଏ ଜଣେ ଚିତ୍କାର କଲା, “ଆରେ, ମହାବୀର ଆସିଗଲା ।”                 ବାସ୍, ତା’ପରେ ସବୁ ମଦୁଆ, ଜୁଆଡୀ ଯିଏ ଯୁଆଡେ ପାରିଲେ ଧାଇଁ ପଳେଇଲେ । ଏତିକିବେଳେ ବିପରୀତ ଦିଗରେ ବନ୍ଦଥିବା ଏକ କବାଟକୁ କିଏ ଜଣେ ଜୋର୍ରେ ଲାତ ମାରିଲା, ଫଳରେ ସେ କବାଟ ଭାଙ୍ଗି ତଳେ ପଡିଗଲା ।                 ଏଣେ ଜଟାଧର ସ୍ତବ୍ଧ ହୋଇ ଏସବୁ ଦେଖୁଥାନ୍ତି । ଦେଖିଲେ ଛଫୁଟ ଲମ୍ବା, ହୃଷ୍ଟପୃଷ୍ଟ ଚେହେରାର ଜଣେ ଲୋକ ଆସି ସେଠାରେ ଠିଆ ହେଲା । ତା’ର ମୋଟା ନିଶ, ନାଲି ଆଖି ଦେଖି ସେ ଡରିଯାଇଥାନ୍ତି । ଭିତରେ ସେ ଜଟାଧାରୀଙ୍କୁ ଦେଖି ପାଟି କଲା, “ଶୋଷ, ଭୀଷଣ ଶୋଷ, ହେଇ ସେଠି ସୁରେଇ ଅଛି, ଶୀଘ୍ର ପାଣି ଦେ ।”                 ‘ବାପାରେ, ମରିଗଲି ଆଜି । ଶେଷରେ ଏହାରି ହାତରେ ପଡିବାର ମୋର ଯୋଗ ଥିଲା ।’ ଜଟାଧର ଏପରି ନିଜକୁ ନିଜେ କହ...