୧୪ ଜୁନ ୨୦୨୦ କାହାଣୀ
🌸 *ଗପ ଟିଏ... 🌛ଜହ୍ନମାମୁଁ ପୃଷ୍ଠାରୁ* 🌸 ⚛️ *ଶ୍ରୀଆଞ୍ଜନେୟ* ⚛️ କୌଣସି ପରିବାରରେ କିଛି ଉତ୍ସବ ବା ଶୁଭକାର୍ଯ୍ୟ ସକାଶେ ଖିଆପିଆ ହେବାର ଥିଲେ ଶିବ ରୋଷେଇ କାମ କରି ଜୀବିକାର୍ଜନ କରେ । ତା’ର ସୀତା ବୋଲି ଝିଅଟିଏ ଥାଏ । ସୀତାକୁ ପାଂଚବର୍ଷ ବୟସ ହୋଇଥିବା ବେଳେ ତା’ର ମା’ ମରିଯାଇଥିଲେ । ଏଣୁ ସେ ଶିବର ଏକମାତ୍ର ସନ୍ତାନ । ତେଣୁ ସେ ଯେଉଁଠିକି କାମ କରିବାକୁ ଯାଏ, ସୀତାକୁ ତା’ସାଙ୍ଗରେ ନେଇଯାଏ । ବାପା ରାନ୍ଧିବା ବେଳେ ଝିଅ ମନଦେଇ ସେସବୁ ଦେଖୁଥାଏ । କାମ ସରିବା ପରେ ଦୁହେଁ ସେଠାରେ ଥରେ ଖାଆନ୍ତି ଓ କିଛି ଅଧିକା ଖାଦ୍ୟ ସଙ୍ଗରେ ନେଇ ଆସନ୍ତି । ଶିବ ଯାହା ପାରିଶ୍ରମିକ ପାଏ ସେତିକି ତା’ର ଅର୍ଜନ । ଯେଉଁଦିନ ତାକୁ କିଛି କାମ ନ ମିଳେ ସେଦିନ ଶିବ ଭଲ ଭଲ ଖାଦ୍ୟ ବନାଇ ନିଜ ଝିଅକୁ ଖୁଆଏ । ଏମିତି ଅନେକ ଦିନ ବିତିଗଲା । ଝିଅ ରନ୍ଧାରନ୍ଧି କାମ ପ୍ରତି କୌଣସି ଆଗ୍ରହ ଦେଖାଏ ନାହିଁ । ଶିବର ବନ୍ଧୁ ବିଷ୍ଣୁର ଗୋଟିଏ ବୋଲି ପୁଅ, ତା’ର ନାମ ରାମୁ । ସେ ମଧ୍ୟ ବହୁତ ଗରିବ ଥିଲା । କାରଣ ତା’ମାବାପ ଅଳ୍ପ ଦିନ ଛଡାରେ ହଠାତ୍ ମରିଗଲେ । ତେଣୁ ବାପମା’ ଛେଉଣ୍ଡ ରାମୁକୁ ଶିବ ନିଜ ଘରେ ଆଶ୍ରୟ ଦେଲା । ଖୁବ୍ ଅଳ୍ପଦିନ ମଧ୍ୟରେ ରାମୁ ରନ୍ଧାରନ୍ଧି କାମ ସବୁ ଶିଖିଗଲା । ତା’ପରେ ସେ ଶିବକୁ ବିଶ୍ରାମ କରିବାକୁ ଦେଇ ନିଜେ ସବୁ କାମ କରିଯାଏ । ତେଣୁ ଶିବ ରାମୁକୁ ବହୁତ ଭଲ ପାଉଥିଲା । ଦିନେ ଶିବ ରାମୁକୁ କହିଲା, “ଆରେ ରାମ...