Posts

୧୪ ଜୁନ ୨୦୨୦ କାହାଣୀ

🌸 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌸 ⚛️ *ଶ୍ରୀଆଞ୍ଜନେୟ* ⚛️ କୌଣସି ପରିବାରରେ କିଛି ଉତ୍ସବ ବା ଶୁଭକାର୍ଯ୍ୟ ସକାଶେ ଖିଆପିଆ ହେବାର ଥିଲେ ଶିବ ରୋଷେଇ କାମ କରି ଜୀବିକାର୍ଜନ କରେ । ତା’ର ସୀତା ବୋଲି ଝିଅଟିଏ ଥାଏ । ସୀତାକୁ ପାଂଚବର୍ଷ ବୟସ ହୋଇଥିବା ବେଳେ ତା’ର ମା’ ମରିଯାଇଥିଲେ । ଏଣୁ ସେ ଶିବର ଏକମାତ୍ର ସନ୍ତାନ । ତେଣୁ ସେ ଯେଉଁଠିକି କାମ କରିବାକୁ ଯାଏ, ସୀତାକୁ ତା’ସାଙ୍ଗରେ ନେଇଯାଏ । ବାପା ରାନ୍ଧିବା ବେଳେ ଝିଅ ମନଦେଇ ସେସବୁ ଦେଖୁଥାଏ । କାମ ସରିବା ପରେ ଦୁହେଁ ସେଠାରେ ଥରେ ଖାଆନ୍ତି ଓ କିଛି ଅଧିକା ଖାଦ୍ୟ ସଙ୍ଗରେ ନେଇ ଆସନ୍ତି । ଶିବ ଯାହା ପାରିଶ୍ରମିକ ପାଏ ସେତିକି ତା’ର ଅର୍ଜନ । ଯେଉଁଦିନ ତାକୁ କିଛି କାମ ନ ମିଳେ ସେଦିନ ଶିବ ଭଲ ଭଲ ଖାଦ୍ୟ ବନାଇ ନିଜ ଝିଅକୁ ଖୁଆଏ । ଏମିତି ଅନେକ ଦିନ ବିତିଗଲା । ଝିଅ ରନ୍ଧାରନ୍ଧି କାମ ପ୍ରତି କୌଣସି ଆଗ୍ରହ ଦେଖାଏ ନାହିଁ । ଶିବର ବନ୍ଧୁ ବିଷ୍ଣୁର ଗୋଟିଏ ବୋଲି ପୁଅ, ତା’ର ନାମ ରାମୁ । ସେ ମଧ୍ୟ ବହୁତ ଗରିବ ଥିଲା । କାରଣ ତା’ମାବାପ ଅଳ୍ପ ଦିନ ଛଡାରେ ହଠାତ୍ ମରିଗଲେ । ତେଣୁ ବାପମା’ ଛେଉଣ୍ଡ ରାମୁକୁ ଶିବ ନିଜ ଘରେ ଆଶ୍ରୟ ଦେଲା । ଖୁବ୍ ଅଳ୍ପଦିନ ମଧ୍ୟରେ ରାମୁ ରନ୍ଧାରନ୍ଧି କାମ ସବୁ ଶିଖିଗଲା । ତା’ପରେ ସେ ଶିବକୁ ବିଶ୍ରାମ କରିବାକୁ ଦେଇ ନିଜେ ସବୁ କାମ କରିଯାଏ । ତେଣୁ ଶିବ ରାମୁକୁ ବହୁତ ଭଲ ପାଉଥିଲା । ଦିନେ ଶିବ ରାମୁକୁ କହିଲା, “ଆରେ ରାମ...

୧୩ ଜୁନ ୨୦୨୦ କାହାଣୀ

🌻 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌻 🥀 *ପାପପୁଣ୍ୟ* 🥀 ସୁରଦାସ ବହୁତ ବଡ ଦାନୀ ଥିଲେ । ଗଙ୍ଗା ନଦୀର ଉପତ୍ୟକାରେ ଥିବା ତାଙ୍କର ଜମି ବଡ ସରସ । ଦୂର ଗ୍ରାମରୁ ଲୋକେ ତାଙ୍କର ଜମିସବୁ ଚାଷ କରିବାକୁ ଆସନ୍ତି । ସେମାନଙ୍କର ଅଧିକ ଆକର୍ଷଣ କାମ ଓ ମଜୁରୀ ଅପେକ୍ଷା ସୁରଦାସଙ୍କ ଅନ୍ନଦାନ ପ୍ରତି ଥାଏ । କାହିଁକିନା ସୁରଦାସ ଗରୀବ, ଦୁଃଖୀ ଶ୍ରମିକ ମାନଙ୍କୁ ଅନ୍ନଦାନ ଦିଅନ୍ତି ।                 ସେ ଶ୍ରମିକମାନଙ୍କୁ କହନ୍ତି, “ସଙ୍କୋଚ କର ନାହିଁ, ଆରାମ୍ରେ ଖାଅ; ଶ୍ରମ ତ ପେଟ ପାଇଁ କରୁଚ । ପେଟ ଭରି ଶାନ୍ତିରେ ଖାଅ । ତୁମମାନଙ୍କୁ ଖାଦ୍ୟ ଦେବାରେ ମୋର ଏମିତି କିଛି ନଷ୍ଟ ହୋଇଯିବ ନାହିଁ ।”                 କେହି ତୀର୍ଥଯାତ୍ରୀ ବା ପଥିକ ରାତିରେ ହଠାତ୍ ଆସି ପହଁଚିଲେ ସୁରଦାସ ତାଙ୍କର ଅତି ଆଦରର ସହିତ ଯଥାର୍ଥ ସତ୍କାର କରନ୍ତି ।                 ଦିନେ ନୀଳକଣ୍ଠ ନାମକ ଜଣେ ଧନୀ ବଳଦଗାଡିରେ ସେଇ ଗ୍ରାମ ମଧ୍ୟ ଦେଇ ଯାଉଥିଲେ । ବାଟରେ ସୂର୍ଯ୍ୟାସ୍ତ ହୋଇଗଲା, ଏଣେ ଲକ୍ଷସ୍ଥଳ ବହୁତ ଦୂର । ତେଣୁ ସେ ରାତିଟା ଏଠାରେ ରହିଯିବା ପାଇଁ ମନସ୍ଥ କଲେ । ସେ ଗାଡିବାଲାକୁ କହିଲେ, “ଯାଇ ବୁଝିଆସ, ଏଠାରେ ରହିବା ପାଇଁ ଓ ଖାଇବା ପାଇଁ କେଉଁଠି ବ୍ୟବସ୍ଥା କରାଯାଇ ପ...

୧୨ ଜୁନ ୨୦୨୦ କାହାଣୀ

💐 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 💐 🍭 *ହାରଜିତ୍* 🍭 ସୀତାପୁରରେ ସୀତାରାମଙ୍କର ବିଶ୍ୱାସ ଯେ କୌଣସି ଯୁକ୍ତିତର୍କ, ଇତ୍ୟାଦିରେ ସେ ସମସ୍ତଙ୍କୁ ହରାଇ ଦେଇ ପାରିବେ, କିନ୍ତୁ ଗ୍ରାମବାସୀଙ୍କର ବିଶ୍ୱାସ ଯେ ସେହି ଗ୍ରାମର ରାଜାରାମ ଜିଦ୍ଖୋର୍ ହେଲେ ମଧ୍ୟ ଯୁକ୍ତିତର୍କରେ ଯାହାକୁ ହେଲେ ବି ସେ ହରାଇ ଦେଇ ପାରିବ ।                 ଦିନେ ସୀତାରାମ ଓ ରାଜାରାମ କ୍ଷେତ ବାଡି ଦେଖିବାକୁ ଯାଇ ପରସ୍ପରକୁ ଭେଟିଲେ । କୌଣସି ପ୍ରକାରରେ ତର୍କ କରିବା ପାଇଁ ଉତ୍କଣ୍ଠିତ ସୀତାରାମ କହିଲେ, “ପ୍ରତ୍ୟହ ତୁମ ଛେଳି ଯେ କ୍ଷେତରେ ପଶି ଫସଲ ଖାଉଛନ୍ତି, ସେଥିପାଇଁ ତୁମକୁ କିଛି ଟଙ୍କା ଦେବାକୁ ହେବ ।”                 ତାଙ୍କ କଥା ଶୁଣି ରାଜାରାମ କହିଲେ “ପଶୁ ତ ଘାସ ଚରନ୍ତି ବା ପତ୍ର ଖାଆନ୍ତି । ତୁମ ଜମିରେ ତ ଏହି ଦୁଇଟିହିଁ ନାହିଁ । ତେଣୁ ତୁମ ଅଭିଯୋଗର କୌଣସି ଅର୍ଥ ନାହିଁ ।”                 ସୀତାରାମ ପୁଣି କହିଲେ, “ହେଇ ଦେଖ ସେଠାରେ ପଶୁମାନେ ଘାସ ଚରୁଛନ୍ତି ।” ରାଜରାମ ବି ଦେଖିଲେ କେତୋଟି ଗାଈ ଘାସ ଚରୁଛନ୍ତି ।                 ରାଜାରାମ କହିଲେ, “ପଶୁଅର୍ଥ ମୁଁ ଛେଳି କଥା କହୁଛି । ଆମେ ତ ଛେଳିମାନଙ୍କ...

୧୧ ଜୁନ ୨୦୨୦ କାହାଣୀ

🌺 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌺  🎈 *ବୁଦ୍ଧି ଓ ବିବେକ* 🎈 ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସହିତ ଅସରାଏ ଲେଖାଏଁ ଝିପିଝିପି ବର୍ଷା ବି ହୋଇଯାଉଥାଏ । ଗଛଲତା ଗହନରୁ ସାଏଁ ସାଏଁ ଶବ୍ଦ ସବୁ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ଏଥିରେ ତିଳେ ହେଲେ ବି ମଧ୍ୟ ବିଚଳିତ ବୋଧ ନହୋଇ ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଏବଂ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ଯେତେବେଳେ ତାକୁ ସେ ନିଜ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କଲେ, ଶବସ୍ଥିତ ବେତାଳ କହିଲା, “ରାଜା! ଏ ଦୁର୍ଯ୍ୟୋଗପୂର୍ଣ୍ଣ ରାତିରେ ପ୍ରାସାଦର ସୁଖ ସମ୍ଭୋଗଠାରୁ ଦୂରେଇ ଆସି ତମେ ଶ୍ମଶାନରେ ବିଚରଣ କରିବାର ମାନେ କ’ଣ ହୋଇପାରେ? ତୁମେ କ’ଣ ନିଜ ପ୍ରେରଣାରେ ଏହା କରୁଛ ନା ଏହା ପଛରେ କୌଣସି ଅଲୌକିକ ଶକ୍ତିର ପ୍ରେରଣା ରହିଛି? ଅଲୌକିକ ଶକ୍ତି ସମ୍ପର୍କରେ ତମର ଧାରଣ କ’ଣ ତା’ ତ ମୁଁ ଜାଣେନା, କିନ୍ତୁ ଅନେକ ସମୟରେ ସେସବୁ କେବଳ କଳ୍ପନାମାତ୍ର । ମୋର ଏହି କଥାଟିର ସାରମର୍ମ ବୁଝାଇଦେବା ନିମନ୍ତେ ମୁଁ ଗୋଟାଏ ଦୃଷ୍ଟାନ୍ତ ଦେଉଛି । ମନ ଦେଇ ତାହା ଶୁଣ ।...

୧୦ ଜୁନ ୨୦୨୦ କାହାଣୀ

🌷 *ଗପ ଟିଏ...🌙ଜହ୍ନମାମୁଁ  ପୃଷ୍ଠାରୁ* 🌷 🍁 *ସାଧୁକୃପା* 🍁 ରାମପୁର ଗ୍ରାମରେ ନରେଶ ନାମକ ଜଣେ ଧନୀ ଓ ଭାଗ୍ୟଶାଳୀ ବ୍ୟକ୍ତି ଥିଲେ । ତାଙ୍କର ରାଜମହଲ ପରି ବିରାଟ ପ୍ରାସାଦ, ଅସୁମାରୀ ଚାକରବାକର, ବିପୁଳ ଐଶ୍ୱର୍ଯ୍ୟ, ଜମିବାଡିର ସଂଖ୍ୟା ନାହିଁ । ବ୍ୟବସାୟରେ ସର୍ବଦା ସେ ଲାଭବାନ୍ ହୁଅନ୍ତି । ଗୋପାଳ ନାମକ ଜଣେ ବ୍ୟକ୍ତି ସେହି ଗ୍ରାମରେ ରହିବାକୁ ଆସିଲେ । ଧନୀ ନହେଲେ ମଧ୍ୟ ତାଙ୍କ ଉପରେ ସରସ୍ୱତୀଙ୍କ କୃପା ଦୃଷ୍ଟି ଥିଲା । ଭଲ ମଣିଷ ସେ । ମାସକ ମଧ୍ୟରେ ସେ ବଡ ଜନପ୍ରିୟ ହୋଇଗଲେ । ଲୋକମାନେ ତାଙ୍କ ସହିତ ଭଲମନ୍ଦରେ ପରାମର୍ଶ ପାଇଁ ମଧ୍ୟ ଆସନ୍ତି । କିନ୍ତୁ ତାଙ୍କର କେବେବି ନରେଶଙ୍କ ସହିତ ଦେଖା ହୋଇ ନଥାଏ । ଗୋପାଳଙ୍କ ବିଷୟରେ ଗ୍ରାମବାସୀଙ୍କ ସହିତ କଥାବାର୍ତ୍ତା କରି ନରେଶ ସମସ୍ତ ଖବର ରଖିଥାନ୍ତି । ତାଙ୍କ ସହିତ ଦେଖା ନହେବାରୁ ତାଙ୍କୁ ଟିକିଏ ଅସୁବିଧା ଲାଗିଲା । ସେ ଲୋକ ପଠାଇ ଗୋପାଳଙ୍କୁ ଡାକି ନେଇଗଲେ । ଗୋପାଳ ନରେଶଙ୍କୁ ପଚାରିଲେ, “ମୁଁ କେବେହେଲେ ଆପଣଙ୍କ ସହିତ ଦେଖା କରିବାକୁ ଆସିଥାନ୍ତି । କିନ୍ତୁ ତା’ପୂର୍ବରୁହିଁ ଆପଣ ମୋତେ ଡାକି ଆଣିଲେ । ଜାଣିପାରେ କି ମୋତେ ଏଠାକୁ ଡାକି ଆଣିବାର କାରଣ କ’ଣ?” ନରେଶ କହିଲେ “ଶୁଣିଛି ଆପଣଙ୍କର କିଛିଟା ଧନ ଆବଶ୍ୟକ: କିନ୍ତୁ ଆତ୍ମାଭିମାନୀ ବ୍ୟକ୍ତି ଏ କଥା କାହାକୁ ମୁହଁ ଫିଟାଇ କହି ପାରନ୍ତି ନାହିଁ । ତେଣୁ ଆପଣଙ୍କୁ ନିଜର ଭାବି କିଛିଟା ସାହାଯ୍ୟ କରିବ...

୦୯ ଜୁନ ୨୦୨୦ କାହାଣୀ

🌼 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 🌼 ⚛️ *କୁଶଳ ବୁଦ୍ଧି* ⚛️ ପ୍ରତ୍ୟେକ ମଣିଷର ସାଧାରଣ ଜୀବନ କଟାଇବା ପାଇଁ ଯଥେଷ୍ଟ ବୁଦ୍ଧି ଅଛି । କିନ୍ତୁ କୁଶଳ ବୁଦ୍ଧି ଅନ୍ୟ ଏକ ବିଭାଗ ଯାହାକି ଖୁବ୍ କମ୍ ବ୍ୟକ୍ତିଙ୍କର ଥାଏ । ଏହି କୁଶଳ ବୁଦ୍ଧି ସାହାଯ୍ୟରେ ମଣିଷ ଅଳ୍ପ ସମୟରେ, ଅଳ୍ପ ପରିଶ୍ରମରେ ଓ ଅନାୟାସରେ ଅନେକ କିଛି ହାସଲ କରିପାରେ । ସେହିପରି ଜଣେ ବ୍ୟକ୍ତି ହେଲେ ରାଜପୁର ଗ୍ରାମର ରାମପ୍ରସାଦ । ସେ ବିବେକ୍ବାନ୍, ସ୍ଥିରବୁଦ୍ଧି ସମ୍ପନ୍ନ ଓ ସଂସାରର ସମସ୍ୟା ସମାଧାନ କରିବାରେ ବିଚକ୍ଷଣ । ତେଣୁ ଗ୍ରାମରେ କାହାର କିଛି ସମସ୍ୟା ହେଲେ ସେମାନେ ତାଙ୍କ ପାଖକୁହିଁ ଆସନ୍ତି ।                 ସେଇ ଗାଁରେ ଭୋଳା ନାମରେ ଜଣେ ଗରିବ ଚାଷୀ ଥାଏ । ଦିନେ ସେ ରାମପ୍ରସାଦଙ୍କ ପାଖକୁ ଆସି କହିଲା, “ମହାଶୟ, ଆମ ଘରଟି ଚଳିବାକୁ ଛୋଟ, ପରିବାରର ସଂଖ୍ୟା କ୍ରମେ ବଢୁଛି । ଶୋଇବା ରହିବା ପାଇଁ ବଖରାଏ ମାତ୍ର ଘର । ହାତରେ ପଇସା ନାହିଁ ଯେ ମୁଁ ନୂଆ ଘରଟିଏ କରିବି । ଏ କ୍ଷେତ୍ରରେ କ’ଣ କରାଯାଇ ପାରେ ଆପଣ ମୋତେ ବୁଦ୍ଧି ଦିଅନ୍ତୁ ।” ରାମବାବୁ ପଚାରିଲେ, “ଭୋଳା, ତୁମ ଘରେ ତୁମେ ଛେଳି ଓ କୁକୁଡା ବି ରଖିଛ ନା?” ଭୋଳା କହିଲା “ଆଜ୍ଞା, ବହୁତ ଅଛନ୍ତି, ବତକ, କୁକୁର, ବିଲେଇ, ଗାଈ ମଧ୍ୟ ଅଛନ୍ତି ।” ରାମପ୍ରସାଦ କହିଲେ “ଦେଖ ଭୋଳା, ଆଜିଠାରୁ ଗୋଟିଏ ଛେଳି ଓ ତା’ର ଛୁଆଙ୍କୁ ତୁମ...

୦୮ ଜୁନ ୨୦୨୦ କାହାଣୀ

💚 *ଗପ ଟିଏ... 🌛ଜହ୍ନମାମୁଁ  ପୃଷ୍ଠାରୁ* 💚 💲 *ଅଧା ମୂଲ୍ୟ* 💲 ଜଗୁଦାସ ରାମପୁର ଗ୍ରାମର ଜଣେ ଧନୀ ଚାଷୀ ଥିଲେ । ଚାଷ ଛଡା ତାଙ୍କର ଦୋକାନଟିଏ ଥାଏ ସେଥିରୁ ମଧ୍ୟ ବହୁତ ଟଙ୍କା ରୋଜଗାର ହୁଏ । କିନ୍ତୁ ସେ ଟିକିଏ ଲୋଭୀ ପ୍ରକୃତିର ବ୍ୟକ୍ତି ଥିଲେ । ଧାନ ଅମଳ ସମୟରେ ସେ ପତ୍ନୀକୁ ଦୋକାନ ଜଗାଇ ଦେଇ ନିଜେ ଜମିପାଖରେ ଥାଏ ।                 ଧାନ ଅମଳ ପରେ ସବୁ ଚାଷୀମାନେ ଗରୀବ ଲୋକଙ୍କୁ କିଛି ନା କିଛି ଦାନ ଦେଇଥାନ୍ତି । ତେବେ ଲୋଭୀ ଜଗୁଦାସର ପାଖକୁ କେବେ କେହି ମଧ୍ୟ ଯାଏ ନାହିଁ । ଥରେ ଜଗୁଦାସର ମନ ହେଲା ଏଥର କିଛି ଦାନ ଖଇରାତ କରିଲେ ଯଶ ମିଳିବ । ତେଣୁ ସେ କେତେକ ପିଲାଙ୍କୁ ଗ୍ରାମରୁ ଡାକିଆଣି ସେମାନଙ୍କୁ କିଛି କିଛି ଧାନ ବାଂଟିଲା । କିନ୍ତୁ ତହିଁରେ ଚାରିଭାଗରୁ ଭାଗେ ଧାନ ଆଉ ବାକି ତିନିଭାଗ ଅଗାଡି ଥିଲା ।                 ସେଇ ଗାଁର ଧରମ ଦାସ ଦୂରରୁ ଏସବୁ ଦେଖି ସେ ପିଲାମାନଙ୍କୁ ପାଖକୁ ଡାକି ଦେଖିଲା ସେଗୁଡାକ ସବୁ ତୁଚ୍ଛା ଅଗାଡି ମିଶା ଧାନ । ପିଲାଙ୍କୁ ସେ ଚୁପ୍ଚାପ୍ କିଛି କହି ବିଦା କଲା ।                 କିଛି ସମୟ ପରେ ଜଗୁଦାସ ଧାନବସ୍ତା ସବୁ କ୍ଷେତରୁ ଘରକୁ ଆଣି ଦେଖିଲା ଘରେ ବହୁତ ଧାନ ଗଦା ହୋଇଛି । ସେ ଆଶ୍ଚର୍ଯ୍ୟ ହେଲା । ଠିକ୍ ଏ...